Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ବିଜେଡି ନେତା ବିମ୍ବାଧର କୁଅଁର ଏବଂ ନିବେଦିତା ନାୟକ

ଭୁବନେଶ୍ୱର: ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲା ବାସିନ୍ଦା ଯୁବ ସଂଗଠକ ଶ୍ରୀ ପ୍ରଶାନ୍ତ କୁମାର ଦଳାଇ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଭବନରେ ଧାରଣା ଦେଲେ ମିନାକ୍ଷୀଙ୍କ ସମର୍ଥକ

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ବାଇଁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବୀ ହୋଇଛି। ଚିଲିକାର ଅନ୍ୟତମ କଂଗ୍ରେସ ନେତ୍ରୀ ମିନାକ୍ଷୀଙ୍କ ସମର୍ଥକମାନେ ଆସି କଂଗ୍ରେସ ଭବନରେ ଧାରଣା ଦେଇଛନ୍ତି। ସେମାନେ ଦାବୀ କରିଛନ୍ତି ଯେ, ପ୍ରଦୀପ ବହୁ ବର୍ଷ ଧରି ସଂଗଠନ ସହ ନାହିଁ। ଏପରି ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ସେମାନେ କହିଛନ୍ତି ଯେ, ଗତ ନିର୍ବାଚନରେ କଂଗ୍ରେସ ପ୍ରଦୀପଙ୍କୁ ଟିକେଟ ଦେଇଥିଲା। ହେଲେ ସେତେବେଳେ ସେ ପୋଷ୍ଟରଟିଏ ମଧ୍ୟ ମାରି ନ ଥିଲେ। ଏପରିକି ବୁଥରେ ଏଜେଣ୍ଟ ମଧ୍ୟ ଦେଇ ନ ଥିଲେ। ଏପରି ଜଣେ ବ୍ୟକ୍ତିଙ୍କୁ ଦଳ ଶିଘ୍ର ପରିବର୍ତ୍ତନ କରୁ ବୋଲି ମିନାକ୍ଷୀ ପ୍ରଧାନଙ୍କ ସମର୍ଥକ କହିଛନ୍ତି। ଯଦି ତାହା ନ ହୁଏ ତେବେ ଆମେ ବିରଳ୍ପ ରାସ୍ତା ଦେଖୁ ବୋଲି ସେମାନେ ଧମକ ଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି, ଯଦି ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି ତେବେ କ୍ଲିକ କରି ପଢନ୍ତୁ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ସବୁଦିନିଆ ପରି ନ ଥିଲା। କାରଣ ଉଭୟ ନେତା ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିଥିଲେ। ଯାହାକୁ ଦେଖି ସେଠାରେ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ହେଲା ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏକ ନୀଳ ଲୁଙ୍ଗି ପିନ୍ଧି ହାତରେ ଯୋଡି ଶଙ୍ଖ ଧରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ପ୍ରଚାର କରୁଛନ୍ତି ବୋଲି କଟାକ୍ଷ କରିିଥିଲେ।

ଏହାର ଜବାବ ଦେବା ପାଇଁ ଆଜି ସସ୍ମିତ ଏବଂ ସ୍ବୟଂ ପ୍ରକାଶ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି, ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖିସାରିଲେଣି।  ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ୍ କରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇର୍ଷାନ୍ୱିତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ସେମାନେ କହିଛନ୍ତି ଯେ, ଇର୍ଷା ଏବଂ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି । ଏଭଳି କରି ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି । ଲକ୍ଷ ଲକ୍ଷ ବୁଣାକାର, ଯେଉଁମାନେ ଏହାକୁ ତିଆରି କରିଛନ୍ତି, ଓଡିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି, ସେମାନଙ୍କୁ ଅପମାନିତ କରିଛନ୍ତି ।

ରାଜ୍ୟରେ ବୁଣାକାର ମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି, ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବେଶ୍ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ୍ ଦେବାକୁ ଶ୍ରୀଯୁକ୍ତ ପ୍ରଧାନ ଉଦ୍ୟମ କରିଛନ୍ତି। ସାରା ଓଡିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାର ମାନେ ତିଆରି କରନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । ଶ୍ରୀଯୁକ୍ତ ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା, ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୂଲି ଯାଇଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ, ଓଡିଶାବାସୀଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ।

ତେବେ ଏହି ଲୁଙ୍ଗି ପିନ୍ଧାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଣି ଏକ ମାଟିଆ ରଂଗର ଲୁଙ୍ଗି ପିନ୍ଧି ସେହି ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରଚାର କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ରାଜ୍ୟ ବିଜେପିର ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା, ଶୀର୍ଷରେ ମୋଦି

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ ଚାଲିଶ ଜଣଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରର 13 ଜଣ ନେତା ଥିବା ବେଳେ ଅନ୍ୟ ସମସ୍ତେ ରାଜ୍ୟ ନେତା ଅଛନ୍ତି। ତେବେ ଏହି ତାଲିକା ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ରାଜନାଥ ସିଂହ ଏବଂ ଅମିତ ସାହା ଅଛନ୍ତି।

ସେହିପରି ଓଡିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ। ଚଳଚିତ୍ର ତାରକା ମଧ୍ୟରେ ଦଳ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ଶ୍ରୀତମ ଦାସଙ୍କୁ ଷ୍ଟାର ପ୍ରଚାରକ କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି ଆଣିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସଏଚଜି ସାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କର କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସାୟ ପରିଦର୍ଶନ ଓ ଦୂରଦୃଷ୍ଟି ରହିବା ଆବଶ୍ୟକ ବୋଲି ଅନୁଭବ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ତର୍ଜାତିକ ବାଣିଜ୍ୟିକ ଜ୍ଞାନ ଆହରଣ ଓ ବ୍ୟବସାୟ କୌଶଳ ସମ୍ପର୍କରେ ଅଧ୍ୟୟନ ସହ ଓଡ଼ିଶାରେ ନିଜ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଏହାକୁ କାର୍ଯ୍ୟକାରୀ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମକକ୍ଷ କରିବା, ଏଚଏଚଜିଗୁଡିକୁ ଏମ୍‌ଏସ୍‌ଏମ୍‌ଇରେ ପରିଣତ କରିବା ପାଇଁ ତୃଣମୂଳସ୍ତରର ମିଶନଶକ୍ତି ମହିଳାଙ୍କ ନେତୃତ୍ୱର ଅନେକ ପ୍ରତିନିଧିଙ୍କୁ ଦୁବାଇ ପଠାଯାଇଥିଲା।

ତେବେ ମିଶନ ଶକ୍ତିର ବିଶ୍ୱସ୍ତରୀୟ ସଫଳତା ଏବଂ ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ସଶକ୍ତିକରଣରେ ଅସହିଷ୍ଣୁ ଓ ଇର୍ଷାପରାୟଣ ହୋଇପଡିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ଏହି ମହିଳା ଏସଏଚଜି ସଦସ୍ୟମାନେ ୨୦୨୪ ଏପ୍ରିଲରେ କିଭଳି ଦୁବାଇକୁ ଯାଇ ନପାରିବେ ସେଥିପାଇଁ ଷଡ଼ଯନ୍ତ୍ର କରିଥିଲେ।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଏବଂ ମିଛରେ ୨୦୨୪ ମାର୍ଚ୍ଚ ୨୭ ତାରିଖରେ ମିଶନ ଶକ୍ତିର ଦୁବାଇ ପ୍ରତିନିଧିଙ୍କୁ ଅଟକାଇବା ପାଇଁ ଏକ ଅଭିଯୋଗ ପତ୍ର ପଠାଇବା ପାଇଁ ଯୋଜନା କରିଥିଲେ ଏବଂ ଏହାର ଶୀର୍ଷରେ ରହିଥିଲେ। ମିଶନ ଶକ୍ତି ମହିଳା ନେତ୍ରୀଙ୍କ ନାମ ତାଲିକାକୁ ପରବର୍ତ୍ତୀ ସମୟରେ ଇସିଆଇଙ୍କ ମାର୍ଗଦର୍ଶିକା ଆଧାରରେ ପ୍ରକାଶ କରାଯାଇଥିଲା। କିନ୍ତୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତିର ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ଚାହୁଁନଥିବା ଏଥିରୁ ସ୍ପଷ୍ଟ ହୋଇଥିଲା।

ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ଭାବେ ସେ ସମ୍ବଲପୁରରୁ ମିଶନ ଶକ୍ତି ଏସ୍‌ଏଚଜି ସଦସ୍ୟଙ୍କୁ ଦୁବାଇ ଗସ୍ତରେ ଯିବାକୁ ବାରଣ କରିଛନ୍ତି। ଯଦି ସେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତେବେ ମିଶନ ଶକ୍ତିକୁ ବନ୍ଦ କରି ଦେବେ ଏବଂ ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କ ସଶକ୍ତୀକରଣକୁ ନଷ୍ଟ କରିଦେବେ ଏବଂ ପୁଣିଥରେ ସେମାନଙ୍କୁ ଘରର ଚାରି କାନ୍ଥ ଭିତରକୁ ଠେଲି ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ଏହା କେବଳ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଗ୍ର ଅସହିଷ୍ଣୁତା, ଈର୍ଷା ଏବଂ ମହିଳା-ବିରୋଧୀ ମନୋଭାବକୁ ଦର୍ଶାଉଛି। ମିଶନ ଶକ୍ତି ଏସଏଚଜି ସଦସ୍ୟଙ୍କୁ ଦୁବାଇ ଯିବାରୁ ସେ ବାରଣ କରିଛନ୍ତି । ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମିଶନ ଶକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା, ଯିଏ କି ୭୦ ଲକ୍ଷ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ବିପ୍ଳବ ସାଜିଛନ୍ତି।

ସେ ମହିଳାଙ୍କ ସଶକ୍ତିକରଣକୁ ବରଦାସ୍ତ କରିପାରିବେ ନାହିଁ; ସେ ଓଡ଼ିଶାର ମହିଳାମାନଙ୍କ ସଫଳତାକୁ ଗ୍ରହଣ କରିପାରିବେ ନାହିଁ। ସେ ମହିଳା ସଶକ୍ତିକରଣ ବିରୋଧି, ମହିଳା ବିକାଶର ବିରୋଧୀ ଏବଂ ମିଶନ ଶକ୍ତି ବିରୋଧର ଷଡଯନ୍ତ୍ରକାରୀ। ଓଡିଶାର କୋଟି କୋଟି ମହିଳା ବିଶେଷ କରି ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର ମହିଳାମାନେ ଏହି ନିର୍ବାଚନରେ ମହିଳାଙ୍କ ପ୍ରତି ତାଙ୍କର ଷଡ଼ଯନ୍ତ୍ର ଓ ଘୃଣା ଓ ସେମାନଙ୍କ ସଶକ୍ତିକରଣକୁ ବିରୋଧ ପାଇଁ ତାଙ୍କୁ ଉଚିତ୍‍ ଜବାବ ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବର୍ଷାଙ୍କ ପାଇଁ ଚିନ୍ତାରେ ବିଜେଡି, ଶଙ୍ଖ ଭବନରେ ବସିଲା ବଡଚଣାର ଗୁପ୍ତ ବୈଠକ

ଭୁବନେଶ୍ବର: ବଡଚଣା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ଚିନ୍ତାରେ ବିଜେଡି। କାରଣ ବର୍ଷା ସେହି ଅଞ୍ଚଳର ହୋଇ ନ ଥିବା ବେଳେ ଅମର ଶତପଥୀଙ୍କ ପରି ଟାଣୁଆ ନେତାଙ୍କ ଟିକେଟ କଟିଛି। ଯାହାକୁ ନେଇ ଅମରଙ୍କ ସମର୍ଥକମାନେ ବେଶ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ତେବେ ସେଥିରେ ତାଳି ପକାଇବା ପାଇଁ ଆଜି ବିଜେଡି ଶଙ୍ଖ ଭବନରେ ଏକ ରୁଦ୍ଧ ଦ୍ବାର ବୈଠକ କରିଛି। ସେଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ବଡଚଣାର ଅନ୍ୟତମ ଆଶାୟୀ ରାଜନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଏଥିରେ ବର୍ଷା କିପରି ଅଧିକ ଭୋଟରେ ବିଜୟ ଲାଭ କରିବେ ସେ ନେଇ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବର ପାଣିଗ୍ରାହୀ

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ। ସେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ସହିତ ସମସ୍ତ ପଦପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି।

ରାସେଶ୍ବରୀ ସମ୍ବଲପୁରର ଏଥର ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହାକୁ ଦଳ ଗ୍ରହଣ କଲା ନାହିଁ। ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟା ଏବଂ ପରବର୍ତ୍ତି ସମୟରେ ପ୍ରାର୍ଥୀ ବଦଳାଇ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଯାହାକୁ ନେଇ ସେ ଅସନ୍ତୁଷ୍ଠ ବୋଲି ଜଣାପଡିଛି।

ରାସେଶ୍ବରୀ 2014 ରୁ 2019 ପର୍ଯ୍ୟନ୍ତ ସମ୍ବଲପୁରର ବିଜେଡି ବିଧାୟିକା ଥିଲେ। ହେଲେ 2019 ରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କଠାରୁ ହାରିଯାଇଥିଲେ। ଏଥର ସେ ଜୟନାରାୟଣଙ୍କୁ ପୁଣି ଟକ୍କର ଦେଇଥାଆନ୍ତେ ବୋଲି ଭାବି ଥିଲେ। ହେଲେ ବିଜେଡି ତାଙ୍କୁ ଟିକେଟ ନ ଦେଇ ରୋହିତଙ୍କୁ ପ୍ରାର୍ଥୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ହୋମିଓପ୍ୟାଥିକ ପିଜି ସିଟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଆୟୁଷ ବିକାଶ ପରିଷଦର ନିବେଦନ

ଭୁବନେଶ୍ବର: ଦୀର୍ଘ ପଚିଶ ବର୍ଷ ଧରି ରାଜ୍ୟସରକାର କେବଳ ଏଲୋପାଠୀକ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉର୍ଣ୍ଣତି ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟରେ ଥିବା ଚାରୋଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ଏବଂ ଏହାର ଅଭାବ ଯୋଗୁଁ ରାଜ୍ୟରେ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ରେ ଅଧପତନ ସହିତ ବାରମ୍ବାର ସ୍ନାତକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି ।

ରାଜ୍ୟରେ ପ୍ରତିବର୍ଷ ଦୁଇଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ହୋମିଓପ୍ୟାଥିକ ସ୍ନାତକ ଡିଗ୍ରୀ ହାସଲ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ରାଜ୍ୟରେ ପିଜି ପଢିବା ପାଇଁ ରାଜ୍ୟ ରେ ସୁଯୋଗ ସୃଷ୍ଟି କରାଯାଇନାହିଁ।ଅନ୍ୟାନ୍ୟ ରାଜ୍ୟରେ ଆୟୁଷସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ର ଉର୍ଣ୍ଣତି ପରିଲକ୍ଷିତ ହେଉଥିବା ବେଳେ ଆମ ରାଜ୍ୟ ସରକାର ପ୍ରଚେଷ୍ଟା କରୁନଥିବା ଅଭିଯୋଗ କରି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ, କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରୀ ଶ୍ରୀ ସଦାନନ୍ଦ ସୋନବାଲ, କେନ୍ଦ୍ର ଆୟୁଷ ସଚିବ ଶ୍ରୀ ରାଜେଶ କୋଟଚେ,ରାଷ୍ଟ୍ରୀୟ ହୋମିଓପ୍ୟାଥିକ ଆୟୋଗ ଅଧ୍ୟକ୍ଷ ଡା ଅନୀଲ ଖୁରାନା, ସେକ୍ରେଟାରୀ ଡା ସଞ୍ଜୟ ଗୁପ୍ତା,ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଙ୍କୁ ଦାବୀପତ୍ର ପ୍ରେରଣ କରିଛନ୍ତି।

ରାଜ୍ୟରେ ଥିବା ଚାରୋଟି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଯଥା ଭୁବନେଶ୍ବର ସ୍ଥିତ ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡିଶା ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର, ରାଉରକେଲା ସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମ ପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରେ ତୁରନ୍ତ ବିଭିନ୍ନ ବିଭାଗରେ ପିଜି ଡିଗ୍ରୀ କୋର୍ସ ଉପଲବ୍ଧ କରାଇବା ପାଇଁ ସେ ଦାବୀ ଜଣାଇଛନ୍ତି।

ରାଜ୍ୟରେ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ହେବା ଦିନଠାରୁ କେବଳ ଅଭିର୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ରେ ମେଟେରିଆ ମେଡିକା, ଅର୍ଗାନନ,ରିପୋଟରୀ,ଫର୍ମାସୀ, ପ୍ରାକ୍ଟିସ ଅଫ ମେଡ଼ିସିନ ଆଦି ବିଭାଗ ରେସ୍ନାତକୋତ୍ତର ଡିଗ୍ରୀ କୋର୍ସ ଥିବା ବେଳେ ବିଭାଗୀୟ ପ୍ରଫେସର ଙ୍କ ଅଭାବ ଏବଂ ରାଜ୍ୟ ସରକାରୀ ଉଦାସୀନତା ଯୋଗୁଁ ୨୦୧୨ ରେ ବନ୍ଦ ହୋଇଯାଇଥିଲା।

ଭୁବନେଶ୍ୱର ସ୍ଥିତ ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ମେଟେରିଆ ମେଡିକା ବିଭାଗ ରେ ମାତ୍ର ଚାରୋଟି ପିଜି ସିଟ ଥିବା ବେଳେ ରାଜ୍ୟରେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଆୟୁଷ ଶିକ୍ଷା ବ୍ୟବସ୍ଥା ପ୍ରତି ଘୋର ଉଦାସୀନତା ମନୋଭାବ ପ୍ରକାଶ କରିଛନ୍ତି ବୋଲି ସେ ପ୍ରକାଶ ପ୍ରକାଶ କରି ତୁରନ୍ତ ରାଜ୍ୟରେ ଥିବା ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକ ରେ ତୁରନ୍ତ ପିଜି ଡିଗ୍ରୀ କୋର୍ସ ଖୋଲିବା ପାଇଁ ଅନୁରୋଧ କରି ପୃଥକ ପୃଥକ ଭାବେ ପତ୍ର ପ୍ରେରଣ କରିଛନ୍ତି।

ଏହାଦ୍ୱାରା ରାଜ୍ୟରେ ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଶିକ୍ଷକ ଅଭାବ ପୂରଣ ସହିତ କଲେଜ ଗୁଡ଼ିକ ର ଭିତ୍ତିଭୂମି ଓ ମାନବସମ୍ବଳ ବିକାଶ ସହିତ ସ୍ନାତକ ଶିକ୍ଷା ବ୍ୟବସ୍ଥା ସୁଚାରୁ ରୁପେ ସମ୍ପାଦନ ହୋଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ହାତରେ ଯୋଡି ଶଙ୍ଖ ଧରି ଡିଜିଟାଲ ପ୍ରଚାର ଆରମ୍ଭ କଲେ ନବୀନ ଏବଂ ପାଣ୍ଡିଆନ

ଭୁବନେଶ୍ବର: ଏଥର ଯୋଡି ଶଙ୍ଖ। ଗୋଟିଏ ଏମପି ପାଇଁ ଗୋଟିଏ ଏମଏଲଏ ପାଇଁ। ଆପଣମାନେ ଆର୍ଶିବାଦ କରନ୍ତୁ। ଧନ୍ୟବାଦ। ଏହା କହି ହାତରେ ଧରିଥିବା ଦୁଇଟି ଶଙ୍ଖ ଚିତ୍ରକୁ ଉପରକୁ ଟେକି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସିବା ଏବଂ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ ନବୀନ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଲେଣି।

ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ବର ସହିତ ସ୍ବର ମିଳାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ପ୍ରଥମେ ଜୟ ଜଗନ୍ନାଥ କହିଛନ୍ତି। ଏହାପରେ ସେ କହୁଛନ୍ତି ଯେ, ଆସନ୍ତା 24 ତାରିଖରେ ନବୀନବାବୁ ପ୍ରଚାରରେ ହିଞ୍ଜିଳି ଆସୁଛନ୍ତି। ଏଥର ଯୋଡି ଶଙ୍ଖ, ଥରେ ଏମପି ପାଇଁ ଥରେ ଏମଏଲଏ ପାଇଁ, ଆର୍ଶିବାଦ କରନ୍ତୁ।

ଆସନ୍ତାକାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକୁ ପ୍ରଚାର କରିବାକୁ ଯିବେ। ସେଠାରେ ସେ ଏକ ବଡ ଜନସମାବେଶକୁ ସମ୍ବୋଧନ କରିବେ। ସେଠାରେ ସେ ନିଜ ନିର୍ବାଚନ ମଣ୍ଡଳି ସହିତ ଆସ୍କା ଲୋକସଭା ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ଜୟପୁର ଯିବେ। ସେଠାରେ ମଧ୍ୟ କୋରାପୁଟ ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ।

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କୋରାପୁଟ, ନବରଂଗପୁର, ବ୍ରହ୍ଣପୁର ଏବଂ ଆସ୍କା ଲୋକସଭା ପାଇଁ ନିର୍ବାଚନ ହେବ। ସେଥିପାଇଁ ନବୀନ ପ୍ରଥମେ ଏହି ନିର୍ବାଚନ ମଣ୍ଡଳିଗୁଡିକରେ ପ୍ରଚାର ଶେଷ କରିଦେବେ। ସେଥିପାଇଁ ବିଜେଡି ପକ୍ଷରୁ ବଡ ପ୍ରସ୍ତୁତି କରାଯାଇଛି। ଦଳ ଏଥର କ୍ଷେତ୍ରୀୟ ପ୍ରଚାର ସହିଚ ଡିଜିଟାଲ ପ୍ରଚାର ପାଇଁ ପଦକ୍ଷେପ ଆରମ୍ଭ କରିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଘୋଷିତ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ, ୪ ବିଧାୟକଙ୍କ ଟିକେଟ କଟିଲା, ଭାଗ୍ୟବାନ ତୁଷାର

ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୪ ଜଣ ବିଧାୟକଙ୍କ ଟିକେଟ କାଟିବା ସହିତ ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଏହି ସପ୍ତମ ତାଲିକାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ଏକମାତ୍ର ବିଧାୟକ ଯାହାର ଟିକେଟ କଟି ନାହିଁ। ତାଙ୍କୁ ଛାଡିଦେଲେ ଏଥର ବିଜେଡି ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି।

ଯେଉଁମାନଙ୍କର ଟିକେଟ କଟିଛି ସେମାନେ ହେଲେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୂଦା ଏରସମାର ରଘୁନନ୍ଦନ ଦାସ, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରଣ୍ଡି। ତେବେ ସୁଦାମ ମାରାଣ୍ଡିଙ୍କୁ ଦଳ ଏଥର ଟିକେଟ ନ ଦେଇ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ହେଲେ ଅନ୍ୟମାନଙ୍କ ସଂପୂର୍ଣ୍ଣ ରୂପେ ନିର୍ବାଚନ ମଇଦାନରୁ ଦୂରେଇ ଦିଆଯାଇଛି।

ତେବେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ଦଳ ଏଥର ଭରସାକୁ ନେଇ ନାହିଁ। ହେଲେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ବିଶ୍ବ ରଂଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ ସୁନନ୍ଦା ଏବଂ ବିଶ୍ବ ରଂଜନ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ବିଶ୍ବ ପ୍ରାୟ ଚାରି ହଜାର ପାଖାପାଖି ଭୋଟରେ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ କରି ସେ ବହୁ ଭୋଟରେ ଜିତିବେ ବୋଲି ଆଶା କରିଛି।

ସେହିପରି ବାଲକୂଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସଙ୍କୁ ଦଳ ଭରସା କରି ନାହିଁ। ତାଙ୍କ ବଦଳରେ ଗତଥର ତାଙ୍କ ସହିତ ସ୍ବାଧୀନରୁ ଲଢେଇ କରିଥିବା ସାରଦା ଜେନାଙ୍କୁ ପ୍ରାର୍ଥୀ କରିଛି। ସାରଦା ବିଜେଡିରେ ମିଶିବା ପରେ ଦଳ ତାଙ୍କ ଉପରେ ଭରସା କରିଛି। ରଘୁନନ୍ଦନଙ୍କ କୁଆଡେ ଦେହ ଭଲ ରହୁ ନ ଥିବାରୁ ଦଳ ତାଙ୍କୁ ଟିକେଟ ଦେଲା ନାହିଁ ବୋଲି କୁହାଯାଉଛି।

ହିନ୍ଦୋଳରେ ଏଥର ବିଜେଡି ଢେଙ୍କାନାଳ  ସାଂସଦ ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥି କରିଛି।  ସେ ପୁଣିଥରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଆଶା କରିଥିଲେ। ହେଲେ ଦଳ ତାଙ୍କ ବଦଳରେ ଯୁବ ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପରେ ଭରସା କରିଛି। ଅବିନାଶଙ୍କ ନାମ ଘୋଷଣା ହେବା ପରେ ମହେଶ କଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଦଳ ସେଠାକାର ବିଧାୟକ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରାଣ୍ଡିଙ୍କ ଟିକେଟ କାଟିଥିଲେ ମଧ୍ୟ ତାଙ୍କ ପତ୍ନୀଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି। ତେବେ ଏହି ୬ ଜଣିଆ ତାଲିକାରେ କେବଳ ତୁଷାରଙ୍କୁ ଛାଡି ଦେଲେ ଆଉ ସମସ୍ତେ ନୂଆ। ସେହିପରି ୬ ଜଣିଆ ତାଲିକାରେ ଦଳ ଦୁଇ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାୟସଭା ପ୍ରାର୍ଥୀ ତାଲିକାରେ ମୋଟ ୩୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଯାହା ୨୪ ପ୍ରତିଶତ ବୋଲି ଜଣା ପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା, କାକଟପୁରରୁ ତୁଷାର, ହିନ୍ଦୋଳରୁ ମହେଶ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ସପ୍ତମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ନବୀନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଭରସା କରି କାକଟପୁରରୁ ପ୍ରାର୍ଥୀ କରିଛନ୍ତିଯ ଏଥର ମାତ୍ର ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ

ହିନ୍ଦୋଳ- ମହେଶ ସାହୁ

ରଘୁନାଥପଲ୍ଲୀ- ଅର୍ଚ୍ଚନା ବେହେରା

ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା

କାକଟପୁର- ତୁଷାରକାନ୍ତି ବେହେରା

ବାଙ୍ଗିରପୋଷି- ରଂଜିତା ମାରାଣ୍ଡି

ବରୀ- ବିଶ୍ବରଂଜନ ମଲ୍ଲିକ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହିଞ୍ଜିଳିରେ କରିବେ ପ୍ରଚାର

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେବ ପ୍ରଚାର। ସେଥିପାଇଁ ସବୁ ଦଳ ବର୍ତ୍ତମାନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେଥିପାଇଁ ବିଜୁ ଜନତା ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବେ  ମଇଦାନକୁ। ଆସନ୍ତା 24 ତାରିଖରେ ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ।

ଏହି ପ୍ରଚାର ବେଳେ ନବୀନ ଆସ୍କା ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ। ଏଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ।ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଉତ୍ପଳା ଧାରୁଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଦ୍ୟୁତ୍‌ପ୍ରଭା ଜୋଷୀ, ପ୍ରେମାନନ୍ଦ ବ୍ରିହେଡ, ଆଶିଷ କୁମାର ପଣ୍ଡା, ସୁରେଶୀନୀ ଓରାମ, ବିରେନ୍ଦ୍ର ରାଉତ, ଓମପ୍ରକାଶ ସା ଓ ଅନିରୁଦ୍ଧ ମାଝୀଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କରିବେ ନିର୍ବାଚନ ପ୍ରଚାର, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା ପରେ ସଂଧ୍ୟାରେ ଭୁବନେଶ୍ୱର ପହଂଚି ରାତ୍ରିଯାପନ କରିବେ। ଏହି ଅବସରରେ ଶ୍ରୀ ଶାହା ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ପାଇଁ ଦୁଃଖ ଖବର, ଚାଲିଗଲେ ତାଙ୍କ ମାତା ନଳିନୀ ପ୍ରଭା

ଭୁବନେଶ୍ୱର: ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମାତା ଶ୍ରୀମତୀ ନଳିନୀ ପ୍ରଭା ଷଡଙ୍ଗୀଙ୍କ ଗତକାଲି ରାତ୍ରିରେ ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀ ଜଣେ ସରଳ, ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ କ୍ୟାପିଟାଲ ହସ୍ପିଟାଲ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ବର୍ଗତ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ଶବରୀ ସାଂସ୍କୃତିକ ସଂସଦର ହୃଦୟ ରଞ୍ଜନ ଶତପଥୀ, ଯୁଗ୍ମ ସମ୍ପାଦକ ଶ୍ରୀ ନୀଳମାଧଵ ଦାସ, କୋଷାଧ୍ୟକ୍ଷ ଶ୍ରୀ ଯଶୋବନ୍ତ ଜେନା, ଆଚାର୍ଯ୍ୟ ବିହାର ପରିଷଦର ଭାଗବତ ଦାଶ, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ କରିଛିନ୍ତି। ତାହା ହେଲା ଯେ, ସମ୍ବଲପୁର ବିଧାନସଭାର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ। ବିଜେଡି କହିଛି ଯେ, ଜୟନାରାୟଣ ତାଙ୍କ ନିର୍ବାଚନ ସଭାରେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି।

ଗତକାଲି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଜୟନାରାୟଣ ଏକ ବୈଠକ ଡାକିଥିଲେ। ସେଥିରେ ଲୋକ ନ ହେବାରୁ କେତେକ ପିଲାଙ୍କୁ ଡାକି ଚଉକି ଭର୍ତ୍ତି କରିଥିଲେ। ବର୍ତ୍ତମାନ ପ୍ରବଳ ତାତି ପ୍ରବାହିତ ହେଉଥିବା ବେଳେ ପିଲାମାନଙ୍କୁ ଜୟନାରାୟଣ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିବା ଆଚରଣ ବିଧି ଉଲ୍ଲଘଂନ ବୋଲି ଦଳ କହିଛି। ଏ ନେଇ ଦଳ ଏକ ଫଟୋ ମଧ୍ୟ ଅଭିଯୋଗ ପତ୍ର ସହିତ ଦାଖଲ କରିଛି।

ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ଗ୍ରୀଷ୍ଣ ଛୁଟି ତାରିଖ, ଆସନ୍ତାକାଲିଠାରୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ କ୍ଲାସ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଗ୍ରୀଷ୍ଣ ଛୁଟି ଘୋଷଣା କରିଛନ୍ତି। ସେହି ଅନୁସାରେ ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ତେବେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ।

ତେବେ ଗ୍ରୀଷ୍ମ ଛୁଟିରେ ଶିକ୍ଷକ ଓ ଅଧିକାରୀମାନେ ଆସିବା ପାଇଁ କୁହାଯାଇଛି। ବର୍ତ୍ତମାନ ସାରା ରାଜ୍ୟରେ ଯେପରି ଗ୍ରୀଷ୍ମ ପ୍ରବାହ ହେଉଛି ସେଥିରେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଗତକାଲି ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଯାଇଛି। ତାହାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବର୍ତ୍ତମାନ କେଉଁ ଦଳର କେତେ ଆସନ ଘୋଷଣା ହେବାକୁ ଅଛି ବାକି, କାହିଁକି ହେଉଛି ଡେରି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ଦଳ ସେମାନଙ୍କର ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିପାରି ନାହାଁନ୍ତି। ତେବେ ମୁଖ୍ୟ ବିଜେଡି ଓ ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରି ନାହିଁ। ସେହି ଦୁଇଟି ଆସନ ହେଲା କଟକ ଓ ମୟୁରଭଂଜ।

ତେବେ ବିଧାନସଭା ଆସନରେ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ଦେଇପାରି ନାହାଁନ୍ତି। ହିସାବ ଅନୁସାରେ ତିନି ଦଳର ଯେଉଁ ଆସନ ସଂଖ୍ୟା ବାକି ରହିଛି ତାହା ହେଲା

ବିଜେଡି-12

ବିଜେପି- 16

କଂଗ୍ରେସ- 09

ତେବେ ମୁଖ୍ୟ ବିଜେଡି ଓ ବିଜେପି ପାଇଁ ଦୁଇଟି ଆସନରେ ବିବାଦ ତୀବ୍ର ହୋଇଛି। ସେହିଦୁଇଟି ଆସନ ହେଲା ଖୋର୍ଦ୍ଧା ଏବଂ ବେଗୁନିଆ। ଏହି ଦୁଇ ଆସନ ମଧ୍ୟରୁ ପ୍ରଶାନ୍ତ ଜଗଦ୍ଦେବ କୌଣସି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ସେଥିପାଇଁ ଛକାଛକି ହୋଇ କୌଣସି ଦଳ ପ୍ରାର୍ଥୀ ଦେଇ ନ ଥିଲେ। ଏବେ କେବଳ କଂଗ୍ରେସ ଖୋର୍ଦ୍ଧା ପାଇଁ ସୋନାଲି ସାହୁ ଏବଂ ବେଗୁନିଆ ପାଇଁ ପୃଥୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ ଘଟିଗଲା। ତାଙ୍କ ନାମ ହେଉଛି କନୱର ସର୍ବେଶ ସିଂ। ତାଙ୍କର ବୟସ 71 ବର୍ଷ ହେବ।

ମୋରଦାବାଦରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେଥିରେ ବିଜେପି କନୱରଙ୍କୁ ପ୍ରାର୍ଥୀ କରିଥିଲା। ଭୋଟ ଗ୍ରହଣ ଦିନ ତାଙ୍କର ଦେହ ଖରାପ ହେଲା। ଫଳରେ ସେ ନିଜ ଭୋଟ ନ ଦେଇପାରି ନୂଆଦିଲ୍ଲୀର ଏମସରେ ଭର୍ତ୍ତି ହେଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଗଲା।

ବର୍ତ୍ତମାନ ସେଠାରେ ଉପନିର୍ବାଚନ ହେବ ନା କଣ କରାଯିବ ସେ ନେଇ ସମସ୍ତେ ଦ୍ବନ୍ଦରରେ ରହିଲେ। ପରବର୍ତ୍ତି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଲେ ଯେ, ମୋରାଦାବାଦ ମତଦାନ ସଂରକ୍ଷଣ କରି ରଖାଯାଇଛି। ଯେଉଁ ଦିନ ଗଣତି ତାରିଖ ରହିଛି ସେହିଦିନ ଗଣତି ହେବ। ଯଦି ମୃତ ପ୍ରାର୍ଥୀ ବିଜୟୀ ହୋଇଥାନ୍ତି ତେବେ ସେଠାରେ ଉପନିର୍ବାଚନ ହେବ। ଯଦି ସେ ପରାଜୟ ହୋଇଥିବା ତେବେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଆଉ ଉପନିର୍ବାଚନ ହେବ ନାହିଁ।

ଫଳରେ ସେହି ଆସନର ସମସ୍ତ ପ୍ରାର୍ଥୀ ଏପରି କି ଭୋଟରମାନେ ମଧ୍ୟ ଗଣତି ତାରିଖକୁ ଅପେକ୍ଷା କରି ରହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରୀ କଲା ବିଜେଡି, ପ୍ରଥମରେ ନବୀନ, ଦ୍ବିତୀୟରେ ପାଣ୍ଡିଆନ

ଭୁବନେଶ୍ବର: ଆଜି ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ପରେ ଚାଳିଶ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରୀ କରିଛି। ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ରହିଥିବା ବେଳେ ଦ୍ବିତୀୟରେ ଅଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେହିପରି ତୃତୀୟରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ।

ସେହିପରି ଏହି ତାଲିକାରେ ଦେବୀ ମିଶ୍ର ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପରି ବହୁ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ସେହିପରି ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ ଏବଂ ଶ୍ରୀମୟି ମିଶ୍ରଙ୍କ ପରି ପାଞ୍ଚ ଜଣ ମହିଳାଙ୍କୁ ଦଳ ଷ୍ଟାର ପ୍ରଚାରକ ଭାବେ ଗ୍ରହଣ କରିଛି।