Categories
ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ’ ମେଣ୍ଟର ମୁଖ କିଏ ହେବ?: ସହଯୋଗୀ ଦଳର ନେତାଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କୁ କେନ୍ଦ୍ରୀୟ କ୍ଷମତାରୁ ବାହାର କରିବା ପାଇଁ ଗଠିତ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟର ମୁଖ କିଏ ହେବ? ଏହି ପ୍ରଶ୍ନ ଦୀର୍ଘ ଦିନ ଧରି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାମିଲନାଡୁର MDMK ମୁଖ୍ୟାଳୟର ସଚିବ ତଥା ତିରୁଚି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଦୁରଇ ଭାଇକୋ ଆଜି ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରରେ ଯେତେବେଳେ ‘ଇଣ୍ଡିଆ’ ସରକାର ଗଠନ ହେବ, ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବେ।

ତେବେ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ସେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଅନ୍ୟ ଦଳର ଦଳର ନେତାଙ୍କ ବିଷୟରେ କିଛି କହିବାକୁ ଚାହାଁନ୍ତି ନାହିଁ। ତାଙ୍କ ଦଳ ତାମିଲନାଡୁର ଇଣ୍ଡିଆ ଆଲାଇନ୍ସର ଏକ ଅଂଶ।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି MDMK ଚାହୁଁଛି:

ଦୁରଇ ଭାଇକୋ କହିଛନ୍ତି ଯେ, ଗତ ଦୁଇ ବର୍ଷ ଧରି MDMK ଏହା କହୁଛି ଏବଂ ଏହା ମଧ୍ୟ ମୋର ବ୍ୟକ୍ତିଗତ ମତ ଯେ ସେ (ରାହୁଲ ଗାନ୍ଧୀ) ପ୍ରଧାନମନ୍ତ୍ରୀ ହେବା ଉଚିତ୍। ରାହୁଲ ଏହି ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଛନ୍ତି ଯେ, “କେନ୍ଦ୍ରରେ କ୍ଷମତା ପରିବର୍ତ୍ତନ ପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ପାଇଁ ଅର୍ଥ ଆବଣ୍ଟନ କରାଯିବ। ଲୋକେ ଏହାକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍ ପାଇଁ ମତଦାନ: ୨୦୧୯ ରେ କାହାକୁ ମିଳିଥିଲା ଅଧିକ ଆସନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆସନ୍ତାକାଲି, ଶୁକ୍ରବାର (ଏପ୍ରିଲ୍ ୧୯) ରେ ଅନୁଷ୍ଠିତ ହେବ। ଏହାର ନିର୍ବାଚନ ପ୍ରଚାର ଗତକାଲି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୧୦୨ ଲୋକସଭା ଆସନରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ଭୋଟରମାନେ ଇଭିଏମ୍ ମେସିନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ।

ଏହାପୂର୍ବରୁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏ ପ୍ରାର୍ଥୀଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁମାନେ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​ଅଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ରାମ ନବମୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବ୍ୟକ୍ତିଗତ ଭାବେ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିଥିଲେ।

୨୦୧୯ ନିର୍ବାଚନରେ ​​କେଉଁ ଦଳ ଏହି ଆସନଗୁଡ଼ିକ ଉପରେ ବିଜୟ ଲାଭ କରିଥିଲେ?:

ପ୍ରଥମ ପର୍ଯ୍ୟାୟରେ ଯେଉଁ ଆସନଗୁଡିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ତାମିଲନାଡୁର ସମସ୍ତ ୩୯ ଟି ସିଟ୍, ଉତ୍ତରାଖଣ୍ଡର ୫ ଟି, ଅରୁଣାଚଳ ପ୍ରଦେଶର ୨ ଟି, ମେଘାଳୟର ୨ ଟି, ଆଣ୍ଡାମାନ ନିକୋବରର ୧ ଟି, ମିଜୋରାମର ୧ ଟି, ପୁଡୁଚେରୀର ୧ ଟି, ସିକ୍କିମର ୧ ଟି ଏବଂ ଲକ୍ଷ୍ମୀଦୀପର ୧ ଟି ଆସନ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ରାଜସ୍ଥାନର ୧୨ ଟି ଆସନ, ଉତ୍ତରପ୍ରଦେଶର ୮ ଟି, ମଧ୍ୟପ୍ରଦେଶର ୬ ଟି, ଆସାମ ଏବଂ ମହାରାଷ୍ଟ୍ରର ୫ ଟି, ବିହାରର ୪ ଟି, ପଶ୍ଚିମବଙ୍ଗର ୩ ଟି, ମଣିପୁରର ୩ ଟି, ଜମ୍ମୁ କାଶ୍ମୀର, ଛତିଶଗଡ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ସିଟ୍ ଅନ୍ତର୍ଭୁକ୍ତ।

ଯଦି ଆମେ ଗତ ଲୋକସଭା ନିର୍ବାଚନ ବିଷୟରେ କହିବା, ତେବେ ଏହି ୧୦୨ ଟି ସିଟ୍ ମଧ୍ୟରୁ ୟୁପିଏ ୪୫ ଟି ଏବଂ ଏନଡିଏ ୪୧ ଟି ସିଟ୍ ଜିତିଥିଲା। କଂଗ୍ରେସ ୬୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ବିଜେପି ୬୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଡିଏମକେ ୨୪ ଟି ଆସନରେ ଭାଗ୍ୟ ପରୀକ୍ଷା କରିଥିଲା।

Categories
ଆଜିର ଖବର ଜାତୀୟ ଖବର

DMK ର ଘୋଷଣା ପତ୍ର ଜାରି: ଝିମାନଙ୍କୁ ମାସକୁ ୧୦ ହଜାର, ୭୫ ଟଙ୍କାରେ ମିଳିବ ପେଟ୍ରୋଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଡିଏମକେ ଘୋଷଣା ପତ୍ର ପ୍ରକାଶ କରିଛି। ଲୋକସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ସହିତ ତାମିଲନାଡୁର ୨୧ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। DMK ଘୋଷଣା ପତ୍ରରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରତିଶୃତି ଅଛି।

୬୪ ପୃଷ୍ଠାର ଘୋଷଣା ପତ୍ରରେ ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଆଇନ (CAA) ଏବଂ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ ନାହିଁ ବୋଲି ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କା ତାମିଲମାନଙ୍କୁ ଭାରତୀୟ ନାଗରିକତା ଦେବା, ପ୍ରତ୍ୟେକ ଝିଅକୁ ମାସିକ ୧୦ ହଜାର ଟଙ୍କା ଦେବା ଏବଂ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ହ୍ରାସ କରିବାକୁ କୁହାଯାଇଛି। ଯଦିଓ ଲୋକସଭା ନିର୍ବାଚନ ପାଇଁ ଡିଏମକେ ଘୋଷଣା ପତ୍ର ପ୍ରକାଶ କରିଛି, ଅଧିକାଂଶ ପ୍ରସଙ୍ଗ ତାମିଲନାଡୁ ସହ ଜଡିତ। ଏହା ବ୍ୟତୀତ, ସେହି ବିଷୟଗୁଡିକ ଉପରେ ଆଲୋଚନା କରାଯାଇଛି ଯାହା ଦେଶର ସାଧାରଣ ଜନତାଙ୍କ ସହ ଜଡିତ।

DMK ଘୋଷଣା ପତ୍ରର ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ:

ତାମିଲନାଡୁରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଏବଂ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ ହେବ ନାହିଁ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପଦକ୍ଷେପକୁ ବହିସ୍କାର।

ରାଜ୍ୟ ସରକାରଙ୍କ ସ୍ୱାଧୀନତା ବୃଦ୍ଧି ପାଇଁ ଭାରତୀୟ ସମ୍ବିଧାନରେ ପରିବର୍ତ୍ତନ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟପାଳଙ୍କ ନିଯୁକ୍ତି।

ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରୁଥିବା ଧାରା ୩୬୧ ରଦ୍ଦ କରିବାର ପ୍ରତିଶ୍ରୁତି।

ଚେନ୍ନାଇରେ ସୁପ୍ରିମକୋର୍ଟର ବେଞ୍ଚ ସ୍ଥାପନ ବିଷୟରେ ଆଲୋଚନା।

କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ତାମିଲରେ ପରୀକ୍ଷା ଦେବାକୁ ପ୍ରତିଶୃତି।

ତିରୁକ୍କୁରଲକୁ ଏକ ଜାତୀୟ ପୁସ୍ତକ କରିବା।

ଶ୍ରୀଲଙ୍କା ତାମିଲମାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରତିଶୃତି।

ନୂତନ ଶିକ୍ଷା ନୀତି ରଦ୍ଦ କରିବା ବିଷୟରେ ଆଲୋଚନା।

ତୁରନ୍ତ ପ୍ରଭାବ ସହିତ ସଂସଦରେ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ବିଷୟରେ ଉଲ୍ଲେଖ।

ଦେଶର ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ଜଳଖିଆ ଯୋଗାଇବାକୁ ପ୍ରତିଜ୍ଞା।

ପ୍ରତ୍ୟେକ ଝିଅକୁ ମାସିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଜ୍ଞା।

ତାମିଲନାଡୁରେ NEET ପରୀକ୍ଷାରେ ଛାଡ।

ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କାକୁ ହ୍ରାସ କରିବାକୁ ପ୍ରତିଶୃତି।

ଲିଟର ପିଛା ୭୫ ଟଙ୍କା ମୂଲ୍ୟରେ ପେଟ୍ରୋଲ।

ଲିଟର ପିଛା ୬୫ ଟଙ୍କା ମୂଲ୍ୟରେ ଡିଜେଲ।

ଡିଏମକେ ଇଣ୍ଡିଆ ବିରୋଧୀ ଦଳର ଏକ ଅଂଶ:

ତାମିଲନାଡୁର ସମସ୍ତ ୩୯ ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏଠାରେ ଡିଏମକେ ଇଣ୍ଡିଆ ବିରୋଧୀ ଦଳର ଏକ ଅଂଶ ଏବଂ ବହୁ ଦଳ ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି, ଡିଏମକେ ସହିତ କଂଗ୍ରେସ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟ ଅଛନ୍ତି। ତାମିଲନାଡୁରେ ଡିଏମକେ ୨୧ ରେ ଏବଂ କଂଗ୍ରେସ ୯ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। IUML, MDMK ଏବଂ KMDK ପ୍ରତ୍ୟେକ ଗୋଟିଏ ସିଟ୍ ରେ ଲଢୁଥିବା ବେଳେ CPM, VCK, CPI ପ୍ରତ୍ୟେକ ଦୁଇଟି ଲେଖାଏଁ ସିଟ୍ ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁ-ପୁଡୁଚେରୀରେ କଂଗ୍ରେସ-ଡିଏମକେ ମଧ୍ୟରେ ସହମତି, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ​​ତାମିଲନାଡୁ ଏବଂ ପୁଡୁଚେରୀରେ ମୋଟ ୪୦ ଟି ଆସନରେ ଆସନ ବାଣ୍ଟିବା ପ୍ରସଙ୍ଗରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ସହମତି ପ୍ରକାଶ ପାଇଛି।

କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି ଯେ, ଡିଏମକେ ମୁଖ୍ୟ ଡିଏମକେ ଷ୍ଟାଲିନଙ୍କ ସହ ବାର୍ତ୍ତାଳାପ ଅତ୍ୟନ୍ତ ସୌହାର୍ଦ୍ଧ୍ୟପୂର୍ଣ୍ଣ ଥିଲା। ତାମିଲନାଡୁ ଏବଂ ପୁଡୁଚେରୀରେ ସିଟ୍ ବଣ୍ଟନ ସମ୍ପର୍କରେ ତାଙ୍କ ସହ ସହମତି ହୋଇଛି।

କଂଗ୍ରେସ ଦଳ ରାଜ୍ୟର ୩୯ ଟି ଆସନ ମଧ୍ୟରୁ ୯ ଟିରେ ପ୍ରାର୍ଥୀ ଦେବ। ଏଥି ସହିତ ପୁଡୁଚେରୀର ଗୋଟିଏ ଆସନରେ କଂଗ୍ରେସ ମଧ୍ୟ ନିର୍ବାଚନ ଲଢିବ। ତାମିଲନାଡୁର ଅବଶିଷ୍ଟ ସମସ୍ତ ଆସନରେ ଡିଏମକେ ଏବଂ ସହଯୋଗୀ ଦଳର ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ। ଚେନ୍ନାଇର ଡିଏମକେ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବବୈଠକରେ ଡିଏମକେ ମୁଖ୍ୟ ତଥା ତାମିଲନାଡୁର ସିଏମ ଏମ ଷ୍ଟାଲିନ ଏବଂ କଂଗ୍ରେସ ସାଂସଦ କେ ଭେନୁଗୋପାଲ ବ୍ୟତୀତ ମୁକୁଲ ୱାସନିକ, ପୂର୍ବତନ କଂଗ୍ରେସ ସାଂସଦ ଅଜୟ କୁମାର ଇତ୍ୟାଦି ପ୍ରମୁଖ ଉପସ୍ଥିତ ଥିଲେ।

ତାମିଲନାଡୁ ଏବଂ ପଣ୍ଡିଚେରୀରେ ସିଟ୍ ବାଣ୍ଟିବା ନେଇ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଚୁକ୍ତିରେ କଂଗ୍ରେସ ପ୍ରାର୍ଥୀମାନେ ମୋଟ ୧୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଚୁକ୍ତିନାମା ଅନୁଯାୟୀ, ଡିଏମକେ ୨୧ ଟି ଆସନରେ ପ୍ରାର୍ଥୀ ଦେବ।

ଏହି ଦଳଗୁଡିକ ମିଳିତ ସୂତ୍ରରେ ଏତେ ସଂଖ୍ୟକ ଆସନ ପାଇଲେ

ଏହି ଦୁଇଟି ରାଜ୍ୟରେ, ସିଟ୍ ବଣ୍ଟନ ସୂତ୍ର ଅନୁଯାୟୀ, ସିପିଆଇ ୨ ଟି ସିଟ୍, ସିପିଏମ୍ ୨, ଭିସିକେ ୨, MDMK ୧, IUML ୧, KNMK ୧ (DMK ଚିହ୍ନରେ) ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥି ସହିତ, ୨୦୨୫ ପାଇଁ କମଲ MNM କୁ ଗୋଟିଏ ରାଜ୍ୟସଭା ଆସନ ଦେବାକୁ ମଧ୍ୟ ସହମତି ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଭାରତର ପ୍ରଗତିକୁ ସହିପାରୁ ନାହିଁ ଡିଏମକେ: ତାମିଲନାଡୁ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ଦେଖି କହିଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁର ଡିଏମକେ ସରକାରଙ୍କ ବିଜ୍ଞାପନରେ ଚୀନ୍ ପତାକା ବ୍ୟବହାର ଯୋଗୁଁ ରାଜନୀତି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ଦିନ କୁଲାସେଖରପଟ୍ଟିନମରେ ISRO ର ନୂତନ ଲଞ୍ଚ କମ୍ପ୍ଲେକ୍ସର ମୂଳଦୁଆ ପକାଇଛନ୍ତି। ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟର ଡିଏମକେ ସରକାରଙ୍କ ପଶୁପାଳନ ମନ୍ତ୍ରୀ ଅନୀତା ରାଧାକୃଷ୍ଣନ ସ୍ଥାନୀୟ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛନ୍ତି। ବିଜ୍ଞାପନରେ ଚାଇନାର ପତାକା ରକେଟ ଉପରେ ରଖାଯାଇଥିଲା। ଏ ସମ୍ପର୍କରେ ପିଏମ ମୋଦୀ ଡିଏମକେକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଏମକେ ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହିଁ। ତେବେ ବରିଷ୍ଠ ଡିଏମକେ ନେତା କାନିମୋଝି ବିଜ୍ଞାପନରେ ଚାଇନାର ପତାକା ବ୍ୟବହାରକୁ ମାନବୀୟ ଭୁଲ ବୋଲି କହିଛନ୍ତି।

ତିରୁନେଲଭେଲିରେ ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଡିଏମକେ ସରକାର ଭାରତର ପ୍ରଗତିକୁ ସହ୍ୟ କରିପାରୁ ନାହାଁନ୍ତି। ସେମାନେ ISRO ଲଞ୍ଚ ପ୍ୟାଡ ପାଇଁ ଶ୍ରେୟ ନେବାକୁ ଖବରକାଗଜ ବିଜ୍ଞାପନରେ ଚାଇନାର ଷ୍ଟିକର ଲଗାଉଛନ୍ତି।” ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ଗ୍ରହଣ କରିବାକୁ ଡିଏମକେ ପ୍ରସ୍ତୁତ ନୁହେଁ। ସେମାନେ ବିଜ୍ଞାପନ କରନ୍ତି ଏବଂ ଭାରତର ସ୍ପେସ୍ ଫଟୋ ମଧ୍ୟ ଅନ୍ତର୍ଭୂକ୍ତ କରନ୍ତି ନାହିଁ। ସେମାନେ ଭାରତର ମହାକାଶ ସଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ଚାହୁଁନଥିଲେ।

ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଡିଏମକେ ଖବରକାଗଜରେ ପ୍ରକାଶିତ ବିଜ୍ଞାପନର ପୃଷ୍ଠାକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ- “ଚୀନ୍ ପ୍ରତି ଡିଏମକେ ସରକାରଙ୍କ ପ୍ରେମ ହ୍ରାସ ପାଇନାହିଁ। ଏହି ଲୋକମାନେ ଆମ ଦେଶର ସାର୍ବଭୌମତ୍ଵକୁ ଅଣଦେଖା କରିଛନ୍ତି। ଆଜିର ବିଜ୍ଞାପନ ଏହାର ଏକ ଉଦାହରଣ।”

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ତାମିଲନାଡୁରେ ହେଲା I.N.D.I.A ର ଆସନ ବୁଝାମଣା, ଜାଣନ୍ତୁ କିପରି ହେଲା ଚୁକ୍ତି?

ନୂଆଦିଲ୍ଲୀ: ତାମିଲନାଡୁର ଶାସକ ଡିଏମକେ ଶନିବାର ଦିନ ଏହାର ଦୁଇ ସହଯୋଗୀଙ୍କୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପ୍ରଦାନ କରିଛି। ଡିଏମକେ ବିରୋଧୀ ଦଳ ‘I.N.D.I.A’ର ଏକ ଅଂଶ। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସହଯୋଗୀମାନଙ୍କ ସହ ଆସନ ବାଣ୍ଟିବା ଆଲୋଚନା ଆରମ୍ଭ ହେବାର ସପ୍ତାହେ ପରେ ଡିଏମକେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ସହଯୋଗୀ ଦଳର ନେତାମାନେ ପାର୍ଟି ମୁଖ୍ୟାଳୟ ‘ଆନ୍ନା ଅରିଭଲୟମ’ରେ ସିଟ୍ ବଣ୍ଟନ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମୁଖ୍ୟ ବିରୋଧୀ ଦଳ AIADMK ଏବଂ ବିଜେପି ଏପର୍ଯ୍ୟନ୍ତ ସେମାନଙ୍କର ସହଯୋଗୀ ଘୋଷଣା କରିନାହାଁନ୍ତି।

ଡିଏମକେର ଦୀର୍ଘ ଦିନର ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) କୁ ଦକ୍ଷିଣ ତାମିଲନାଡୁର ରାମନାଥପୁରମ୍ ଆସନ ଦିଆଯାଇଥିବାବେଳେ କେଏମଡିକେ କୁ ନମକ୍କଲ ଆସନ ଦିଆଯାଇଛି। IUML ର ଜାତୀୟ ସଭାପତି କେ ଏମ କାଦର ମୋହିଦ୍ଦିନ କହିଛନ୍ତି ଯେ, ରାମନାଥପୁରମର ତାଙ୍କ ଦଳର ସାଂସଦ ନବାସ କାନୀଙ୍କୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପୁନର୍ବାର ପ୍ରାର୍ଥୀ କରାଯିବ।

ରାଜ୍ୟସଭା ଆସନ ଉପରେ କୌଣସି ଆଲୋଚନା ହୋଇନାହିଁ:

ମୋହିଦ୍ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ ବାଣ୍ଟିବା ସମୟରେ ତାଙ୍କ ଦଳ ଡିଏମକେରୁ ଗୋଟିଏ ରାଜ୍ୟସଭା ଆସନ ମାଗିଥିଲା। ତେବେ ଆସନ ବାଣ୍ଟିବା ପ୍ରକ୍ରିୟା କେବଳ ଲୋକସଭା ନିର୍ବାଚନରେ ​​ସୀମିତ ଏବଂ ରାଜ୍ୟସଭା ନିର୍ବାଚନ ସହ ଜଡିତ ପ୍ରଶ୍ନ ପରେ ଉପଯୁକ୍ତ ସମୟରେ ଉଠାଯାଇପାରିବ ବୋଲି ଡିଏମକେ କହିଛି। ୨୦୧୯ ଲୋକସଭା ନିର୍ବାଚନରେ ​​ଉଭୟ IUML ଏବଂ KMDK କୁ ସମାନ ଆସନ ବଣ୍ଟନ କରାଯାଇଥିଲା।

କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ଆଲୋଚନା ବିଚାରାଧୀନ:

କେଏମଡିକେ ସାଧାରଣ ସମ୍ପାଦକ ଇଶ୍ଵରନ କହିଛନ୍ତି ଯେ, ତାଙ୍କ ଦଳ ଦ୍ୱାରା ମନୋନୀତ ପ୍ରାର୍ଥୀ ଡିଏମକେର ନିର୍ବାଚନ ଚିହ୍ନ ‘ସୂର୍ଯ୍ୟ ଉଦୟ’ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଶା କରାଯାଉଛି ଯେ, ଡିଏମକେ ଖୁବ ଶୀଘ୍ର କଂଗ୍ରେସ, ଭିସିକେ ଏବଂ ବାମ ଦଳ ସମେତ ଅନ୍ୟ ସହଯୋଗୀମାନଙ୍କ ସହ ଆସନ ବୁଝାମଣା ଚୂଡାନ୍ତ କରିବ।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନରେ ୨୫୫ ଆସନରେ ଲଢ଼ିବ କଂଗ୍ରେସ, ସ୍ୱାଧୀନତା ପରଠାରୁ ସର୍ବନିମ୍ନ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ମୋଟ ଲୋକସଭା ଆସନରୁ କଂଗ୍ରେସ ମାତ୍ର ୨୫୫ଟି ଆସନରେ ନିର୍ବାଚନ ଲଢ଼ିପାରେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ୧୯୪୭ରେ ସ୍ୱାଧୀନତା ପରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ସର୍ବନିମ୍ନ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ।

ନିର୍ବାଚନୀ ରାଜନୀତିରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଇବା ଏବଂ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ପରାସ୍ତ କରିବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ ରାଜନୈତିକ ଦଳଗୁଡ଼ିକ ସହ ମେଣ୍ଟ ହେବା ପରେ ଏହି ପୁରୁଣା ଦଳ ଅନେକ ବୁଝାମଣା କରିଥିବା ଜଣାପଡ଼ିଛି।

ଅଧିକାଂଶ ସମୟରେ ନିଜର ବଡ଼ପଣ ଦେଖାଇବା ଏବଂ ଅନ୍ୟଦଳକୁ ଉଚିତ ସ୍ଥାନ ଦେବାକୁ ମନା କରୁଥିବା କଂଗ୍ରେସ ମୋଟ ଲୋକସଭା ଆସନର ଅଧାରୁ ଟିକିଏ କମ୍ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେବା ସ୍ପଷ୍ଟ ଭାବରେ ପରିବର୍ତ୍ତନର ଏକ ପଦକ୍ଷେପ ଦର୍ଶାଉଛି।

ଆସନ୍ତୁ ନଜର ପକାଇବା ବର୍ଷ ବର୍ଷ ଧରି ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଲଢ଼ିଥିବା ଆସନ ସଂଖ୍ୟା ଉପରେ-

୧୯୪୭ରେ ଭାରତ ସ୍ୱାଧୀନ ହେବା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ୧୯୫୧ରୁ ୨୦୧୯ ମଧ୍ୟରେ ୧୭ଟି ଲୋକସଭା ନିର୍ବାଚନଲଢ଼ିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଲୋକସଭାର ୫୪୫ ଆସନରୁ କଂଗ୍ରେସ ହାରାହାରି ୪୫୦ରୁ ଅଧିକ ଆସନରେ ପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦେଖିବାକୁ ମିଳିଛି। ୨୦୦୪ ମସିହାରେ କଂଗ୍ରେସ ସବୁଠାରୁ କମ୍ ଆସନରେ ଲଢ଼ିଥିଲା, ଯେତେବେଳେ ଦଳ ମାତ୍ର ୪୧୭ ଟି ଆସନରେ ଲଢ଼ିଥିଲା।

ଉଲ୍ଲେଖଯୋଗ୍ୟ, ୧୯୯୬ରେ କଂଗ୍ରେସ ୫୨୯ଟି ଆସନରେ ଲଢ଼ିଥିଲା। ପିଭି ନରସିଂହ ରାଓଙ୍କ ପାଞ୍ଚବର୍ଷର ଶାସନ ପରେ ଭାରତ ଏହି ନିର୍ବାଚନ ଦେଖିଥିଲା।

୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଭାରତୀୟ ଭୋଟ ବ୍ୟାଙ୍କରେ କଂଗ୍ରେସର ପୂର୍ଣ୍ଣ ଲୋକପ୍ରିୟତା ହ୍ରାସ ପାଇଥିଲା, ଯେଉଁଥିରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୟୁପିଏକୁ ହରାଇ କ୍ଷମତାକୁ ଆସିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଯଥାକ୍ରମେ ୪୬୪ ଓ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା।

୧୯୮୪ ପଦାର୍ପଣ ବର୍ଷରେ ୨୨୯ରେ ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବା ବିଜେପିର ବର୍ତ୍ତମାନ ଭାରତୀୟ ସଂସଦରେ ୨୯୦ରୁ ଅଧିକ ସାଂସଦ ଅଛନ୍ତି। ୧୯୯୧ ପରଠାରୁ ବିଜେପି କେବେବି ୩୦୦ରୁ କମ୍ ଆସନରେ ନିର୍ବାଚନ ଲଢ଼ିନାହିଁ।

ଇଣ୍ଡି ମେଣ୍ଟର ରିପୋର୍ଟ କାର୍ଡ

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୨୫୫ଟି ଆସନରେ ଲଢ଼ିବାକୁ ଯୋଜନା କରିଥିବାବେଳେ ବାକି ଆସନ (୨୮୮)ରେ ବିରୋଧୀ ଇଣ୍ଡି ମେଣ୍ଟରେ ଥିବା ୨୭ଟି ଦଳ ଲଢ଼ିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ସେଥିମଧ୍ୟରୁ ୨୦୧୯ରେ ଅବିଭକ୍ତ ଶିବସେନା ସର୍ବାଧିକ ଆସନରେ ଲଢ଼ିଥିବାବେଳେ ସିପିଆଇ(ଏମ୍) ଓ ତୃଣମୂଳ କଂଗ୍ରେସ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଯେଉଁ ଦଳରୁ ଇଣ୍ଡି ମେଣ୍ଟରେ ଥିବା ଦଳ ସର୍ବାଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ତାହା ହେଲା ତାମିଲନାଡୁରୁ ଏମକେ ଷ୍ଟାଲିନଙ୍କ ଡିଏମକେ ଏବଂ ବିହାରରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍)।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ପ୍ରାଣ ହରାଇଲେ ଡିଏମ୍‌କେ ବିଧାୟକ

ଚେନ୍ନାଇ : କରୋନାରେ ପ୍ରାଣ ହରାଇଛନ୍ତି ଡିଏମ୍‌କେ ବିଧାୟକ ଜେ ଅମ୍ବଝାଗନ । ବୁଧବାର ନିଜର 62 ତମ ଜନ୍ମ ଦିବସରେ ଅମ୍ବଝାଗନ ପ୍ରାଣ ହରାଇଛନ୍ତି । ଚେନ୍ନାଇର କ୍ରୋମ୍‌ପେଟ୍‌ର ରେଲା ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ମେଡିକାଲ ସେଣ୍ଟରରେ ଚିକିତ୍ସିତ ହେଉଥିବା ଅମ୍ବଝାଗନ୍‌ ପ୍ରାଣ ହରାଇଛନ୍ତି । ଜୁନ୍‌ 2ରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବିଧାୟକଙ୍କର ଶ୍ବାସକ୍ରିୟାରେ ସମସ୍ୟା ରହିଥିଲା । ଅମ୍ବଝାଗନଙ୍କ ପରଲୋକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସାମି ଶୋକ ପ୍ରକାଶ କରିଥିବା ବେଳେ ଡିଏମ୍‌କେ ସଭାପତି ଏମ୍‌ କେ ଷ୍ଟାଲିନ୍‌ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଚେନ୍ନାଇରେ ସିଏଏ ବିରୋଧୀ ଆନ୍ଦୋଳନ : ଡିଏମ୍‌କେ ସହିତ ଯୋଗଦେଲେ ଚିଦାମ୍ବରମ

ଚେନ୍ନାଇ,23/12 : ଚେନ୍ନାଇରେ ନାଗରିକତ୍ବ ସଂଶୋଧନ ବିରୋଧରେ ଡିଏମ୍‌କେ ପକ୍ଷରୁ ଏକ ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଡିଏମ୍‌କେର ଏହି ମେଗା ଶୋଭାଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଯୋଗ ଦେଇଛନ୍ତି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଚାଲିଥିବା ବେଳେ ଚିଦାମ୍ବରମ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ମୁସଲିମ୍‌ ସମ୍ପ୍ରଦାୟ ପ୍ରତିଚ ଅନ୍ୟାୟ କରାଯାଉଛି ବୋଲି ଡିଏମ୍‌କେ ସାଂସଦ କେ କାନିମୋଝି ପ୍ରକାଶ କରିଥିଲେ । ସେହିପରି ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ତାମିଲ ହିନ୍ଦୁଙ୍କୁ ମଧ୍ୟ ସମାନ ଭାବରେ ନାଗରିକତ୍ବର ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି କାନିମୋଝି କହିଥିଲେ । ଡିଏମ୍‌କେର ଏହି ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବା ପାଇଁ ମାଡ୍ରାସ ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଲିନ ଏବଂ ଚିଦାମ୍ବରମଙ୍କ ବ୍ୟତୀତ ସହଯୋଗୀ ଦଳ ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋ ଏବଂ ଅନ୍ୟ ବାମପନ୍ଥୀ ଦଳର ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଚିଦାମ୍ବରମ ଏହି ଶୋଭାଯାତ୍ରରେ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କୁ ସମାଲୋଚନା କରିଥିଲେ । ଏଆଇଡିଏମ୍‌କେର ସହାୟତା ବିନା ଏହି ବିଲ୍‌ ରାଜ୍ୟସଭାରେ ପାଶ୍‌ ହୋଇପାରିନଥାନ୍ତା ବୋଲି କହିଛନ୍ତି ଚିଦାମ୍ବରମ । (ଏଜେନ୍ସୀ)

Categories
ଆଜିର ଖବର

ଡିଏମ୍‌କେ ସାଂସଦ ବାସନ୍ତୀ ଷ୍ଟାନ୍‌ଲେ ମୃତ

ପୂବର୍ତନ ଡିଏମ୍‌କେ ସାଂସଦ ବାସନ୍ତୀ ଷ୍ଟାନ୍‌ଲେଙ୍କ ପ୍ରାଣହାନି ଘଟିଛି। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ଡିଏମ୍‌କେର ରାଜ୍ୟସଭା ସାଂସଦ ରହିଥିଲେ ଷ୍ଟାନ୍‌ଲେ। ୫୬ ବର୍ଷୀୟା ଷ୍ଟାନ୍‌ଲେ ଶନିବାର ବିଳମ୍ବିତ ରାତ୍ରରେ ପ୍ରାଣ ହରାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ ରବିବାର ଟ୍ବିଟ୍ଟର ଜରିଆରେ ଷ୍ଟାନ୍‌ଲେଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ବାସନ୍ତୀ ସର୍ବଦା ଦଳର ଜଣେ ପ୍ରମୁଖ କର୍ମୀ ରହି ଆସିଥିଲେ ଏବଂ ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଷ୍ଟାଲିନ କହିଛନ୍ତି। ରବିବାର ଷ୍ଟାନ୍‌ଲେଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏମ୍‌ କେ ଷ୍ଟାଲିନ୍‌ଙ୍କ ସମେତ ଅନେକ ଡିଏମ୍‌କେ ନେତା ଉପସ୍ଥିତ ଥିଲେ।

Categories
ଆଜିର ଖବର

ଡିଏମ୍‌କେର ନିର୍ବାଚନୀ ଇସ୍ତାହାର ଘୋଷଣା

ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିଥିବା ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ଏଥିରେ ଦଳ କ୍ଷମତାକୁ ଆସିଲେ ଅନେକ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ପକ୍ଷରୁ କୃଷି ଋଣ ଛାଡ଼ ଓ ଚାଷୀଙ୍କ ଆୟ ଦୁଇଗୁଣ କରାଯିବ ବୋଲି କୁହାଯାଇଛି। ସେହିପରି ଟିକସ୍‌ ଛାଡ଼ ଆୟସୀମାକୁ ୫ରୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ମହିଳା ଦିବ୍ୟାଙ୍ଗଙ୍କ ସହାୟତା ରାଶିକୁ ୧୦ ଲକ୍ଷ କରିବା, ବିପିଏଲ୍‌ ତାଲିକାଭୁକ୍ତ ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କା, ସ୍କୁଲ ଓ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରେନ ସେବା, ମଦୁରାଇ, ତ୍ରିଚି ଓ କୋଏମ୍ୱାଟୁର ଭଳି ସହରରେ ମେଟ୍ରୋ ଟ୍ରେନ, ଘରୋଇ କମ୍ପାନୀରେ ୫୦ ଲକ୍ଷ ନିଯୁକ୍ତି ଏବଂ ଜିଏସ୍‌ଟିର ୨୮% ଟିକସ୍‌ ସ୍ଲାବକୁ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମେଡ଼ିକାଲ୍‌ ଏନ୍‌ଇଇଟି ପାଇଁ ଘରୋଇ କ୍ଷେତ୍ରରେ ସରଂକ୍ଷଣ ଦେବାର ପ୍ରତିଶ୍ରୁତି ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ଡିଏମ୍‌କେ ୨୦ଟି ସିଟ୍‌ରୁ ନିର୍ବାଚନ ଲଢିବ। ରାଜ୍ୟରେ ଏପ୍ରିଲ୍‌ ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।