Author: Samikhsya Bureau

ଭୁବନେଶ୍ୱର: ଭାରତବର୍ଷରେ ବିଶିଷ୍ଟ ସନ୍ଥ ଧର୍ମସମ୍ରାଟ କରପତ୍ରୀ ଜୀ ମହାରାଜଙ୍କ ୧୧୯ତମ ପ୍ରକଟ ଦିବସ, ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ସନ୍ଥ ବାବାଜୀ ମହାରାଜଙ୍କ ୧୧୮ତମ ଜନ୍ମୋତ୍ସବ ଓ ଜ୍ୟୋର୍ତିପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜଙ୍କ ୫୭ତମ ପ୍ରକଟ ଉତ୍ସବ ଉପଲକ୍ଷେ ଆଜି ଏକ ବୈଦିକ ଯଜ୍ଞ କାର୍ଯ୍ୟକ୍ରମ, ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ଓ ରାମ ରାଜ୍ୟ ପରିଷଦ ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ଠାରେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡଃ ବଦ୍ରିନାଥ ପଟ୍ଟନାୟକ, ପ୍ରଫେସର ଡଃ ବୁଦ୍ଧ ଦେବ ମିଶ୍ର, ଡଃ ଆଲୋକ ରଥ, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Read More

IndiGo Delay Sparks Anger: ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କର ହାଙ୍ଗାମା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନ ବାତିଲ ହେବାରୁ ଯାତ୍ରୀମାନେ ତାତିଯାଇଥିଲେ। ଫଳରେ ସେଠାରେ ଥିବା ଇଣ୍ଡିଗୋ ବିମାନ କର୍ମଚାରୀଙ୍କୁ ସେମାନେ ଗାଳି କରିବା ସହ ଜଣେ ମହିଳା କାଗଜପତ୍ର ଫୋପାଡିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନ 2 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ କୋଲକାତା ଯିବାର ଥିଲା। ହେଲେ ଯାନ୍ତ୍ରିକ ଅସୁବିଧା ପାଇଁ ବିମାନକୁ ବିଳମ୍ବ ଘୋଷଣା କରାଯାଇଥିଲା। ବାରମ୍ବାର ବିଳମ୍ବ ଘୋଷଣା ପରେ ଶେଷରେ ତାହା 5 ଟା 30 ବାତିଲ ହେଲା ବୋଲି କୁହାଯାଇଥିଲା। ଯାହାକୁ ନେଇ ସେହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ରାଗିଯାଇଥିଲେ। ଏହି ବାତିଲ ଘୋଷଣା ଯାତ୍ରୀମାନଙ୍କୁ ଠିକରେ ଦିଆଯାଇ ନ ଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତେବେ ପରେ…

Read More

Hindalco’s Baphlimali Mine: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓଡ଼ିଶାର ରାୟଗଡା ଜିଲ୍ଲାରେ ଥିବା ତାହାର ବାଫ୍‌ଲିମାଳି ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍‌ ଇନିସିଏଟିଭ୍‌ (ଏଏସ୍‌ଆଇ) ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ (୨୦୨୩) ପ୍ରମାଣନ ହାସଲ କରିଥିବା ବିଷୟ ଘୋଷଣା କରିଛି। ଏଏସ୍‌ଆଇ ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ ପ୍ରମାଣନରେ ଯୋଜନା ପ୍ରସ୍ତୁତି, ଖଣି କାର୍ଯ୍ୟ, ଉକ୍ତ ସ୍ଥାନରେ ଚୂର୍ଣ୍ଣ କରିବା ଏବଂ ବାଫ୍‌ଲିମାଳି ବକ୍ସାଇଟ ଖଣିଗୁଡିକରୁ ବକ୍ସାଇଟକୁ କନ୍‌ଭେୟର ପରିବହନ ଆଦି ସାମିଲ ରହିଛି, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୮.୫ ନିୟୁତ ଟନ୍‌ ରହିଛି । ଏହି ଖଣିଗୁଡିକ ଉତ୍କଳ ଆଲୁମିନା ବିଶୋଧନାଗାର ପରିଚାଳନା ନିମନ୍ତେ ବକ୍ସାଇଟ ଯୋଗାଣ କରୁଛି ଏବଂ ହିଣ୍ଡାଲ୍‌କୋର ସମନ୍ୱିତ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହି ସଫଳତା ସହିତ ବାଫ୍‌ଲିମାଳି ଏଏସ୍‌ଆଇ ପରଫରମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧…

Read More

ନୂଆଦିଲ୍ଲୀ: ଆଜି ଓଡିଶା ଡିଜିପି ନିଯୁକ୍ତିରେ ରୋକ ଲଗାଇଛନ୍ତି ସୁପ୍ରିମ କୋର୍ଟ। ଆଜି ୟୁପିଏସସି ବୈଠକରେ ଓଡିଶାର ଡିଜିପି କିଏ ହେବ ସେ ନେଇ ତିନିଜଣଙ୍କ ନାମ ବଛାଯାଇଥାଆନ୍ତି। ହେଲେ ସୁପ୍ରିମ କୋର୍ଟ ସେଥିରେ ରୋକ ଲଗାଇ ଅଗଷ୍ଟ ୧୮ ଯାଏଁ କୌଣସି ନିଷ୍ପତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି। ଫଳରେ ଆଜିର ବୈଠକରେ କୌଣସି ନିଷ୍ପତି ହେଲା ନାହିଁ। ତେବେ ପ୍ରଶ୍ନ ଉଠିଛି ଯେ, ବର୍ତ୍ତମାନ ଡିଜିପି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ 16 ତାରିଖରେ ଶେଷ ହେଉଛି। ତା ପୂର୍ବରୁ ନୂଆ ଡିଜିପିଙ୍କ ନାମ ଘୋଷଣା ହେବା କଥା। ହେଲେ ବର୍ତ୍ତମାନ ସୁପ୍ରିମ କୋର୍ଟ ରୋକ ପରେ ତାହା ହୋଇପାରିବ ନାହିଁ। ଫଳରେ ରାଜ୍ୟ ସରକାର କାମଚଳା ଡିଜିପି ଭାବେ କାହାକୁ ଘୋଷଣା କରିବାର ସମ୍ଭାବନା ରହିଛି।

Read More

Urdu Poets’ Conference: ଆଜି ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ‘ମୁଶାଏରା’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୬ ଜଣ କବି ଯୋଗଦେଇ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ବିନୀ ସାହୁ, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଅଞ୍ଜୁମନ ଆରା, ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗୁଲାମ ମୋଇନୁଦ୍ଦିନ ଖାନ୍‌, ପୂର୍ବତନ ଶାସନ ସଚିବ, ଜମି ସଂସ୍କାର, ଓଡ଼ିଶା, କଟକ ଜନାବ ସୟଦ ମହମ୍ମଦ ଅକଦସ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Read More

World Elephant Day: ବିଶ୍ୱ ହାତୀ ଦିବସ ଅବସରରେ, ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ବନତାରା ହାତୀ ସଂରକ୍ଷଣ ଏବଂ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏହାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛି। ବନତାରା ଭାରତ ଏବଂ ଆନ୍ତର୍ଜାତୀୟ ସ୍ତରରେ ହାତୀ ଯତ୍ନ, ମାହୁନ୍ତ ତାଲିମ, ସଂରକ୍ଷଣ ସମ୍ବନ୍ଧୀୟ ଜ୍ଞାନ ଆଦାନପ୍ରଦାନ ଏବଂ ମଣିଷ-ହାତୀ ସଂଘର୍ଷ ହ୍ରାସ ଉପରେ କାର୍ଯ୍ୟ କରୁଛି। ବନତାରାରେ ଏବେ ୨୬୦ରୁ ଅଧିକ ଏସୀୟ ହାତୀଙ୍କ ଯତ୍ନ ନିଆଯାଉଛି। ବନତାରାର ଏହି ଯାତ୍ରାର ଆରମ୍ଭ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ପ୍ରଥମ ହାତୀ ଗୌରୀ ସହିତ ହୋଇଥିଲା। ସେବେଠାରୁ, ଏହି ପଦକ୍ଷେପ ଲଗାତାର ଭାବରେ ଆଗକୁ ବଢ଼ିଛି ଏବଂ ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ଓ ଏକ ସମ୍ମାନଜନକ ଜୀବନ ସୁନିଶ୍ଚିତ କରୁଛି। ବନତାରାର ପ୍ରତିଷ୍ଠାତା ଅନନ୍ତ ଅମ୍ବାନୀ କହିଛନ୍ତି, “ମୋ ହୃଦୟରେ ଏବଂ ବନତାରାର ଯାତ୍ରାରେ ହାତୀମାନେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।…

Read More

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଡାକ୍ତର ବାରିକ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସି.ଏଚ୍.ସି’ରେ କାର୍ଯ୍ୟରତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଡାକ୍ତର ବାରିକ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆରେ କାର୍ଯ୍ୟରତ ଥିବା ସମୟରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୃକ୍ତ ଡାକ୍ତର ବାରିକଙ୍କୁ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନର ସବୁ ସ୍ତରରେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସୁଛନ୍ତି।

Read More

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଓଡ଼ିଶୀ ନୃତ୍ୟ ପରମ୍ପରା, ଗୁରୁ-ଶିଷ୍ୟ ପରମ୍ପରା ଏବଂ କଳାସାଧକମାନଙ୍କ ଅବଦାନକୁ ସମ୍ମାନ ଓ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଜ୍ଞା ନୃତ୍ୟାୟନ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ୧୫ତମ ‘ଗୁରୁଶ୍ରୀ ସମ୍ମାନ–୨୦୨୬’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦିନବ୍ୟାପୀ ଏହି କଳା ଉତ୍ସବରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ନୃତ୍ୟ ପରିବେଷଣ ସହ ଗୁରୁ, କଳାକାର ଓ କଳାସାଧକମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ଗୋଟିପୁଅ ନୃତ୍ୟ ଗୁରୁ ଗୁରୁ ଶ୍ରୀ ଭାଗୀରଥୀ ମହାପାତ୍ର। ତାଙ୍କର ଦୀର୍ଘ କଳାସାଧନା ଏବଂ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରମ୍ପରା ପ୍ରତି ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ସମ୍ମାନଜନକ ‘ଗୁରୁଶ୍ରୀ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ପ୍ରଥମ ଅଧିବେଶନରେ ରୋଟାରୀର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ବ୍ରଜ କିଶୋର ମଲ୍ଲିକ, ସମାଜସେବୀ…

Read More

ଭୁବନେଶ୍ୱର: 10 ଅଗଷ୍ଟ 26 ମୁଖ୍ୟମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ପ୍ରେସ ବିବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନବାଧିକାର କମିସନଙ୍କ ନିକଟରେ କଂଗ୍ରେସ ଦଳ ତରଫରୁ ଏକ ମକଦ୍ଦମା ଦାଖଲ କରାଯାଇଛି। କାରଣ କ୍ରାନ୍ତି ଦିବସକୁ ସଫଳ କରିବାକୁ ଯାଇ ରାଜ୍ୟସ୍ତରୀୟ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର 105 ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହମତି ନ ନେଇ ସେମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଣନିଶ୍ୱାସୀ ହୋଇ 3 ଜଣଙ୍କ ଅବସ୍ଥା ହୋଇ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିସନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନେଇ ଅଦାଲତଙ୍କ ବାରଣ ଥିବା ସତ୍ତ୍ୱେ ରାଜ୍ୟ ସରକାର ଜାଣିଶୁଣି ଆଇନକୁ…

Read More

Ram Nath Kovind : ଆସନ୍ତାକାଲି ବୁଧବାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନମୋଚନ କରିବେ। ଆସନ୍ତାକାଲି ସକାଳ ୯:୩୦ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେଏହି ପୁସ୍ତକର ଉନମୋଚନ ହେବ। ଯାହାର ନାମ ରହିଛି “ଭାରତୀୟ ଗଣରାଜ୍ୟର ବିଜୟ: ମୋର ଜୀବନ, ​​ମୋର ସଂଘର୍ଷ”। ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ଆତ୍ମଜୀବନୀ ଶ୍ରୀ ରାମନାଥ କୋବିନ୍ଦଙ୍କ ଉଲ୍ଲେଖନୀୟ ଜୀବନ ଯାତ୍ରାର ଏକ ଗଭୀର ବ୍ୟକ୍ତିଗତ ବର୍ଣ୍ଣନା ରହିଛି। ଯେଉଁଥିରେ ତାଙ୍କ ପ୍ରାରମ୍ଭିକ ବର୍ଷରୁ ତାଙ୍କର ବିଶିଷ୍ଟ ସାର୍ବଜନୀନ ଜୀବନ ଏବଂ ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବରେ ଶେଷ ସେବା ପର୍ଯ୍ୟନ୍ତ ତାଙ୍କର ଅଭିଜ୍ଞତା, ସଂଘର୍ଷ ଏବଂ ସଫଳତା ଉପରେ ଲେଖାଯାଇଛି। ଏହି ପୁସ୍ତକ ତାଙ୍କ ଜୀବନ ଯାତ୍ରା ଏବଂ ଜନସେବାର ମୂଲ୍ୟବୋଧ, ଅଭିଜ୍ଞତା ଏବଂ ପରିସ୍ଥିତି ବିଷୟରେ ବିସ୍ତୁତ ବର୍ଣ୍ଣନା ରହିଛି।

Read More

ନିଯୁକ୍ତି ମେଳା-୨୦୨୬: ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପା ଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ କି ପରିବର୍ତ୍ତନ ଆଣିପାରୁଛନ୍ତି, ତାହା ଦ୍ୱାରା ମପାଯାଏ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ କହିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି କରିଛନ୍ତି। ସେମାନେ ହେଲେ ସଂଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱା। ଏହି ଦୁଇଜଣ ହେଉଛନ୍ତି 1994 ମସିହା ବ୍ୟାଚର ଅଫିସର। ଏହି ଦୁଇ ଅଧିକାରୀଙ୍କୁ ପଦନ୍ନୋତି ମିଳିବା ପରେ ନୂଆ ଡିଜିପି ହେବା ପାଇଁ ଉଭୟଙ୍କ ରାସ୍ତା ପରିସ୍କାର ହୋଇଗଲା। ପୂର୍ବରୁ ଏମାନଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି ହେବାର ଥିଲେ ମଧ୍ୟ ତାହା କରାଯାଇ ନ ଥିଲା। ଚଳିତ ମାସରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅବସର ଗ୍ରହଣ କରିବେ। ତାଙ୍କୁ ଏ ନେଇ ସରକାର ସବୁଜ ସଙ୍କାତ ଦେଇସାରିଲେଣି। ଫଳରେ ଓଡିଶାର ନୂଆ ଡିଜିପି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତେବେ ଏ ନେଇ ନୂଆଦିଲ୍ଲୀରେ ୟୁପିଏସସି ତରଫରୁ ଏକ ବୈଠକ ହୋଇଯାଇଛି। ହେଲେ ସେଥିରେ କୌଣସି ନିଷ୍ପତି ହୋଇପାରି ନ ଥିଲା। ନୂଆ ଡିଜିପି ଚୟନ ନିୟମ…

Read More

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେସନାଲ୍ ଆଣ୍ଡ୍ ଚ୍ୟାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ନୂଆଦିଲ୍ଲୀଠାରେ ‘ଜଳବାୟୁ ପରିବର୍ତ୍ତନ : ଆହ୍ୱାନ ଓ ଅବସର’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ପରିବେଶବିତ୍, ଶିଳ୍ପପତି, ଶିକ୍ଷାବିତ୍ ଓ ସମାଜସେବୀମାନେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ସାଧନ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସ୍ତାବ, ଯୋଜନା ଓ ଅଭିନବ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତର ୨୧ ଜଣ ବିଶିଷ୍ଟ ପରିବେଶବିତ୍, ସମାଜସେବୀ ଏବଂ ଅନୁଷ୍ଠାନଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ସଚେତନତା ଓ ସମାବେଶୀ ବିକାଶ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସ୍ପଦ ‘ପଞ୍ଚମ ପରିବେଶ ରତ୍ନ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ସମ୍ମାନିତ ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ରବୀନ୍ଦ୍ରନାଥ ପ୍ରଧାନ, କିଶୋର ଦ୍ୱିବେଦୀ, ଆଶୁତୋଷ ତ୍ରିପାଠୀ,…

Read More

ମେଟଲ୍‌ ମିଟ୍‌-୨୦୨୬: ଦୈନିକ ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ହୋଟେଲଠାରେ କୁଇଜ୍‌ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌-୨୦୨୬’ର ଗ୍ରାଣ୍ଡ ଫାଇନାଲ୍ସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ଏବଂ ସିନିୟର ବର୍ଗରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହୋଇଛନ୍ତି। ସେହିପରି ଜୁନିୟର ବର୍ଗରେ ମଦର୍ସ ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌ ଓ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଅନୁରୂପ ଭାବେ ସିନିୟର ବର୍ଗରେ ଆଇଆଇଟି ଗୁଆହାଟୀ ପ୍ରଥମ ରନର୍ସଅପ୍‌ ଏବଂ ଏନ୍‌ଏଲୟୁଓ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି। ଉଭୟ ବର୍ଗର ଚାମ୍ପିୟନଙ୍କୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ରନର୍ସଅପ୍‌ଙ୍କୁ ୫୦ହଜାର ଓ ଦ୍ୱିତୀୟ ରନର୍ସଅପ୍‌ଙ୍କୁ ୨୫ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଚଳିତ ଥର ଥିଲା ‘ମେଟଲ ମିଟ୍‌’ର ଦଶମ ସଂସ୍କରଣ। ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ କୁଇଜ୍‌ ପ୍ରତିଯୋଗିତାରେ…

Read More

ଚିଲିକା: ବାଲୁଗାଁ ଗୋପୀନାଥପୁର ସ୍ଥିତ ମା ଭଗବତୀ କଳା ନିକେତନ୍ ଅନୁଷ୍ଠାନ ଠାରେ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ପରିଚାଳିତ ବାର୍ଷିକ ସଙ୍ଗୀତ, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ପରୀକ୍ଷା ରେ ନବେ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଭାଗ ନେଇ ଥିଲେ। ଏଥିରେ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲାଇ ନିରୀକ୍ଷକ ଭାବରେ ଯୋଗ ଦେଇଥିଲେ। ସେହିପରି ଅତିଥି ତଥା ଉପଦେଷ୍ଟା ଭାବରେ ସାହିତ୍ୟ ସିନ୍ଦୁରା ଓ ପରିଡା ପାଠାଗାର ସଂଚାଳକ ଗୋଲକ ବିହାରୀ ପରିଡ଼ା, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ହୋତା, ଆଇନଜୀବି ରବୀନ୍ଦ୍ର ନାଥ ମାନସିଂହ, କବି ତଥା ଗୀତିକାର ଦିଗମ୍ବର ବିଶ୍ୱାଳ, ଗୁରୁ କିଶୋର ପ୍ରଧାନ, ହରପ୍ରିୟା ବାରିକ, ପ୍ରଶାନ୍ତ କୁମାର ଦାସ ଅନୁଷ୍ଠାନର ସମ୍ପାଦିକା ସଂଗୀତ ଗୁରୁ ବିଷ୍ଣୁପ୍ରିୟା ବାରିକ ଉପସ୍ଥିତ ଥିଲେ। ସଂଗୀତର ବିଭିନ୍ନ ବିଭାଗକୁ ଆସିଥିବା ପରୀକ୍ଷାର୍ଥି ଙ୍କୁ ପରୀକ୍ଷା କରାଯିବା ସହ ପରୀକ୍ଷର୍ଥୀ ମାନଙ୍କର ଦକ୍ଷତା କୁ ନେଇ ଉପସ୍ଥିତ ଜୁରୀ ମାନଙ୍କ…

Read More

Ghare Ghare Triranga: ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ…

Read More

Dharmendra Statement: କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ସମ୍ବଲପୁର ସାଂସଦ ଶନିବାର ଦିନ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ରେଢାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ଅବସରରେ ଧର୍ମେନ୍ଦ୍ର ଏହି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ମୋ ପଛରେ ପିଲାମାନଙ୍କୁ ଲଗେଇ ଗୋ ବ୍ୟାକ ବୋଲି ନାରା ଦେଉଛନ୍ତି। ମୁଁ କଣ କେବେ ଓଡିଶା ଲୋକଙ୍କ ମୁଣ୍ଡ ତଳକୁ କରିଦେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆୟୋଜିତ ଏହି ସଭାରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ଆଉ ଓଡିଶାର ଲୋକଙ୍କ ଆର୍ଶିବାଦରେ ମୁଁ କେନ୍ଦ୍ରରେ ବାର ବର୍ଷ ମନ୍ତ୍ରୀ ରହିଲି। ହେଲେ କେବେ ଓଡିଆଙ୍କ ମୁଣ୍ଡ ତଳକୁ କରି ନାହିଁ। ହେଲେ ନବୀନ ପଟ୍ଟନାୟକ କହୁଛନ୍ତି ମୁଁ ବଦମାସ। ଶନିବାର ସକାଳେ ଧର୍ମେନ୍ଦ୍ର ବିମାନ ବନ୍ଦରରେ ପହଞ୍ଚିବା ବେଳେ ତାଙ୍କୁ କେତେକ ଯୁବ ଓ ଛାତ୍ର…

Read More

Loan Recovery Rules: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଋଣଗ୍ରହୀତାଙ୍କ ଦ୍ୱାରା EMI ପେମେଣ୍ଟ ହରାଇଥିବା ବ୍ୟକ୍ତିମାନଙ୍କୁ ହଇରାଣ ନ କରିବା ପାଇଁ ନୂତନ ନିୟମ ଆଣିଛି। ଏହାର ନୂତନ ଋଣ ଆଦାୟ ଢାଞ୍ଚା ଅନୁଯାୟୀ, ବ୍ୟାଙ୍କ ଏବଂ ଋଣଦାତାମାନଙ୍କୁ ଋଣଗ୍ରହୀତାଙ୍କ ସହିତ କିପରି ଯୋଗାଯୋଗ କରିବେ, ଋଣ ଟଙ୍କା ଆଦାୟ ପାଇଁ ଏଜେଣ୍ଟମାନେ କ’ଣ କହିପାରିବେ, ସେମାନେ କେତେବେଳେ କଲ୍ କରିପାରିବେ ଏବଂ ସେମାନେ କ୍ଷେତ୍ର ପରିଦର୍ଶନ କିପରି କରିବେ ସେ ବିଷୟରେ କଠୋର ନିୟମ ପାଳନ କରିବାକୁ ପଡିବ। ଏହି ନିୟମଗୁଡ଼ିକ ଆସନ୍ତା ଜାନୁଆରୀ 1 ତାରିଖ 2027 ରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଅନୁସାରେ ଋଣଦାତାଙ୍କ ଏଜେଣ୍ଟମାନେ ଋଣ ପରିଶୋଧ ପାଇଁ ରାତି ଅଧରେ ଆଉ କଲ କରିପାରିବେ ନାହିଁ। କେତେକ ବ୍ୟାଙ୍କ ଋଣଗ୍ରହିତାଙ୍କୁ ହଇରାଣ କରିବା ପାଇଁ ମଧ୍ୟ ରାତ୍ରିରେ ବାରମ୍ବାର କଲ କରି ହଇରାଣ କରନ୍ତି। ଏହି ଅଭିଯୋଗ ଆସିବା ପରେ RBI…

Read More

ଭୁବନେଶ୍ବର: ଏଣିକି ଜାତୀୟ ରାଜପଥ, ଏକ୍ସପ୍ରେସ୍‌ୱେ, ରାଜ୍ୟ ରାଜପଥ ଏବଂ ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍ ଆମିନିଟିସ୍ ସେଣ୍ଟର (ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ହେବ। ଏ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ। ଏହି ସୁବିଧା କେନ୍ଦ୍ରଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଇଭି ଚାର୍ଜିଂ ସୁବିଧା, ପେଟ୍ରୋଲ ପମ୍ପ, ଫୁଡ୍ କୋର୍ଟ, ବିଶ୍ରାମ ଗୃହ ଆଦି ବ୍ୟବସ୍ଥା ରହିବ।ଏହା ଟ୍ରକ୍ ଚାଳକ, ବସ୍ ଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ସୁବିଧା ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ତୈଳ କମ୍ପାନୀଙ୍କ ସହ ବୁଝାମଣା ସ୍ୱାକ୍ଷର କରିବାର ଯୋଜନା ରହିଛି।ଏଥି ଲାଗି ରାଜ୍ୟ ସରକାର ସ୍ଥାନ ଯୋଗାଇବେ ଏବଂ ତୈଳ କମ୍ପାନୀଗୁଡ଼ିକ ଏହି କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବେ।ଏହି ପଦକ୍ଷେପ ଓଡ଼ିଶାର ସଡ଼କ ଯାତ୍ରାକୁ ଅଧିକ ସୁରକ୍ଷିତ,…

Read More

Balugaon News: ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଅଞ୍ଚଳ ଆଗାମୀ ୩୦ ବର୍ଷରେ ଜନସଂଖ୍ୟା ବୃଦ୍ଧି ଓ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ଏ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲୁଗାଁର ଡ୍ରେନେଜ୍ ସମ୍ପ୍ରସାରଣ, ପୁନଃବ୍ୟବହାରଯୋଗ୍ୟ ବର୍ଜ୍ୟ ଜଳ (Grey Water) ପରିଚାଳନା, ବର୍ଷାଜଳ (Storm Water) ନିଷ୍କାସନ ବ୍ୟବସ୍ଥା ଏବଂ ଜଳ ବିଶୋଧନ କେନ୍ଦ୍ର (Treatment Plant) ସ୍ଥାପନ ନିମନ୍ତେ ପ୍ରସ୍ତୁତ ହେଉଥିବା ସମନ୍ୱିତ ମାଷ୍ଟର ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁପରିକଳ୍ପିତ ନଗରୀକରଣ,ଜଳ ପରିଚାଳନା ଏବଂ ପରିବେଶ ଅନୁକୂଳ ଭିତ୍ତିଭୂମିର ବିକାଶ ମାଧ୍ୟମରେ ବାଲୁଗାଁକୁ ଏକ ସ୍ୱଚ୍ଛ, ସୁରକ୍ଷିତ, ସୁସ୍ଥାୟୀ ଓ ଆଧୁନିକ ସହରରେ ପରିଣତ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ବାଲୁଗାଁ ପ୍ଲାନିଂ ଏରିଆ ପାଇଁ GIS/RS ଆଧାରିତ…

Read More

Banapur News: ସ୍ଥାନୀୟ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ 2026-27 ଶିକ୍ଷାବର୍ଷ ରେ ପ୍ରଥମ ବାର୍ଷିକ କଳା ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରୀମାନଙ୍କ ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ସମ୍ପର୍କୀୟ ସୂଚନା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କ ପରିଚୟ; ପାଠ୍ୟକ୍ରମ ସମ୍ପର୍କିତ ସୂଚନା ସହିତ ଅନ୍ୟାନ୍ୟ ସମସ୍ତ ବିଷୟ ଅଧ୍ୟକ୍ଷ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଦ୍ୱିତୀୟ ବାର୍ଷିକ କଳା ଛାତ୍ରୀ ମାନେ ଆନୁଷ୍ଠାନିକ ଭାବେ ପ୍ରଥମବର୍ଷ କଳା ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଥିଲେ। ସ୍ୱାଗତ ଉତ୍ସବରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଙ୍କ ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।

Read More