ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି କରିଛନ୍ତି। ସେମାନେ ହେଲେ ସଂଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱା। ଏହି ଦୁଇଜଣ ହେଉଛନ୍ତି 1994 ମସିହା ବ୍ୟାଚର ଅଫିସର। ଏହି ଦୁଇ ଅଧିକାରୀଙ୍କୁ ପଦନ୍ନୋତି ମିଳିବା ପରେ ନୂଆ ଡିଜିପି ହେବା ପାଇଁ ଉଭୟଙ୍କ ରାସ୍ତା ପରିସ୍କାର ହୋଇଗଲା। ପୂର୍ବରୁ ଏମାନଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି ହେବାର ଥିଲେ ମଧ୍ୟ ତାହା କରାଯାଇ ନ ଥିଲା।
ଚଳିତ ମାସରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅବସର ଗ୍ରହଣ କରିବେ। ତାଙ୍କୁ ଏ ନେଇ ସରକାର ସବୁଜ ସଙ୍କାତ ଦେଇସାରିଲେଣି। ଫଳରେ ଓଡିଶାର ନୂଆ ଡିଜିପି କିଏ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତେବେ ଏ ନେଇ ନୂଆଦିଲ୍ଲୀରେ ୟୁପିଏସସି ତରଫରୁ ଏକ ବୈଠକ ହୋଇଯାଇଛି। ହେଲେ ସେଥିରେ କୌଣସି ନିଷ୍ପତି ହୋଇପାରି ନ ଥିଲା।
ନୂଆ ଡିଜିପି ଚୟନ ନିୟମ ଅନୁସାରେ ୟୁପିଏସ ଦଶଜଣିଆ ବରିଷ୍ଠ ଆଇପିଏସଙ୍କୁ ତାଲିକ ଭୁକ୍ତ କରିବ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସର୍ଟଲିଷ୍ଟ କରିବ। ସେହି ତିନିଜଣଙ୍କ ନାମ ରାଜ୍ୟ ସରକାରଙ୍କୁ ୟୁପିଏସସି ପଠାଇବ। ସେହି ତିନିଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଡିଡିପି ଭାବେ ନିଯୁକ୍ତି ଦେବେ।


