Ram Nath Kovind : ଆସନ୍ତାକାଲି ବୁଧବାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନମୋଚନ କରିବେ। ଆସନ୍ତାକାଲି ସକାଳ ୯:୩୦ ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେଏହି ପୁସ୍ତକର ଉନମୋଚନ ହେବ। ଯାହାର ନାମ ରହିଛି “ଭାରତୀୟ ଗଣରାଜ୍ୟର ବିଜୟ: ମୋର ଜୀବନ, ମୋର ସଂଘର୍ଷ”। ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
ଏହି ଆତ୍ମଜୀବନୀ ଶ୍ରୀ ରାମନାଥ କୋବିନ୍ଦଙ୍କ ଉଲ୍ଲେଖନୀୟ ଜୀବନ ଯାତ୍ରାର ଏକ ଗଭୀର ବ୍ୟକ୍ତିଗତ ବର୍ଣ୍ଣନା ରହିଛି। ଯେଉଁଥିରେ ତାଙ୍କ ପ୍ରାରମ୍ଭିକ ବର୍ଷରୁ ତାଙ୍କର ବିଶିଷ୍ଟ ସାର୍ବଜନୀନ ଜୀବନ ଏବଂ ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବରେ ଶେଷ ସେବା ପର୍ଯ୍ୟନ୍ତ ତାଙ୍କର ଅଭିଜ୍ଞତା, ସଂଘର୍ଷ ଏବଂ ସଫଳତା ଉପରେ ଲେଖାଯାଇଛି। ଏହି ପୁସ୍ତକ ତାଙ୍କ ଜୀବନ ଯାତ୍ରା ଏବଂ ଜନସେବାର ମୂଲ୍ୟବୋଧ, ଅଭିଜ୍ଞତା ଏବଂ ପରିସ୍ଥିତି ବିଷୟରେ ବିସ୍ତୁତ ବର୍ଣ୍ଣନା ରହିଛି।


