Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ
ଅନ୍ତରାଷ୍ଟ୍ରୀୟ

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Military Airstrike in Myanmar: 30 Dead After Bombing at Wedding Ceremony

ନୂଆଦିଲ୍ଲୀ: ଗୃହଯୁଦ୍ଧରେ ଜର୍ଜରିତ ମିଆଁମାରରେ ସାମରିକ ବାହିନୀର ବର୍ବରତା ପୁଣିଥରେ ଚରମ ସୀମାରେ ପହଞ୍ଚିଛି। ଶନିବାର ଦେଶର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମିଆଁମାର ସେନା ପକ୍ଷରୁ କରାଯାଇଥିବା ଭୟଙ୍କର ବିମାନ ଆକ୍ରମଣରେ ଅତି କମ୍‌ରେ ୩୦ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମିଆଁମାରର ମୋଏ ବାଏ ଜିଲ୍ଲାରେ ଚାଲିଥିବା ଏକ ବିବାହ ଉତ୍ସବ ସ୍ଥଳ ଉପରେ ହୋଇଥିବା ବୋମାମାଡ଼ରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ରାଖାଇନ ରାଜ୍ୟରେ ଘଟିଥିବା ଅନ୍ୟ ଦୁଇଟି ପୃଥକ୍ ବିମାନ ଆକ୍ରମଣରେ ଏକାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଘଟଣା ସହିତ ଗତ ତିନି ଦିନ ମଧ୍ୟରେ ସାମରିକ ବାହିନୀର ବୋମାମାଡ଼ରେ ମୃତ୍ୟୁସଂଖ୍ୟା ୬୦ ଟପିଛି। ଉଲ୍ଲେଖଯୋଗ୍ୟ ଯେ ଏକ ଅନ୍ତର୍ଜାତୀୟ ନ୍ୟାୟାଳୟ ମିଆଁମାର ରାଷ୍ଟ୍ର ଗଣହତ୍ୟା କରିଥିବା ନେଇ ରାୟ ଦେବାର ମାତ୍ର ଗୋଟିଏ ସପ୍ତାହ ପରେ ଏହି ନରସଂହାର ଘଟିଛି।

ମୋଏ ବାଏ ଜିଲ୍ଲାରେ ବିସ୍ଥାପିତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ହଠାତ୍ ଆକାଶମାର୍ଗରୁ ବୋମାମାଡ଼ ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ନିଜ ନାମ ଗୋପନ ରଖି ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ଯେ ସେ ପ୍ରଥମେ ମୁଣ୍ଡ ଉପରେ ଏକ ବିମାନ ଉଡ଼ିବାର ଶବ୍ଦ ଶୁଣିଥିଲେ ଏବଂ ଏହାର କିଛି କ୍ଷଣ ପରେ ବିବାହ ସ୍ଥଳ ଉପରେ ବୋମା ପଡ଼ିଥିଲା। ସେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇ ସେଠାରେ ୧୭ଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ଅନେକ ଲୋକ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ। ଏହି ଦୃଶ୍ୟ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ ଏବଂ କାହାକୁ ପ୍ରଥମେ ଉଦ୍ଧାର କରିବେ ତାହା ବୁଝିପାରିନଥିଲେ। ଏହି ଆକ୍ରମଣ ପରେ ତାଙ୍କର ଜଣେ ଝିଆରୀଙ୍କ ସମେତ ଅନେକ ଲୋକ ନିଖୋଜ ଅଛନ୍ତି, ଯାହାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷରେ ଏକ ଉଦ୍ଧାରକାରୀ ସଂଗଠନର ମୁଖ୍ୟଙ୍କ ସୂଚନା ଅନୁଯାୟୀ, ଏହି ବିବାହ ସ୍ଥଳ ଆକ୍ରମଣରେ ୫ ଜଣ ଶିଶୁଙ୍କ ସମେତ ମୋଟ୍ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଉତ୍ତୋଳିତ ଭିଡିଓ ଦୃଶ୍ୟରେ ରକ୍ତାକ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଦେଖିବାକୁ ମିଳିଛି।

ମୋ ବାଏ ସହର ଉପରେ ସାମରିକ ବାହିନୀର ନିୟନ୍ତ୍ରଣ ରହିଥିବାବେଳେ ସହର ବାହାରେ ଥିବା ଶାନ ଏବଂ କାରେନ୍ନି ରାଜ୍ୟର ସୀମାନ୍ତ ଅଞ୍ଚଳରେ ବିରୋଧୀ ଗୋଷ୍ଠୀ ସକ୍ରିୟ ଅଛନ୍ତି, ଯେଉଁଠାରେ ବହୁ ସଂଖ୍ୟାରେ ବିସ୍ଥାପିତ ଲୋକ ଆଶ୍ରୟ ନେଇଛନ୍ତି। ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ମିଆଁମାରରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ନିର୍ବାସିତ ଜାତୀୟ ଏକତା ସରକାର ପକ୍ଷରୁ ଦାବି କରାଯାଇଛି। ୨୦୨୧ ମସିହାରେ ଅଙ୍ଗ ସାନ ସୁ କିଙ୍କ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ସେନା କ୍ଷମତା ଦଖଲ କରିବା ପରଠାରୁ ଆରମ୍ଭ ହୋଇଥିବା ଏହି ରକ୍ତାକ୍ତ ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ସମସ୍ତ ପକ୍ଷରୁ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ପର୍ଯ୍ୟବେକ୍ଷକ ସଂସ୍ଥା ଆକଳନ କରିଛନ୍ତି। 

ବିବାହ ଉତ୍ସବ ମିଆଁମାର ସେନାର ବିମାନ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026

ବିଶ୍ୱରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ୍ ହେଲେ ରିଷଭ ପନ୍ତ: ଭାରତୀୟମାନଙ୍କ ପ୍ରାଧାନ୍ୟ ବିସ୍ତାର

November 28, 2026

ଆମେରିକୀୟ ବାୟୁସେନାର ‘କ୍ଲାଉଡ୍ ୱାନ୍’ରେ ସାଇବର ଆକ୍ରମଣ

November 28, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026
Latest News

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଉଦ୍ଧବ ସେନାର ତିନି ଧାଡ଼ିଆ ହ୍ୱିପ୍, କାହିଁକି ଏତେ କଡ଼ା ହେଲା ଦଳ?

November 29, 2026

ଝାଡ଼ଖଣ୍ଡ ସଡ଼କ ଦୁର୍ଘଟଣାରେ ୪ ଶିଶୁଙ୍କ ସମେତ ୧୩ ଶ୍ରଦ୍ଧାଳୁ ମୃତ

November 29, 2026

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.