Categories
ଆଜିର ଖବର ଜାତୀୟ ଖବର

ଭାରତ ଗସ୍ତର ଭିଡିଓ ସେୟାର କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟ , ଯେଉଁଥିରେ ମାକ୍ରୋନ୍ ତାଙ୍କର ନିକଟରେ ଭାରତ ଗସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି,, ତାହା ଉପରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ସେ ନିକଟରେ ଭାରତ ଗସ୍ତ କରିଥିବାର ଝଲକ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ;

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌, ଆପଣଙ୍କୁ ଭାରତରେ ସମ୍ମାନିତ କରିବା ଏକ ଗୌରବର ବିଷୟ । ଆପଣଙ୍କ ଗସ୍ତ ଏବଂ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ ନିଶ୍ଚିତ ଭାବରେ ଭାରତ – ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତାକୁ ବଢ଼ାଇବ।

Categories
ଆଜିର ଖବର ଜାତୀୟ ଖବର

ଗୁଗୁଲ୍ ମ୍ୟାପ୍ସରେ ବଦଳିଲା ଦେଶର ନାମ, ‘ଭାରତ’ ସର୍ଚ୍ଚ କଲେ ଦେଖାଯାଉଛି ତ୍ରିରଙ୍ଗା

ନୂଆଦିଲ୍ଲୀ: ନିକଟରେ ଦେଶର ନାମ ଇଣ୍ଡିଆରୁ ‘ଭାରତ’ ରେ ପରିବର୍ତ୍ତନ କରିବାକୁ ସରକାର ସଂକେତ ଦେଇଛନ୍ତି। ଏହାକୁ ନେଇ ବହୁ ରାଜନୀତି ଆରମ୍ଭ ହୋଇଛି। ଯଦିବା ଦେଶର ଇଂରାଜୀ ନାମ ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ଗୁଗୁଲ୍ ମ୍ୟାପ୍ ନିଶ୍ଚିତ ଭାବରେ ନୂତନ ନାମ ଗ୍ରହଣ କରିଛି। ବାସ୍ତବରେ ଏହାର କାରଣ ହେଉଛି ଯଦି ଆପଣ ଗୁଗୁଲ୍ ମ୍ୟାପ୍ ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ‘ଦକ୍ଷିଣ ଏସିଆର ଏକ ଦେଶ’ ସହିତ ଏକ ତ୍ରିରଙ୍ଗା ପତାକା ଦେଖିବେ।

ଆପଣଙ୍କର ଗୁଗୁଲ୍ ମାନଚିତ୍ରର ଭାଷା ହିନ୍ଦୀ କିମ୍ବା ଇଂରାଜୀ କି ନୁହେଁ ଏଥିରେ କିଛି ଫରକ ପଡ଼ିବ ନାହିଁ। ଯଦି ଆପଣ ଭାରତକୁ ହିନ୍ଦୀ କିମ୍ବା ଇଂରାଜୀରେ ଲେଖନ୍ତି, ତେବେ ଗୁଗୁଲ ଆପଣଙ୍କୁ କେବଳ ଇଣ୍ଡିଆ ଦେଖାଇବ। ଗୁଗୁଲ୍ ମ୍ୟାପ୍ ଉଭୟ ଇଣ୍ଡିଆ ଏବଂ ଭାରତକୁ ‘ଦକ୍ଷିଣ ଏସିଆର ଏକ ଦେଶ’ ଭାବରେ ସ୍ୱୀକୃତି ଦେଇଛି। ତେଣୁ, ଯଦି ଉପଭୋକ୍ତାମାନେ ଗୁଗୁଲ୍ ମାନଚିତ୍ରରେ ଭାରତର ଅଫିସିଆଲ୍ ମାନଚିତ୍ର ଦେଖିବାକୁ ଚାହାଁନ୍ତି, ତେବେ ସେମାନେ ଇଂରାଜୀ ମାନଚିତ୍ର କିମ୍ବା ହିନ୍ଦୀରେ ଗୁଗୁଲ୍ ମ୍ୟାପରେ ଭାରତ କିମ୍ବା ଇଣ୍ଡିଆ ଲେଖି ଏହା କରିପାରିବେ।

ଏହି ସିଷ୍ଟମ୍ କିପରି କାମ କରୁଛି?:

ଯଦି ଆପଣ ଗୁଗୁଲ୍ ମ୍ୟାପ୍ସର ହିନ୍ଦୀ ସଂସ୍କରଣରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ଭାରତର ମାନଚିତ୍ର ସହିତ ବୋଲ୍ଡରେ ଲେଖାଯାଇଥିବା ‘ଭାରତ’ ଦେଖିବେ। ଏଥି ସହିତ, ଯଦି ଆପଣ ଗୁଗୁଲ୍ ମ୍ୟାପ୍ ର ଇଂରାଜୀ ସଂସ୍କରଣକୁ ଯାଇ BHARAT ଲେଖନ୍ତି, ତେବେ ଆପଣ ସନ୍ଧାନ ଫଳାଫଳରେ ଦେଶର ମାନଚିତ୍ର ସହିତ INDIA ଲେଖା ହୋଇଥିବା ଦେଖିବେ। ଏହାର ଅର୍ଥ ଗୁଗୁଲ୍ ମ୍ୟାପ୍ ମଧ୍ୟ INDIA କୁ ଭାରତ ଭାବରେ ଗ୍ରହଣ କରୁଛି। ସରକାର ନାମ ବଦଳାଇବା ପ୍ରକ୍ରିୟାରେ ବ୍ୟସ୍ତ ଥିବାବେଳେ ଗୁଗୁଲ ଏହାର ହୋମୱାର୍କ କରିବା ଆରମ୍ଭ କରି ଦେଇଛି।

ଗୁଗୁଲ ଏପର୍ଯ୍ୟନ୍ତ ପରିବର୍ତ୍ତନ ଉପରେ କୌଣସି ବିବୃତ୍ତି ଦେଇନାହିଁ:

ଏଠାରେ ଧ୍ୟାନ ଦେବା କଥା ହେଉଛି କେବଳ ଗୁଗୁଲ ମ୍ୟାପ୍ସରେ ନୁହେଁ, ଟେକ୍ କମ୍ପାନୀର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଯଦି ଭାରତ ଏବଂ INDIA ଲେଖାଯାଉଛି, ତେବେ ଫଳାଫଳ ଠିକ୍ ସମାନ। ଯଦି ଉପଭୋକ୍ତାମାନେ ଗୁଗୁଲ୍ ସର୍ଚ୍ଚ, ଗୁଗୁଲ୍ ଟ୍ରାନ୍ସଲେଟର, ଗୁଗୁଲ୍ ନ୍ୟୁଜ୍ ଭଳି ଆପ୍ କୁ ଯାଆନ୍ତି ଏବଂ ଭାରତ କିମ୍ବା INDIA ଲେଖନ୍ତି, ତେବେ ସେମାନେ ସମାନ ଫଳାଫଳ ପାଇଛନ୍ତି। ଏପର୍ଯ୍ୟନ୍ତ ଗୁଗୁଲରୁ କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ। କିନ୍ତୁ ଖୁବ୍ ଶୀଘ୍ର ତାଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇପାରେ।

Categories
ଆଜିର ଖବର

ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ସଲ୍ଲୁଙ୍କ ‘ଭାରତ’

ଇଦ୍‌ ଅବସରରେ ମୁକ୍ତିଲାଭ କରିଛି ସଲମାନ୍‌- କ୍ୟାଟ୍ରିନା ଷ୍ଟାରର୍‌ ‘ଭାରତ’। ଭାଇଜାନ୍‌ଙ୍କ ଫିଲ୍ମକୁ ନେଇ ବଲିଉଡ୍‌ରେ ଗୋଟେ ଅଲଗା ପ୍ରକାରର କ୍ରେଜ୍‌ ରହିଥାଏ। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ କ୍ୟାଟ୍ରିନାଙ୍କ ଦେଶୀ ଅନ୍ଦାଜ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ସଲ୍ଲୁ-କ୍ୟାଟ୍‌ଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ସୁନୀଲ ଗ୍ରୋଭର୍‌, ତବୁ, ଜ୍ୟାକିଶ୍ରଫ୍ ପ୍ରମୁଖଙ୍କ ଅଭିନୟ ମଧ୍ୟ ବେଶ୍‌ ଭଲ ରହିଛି। ଫିଲ୍ମଟି ପ୍ରଥମ ଦିନରେ ୪୦ କୋଟିରୁ ଉର୍ଦ୍ଧ୍ବ ଆୟ କରିଥିବାବେଳେ ଫିଲ୍ମକୁ ନେଇ ଫିଲ୍ମ ସମୀକ୍ଷକଙ୍କ ରିଭ୍ୟୁ ମଧ୍ୟ ବେଶ୍‌ ଭଲ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଅଲ୍ଲୀ ଓ ସଲ୍ଲମାନ୍‌ଙ୍କ ଏହା ତୃତୀୟ ଫିଲ୍ମ ହୋଇଥିବାବେଳେ ଅନ୍ୟ ଦୁଇଗୋଟି ଫିଲ୍ମ ‘ସୁଲତାନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’କୁ ବକ୍ସ ଅଫିସର ଅପୂର୍ବ ସଫଳତା ମିଳିଥିବାବେଳେ ‘ଭାରତ’ର ଦୁଇଦିନର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ତେବେ ପ୍ରଥମ ଦିନର ଓପନିଂକୁ ନେଇ ସଲମାନ୍‌ ତାଙ୍କ ନିଜ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇ ଏକ ଟୁଇଟ୍‌ କରିଛନ୍ତି। ତେବେ ଦେଖାଯାଉ ଆଗାମୀ ଦିନରେ ‘ଭାରତ’ ବକ୍ସ ଅଫିସ୍‌ରେ କେତେ ବ୍ୟବସାୟ କରୁଛି।

Categories
ଆଜିର ଖବର

ପରଦାକୁ ଆସିଲା ଭାଇଜାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’

ବଲିଉଡ୍‌ ଭାଇଜାନ୍‌ ସଲମନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଆଜି ଇଦ୍‌ ଅବସରରେ ମୁକ୍ତିଲାଭ କରିଛି। ସାଉଥ୍‌ କୋରିଆନ୍‌ର ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ଅଡ୍‌ ଟୁ ମାଇ ଫାଦର୍‌’ର ରିମେକ୍‌ ହେଉଛି ‘ଭାରତ’। ଅଲ୍ଲୀ ଆବାସ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ ଖାନ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନି, ସୁନୀଲ ଗ୍ରୋଭର୍‌, ନୋରା ଫତେହୀ ପ୍ରମୁଖ ଅଭିନୟ କରିଛନ୍ତି।  ପାଖାପାଖି ୪୦୦୦ ସିନେମା ଘରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇଛି। ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବା ସହିତ ଏହି ଫିଲ୍ମରେ ସଲ୍ଲୁଙ୍କର ଭିନ୍ନ ଭିନ୍ନ ଲୁକ୍‌ ମଧ୍ୟ ରହିଛି। ଇଦ୍‌ ଅବସରରେ ସଲମାନଙ୍କ ଏହି ନୂଆ ଭେଟିକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍ସାହ ରହିଛି ।

Categories
ଆଜିର ଖବର

ସଲ୍‌ମାନ୍‌-ଦିଶାଙ୍କ ସ୍ଲୋ ମୋଶନ୍‌

ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ ଅଭିନୀତ ଭାରତର ଟ୍ରେଲର ରିଲିଜ୍‌ ପରଠାରୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଛି। ଆଜି ଏହି ଚଳଚିତ୍ରର ପ୍ରଥମ ଗୀତ ‘ସ୍ଲୋ ମୋଶନ୍‌’ ରିଲିଜ୍‌ ହୋଇଛି। ଗତକାଲି ରିଲିଜ୍‌ ହୋଇଥିବା ଏହି ଗୀତର ଟିଜରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ସମ୍ପୂର୍ଣ୍ଣ ଭିଡିଓକୁ ଅପେକ୍ଷା କରିଥିଲେ। ଆଜି ସମ୍ପୂର୍ଣ୍ଣ ଭିଡିଓ ରିଲିଜ୍‌ ହେବା ପରେ ଦର୍ଶକ ସଲ୍‌ମାନ୍‌ ଏବଂ ଦିଶାଙ୍କ କେମେଷ୍ଟ୍ରିକୁ ପସନ୍ଦ କରିବା ସହିତ ରିଲିଜ୍‌ର ତିନି ଘଣ୍ଟା ମଧ୍ୟରେ ୫ ଲକ୍ଷ ଥର ଦେଖି ସାରିଲେଣି। ଗୀତଟି ୧୯୬୪ ମସିହାର ପୃଷ୍ଠଭୂମିରେ ରହିଛି। ଦିଶା ଗ୍ଲାମରସ୍‌ ଲୁକ୍‌ରେ ଦେଖା ଦେଇଥିବା ବେଳେ ସଲ୍‌ମାନ ନିଜର ଯୁବାବସ୍ଥାର ଚରିତ୍ରରେ ନଜର ଆସିଛନ୍ତି। ଏହି ଗିତଟିକୁ ଗାଇଛନ୍ତି ବିଶାଲ-ଶେଖର, ନକାଶ ଅଜିଜ୍‌ ଏବଂ ଶ୍ରେୟା ଘୋଷାଲ। ଫିଲ୍ମରେ କାଟ୍ରିନା ମୁଖ୍ୟ ନାୟିକା ଭୂମିକାରେ ରହିଥିବା ବେଳେ , ସୁନୀଲ ଗ୍ରୋଭର, ତବୁ, ବରୁଣ ଧଓ୍ବନ୍‌, ନୋରା ଫତେହୀ ଏବଂ ଜ୍ୟାକି ଶ୍ରଫ୍‌ ଅନ୍ୟାନ୍ୟ ଗୁଗରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଜୁନ୍‌ ୫ ରେ ରିଲିଜ୍‌ ହେବାକୁ ଯାଉଛି।

Categories
ଆଜିର ଖବର

ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ’ଭାରତ’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍‌ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍‌ଗ୍ରାଉଣ୍ଡରେ ଭାଇଜାନ୍‌ଙ୍କ ଭଏସ୍‌ରେ ଫିଲ୍ମର ଷ୍ଟୋରୀ ବିଷୟରେ ସଂକ୍ଷିପ୍ତ ବିବରଣୀ ଦିଆଯାଇଛି। ଏହି ଟ୍ରେଲ୍‌ରରେ ସଲମାନ୍‌ଙ୍କୁ ପ୍ରଥମେ ମିଡିଲ୍‌ କ୍ଲାସ୍‌ର ଜଣେ ମଧ୍ୟବୟସ୍କ ଭାବେ ଦେଖିବାକୁ ମିଳୁଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ଜୀବନୀକୁ ଦେଖାଯାଇଛି। ଏହି ଫିଲ୍ମରେ ସଲମାନ୍‌ ଓ କ୍ୟାଟ୍ରିନାଙ୍କ ସଂଳାପ ଦେଖାଯାଇଛି। ପ୍ରଥମରୁ ସଲମାନ୍‌ଙ୍କୁ ଷ୍ଟଣ୍ଟମ୍ୟାନ୍‌ ରୂପେ ଉଭା ହୋଇଥିବାବେଳେ ତାଙ୍କୁ ନୌସେନା ଅଧିକାରୀ ରୂପେ ଦେଖିବାକୁ ମିଳିଛି। ଫିଲ୍ମରେ ଭାରତ ନାମକୁ ନେଇ ସଲମନ୍‌ଙ୍କ ଜବଦରସ୍ତ ସଂଳାପ ରହିଛି ଭାରତ ନାମକୁ ନେଇ। ଭାରତ ଦେଶକୁ ଭଲ ପାଉଥିବାରୁ ତାଙ୍କ ପିତା ତାଙ୍କ ନାମ ଭାରତ ରଖିଥିଲେ। ଏତେ ବଡ଼ ନାମ ଆଗରେ ପଛରେ ସରନେମ୍‌ ଲଗାଇ ତାକୁ ଛୋଟ କରିବାକୁ ଚାହିଁନଥିବାର କହିଛନ୍ତି ସଲ୍ଲୁ। ଫିଲ୍ମର ସଲ୍ଲୁଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ତେବେ ଫିଲ୍ମର ଟ୍ରେଲର୍‌ରେ ଜ୍ୟାକିଶ୍ରଫ୍‌, କ୍ୟାଟ୍ରିନା କୈଫ୍‌, ଦିଶା ପଟ୍ଟାନୀ, ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଦେଖିବାକୁ ମିଳିଛନ୍ତି। ଅଲ୍ଲୀ ଆବାସ୍‌ ଜାଫର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ସଲମାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀ। ଫିଲ୍ମଟି ଇଦ୍‌ ଅବସରରେ ଜୁନ୍‌ ୫ ତାରିଖରେ ମୁକ୍ତିଲାଭ କରିବ। ପ୍ରତ୍ୟେକ ବର୍ଷ ଇଦ୍‌ ଅବସରରେ ଭାଇଜାନ୍‌ ତାଙ୍କ ଫ୍ୟାନ୍‌ମାନଙ୍କୁ ଫିଲ୍ମ ଜରିଆରେ ସ୍ବତନ୍ତ୍ର ଭେଟି ଦେଇଥା’ନ୍ତି। ତେବେ ୨୦୧୮ର ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ‘ରେସ୍‌୩‘ ଦର୍ଶକଙ୍କ ଦ୍ବାରା ଏତେ ଆଦୃତ ହୋଇପାରିନଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଆଶାବାଦୀ ରହିଛନ୍ତି। ତେବେ ଲଗାତାର୍‌ ହିଟ୍‌ ଦେଇଥିବା ଆକ୍ଟର – ଡିରେକ୍ଟର ଯୋଡ଼ି ସଲମାନ୍‌ – ଅଲ୍ଲୀ ଆବାସ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି।

Categories
ଆଜିର ଖବର

‘ଭାରତ’ର ପୋଷ୍ଟରକୁ ସେୟାର୍‌ କଲେ ଭାଇଜାନ୍‌

ବଲିଉଡ୍‌ ସୁଲ୍‌ତାନ୍‌ ସଲମନ୍‌ ଖାନ୍‌ଙ୍କ ରିଲିଜ୍‌ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଏବେ ବେଶ୍‌ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ‘ଭାରତ’ ଫିଲ୍ମର ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ରିଲିଜ୍‌ ହୋଇଥିବା ଏହି ପୋଷ୍ଟର୍‌ରେ ସଲମାନ୍‌ଙ୍କ ଲୁକ୍‌ ବେଶ୍‌ ଶାନ୍‌ଦାର ରହିଛି। ଏହି ପୋଷ୍ଟରରେ ସଲମାନ୍‌ ଧଳା ଚୁଟି ସହ ଦାଢିରେ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏହି ଫିଲ୍ମର ଏକ ଡାଇଲଗ୍‌ ମଧ୍ୟ ରହିଛି – ‘ମୋ’ ମୁଣ୍ଡ ଓ ଦାଢିରେ ଯେତିକି ଧଳା ବାଳ ଅଛି, ତା’ଠାରୁ ଅଧିକ ମୋ ଜୀବନ ରଙ୍ଗୀନ୍‌ ରହିଛି।’ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ସଲ୍‌ମନ୍‌ ଖାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀଙ୍କ ପ୍ରଯୋଜିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌, ତବୁ, ଦିଶା ପଟ୍ଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। କୋରିଆନ୍‌ ମୁଭି ‘ଦ ଅଡ୍‌ ଟୁ ମାଇ ଫାଦର୍‌’ର ଆଧାରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଫିଲ୍ମଟି ଜୁନ୍‌ ୫ ତାରିଖ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।