Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ
ଆଜିର ଖବର

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଜ୍ଞା ନୃତ୍ୟାୟନ
ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଓଡ଼ିଶୀ ନୃତ୍ୟ ପରମ୍ପରା, ଗୁରୁ-ଶିଷ୍ୟ ପରମ୍ପରା ଏବଂ କଳାସାଧକମାନଙ୍କ ଅବଦାନକୁ ସମ୍ମାନ ଓ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଜ୍ଞା ନୃତ୍ୟାୟନ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ୧୫ତମ ‘ଗୁରୁଶ୍ରୀ ସମ୍ମାନ–୨୦୨୬’ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦିନବ୍ୟାପୀ ଏହି କଳା ଉତ୍ସବରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ନୃତ୍ୟ ପରିବେଷଣ ସହ ଗୁରୁ, କଳାକାର ଓ କଳାସାଧକମାନଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ଗୋଟିପୁଅ ନୃତ୍ୟ ଗୁରୁ ଗୁରୁ ଶ୍ରୀ ଭାଗୀରଥୀ ମହାପାତ୍ର। ତାଙ୍କର ଦୀର୍ଘ କଳାସାଧନା ଏବଂ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରମ୍ପରା ପ୍ରତି ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ସମ୍ମାନଜନକ ‘ଗୁରୁଶ୍ରୀ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା।

ପ୍ରଥମ ଅଧିବେଶନରେ ରୋଟାରୀର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା, ଗୁରୁ ନିରଞ୍ଜନ ରାଉତ, ଗୁରୁ ବ୍ରଜ କିଶୋର ମଲ୍ଲିକ, ସମାଜସେବୀ ତଥା ଏମ୍‌ଡି ବିରଞ୍ଚି ନାରାୟଣ ମିଶ୍ର ଏବଂ ‘କନ୍ୟା ଅନନ୍ୟା’ର ପ୍ରତିଷ୍ଠାତା ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଏହି ଅଧିବେଶନରେ ପ୍ରଜ୍ଞା ନୃତ୍ୟାୟନର ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଦଳ ସମେତ ବିଭିନ୍ନ କଳାକାରଙ୍କ ମନୋମୁଗ୍ଧକର ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ପ୍ରଥମ ଅଧିବେଶନରେ ତୃପ୍ତିସ୍ମିତା ତାରିଣୀଙ୍କ ଏକକ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ ମଣ୍ଡଳ, କଟକର ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଏହାସହ ଡ. ଶ୍ରୀନିବାସ ଘଟୁଆରୀ ସଂଯୋଜକ ଓ ଓଡ଼ିଶୀ ଗବେଷକ ଭାବେ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଥିଲେ। ଭିଡିଓଗ୍ରାଫିରେ ପ୍ରବାସ କୁମାର ପ୍ରଧାନ, ଫଟୋଗ୍ରାଫିରେ ଗଣେଶ ସାହୁ ଏବଂ ଲାଇଟ୍ ଡିଜାଇନରେ ବିକାଶ ପ୍ରଧାନ ସହଯୋଗ କରିଥିଲେ।

ସନ୍ଧ୍ୟା ଅଧିବେଶନରେ ପଦ୍ମଶ୍ରୀ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀର ସମାଜ ସେବୀ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜୟ କୁମାର ମାନବଅଧିକାରୀ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଉତ୍ସବରେ ଓଡ଼ିଶୀ ନୃତ୍ୟର ଗୁରୁ-ଶିଷ୍ୟ ପରମ୍ପରାର ସୁରକ୍ଷା, ପ୍ରସାର ଓ ନୂତନ ପିଢ଼ିର କଳାକାରଙ୍କୁ ପ୍ରୋତ୍ସାହନ ଦେବାରେ ପ୍ରଜ୍ଞା ନୃତ୍ୟାୟନର ଭୂମିକାକୁ ଅତିଥିମାନେ ପ୍ରଶଂସା କରିଥିଲେ।

ଉତ୍ସବର ପ୍ରମୁଖ ଆକର୍ଷଣ ଥିଲା ପ୍ରଜ୍ଞା ନୃତ୍ୟାୟନର ନୂତନ ଓଡ଼ିଶୀ ନୃତ୍ୟନାଟିକା ‘ଶକ୍ତି ସ୍ୱରୂପିଣୀ ନାରୀ’। ନାରୀର ଶକ୍ତି, ସାମର୍ଥ୍ୟ, ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ନୃତ୍ୟ, ଅଭିନୟ ଓ ସଙ୍ଗୀତ ମାଧ୍ୟମରେ ଚମତ୍କାର ଭାବେ ଉପସ୍ଥାପନ କରାଯାଇଥିଲା।

ଏହି ନୃତ୍ୟନାଟିକାର ଧାରଣା ଓ କୋରିଓଗ୍ରାଫି ସ୍ୱୟଂପ୍ରଜ୍ଞା ସାହୁ କରିଥିବାବେଳେ, ସଙ୍ଗୀତରେ ଗୁରୁ ରାମହରି ଦାସ ଓ ଶ୍ରୀ ହିମାଂଶୁ ଶେଖର ସ୍ୱାଇଁ, କାହାଣୀରେ କେଦାର ମିଶ୍ର ଏବଂ ଲୟରେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ଅଜୟ ଚୌଧୁରୀ ସମ୍ପୃକ୍ତ ଥିଲେ।

ନୃତ୍ୟନାଟିକା ପରେ ଗୁରୁ ପୁଣ୍ୟଶ୍ରୀ ରାଉତଙ୍କ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଏଥିସହ ସୌରଭ କୁମାର ମହାନ୍ତି ଓ ରୋହିଣୀ ସାମଲଙ୍କ ଯୁଗଳ ଓଡ଼ିଶୀ ନୃତ୍ୟ ଏବଂ ବିଶ୍ୱନାଥ ସଙ୍ଗୀତାଳୟ, କଟକର ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।

ଗୁରୁଶ୍ରୀ ସମ୍ମାନ ଉତ୍ସବ ପ୍ରଜ୍ଞା ନୃତ୍ୟାୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026
Latest News

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026

ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ

August 12, 2026

ଟିମ୍ ଇଣ୍ଡିଆର ଖେଳାଳିଙ୍କ ଆହତ ପାଇଁ ଗୌତମ ଗମ୍ଭୀର ଦାୟୀ!: ପୂର୍ବତନ ଖେଳାଳିଙ୍କ ବଡ଼ ବିବୃତ୍ତି

August 12, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.