ହାଇକୋର୍ଟ ଓକିଲଙ୍କୁ କଳା କୋଟ୍‌, ଗାଉନ ମନା

Published: May 15, 2020, 8:42 am IST

କଟକ : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ପରାମର୍ଶ ଦିଆହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁବା ପାଇଁ ମୁଖ୍ୟ ବିଚାରପତି ଏହି ପରାମର୍ଶ ଦେଇଛନ୍ତି ।  କଳା କୋଟ୍‌, ଗାଉନ ନ ପିନ୍ଧି ଧଳା ସାର୍ଟ/ ସାଲଓ୍ବାର କମିଜ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହିଳା ଓକିଲଙ୍କୁ ଧଳା ଶାଢୀ ସହ ସାଧା ଧଳା ନେକ୍‌ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ନୋଟିସ୍‌ ଯାଏଁ ଏହି ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି ।

ଗତକାଲି କାଲି ସୁପ୍ରିମ୍‌କୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ହୋଇଛି ।  କରୋନା ମହାମାରୀ ଯୋଗୁଁ ଉଚ୍ଚତମ ନ୍ୟାୟାଳୟ ବିଚାରପତି ଏବଂ ଓକିଲଙ୍କୁ କଳା କୋଟ ଏବଂ ଗାଉନ ନ ପିନ୍ଧିବାକୁ ନିର୍ଦେଶ ଦେଇଥିଲେ ।  କଳା କୋଟ୍‌  ଓ ଜ୍ୟାକେଟ୍‌ ପିନ୍ଧିବା ଅନୁଚିତ୍‌ କହିଥିଲେ ପ୍ରଧାନ ବିଚାରପତି । ବର୍ତ୍ତମାନ ଓକିଲ କଳା କୋଟ ଓ ଗାଉନ ବିନା ଧଳା ସାର୍ଟ ଏବଂ ନେକ ବ୍ୟାଣ୍ଡ ପିନ୍ଧି କୋର୍ଟରେ ହଜାର ହେବେ ବୋଲି କହିଥିଲେ ମୁଖ୍ୟ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି।  କୋଟ ଓ ଗାଉନ ଜରିଆରେ ଭାଇରସ ବ୍ୟାପିବାର ସମ୍ଭାବନା ରହିଛି ବୋଲି କହିଥିଲେ ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ଏସଏ ବୋବଡେ ମଧ୍ୟ ଶୁଣାଣିବେଳେ କୋଟ ଏବଂ ଗାଉନ ପିନ୍ଧିନଥିଲେ । ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ବିଚାରପତି କଳା କୋଟ ନ ପିନ୍ଧି କୋର୍ଟରେ ଉପସ୍ଥିତ ଥିଲେ |

 

Related posts