ସବ୍‌ଜି ମଣ୍ଡିରେ ଦବଙ୍ଗ ଖାନ୍‌ ସଲମାନ୍‌

Published: Dec 10, 2020, 11:05 am IST

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ତାଙ୍କ ପ୍ରଶଂସକଙ୍କୁ ସର୍ବଦା ସରପ୍ରାଇଜ୍‌ ଦେଇଥା’ନ୍ତି । ସଲମାନ୍‌ଙ୍କ ନୂଆ ଲୁକ୍‌ ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ସରପ୍ରାଇଜ୍‌ କରିଛି । ସଲ୍ଲୁ ଏବେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ୍‌ ଏବେ ଜଣେ ପଞ୍ଜାବୀ ପୋଲିସ୍‌ ଭୂମିକାରେ ଦେଖାଯାଇଛନ୍ତି । ସଲମାନ୍‌ ତାଙ୍କର ନୂଆ ଫିଲ୍ମ ‘ଅନ୍ତିମ୍‌ ଦ ଟ୍ରୁଥ୍‌’ରେ ଜଣେ ପଞ୍ଜାବୀ ପୋଲିଦ୍‌ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ସଲମାନ୍‌ଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି ସଲମାନ୍‌ଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । କଳା ପଗଡି ଓ ଖାଲ୍‌ସା ଲକେଟ୍‌ରେ ସଲମାନ୍‌ ତାଙ୍କ ଦବଙ୍ଗ୍‌ ଷ୍ଟାଇଲ୍‌ରେ ଏକ ସବ୍‌ଜି ମଣ୍ଡିରେ ଚାଲୁଥିବାର ଦେଖାଯାଇଛି ।  ଏହି ଫିଲ୍ମର ଶୁଟିଂ ନଭେମ୍ବର 16 ତାରିଖରୁ ପୁନେଠାରେ ଆରମ୍ଭ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ମହେଶ ମଞ୍ଜେରକର୍‌ ଦେଉଥିବାବେଳେ ଏହି ଫିଲ୍ମଟି ମରାଠୀ ଫିଲ୍ମ ‘ମୁଲସୀ ପେଟର୍ଣ୍ଣ’ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି ।

https://www.instagram.com/p/CIlKF7PFbwv/?utm_source=ig_web_copy_link

ଅପରପକ୍ଷରେ ସଲମାନ୍‌ଙ୍କ ଅଭିନୀତ ତଥା ବହୁ ପ୍ରୀତିକ୍ଷିତ ଫିଲ୍ମ ’ରାଧେ’ର ଶୁଟିଂ ମଧ୍ୟ ଶେଷ ହୋଇ ଏହାର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଛି । ଚଳିତ ଇଦ୍‌ ଅବସରରେ ଏହି ଫିଲ୍ମଟି ରିଲିଜ୍‌ ହେବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ଫିଲ୍ମଟିର ଶୁଟିଂ ସରିପାରିନଥିଲା । ତେବେ ଦେଶରେ ସ୍ବାଭାବିକ ସ୍ଥିତି ହେବା ପରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇସାରିଛି । ତେବେ ଏହି ଫିଲ୍ମଟି ପରଦା ଉପରକୁ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଆକ୍ସନ ଡ୍ରାମାରେ ଭରପୂର ‘ରାଧେ’କୁ ନେଇ ତାଙ୍କ ଫ୍ୟାନ୍ସମାନେ ଅପେକ୍ଷା ଥିବାବେଳେ ସଲମାନ୍‌ ତାଙ୍କର ନୂତନ ଫିଲ୍ମର ଫାଷ୍ଟ ଲୁକ୍‌ ଦେଖାଇ ପ୍ରଶଂସକଙ୍କୁ ଜୋରଦାର୍‌ ସରପ୍ରାଇଜ୍‌ ଦେଇଛନ୍ତି । (ଏଜେନ୍ସି)

Related posts