ସଲମନ୍‌ଙ୍କ ହିରୋଇନ୍‌ କିଏ ହେବ ? ଚର୍ଚ୍ଚାରେ ଐଶ୍ବର୍ଯ୍ୟା !

Published: Mar 4, 2019, 3:58 pm IST
will aishwarya rai be the heroini of hum dil de chuke sanam2 ?

ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ଖାନ୍‌ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌-୨’ ହେବ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ରୋମାଣ୍ଟିକ୍‌ ଫିଲ୍ମର ମୁଖ୍ୟ ନାୟିକା କିଏ ହେବ ତାକୁ ଚାଲିଛି ଚର୍ଚ୍ଚା । ଏହି ପ୍ରୋଜେକ୍ଟରେ ସଲମାନ ନିଜ ବିପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ନେବାକୁ ଚାହୁଁଥିବାବେଳେ ଭଂଶାଲୀ ଏଥିରେ ସହମତ ନୁହଁନ୍ତି। ସେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍‌ଙ୍କୁ ନେବାକୁ ଚାହୁଁଛନ୍ତି। ଶୁଣଇବାକୁ ମିଳିଛି ଯେ, ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ କୁଆାଡ଼େ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜି କରେଇବାକୁ ପ୍ରୟାସ କରୁଛନ୍ତି। ଏହି ରୋଲ୍‌ ପାଇଁ ପୂର୍ବରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, ଜାହ୍ନବୀ କପୁରଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଇଛି, ହେଲେ ସଲମାନଙ୍କ ସହ ଏମାନଙ୍କ ଯୋଡ଼ି ଭଂଶାଲୀଙ୍କୁ ପସନ୍ଦ ଆସୁନାହିଁ । ଅନ୍ୟପଟେ ଫିଲ୍ମରେ ସଲମାନଙ୍କ ସହ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିପାରନ୍ତି। ଲୋକପ୍ରିୟ ଚ୍ୟାଟ୍‌ ସୋ ‘କଫି ୱିଥ୍ କରନ୍‌ରେ-୬’ରେ ଅଭିନେତ୍ରୀ ଜଣକ କହିଥିଲେ ଯେ ତାଙ୍କର କୌଣସି ଏକ ପ୍ରୋଜେକ୍ଟକୁ ନେଇ ଭଂଶାଲୀଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି କହିଥିଲେ ।  ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ସଲ୍ଲୁଙ୍କ ବିପକ୍ଷରେ ହିରୋଇନ୍‌ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ସୋର୍‌ରେ । ତେବେ ସଞ୍ଜୟ କ’ଣ ଐଶ୍ୱର୍ଯ୍ୟାଙ୍କୁ ସଲମାନ୍‌ଙ୍କ ସହ କାମ କରିବାକୁ ରାଜି କରାଇପାରିବେ, ନା ସଲ୍ଲୁ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡକୁ ନେବେ ଏହି ଫିଲ୍ମରେ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଫିଲ୍ମର କାଷ୍ଟିଂ ହୋଇସାରିଲା ପରେ ହିଁ ଜଣାପଡ଼ିବ । ତେବେ ଫିଲ୍ମଟିକୁ ସଞ୍ଜୟ ଲୀଲା ଭଂଶାଲୀ ଓ ସଲମାନ୍‌ ମିଳିତ ଭାବେ ପ୍ରଯୋଜନା କରିବେ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ। ‘ହମ୍‌ ଦିଲ୍‌ ଦେ ଚୁକେ ସନ୍‌ମ୍‌’ ୧୯୯୯ ମସିହାରେ ପରଦାକୁ ଆସିଥିଲା । ଏହି ଫିଲ୍ମରେ ସଲମନ୍ ଖାନ୍‌, ଐଶ୍ବର୍ଯ୍ୟା ରାୟ ଓ ଅଜୟ ଦେବଗନ୍‌ ପ୍ରମୁଖ ଅଭିନୟ କରିଥିଲେ ।

Related posts