ଭାଇଜାନ୍‌ଙ୍କ ନୂଆ ଗୀତ ‘ଦିଲ୍‌ ଫିର୍‌ ଭି ଚୁପ୍‌କେ ସେ ପୁଛ ରହା .….’

Published: Mar 16, 2019, 4:03 pm IST

ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନ୍‌ ନିଜ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍‌’ ପାଇଁ ଏକ ଗୀତ ଗାଇଛନ୍ତି । ଏହି ଫିଲ୍ମ ଜରିଆରେ ଜହୀର୍‌ ଇକବାଲ୍‌ ଓ ପ୍ରନୁତନ ବେହେଲ୍‌ ବଲିଉଡ୍‌ ଏଣ୍ଟ୍ରି କରୁଛନ୍ତି । ପୂର୍ବରୁ ଏହି ଗୀତ ପାଇଁ ପାକିସ୍ତାନୀ ଗାୟକ ଅତିଫ୍‌ ଅସଲମ୍‌ଙ୍କୁ ନିଆଯାଇଥିଲା । ତେବେ ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଫିଲ୍ମରେ ବାସନ୍ଦ କରାଯିବା ପରେ ସଲମନ୍‌ ଅତିଫ୍‌ଙ୍କୁ ଏହି ଫିଲ୍ମରୁ ବାଦ୍ ଦେଇଛନ୍ତି । ସଲମନ୍‌ ପୂର୍ବରୁ ଆଥିୟା ଓ ସୁରଜଙ୍କ ଅଭିନୀତ ଫିଲ୍ମ ‘ ହିରୋ ’ରେ ମେ ହୁଁ ତେରା ହିରୋ’ର ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହା ପରେ ପରେ ସୁଲତାନ୍‌ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତେବେ ଭାଇଜାନ୍‌ ‘ନୋଟବୁକ୍‌’ ଫିଲ୍ମରେ ଗୀତ ଗାଇବା ସହିତ ଏହାର ଭିଡ଼ିଓରେ ମଧ୍ୟ ନଜର ଆସିବ ।  ଏହି ଫିଲ୍ମରେ ‘ଦିଲ୍‌ ଫିର୍‌ ଭି ଚୁପ୍‌କେ ସେ ପୁଛ ରହା ତୁମସେ ତୁମ ମୁଝ୍‌ସେ ଏ… ପ୍ୟାର କରୋଗୀ କ୍ୟା ’ ଗୀତଟି ଗାଇଛନ୍ତି । ୨୫ ସେକେଣ୍ଡର ଏହି ଗୀତର ପ୍ରଥମ ଧାଡ଼ି ସହ ତାଙ୍କର ଏକ ଭିଡ଼ିଓକୁ ସୋସିଆଲ୍‌ ସାଇଟ୍‌ରେ ସେୟାର କରି ଏହି ଗୀତ ରିଲିଜ୍‌ ହେବାର ସୂଚନା ଦେବା ସହ ପୂରା ଗୀତ ଓ ଭିଡିଓ ଆସନ୍ତା ଦୁଇଦିନ ଭିତରେ ରିଲିଜ୍‌ ହେବ ବୋଲି ସଲମାନ୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି । ନୂଆ ଅନ୍ଦାଜ ଓ ନୂଆ କାହାଣୀ ସହ ‘ନୋଟବୁକ୍‌’ ଫିଲ୍ମଟି ମାର୍ଚ୍ଚ ୨୯ରେ ପରଦା ଉପରକୁ ଆସିବ ।

Related posts