Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮
ବିଶେଷ ଖବର

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Medical PG seats increased by 318: From 620 to 938
Medical PG seats increased by 318: From 620 to 938

ଭୁବନେଶ୍ୱର: ରାଜ୍ୟରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପିଜି ସିଟ୍ ବୃଦ୍ଧି ପାଇଛି। ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଏହା ଦ୍ୱାରା ରାଜ୍ୟରେ ବିଶେଷଜ୍ଞ ଡାକ୍ତର ସୃଷ୍ଟି ଓ ଉନ୍ନତ ସ୍ୱାସ୍ଥ୍ୟସେବାକୁ ଗତି ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ୫ଟି ସରକାରୀ ମେଡିକାଲ କଲେଜ ପ୍ରଥମଥର ପାଇଁ ପିଜି ସିଟ୍ ପାଇଛି। ପୂର୍ବରୁ ରାଜ୍ୟର କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭୀମସାର, ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ୱର ସ୍ଥିତ ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଏବଂ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପିଜି ମେଡିକାଲ ଶିକ୍ଷା ପ୍ରଦାନ କରାଯାଉଥିଲା।

ଶୁକ୍ରବାର ଜାତୀୟ ମେଡିକାଲ କମିଶନଙ୍କ ଅନୁମୋଦନ କ୍ରମେ ରାଜ୍ୟର ନୂତନ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିମଧ୍ୟରେ କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୪୪ଟି, ସୁନ୍ଦରଗଡର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୮ଟି ବିଭାଗରେ ୨୨ଟି, କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୯ଟି ବିଭାଗରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧୦ଟି ବିଭାଗରେ ୩୨ଟି ଏବଂ ଫୁଲବାଣୀର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୮ଟି ବିଭାଗରେ ୨୭ଟି ପିଜି ସିଟ୍ ଅନୁମୋଦନ ମିଳିଛି। ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୫୩ ହୋଇଛି।

ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୫୪ ହୋଇଛି। ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ସିଟ୍ ସଂଖ୍ୟା ୮ରୁ ବୃଦ୍ଧି ପାଇ ୫୪ ହୋଇଛି। ଏହା ସହ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ୧୧ଟି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୭ଟି, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଏବଂ ଭୀମସାର, ବୁର୍ଲାରେ ୧୧ଟି ପିଜି ସିଟ୍ ବୃଦ୍ଧି କରାଯାଇଛି। ଏହି ଅତିରିକ୍ତ ସିଟ୍‌ଗୁଡ଼ିକ ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍‌, ଇଏନଟି, ଜେନେରାଲ ମେଡିସିନ୍‌, ଜେନେରାଲ ସର୍ଜରୀ, ମାଇକ୍ରୋବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗରେ ଉପଲବ୍ଧ ହେବ।

ଜାତୀୟ ମେଡିକାଲ କମିଶନ ସରକାରୀ ମେଡିକାଲ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026
Latest News

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026

୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!

November 6, 2026

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.