Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସବ୍‌ଜି ମଣ୍ଡିରେ ଦବଙ୍ଗ ଖାନ୍‌ ସଲମାନ୍‌

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କ ପ୍ରଶଂସକଙ୍କୁ ସର୍ବଦା ସରପ୍ରାଇଜ୍‌ ଦେଇଥା’ନ୍ତି । ସଲମାନ୍‌ଙ୍କ ନୂଆ ଲୁକ୍‌ ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ୍‌ କରିଛି । ସଲ୍ଲୁ ଏବେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ୍‌ ଏବେ ଜଣେ ପଞ୍ଜାବୀ ପୋଲିସ୍‌ ଭୂମିକାରେ ଦେଖାଯାଇଛନ୍ତି । ସଲମାନ୍‌ ତାଙ୍କର ନୂଆ ଫିଲ୍ମ ‘ଅନ୍ତିମ୍‌ ଦ ଟ୍ରୁଥ୍‌’ରେ ଜଣେ ପଞ୍ଜାବୀ ପୋଲିଦ୍‌ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ସଲମାନ୍‌ଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି ସଲମାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । କଳା ପଗଡି ଓ ଖାଲ୍‌ସା ଲକେଟ୍‌ରେ ସଲମାନ୍‌ ତାଙ୍କ ଦବଙ୍ଗ୍‌ ଷ୍ଟାଇଲ୍‌ରେ ଏକ ସବ୍‌ଜି ମଣ୍ଡିରେ ଚାଲୁଥିବାର ଦେଖାଯାଇଛି ।  ଏହି ଫିଲ୍ମର ଶୁଟିଂ ନଭେମ୍ବର 16 ତାରିଖରୁ ପୁନେଠାରେ ଆରମ୍ଭ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ମହେଶ ମଞ୍ଜେରକର୍‌ ଦେଉଥିବାବେଳେ ଏହି ଫିଲ୍ମଟି ମରାଠୀ ଫିଲ୍ମ ‘ମୁଲସୀ ପେଟର୍ଣ୍ଣ’ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି ।

https://www.instagram.com/p/CIlKF7PFbwv/?utm_source=ig_web_copy_link

ଅପରପକ୍ଷରେ ସଲମାନ୍‌ଙ୍କ ଅଭିନୀତ ତଥା ବହୁ ପ୍ରୀତିକ୍ଷିତ ଫିଲ୍ମ ’ରାଧେ’ର ଶୁଟିଂ ମଧ୍ୟ ଶେଷ ହୋଇ ଏହାର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଛି । ଚଳିତ ଇଦ୍‌ ଅବସରରେ ଏହି ଫିଲ୍ମଟି ରିଲିଜ୍‌ ହେବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ଫିଲ୍ମଟିର ଶୁଟିଂ ସରିପାରିନଥିଲା । ତେବେ ଦେଶରେ ସ୍ବାଭାବିକ ସ୍ଥିତି ହେବା ପରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇସାରିଛି । ତେବେ ଏହି ଫିଲ୍ମଟି ପରଦା ଉପରକୁ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଆକ୍ସନ ଡ୍ରାମାରେ ଭରପୂର ‘ରାଧେ’କୁ ନେଇ ତାଙ୍କ ଫ୍ୟାନ୍ସମାନେ ଅପେକ୍ଷା ଥିବାବେଳେ ସଲମାନ୍‌ ତାଙ୍କର ନୂତନ ଫିଲ୍ମର ଫାଷ୍ଟ ଲୁକ୍‌ ଦେଖାଇ ପ୍ରଶଂସକଙ୍କୁ ଜୋରଦାର୍‌ ସରପ୍ରାଇଜ୍‌ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ନିଜକୁ ଆଇସୋଲେଟ କଲେ ସଲମାନ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍ ଭାଇଜାନ୍‌ ସଲମାନ ଖାନ୍‌ ଏବେ ନିଜକୁ ଆଇସୋଲେଟ୍‌ କରିଛନ୍ତି ।  ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ 14ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ୍‌ ବିଗ୍‌ବସ୍‌ ସିଜିନ୍‌ 14ର ହୋଷ୍ଟିଂ କରୁଥିବାବେଳେ ଆଗାମୀ ଅଧ୍ୟାୟରେ ସଲମାନ୍‌ ନଜର ଆସିବେ ନାହିଁ ତାହା ଜଣାପଡିନାହିଁ ।

ନିକଟରେ ସଲମାନ୍‌ ଅପକମିଙ୍ଗ୍‌ ଫିଲ୍ମ ‘ରାଧେ’ ପାଇଁ ଶୁଟିଂ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ଦିଶା ପଟ୍ଟାନୀ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସୋନାଙ୍କ ପରେ ଆୟୁଷ ଓ ସାକିବ ସଲିମ୍‌ ବି ଛାଡିଲେ ଟୁଇଟର୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ପରେ ଏବେ ସାରା ଦେଶର ଜନତା ନ୍ୟାୟ ମାଗୁଛି । ସୁଶାନ୍ତଙ୍କ ଫ୍ୟାନ୍ସ ଓ ଅନ୍ୟ ଲୋକମାନେ ବଲିଉଡ୍‌ର ବଡ ଷ୍ଟାର୍‌ ଓ ପ୍ରଡକ୍ସନ ହାଉସ୍‌ ଓ ଡାଇରେକ୍ଟରଙ୍କ ସମେତ ଷ୍ଟାର୍‌ କିଡ୍‌ମାନଙ୍କୁ ସମାଲୋଚନା କରିବା ସହିତ ଟ୍ରୋଲ୍‌ ବି କରୁଛନ୍ତି ।

ଏବେ ଟୁଇଟ୍‌ରରେ ସର୍ବଦା ସୁଶାନ୍ତ ରାଜପୁତ୍‌ଙ୍କ ନାମରେ ହ୍ୟାଜ୍‌ଟ୍ୟାଗ୍‌ ଚାଲୁଛି । ପ୍ରାୟ ୟୁଜର୍ସମାନେ ସୁଶାନ୍ତଙ୍କ ମୃତ୍ୟୁର ନ୍ୟାୟ ଦାବି କରୁଛନ୍ତି । ଏଥିପାଇଁ ଅନ୍ୟ ବଡ ଷ୍ଟାର୍‌ ଓ ଷ୍ଟର୍‌ କିଡ୍‌ମାନଙ୍କୁ ବେଶ୍‌ ଟ୍ରୋଲ୍‌ ହେବାକୁ ପଡୁଛି । ସଲମାନ ଖାନ୍‌, କରଣ ଜୋହର୍‌, ଆଲିଆ ଭଟ୍ଟ ଓ ସୋନମ କପୁର୍‌ ସମେତ ବହୁ ଷ୍ଟାର୍‌ଙ୍କୁ ଟ୍ରୋଲ୍‌ କରାଯାଉଛି । ଏପରି ସମୟରେ ଟୁଇଟ୍‌ରେ ଜରିଆରେ ବ୍ୟାପୁଥିବା ନକାରାତ୍ମକ ବା ବିଲୋମତାର ଦୂରେଇ ରହିବା ପାଇଁ କିଛି ସେଲିବ୍ରିଟ୍‌ମାନେ ଚେଷ୍ଟା କରୁଛନ୍ତି । ଶନିବାର ଦିନ ସୋନାକ୍ଷୀ ସିହ୍ନା ଟୁଇଟ୍‌ର କୁ ଇନ୍‌କ୍ଟାଭିଭ୍‌ କରିବା ନେଇ ଘୋଷଣା କରିଥିଲେ । ସେହିପରି ସଲମାନଙ୍କ ଖାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ୍‌ ଶର୍ମା ଓ ଅଭିନେତା ସାକିବ ସଲିମ୍‌ ମଧ୍ୟ ଟୁଇଟ୍‌ରକୁ ଅଲ୍‌ବିଦା କରିଛନ୍ତି ।

ଆୟୁଷ ଶର୍ମା ନିଜ ଇନ୍‌ଷ୍‌ଟାଗ୍ରାମରେ ଟୁଇଟ୍‌ରରୁ ଅଲ୍‌ବିଦା କରିବା ସହ ଲେଖିଛନ୍ତି ଯେ, ମନୁଷ୍ୟ ଜାତିର ସଂଜ୍ଞା ନିରୂପଣ ପାଇଁ 280 ଶବ୍ଦ ବହୁତ କମ୍‌ ହୋଇ ପାରେ, କିନ୍ତୁ ଏହି 280 ଶବ୍ଦ ଭୁଲ୍‌ ଖବର, ହିଂସା, ଦ୍ବେଷ ତଥା ନକାରାତ୍ମକ ବ୍ୟାପିବାରେ ବେଶ୍‌ ସାହାଯ୍ୟ କରିଥାଏ । ଏପରି ନକାରତ୍ମକତାକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ଦେଖିବା ପାଇଁ ମୁଁ ଟୁଇଟ୍‌କୁ ଆସିନଥିଲି ବୋଲି କହିଛନ୍ତି ଆୟୁଷ୍‌ ।  ସେହିପରି ଅଭିନେତା ସାକିବ୍‌ ସଲିମ୍‌ ଟୁଇଟ୍‌ର ନାମରେ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସାକିବ ଲେଖିଛନ୍ତି ଯେ- ହାୟ ଟୁଇଟର୍‌, ଯେବେ ଆମେ ପ୍ରଥମ ଥର ସାକ୍ଷାତ କରିଥିବୁ, ସେତେବେଳେ ତୁମେ ବହୁତ୍‌ ସୁନ୍ଦର ଥିଲ । ତୁମ ପାଖରେ ଅନୁଭବକୁ ସେୟାର କରିବା ସହ ଭିନ୍ନ ଭିନ୍ନ କଥା ଜାଣିବା ସହ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଚିନ୍ତାଧାରା ଜାଣିବାର ଏକ ସୁନ୍ଦର ପ୍ଲାଟଫର୍ମ ତୁମେ ଥିଲ । କିନ୍ତୁ କିଛି ସମୟ ହେବ ତୁମେ କିଛି ଲୋକ ଅନ୍ୟକୁ ଘୃଣା କରିବାର ଜରିଆ ହୋଇଛ । ଏହି ପ୍ଲାଟଫର୍ମରେ ଆମେ ଅନ୍ୟ ଜଣକ ସହ ଯୋଡି ହୋଇଥାଏ । କିନ୍ତୁ ଏବେ ମୋର ଟୁଇଟର ସହ ସମ୍ପର୍କେ ଶେଷ । ଏହି ଦୁନିଆରେ ଆପଣ କିଛି ବି ହୋଇପାରିବେ ।

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ପରେ ଅଧିକ ଟ୍ରୋଲ୍‌ ହୋଇଥିବା ସଲମାନ୍‌ ଖାନ୍‌ ମଧ୍ୟ ଅନ୍ୟକୁ କଡା ଜବାବ ଦେଇଛନ୍ତି । ଶନିବାର ରାତିରେ ସଲମାନ୍‌ ଖାନ୍‌ ଟୁଇଟ୍‌ ଜରିଆରେ ଏପରି ଦୁଃଖଦ ସମୟରେ ସୁଶାନ୍ତଙ୍କ ପରିବାର ସହ ପ୍ରଶଂସକମାନେ ରହିବାକୁ ନିବେଦନ କରିଛନ୍ତି । ଖରାପ ଭାଷା ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ସଲମାନ୍‌ ।

Categories
ଆଜିର ଖବର ମନୋରଂଜନ ସିନେମା

ତେଲୁଗୁ ସୁପରଷ୍ଟାରଙ୍କ ସହିତ ସଲମାନ୍‌ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ଭେଙ୍କଟେଶ ଏବଂ ରାଣା ଦଗୁବତୀଙ୍କ ସହିତ ସଲ୍‌ମାନ ଖାନ୍‌ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହୋଇଛି । ଭେଙ୍କଟେଶଙ୍କ ଝିଅ ବାହାଘରର ଏହି ଡ୍ୟାନ୍ସ ଭିଡିଓକୁ କେହି ଜଣେ ୟୁଟ୍ୟୁବ୍‌ରେ ଛାଡିବା ପରେ ଭିଡିଓଟି ଭାଇରାଲ୍‌ ହୋଇଛି । ଭେଙ୍କଟେଶଙ୍କ ଝିଅ ବାହାଘରରେ ଏହି ଘଟଣା ଘଟିଥିଲା । ମାର୍ଚ୍ଚ 2019ରେ ଭେଙ୍କଟେଶଙ୍କ ଝିଅ ବାହାଘର ସମୟରେ ଜୟପୁରରେ ତିନି ଷ୍ଟାର ଏକତ୍ର ଡ୍ୟାନ୍ସ କରିଥିଲେ ।

ସଲ୍‌ମାନଙ୍କ ଫିଲ୍ମ କିକ୍‌ ର ଗୀତ ଜୁମ୍ମେ କି ରାତ୍‌ରେ ଏହି ଷ୍ଟାର ମାନେ ଏକତ୍ର ଡ୍ୟାନ୍ସ କରିଥିଲେ । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଭେଙ୍କଟେଶଙ୍କ ଝିଅ ଆଶ୍ରିତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମନ୍ଥା, ନାଗା ଚୈତନ୍ୟ, ରାମ ଚରଣ ଏବଂ ପ୍ରଭାସଙ୍କ ପରି କଳାକାର ମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ମନୋରଂଜନ ସିନେମା

ହୋଲିରେ ରିଲିଜ୍‌ ହେବ ରାଧେର ଟିଜର

ମୁମ୍ବାଇ : ସଲ୍‌ମାନ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣି ଥରେ ଇଦ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ର ଭାଇଜାନ୍‌ । ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେ- ଦ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ର ଟିଜର ରିଲିଜ୍‌ ହେବାକୁ ଯାଉଛି । ଆସନ୍ତା ହୋଲିରେ ଏହି ଫିଲ୍ମର ଟିଜର ରିଲିଜ୍‌ ହେବାକୁ ଯାଉଛି । ଓ୍ବାଣ୍ଟେଡ୍‌ ଏବଂ ଦବଙ୍ଗ-3 ପରେ ସଲ୍‌ମାନ ଏବଂ ପ୍ରଭୁ ଦେବାଙ୍କର ଏହା ତୃତୀୟ ଫିଲ୍ମ । ଫିଲ୍ମର ଅନ୍ତିମ ଚରଣର ସୁଟିଂ ବାକି ରହିଛି । ଫିଲ୍ମର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦିଶା ପଟାନୀ, ରଣଦୀପ ହୁଡା ଏବଂ ତେଲୁଗୁ ଅଭିନେତା ଭରତ ନଜର ଆସିବାକୁ ଯାଉଛନ୍ତି । ଇଦ୍‌ ଅବସରରେ ଏହି ଫିଲ୍ମଟି ମେ 22 ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବ ସହିତ ଏହି ଫିଲ୍ମଟି ମୁକାବିଲା କରିବ ।

Categories
ଆଜିର ଖବର ମନୋରଂଜନ ସିନେମା

ସାଇକେଲ୍‌ ମେକାନିକ୍‌ ପାଖରେ ଉଧାରରେ ଅଛନ୍ତି ସଲମନ୍‌

ମୁମ୍ବାଇ : ଏହି ସୁପରଷ୍ଟାରଜଣକ ଫିଲ୍ମ ଦୁନିଆରେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ନିଜ ଜୀବନଶୈଳୀକୁ ନେଇ। ସେହିପରି ତାଙ୍କର ବଦାନ୍ୟତା କାହାଣୀ ମଧ୍ୟ କମ୍‌ ନୁହେଁ, ବଲିଉଡ୍‌ର ହାଇଏଷ୍ଟ ପେଡ୍‌ ଅଭିନେତା ଜଣକ କିନ୍ତୁ ଉଧାରରେ ରହିଛନ୍ତି। ଆଜ୍ଞା ହଁ, ସଲମାନ୍‌ ଖାନ୍‌ ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ପାଖରୁ 1.25 ପଇସା ଉଧାରରେ ରହିଛନ୍ତି। ଏକଥା ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ନିଜେ କହିଛନ୍ତି। ଉମଙ୍ଗ୍‌ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ଜଣକ ନିଜ ପିଲାବେଳର କାହାଣୀ ସେୟାର କରି ଏକଥା କହିଛନ୍ତି। ବଲିଉଡ୍‌ ସୁପରଷ୍ଟାର୍‌ ନିକଟରେ ପିଲାବେଳର ଏକ ସୁନ୍ଦର ମଜାଦାର କଥାକୁ ମନେ ପକାଇ କହିଛନ୍ତି ଯେ, ସେ ଜଣେ ସାଇକେଲ୍‌ ମେକାନିକ୍‌କୁ 1.25 ପଇସା ଦେବାକୁ ଭୁଲିଯାଇଥିଲେ। ସୁପରଷ୍ଟାର୍‌ ଜଣକ ଉମଙ୍ଗ୍‌ର ଏକ ଇଭେଣ୍ଟରେ ଯୋଗଦେଇ ହାସ୍ୟକଳାକାର କପିଲ୍‌ ଶର୍ମାଙ୍କୁ ଏହି ସମ୍ପର୍କରେ କହିଥିଲେ।

ତେବେ ମେକାନିକ୍‌ଙ୍କର 1.25 ପଇସା ଉଧାର ରହିଛି ବୋଲି ସେ ନିକଟରେ ଜାଣିବାକୁ ପାଇଛନ୍ତି। ନିକଟରେ ସେ ତାଙ୍କର ସାଇକେଲ୍‌କୁ ନେଇ ସଜାଡିବାକୁ ଯାଇଥିଲେ। ସେ  ସର୍ଟସ୍‌ ଓ ସାର୍ଟ ପିନ୍ଧି ସାଇକେଲ୍‌ ଚଲାଉଥିବାବେଳେ ପାଖରେ କିଛି ପଇସା ନଥିଲା। ତେଣୁ ସେ ସାଇକେଲ୍‌ ମେକାନିକ୍‌ଙ୍କୁ କହିଥିଲି ଯେ, ଆପଣ ଏହି ସାଇକେଲ୍‌ଟିକୁ ଠିକ୍‌ କରି ଦିଅନ୍ତୁ ମୁଁ ଆସିକି ପଇସା ଦେଉଛି। ସେତେବେଳେ ସେହି ମେକାନିକ୍‌ ଜଣକ କହିଲେ ଯେ, ‘ତୁମେ ପିଲାବେଳେ ବି ଏମିତି କରୁଥିଲା। ତୁମେ ଆଗରୁ ଥରେ ସାଇକେଲ୍‌ ଠିକ୍‌ କରି ପଇସା ଦେଇନଥିଲେ । ତୁମର ଆଜି ବି 1.25ଟଙ୍କା ଉଧାର ରହିଛି।’ ଏହା ଶୁଣି ମୋତେ ବହୁତ ଖରାପ ଲାଗିଥିଲା ବୋଲି କହିଛନ୍ତି ସଲ୍ଲୁ।

ଦବଙ୍ଗ୍‌ ଷ୍ଟାର୍‌ ସଲମନ୍‌ କହିଛନ୍ତି ଯେ, ସେ ଏବେ ମେକାନିକ୍‌ଙ୍କୁ ପଇସା ଫେରାଇବାକୁ ଚାହିଁଥିଲେ, କିନ୍ତୁ ସେ ପଇସା ନେବାକୁ ମନା କରିଥିଲେ। ଏହି ଅବସରର ସଲମନ୍‌ ପିଲାବେଳେ କେମିତି ପଇସା ବଞ୍ଚାଇବା ପାଇଁ ସ୍କୁଟରରେ ଅଧା କିରୋସିନି ଓ ଅଧା ପଟ୍ରୋଲ୍‌ ବ୍ୟବହାର କରୁଥିଲେ ବୋଲି ସେ କହିଥିଲେ। (ଏଜେନ୍ସି)

Categories
ଆଜିର ଖବର

ଡ୍ୟାନ୍ସ ରିଅଲିଟି ଶୋ’ର ପ୍ରଯୋଜନା କରିବେ ସଲମାନ୍‌ ଖାନ୍‌

କପିଲ୍‌ ଶର୍ମା ଶୋ’ର ପ୍ରଯୋଜନା କରିବା ପରେ ଏବେ ଭାଇଜାନ୍‌ ନୃତ୍ୟଭିତ୍ତିକ ରିଅଲିଟି ଶୋ’ କରିବାକୁ ଯୋଜନା ରଖିଛନ୍ତି ବୋଲି ସୂଚନା ରହିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ସଲମାନ୍‌ ଖାନ୍‌ ସେଲି୍ବ୍ରିଟି କପଲ୍‌ଙ୍କ ଡ୍ୟାନ୍ସ ଶୋ’ ‘ନଚ୍‌ ବଲିୟେ’କୁ ପ୍ରଯୋଜନା କରିବେ। ସଲମାନ୍‌ ଏହି ଶୋ’ର ପ୍ରମୋକୁ ସୁଟ୍‌ କରି ସାରିଥିବାବେଳେ ଏହି ଶୋ’ରେ ଜେନିଫର୍‌ ଓ୍ବିଙ୍ଗେଟ୍‌ ଓ ସୁନୀଲ୍‌ ଗ୍ରୋଭର୍‌ ହୋଷ୍ଟ କରିବେ ବୋଲି ସୂଚନା ରହିଛି। ଏହି ସିଜିନ୍‌ରେ ଅନୀତା ହସ୍‌ନନ୍ଦାନୀ ଓ ତାଙ୍କ ପତି ରୋହିତ୍‌, ଦୃଷ୍ଟି ଧାମୀ – ନିରଜା ଖେମକା ଓ ରୁବିନା ଦିଲାୟକ୍‌ ଓ ଅଭିନବ ଶୁକ୍ଳା ପ୍ରମୁଖ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି। ଶାହିଦ୍‌ କପୁର୍‌ ଓ ମୀରା ରାଜପୁତ୍‌ ଏହି ଶୋ’ରେ ବିଚାରକ ଭାବେ ଦେଖାଯିବେ ବୋଲି ସୂଚନା ରହିଥିଲେ ମଧ୍ୟ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ। ତେବେ ଏହି ଶୋ’ର ବିଚାରକ ଭାବେ ରବିନ ଟଣ୍ଡନ୍‌ ନଜର ଆସିବେ ବୋଲି ସୂଚନା ରହିଛି।

Categories
ଆଜିର ଖବର

ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ସଲ୍ଲୁଙ୍କ ‘ଭାରତ’

ଇଦ୍‌ ଅବସରରେ ମୁକ୍ତିଲାଭ କରିଛି ସଲମାନ୍‌- କ୍ୟାଟ୍ରିନା ଷ୍ଟାରର୍‌ ‘ଭାରତ’। ଭାଇଜାନ୍‌ଙ୍କ ଫିଲ୍ମକୁ ନେଇ ବଲିଉଡ୍‌ରେ ଗୋଟେ ଅଲଗା ପ୍ରକାରର କ୍ରେଜ୍‌ ରହିଥାଏ। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ କ୍ୟାଟ୍ରିନାଙ୍କ ଦେଶୀ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ସଲ୍ଲୁ-କ୍ୟାଟ୍‌ଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ସୁନୀଲ ଗ୍ରୋଭର୍‌, ତବୁ, ଜ୍ୟାକିଶ୍ରଫ୍ ପ୍ରମୁଖଙ୍କ ଅଭିନୟ ମଧ୍ୟ ବେଶ୍‌ ଭଲ ରହିଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଉର୍ଦ୍ଧ୍ବ ଆୟ କରିଥିବାବେଳେ ଫିଲ୍ମକୁ ନେଇ ଫିଲ୍ମ ସମୀକ୍ଷକଙ୍କ ରିଭ୍ୟୁ ମଧ୍ୟ ବେଶ୍‌ ଭଲ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଅଲ୍ଲୀ ଓ ସଲ୍ଲମାନ୍‌ଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବାବେଳେ ଅନ୍ୟ ଦୁଇଗୋଟି ଫିଲ୍ମ ‘ସୁଲତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’କୁ ବକ୍ସ ଅଫିସର ଅପୂର୍ବ ସଫଳତା ମିଳିଥିବାବେଳେ ‘ଭାରତ’ର ଦୁଇଦିନର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ତେବେ ପ୍ରଥମ ଦିନର ଓପନିଂକୁ ନେଇ ସଲମାନ୍‌ ତାଙ୍କ ନିଜ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍‌ କରିଛନ୍ତି। ତେବେ ଦେଖାଯାଉ ଆଗାମୀ ଦିନରେ ‘ଭାରତ’ ବକ୍ସ ଅଫିସ୍‌ରେ କେତେ ବ୍ୟବସାୟ କରୁଛି।

Categories
ଆଜିର ଖବର

ପରଦାକୁ ଆସିଲା ଭାଇଜାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’

ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଆଜି ଇଦ୍‌ ଅବସରରେ ମୁକ୍ତିଲାଭ କରିଛି। ସାଉଥ୍‌ କୋରିଆନ୍‌ର ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ଅଡ୍‌ ଟୁ ମାଇ ଫାଦର୍‌’ର ରିମେକ୍‌ ହେଉଛି ‘ଭାରତ’। ଅଲ୍ଲୀ ଆବାସ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ ଖାନ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନି, ସୁନୀଲ ଗ୍ରୋଭର୍‌, ନୋରା ଫତେହୀ ପ୍ରମୁଖ ଅଭିନୟ କରିଛନ୍ତି।  ପାଖାପାଖି ୪୦୦୦ ସିନେମା ଘରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବା ସହିତ ଏହି ଫିଲ୍ମରେ ସଲ୍ଲୁଙ୍କର ଭିନ୍ନ ଭିନ୍ନ ଲୁକ୍‌ ମଧ୍ୟ ରହିଛି। ଇଦ୍‌ ଅବସରରେ ସଲମାନଙ୍କ ଏହି ନୂଆ ଭେଟିକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ରହିଛି ।

Categories
ଆଜିର ଖବର

କୃଷ୍ଣସାର ମୃଗ ହତ୍ୟା ମାମଲା : ସୈଫ୍‌, ସୋନାଲିଙ୍କ ସମେତ ୫ ଜଣଙ୍କୁ ହାଇକୋର୍ଟ ନୋଟିସ୍‌

କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍‌ ଜାରି କରିଛି। କୋର୍ଟ ସୈଫ୍‌ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରୁ ଛାଡ ପାଇବା ପାଇଁ ଏହି ୫ ଜଣ ଆବେଦନ କରିବା ଯୋଗୁଁ କୋର୍ଟ ପକ୍ଷରୁ ଏହି ନୂତନ ନୋଟିସ୍‌ ପଠାଯାଇଛି। ‘ହମ୍‌ ସାଥ୍‌ ସାଥ୍‌ ହୈ’ ସେଟ୍‌ରେ ହୋଇଥିବା ଏହି ଘଟଣାରୁ ମୁକ୍ତ ହେବା ପାଇଁ ଆବେଦନକୁ ବିରୋଧ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ପରେ କୋର୍ଟ ଏହି ନୋଟିସ୍‌ ଜାରି କରିଥିଲେ। ଏହି ପାଞ୍ଚ ଜଣଙ୍କୁ ଦୁଇ ମାସ ପରେ ହେବାକୁ ଥିବା ଶୁଣାଣିରେ ଯୋଗ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି। ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି।

Categories
ଆଜିର ଖବର

ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ’ଭାରତ’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍‌ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍‌ଗ୍ରାଉଣ୍ଡରେ ଭାଇଜାନ୍‌ଙ୍କ ଭଏସ୍‌ରେ ଫିଲ୍ମର ଷ୍ଟୋରୀ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଏହି ଟ୍ରେଲ୍‌ରରେ ସଲମାନ୍‌ଙ୍କୁ ପ୍ରଥମେ ମିଡିଲ୍‌ କ୍ଲାସ୍‌ର ଜଣେ ମଧ୍ୟବୟସ୍କ ଭାବେ ଦେଖିବାକୁ ମିଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନୀକୁ ଦେଖାଯାଇଛି। ଏହି ଫିଲ୍ମରେ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ସଂଳାପ ଦେଖାଯାଇଛି। ପ୍ରଥମରୁ ସଲମାନ୍‌ଙ୍କୁ ଷ୍ଟଣ୍ଟମ୍ୟାନ୍‌ ରୂପେ ଉଭା ହୋଇଥିବାବେଳେ ତାଙ୍କୁ ନୌସେନା ଅଧିକାରୀ ରୂପେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତ ନାମକୁ ନେଇ ସଲମନ୍‌ଙ୍କ ଜବଦରସ୍ତ ସଂଳାପ ରହିଛି ଭାରତ ନାମକୁ ନେଇ। ଭାରତ ଦେଶକୁ ଭଲ ପାଉଥିବାରୁ ତାଙ୍କ ପିତା ତାଙ୍କ ନାମ ଭାରତ ରଖିଥିଲେ। ଏତେ ବଡ଼ ନାମ ଆଗରେ ପଛରେ ସରନେମ୍‌ ଲଗାଇ ତାକୁ ଛୋଟ କରିବାକୁ ଚାହିଁନଥିବାର କହିଛନ୍ତି ସଲ୍ଲୁ। ଫିଲ୍ମର ସଲ୍ଲୁଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଟ୍ରେଲର୍‌ରେ ଜ୍ୟାକିଶ୍ରଫ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନୀ, ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଦେଖିବାକୁ ମିଳିଛନ୍ତି। ଅଲ୍ଲୀ ଆବାସ୍‌ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ସଲମାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀ। ଫିଲ୍ମଟି ଇଦ୍‌ ଅବସରରେ ଜୁନ୍‌ ୫ ତାରିଖରେ ମୁକ୍ତିଲାଭ କରିବ। ପ୍ରତ୍ୟେକ ବର୍ଷ ଇଦ୍‌ ଅବସରରେ ଭାଇଜାନ୍‌ ତାଙ୍କ ଫ୍ୟାନ୍‌ମାନଙ୍କୁ ଫିଲ୍ମ ଜରିଆରେ ସ୍ବତନ୍ତ୍ର ଭେଟି ଦେଇଥା’ନ୍ତି। ତେବେ ୨୦୧୮ର ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ‘ରେସ୍‌୩‘ ଦର୍ଶକଙ୍କ ଦ୍ବାରା ଏତେ ଆଦୃତ ହୋଇପାରିନଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଆଶାବାଦୀ ରହିଛନ୍ତି। ତେବେ ଲଗାତାର୍‌ ହିଟ୍‌ ଦେଇଥିବା ଆକ୍ଟର – ଡିରେକ୍ଟର ଯୋଡ଼ି ସଲମାନ୍‌ – ଅଲ୍ଲୀ ଆବାସ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି।

Categories
ଆଜିର ଖବର

‘ଭାରତ’ର ପୋଷ୍ଟରକୁ ସେୟାର୍‌ କଲେ ଭାଇଜାନ୍‌

ବଲିଉଡ୍‌ ସୁଲ୍‌ତାନ୍‌ ସଲମନ୍‌ ଖାନ୍‌ଙ୍କ ରିଲିଜ୍‌ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଏବେ ବେଶ୍‌ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ‘ଭାରତ’ ଫିଲ୍ମର ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ରିଲିଜ୍‌ ହୋଇଥିବା ଏହି ପୋଷ୍ଟର୍‌ରେ ସଲମାନ୍‌ଙ୍କ ଲୁକ୍‌ ବେଶ୍‌ ଶାନ୍‌ଦାର ରହିଛି। ଏହି ପୋଷ୍ଟରରେ ସଲମାନ୍‌ ଧଳା ଚୁଟି ସହ ଦାଢିରେ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏହି ଫିଲ୍ମର ଏକ ଡାଇଲଗ୍‌ ମଧ୍ୟ ରହିଛି – ‘ମୋ’ ମୁଣ୍ଡ ଓ ଦାଢିରେ ଯେତିକି ଧଳା ବାଳ ଅଛି, ତା’ଠାରୁ ଅଧିକ ମୋ ଜୀବନ ରଙ୍ଗୀନ୍‌ ରହିଛି।’ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ସଲ୍‌ମନ୍‌ ଖାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀଙ୍କ ପ୍ରଯୋଜିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌, ତବୁ, ଦିଶା ପଟ୍ଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। କୋରିଆନ୍‌ ମୁଭି ‘ଦ ଅଡ୍‌ ଟୁ ମାଇ ଫାଦର୍‌’ର ଆଧାରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଫିଲ୍ମଟି ଜୁନ୍‌ ୫ ତାରିଖ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।

Categories
ଆଜିର ଖବର

ଭାଇଜାନ୍‌ଙ୍କ ନୂଆ ଗୀତ ‘ଦିଲ୍‌ ଫିର୍‌ ଭି ଚୁପ୍‌କେ ସେ ପୁଛ ରହା .….’

ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନ୍‌ ନିଜ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍‌’ ପାଇଁ ଏକ ଗୀତ ଗାଇଛନ୍ତି । ଏହି ଫିଲ୍ମ ଜରିଆରେ ଜହୀର୍‌ ଇକବାଲ୍‌ ଓ ପ୍ରନୁତନ ବେହେଲ୍‌ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ପୂର୍ବରୁ ଏହି ଗୀତ ପାଇଁ ପାକିସ୍ତାନୀ ଗାୟକ ଅତିଫ୍‌ ଅସଲମ୍‌ଙ୍କୁ ନିଆଯାଇଥିଲା । ତେବେ ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ବାସନ୍ଦ କରାଯିବା ପରେ ସଲମନ୍‌ ଅତିଫ୍‌ଙ୍କୁ ଏହି ଫିଲ୍ମରୁ ବାଦ୍ ଦେଇଛନ୍ତି । ସଲମନ୍‌ ପୂର୍ବରୁ ଆଥିୟା ଓ ସୁରଜଙ୍କ ଅଭିନୀତ ଫିଲ୍ମ ‘ ହିରୋ ’ରେ ମେ ହୁଁ ତେରା ହିରୋ’ର ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହା ପରେ ପରେ ସୁଲତାନ୍‌ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ ଭାଇଜାନ୍‌ ‘ନୋଟବୁକ୍‌’ ଫିଲ୍ମରେ ଗୀତ ଗାଇବା ସହିତ ଏହାର ଭିଡ଼ିଓରେ ମଧ୍ୟ ନଜର ଆସିବ ।  ଏହି ଫିଲ୍ମରେ ‘ଦିଲ୍‌ ଫିର୍‌ ଭି ଚୁପ୍‌କେ ସେ ପୁଛ ରହା ତୁମସେ ତୁମ ମୁଝ୍‌ସେ ଏ… ପ୍ୟାର କରୋଗୀ କ୍ୟା ’ ଗୀତଟି ଗାଇଛନ୍ତି । ୨୫ ସେକେଣ୍ଡର ଏହି ଗୀତର ପ୍ରଥମ ଧାଡ଼ି ସହ ତାଙ୍କର ଏକ ଭିଡ଼ିଓକୁ ସୋସିଆଲ୍‌ ସାଇଟ୍‌ରେ ସେୟାର କରି ଏହି ଗୀତ ରିଲିଜ୍‌ ହେବାର ସୂଚନା ଦେବା ସହ ପୂରା ଗୀତ ଓ ଭିଡିଓ ଆସନ୍ତା ଦୁଇଦିନ ଭିତରେ ରିଲିଜ୍‌ ହେବ ବୋଲି ସଲମାନ୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ନୂଆ ଅନ୍ଦାଜ ଓ ନୂଆ କାହାଣୀ ସହ ‘ନୋଟବୁକ୍‌’ ଫିଲ୍ମଟି ମାର୍ଚ୍ଚ ୨୯ରେ ପରଦା ଉପରକୁ ଆସିବ ।

Categories
ଆଜିର ଖବର

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସଡ଼ର ହେବେ ସଲମାନ ଖାନ୍‌

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ କେବଳ ଫିଲ୍ମ ପାଇଁ ନୁହେଁ, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ନୂଆ ନୂଆ ଚେହେରାକୁ ବଲିଉଡ୍‌ରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି । ଏବେ ଭାଇଜାନ୍‌ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର ରହିଛି । ସଲମାନ୍‌ ଖାନ୍‌ ମଧ୍ୟପ୍ରଦେଶର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ହେବେ ବୋଲି ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଏହି ବିଷୟରେ ସୂଚନା ଦେଇଛନ୍ତି ।  ଭାଇଜାନ୍‌ଙ୍କ ପରି ଜଣେ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟପ୍ରଦେଶ ସହିତ ଜଡିତ ରହିଲେ, ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । ସଲ୍‌ମାନ୍‌ଙ୍କ ପରିବାର ଇନ୍ଦୋର ସହର ସହ ଜଡିତ। ତାଙ୍କ ପୈତୃକ ଘର ଇନ୍ଦୋରରେ ଥିବା ବେଳେ ସେଠାରେ ସଲ୍‌ମାନ୍‌ ଜନ୍ମ ଗ୍ରହଣ କରିଛନ୍ତି। ଚଳିତ ଇଦ୍‌ରେ ସଲମାନ୍‌ଙ୍କ ବହୁତ ପ୍ରତିକ୍ଷୀତ ଫିଲ୍ମ ‘ଭାରତ୍‌’ ରିଲିଜ୍‌ ହେବାକୁ ରହିଛି ।

Categories
ଆଜିର ଖବର

ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ ହେଉ : ସଲମନ୍‌ ଖୁର୍ଶିଦ୍‌

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମନ୍‌ ଖୁର୍ଶିଦ୍‌ ଭାରତର ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଆତଙ୍କବାଦୀ ବିରୁଦ୍ଧରେ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି କରିବା ଦ୍ବାରା ସାରା ବିଶ୍ବରେ ଭାରତର ଏକ ନାକାରାତ୍ମକ ଛବି ଦୃଶ୍ୟ ହେଉଛି  । ଏହାଦ୍ବାରା ଆମର ଶତ୍ରୁମାନେ ଆମ ଭିତରେ ଏକତା ନଥିବାର ପ୍ରମାଣ ପାଉଛନ୍ତି ।  ତେବେ ସରକାର ଲୋକ ତଥା ବିରୋଧୀଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେବା ଦରକାର । ଲୋକତନ୍ତ୍ରରେ ସରକାର ଲୋକଙ୍କୁ ଜବାବ ଦେବା ଏବଂ ସନ୍ଦେହ ମୁକ୍ତ କରିବା ଉଚିତ୍‌ ।  କିନ୍ତୁ ସରକାର ଏହି ବିବାଦର ସ୍ପଷ୍ଟୀକରଣ ନ ଦେଇ ରାଜନୀତିକ କରିବା ବେଶ୍‌ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ରାଷ୍ଟ୍ର ହିତ ପାଇଁ ବଳିଦାନ ଦେଇଛି । ଦେଶ ପାଇଁ ଏହା ସବୁବେଳେ ଭଲ ହିଁ କରିବ ।

Categories
ଆଜିର ଖବର

ସଲମନ୍‌ଙ୍କ ହିରୋଇନ୍‌ କିଏ ହେବ ? ଚର୍ଚ୍ଚାରେ ଐଶ୍ବର୍ଯ୍ୟା !

ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ଖାନ୍‌ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌-୨’ ହେବ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ରୋମାଣ୍ଟିକ୍‌ ଫିଲ୍ମର ମୁଖ୍ୟ ନାୟିକା କିଏ ହେବ ତାକୁ ଚାଲିଛି ଚର୍ଚ୍ଚା । ଏହି ପ୍ରୋଜେକ୍ଟରେ ସଲମାନ ନିଜ ବିପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ନେବାକୁ ଚାହୁଁଥିବାବେଳେ ଭଂଶାଲୀ ଏଥିରେ ସହମତ ନୁହଁନ୍ତି। ସେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍‌ଙ୍କୁ ନେବାକୁ ଚାହୁଁଛନ୍ତି। ଶୁଣଇବାକୁ ମିଳିଛି ଯେ, ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ କୁଆାଡ଼େ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜି କରେଇବାକୁ ପ୍ରୟାସ କରୁଛନ୍ତି। ଏହି ରୋଲ୍‌ ପାଇଁ ପୂର୍ବରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, ଜାହ୍ନବୀ କପୁରଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଇଛି, ହେଲେ ସଲମାନଙ୍କ ସହ ଏମାନଙ୍କ ଯୋଡ଼ି ଭଂଶାଲୀଙ୍କୁ ପସନ୍ଦ ଆସୁନାହିଁ । ଅନ୍ୟପଟେ ଫିଲ୍ମରେ ସଲମାନଙ୍କ ସହ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିପାରନ୍ତି। ଲୋକପ୍ରିୟ ଚ୍ୟାଟ୍‌ ସୋ ‘କଫି ୱିଥ୍ କରନ୍‌ରେ-୬’ରେ ଅଭିନେତ୍ରୀ ଜଣକ କହିଥିଲେ ଯେ ତାଙ୍କର କୌଣସି ଏକ ପ୍ରୋଜେକ୍ଟକୁ ନେଇ ଭଂଶାଲୀଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି କହିଥିଲେ ।  ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ସଲ୍ଲୁଙ୍କ ବିପକ୍ଷରେ ହିରୋଇନ୍‌ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ । ତେବେ ସଞ୍ଜୟ କ’ଣ ଐଶ୍ୱର୍ଯ୍ୟାଙ୍କୁ ସଲମାନ୍‌ଙ୍କ ସହ କାମ କରିବାକୁ ରାଜି କରାଇପାରିବେ, ନା ସଲ୍ଲୁ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡକୁ ନେବେ ଏହି ଫିଲ୍ମରେ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଫିଲ୍ମର କାଷ୍ଟିଂ ହୋଇସାରିଲା ପରେ ହିଁ ଜଣାପଡ଼ିବ । ତେବେ ଫିଲ୍ମଟିକୁ ସଞ୍ଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ମିଳିତ ଭାବେ ପ୍ରଯୋଜନା କରିବେ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ। ‘ହମ୍‌ ଦିଲ୍‌ ଦେ ଚୁକେ ସନ୍‌ମ୍‌’ ୧୯୯୯ ମସିହାରେ ପରଦାକୁ ଆସିଥିଲା । ଏହି ଫିଲ୍ମରେ ସଲମନ୍ ଖାନ୍‌, ଐଶ୍ବର୍ଯ୍ୟା ରାୟ ଓ ଅଜୟ ଦେବଗନ୍‌ ପ୍ରମୁଖ ଅଭିନୟ କରିଥିଲେ ।