ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ସଲ୍ଲୁଙ୍କ ‘ଭାରତ’

Published: Jun 6, 2019, 2:54 pm IST

ଇଦ୍‌ ଅବସରରେ ମୁକ୍ତିଲାଭ କରିଛି ସଲମାନ୍‌- କ୍ୟାଟ୍ରିନା ଷ୍ଟାରର୍‌ ‘ଭାରତ’। ଭାଇଜାନ୍‌ଙ୍କ ଫିଲ୍ମକୁ ନେଇ ବଲିଉଡ୍‌ରେ ଗୋଟେ ଅଲଗା ପ୍ରକାରର କ୍ରେଜ୍‌ ରହିଥାଏ। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ କ୍ୟାଟ୍ରିନାଙ୍କ ଦେଶୀ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ସଲ୍ଲୁ-କ୍ୟାଟ୍‌ଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ସୁନୀଲ ଗ୍ରୋଭର୍‌, ତବୁ, ଜ୍ୟାକିଶ୍ରଫ୍ ପ୍ରମୁଖଙ୍କ ଅଭିନୟ ମଧ୍ୟ ବେଶ୍‌ ଭଲ ରହିଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଉର୍ଦ୍ଧ୍ବ ଆୟ କରିଥିବାବେଳେ ଫିଲ୍ମକୁ ନେଇ ଫିଲ୍ମ ସମୀକ୍ଷକଙ୍କ ରିଭ୍ୟୁ ମଧ୍ୟ ବେଶ୍‌ ଭଲ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଅଲ୍ଲୀ ଓ ସଲ୍ଲମାନ୍‌ଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବାବେଳେ ଅନ୍ୟ ଦୁଇଗୋଟି ଫିଲ୍ମ ‘ସୁଲତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’କୁ ବକ୍ସ ଅଫିସର ଅପୂର୍ବ ସଫଳତା ମିଳିଥିବାବେଳେ ‘ଭାରତ’ର ଦୁଇଦିନର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ତେବେ ପ୍ରଥମ ଦିନର ଓପନିଂକୁ ନେଇ ସଲମାନ୍‌ ତାଙ୍କ ନିଜ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍‌ କରିଛନ୍ତି। ତେବେ ଦେଖାଯାଉ ଆଗାମୀ ଦିନରେ ‘ଭାରତ’ ବକ୍ସ ଅଫିସ୍‌ରେ କେତେ ବ୍ୟବସାୟ କରୁଛି।

Related posts