Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ
ଆଜିର ଖବର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ

November 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ

ଭୁବନେଶ୍ଵର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗତ ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ ହୋଇଛି। ମନ୍ତ୍ରଣାଳୟ ଓ ଏହାର ବିଭିନ୍ନ ମିଡିଆ ୟୁନିଟଗୁଡ଼ିକର କାର୍ଯ୍ୟାଳୟରେ ସ୍ୱଚ୍ଛତା ବୃଦ୍ଧି, ରେକର୍ଡ ପରିଚାଳନାରେ ସୁଧାର ଏବଂ ଦୀର୍ଘଦିନ ଧରି ପଡ଼ିରହିଥିବା କାର୍ଯ୍ୟ ସମ୍ପାଦନ ଉପରେ ଏହି ଅଭିଯାନ ଗୁରୁତ୍ୱ ଦେଇଥିଲା।

ଏହି ଅଭିଯାନ ସମୟରେ ୧,୬୩,୨୧୩ କିଲୋଗ୍ରାମ ଅଦରକାରୀ ସାମଗ୍ରୀ ନିଷ୍କାସନ କରାଯାଇ ୪୦,୨୭୮ ବର୍ଗଫୁଟ୍ କାର୍ଯ୍ୟାଳୟ ସ୍ଥାନ ଖାଲି କରାଯାଇଥିଲା। ଏହା ସହ ୩୫ଟି ଯାନକୁ ଅଚଳ ଘୋଷଣା କରାଯାଇଥିଲା। ମୋଟ ୧,୩୪୮ଟି ବାହ୍ୟ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇ ୧,୫୧୯ଟି ସ୍ଥାନ ସଫା କରାଯାଇଥିଲା।

ରେକର୍ଡ ପରିଚାଳନା ଓ ବକେୟା କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ହୋଇଥିଲା। ମୋଟ ୩୯,୫୪୫ଟି ଭୌତିକ ଫାଇଲ୍ ଯାଞ୍ଚ କରାଯାଇଥିବା ବେଳେ ୮,୮୨୩ଟି ଫାଇଲକୁ ନଷ୍ଟ କରାଯାଇଥିଲା। ସେହିପରି ୧୨,୬୦୯ଟି ଇ-ଫାଇଲ୍ ଯାଞ୍ଚ କରାଯାଇ ଅଭିଯାନ ସମୟରେ ୧୧,୧୯୯ଟି ଫାଇଲ୍ ବନ୍ଦ କରାଯାଇଥିଲା।

ଏହି ଅଭିଯାନର ପ୍ରସ୍ତୁତି ପର୍ଯ୍ୟାୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରଣାଳୟ ଓ ଏହାର ମିଡିଆ ୟୁନିଟଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ କାର୍ଯ୍ୟାଳୟ, ଏପରିକି ତଳସ୍ତରର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଅଭିଯାନରେ ସାମିଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଅକ୍ଟୋବର ୩୧ ପରେ ମଧ୍ୟ ସ୍ୱଚ୍ଛତା ଅଭିଯାନକୁ ବର୍ଷବ୍ୟାପୀ ଜାରି ରଖିବା ସହ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିବା କାର୍ଯ୍ୟାଳୟଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଳ କୁମାର ଅଭିଯାନର ପ୍ରଗତିକୁ ନିୟମିତ ସମୀକ୍ଷା କରିଥିଲେ। ସେ ମିଡିଆ ୟୁନିଟଗୁଡ଼ିକୁ ସ୍ୱଚ୍ଛତାକୁ ନିୟମିତ ଅଭ୍ୟାସରେ ପରିଣତ କରିବା ସହ ଅଭିଯାନ ସମୟସୀମା ପରେ ମଧ୍ୟ ‘ସ୍ୱଚ୍ଛତା ହିଁ ସେବା’ର ଭାବନାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହାକୁ ବର୍ଷବ୍ୟାପୀ ପ୍ରତିବଦ୍ଧତା ଏବଂ ସଂସ୍ଥାଗତ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଦେଶର ବିଭିନ୍ନ ଆକାଶବାଣୀ କେନ୍ଦ୍ର ପକ୍ଷରୁ ପୁରୁଣା ଫାଇଲ୍ ଓ କାଗଜପତ୍ର ନଷ୍ଟ କରାଯାଇଥିଲା। ଏହା ସହିତ କୋଲକାତାରେ ସଫେଇ, କଟକରେ ଏକ ପୁରୁଣା ବରଗଛ ନିକଟବର୍ତ୍ତୀ ଅଞ୍ଚଳର ସଫେଇ ଏବଂ ଗୁଜରାଟର ହିମ୍ମତନଗରରେ ଆବର୍ଜନାରୁ ସମ୍ପଦ ସୃଷ୍ଟି ଭଳି ପଦକ୍ଷେପ ନିଆଯାଇଥିଲା। ସେଠାରେ ଏକ ପୁରୁଣା ପରିତ୍ୟକ୍ତ ଡିସ୍କକୁ ସୁରକ୍ଷା କର୍ମୀଙ୍କ ବସିବା ସ୍ଥାନରେ ପରିଣତ କରାଯାଇଥିଲା। ଆକାଶବାଣୀ ଯୋଧପୁର ପକ୍ଷରୁ ମଧ୍ୟ ଆବର୍ଜନା ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ଭୁବନେଶ୍ୱରସ୍ଥିତ ଏନ୍ଏବିଏମ୍ (NABM) ରେ ଶିଶୁ ଉଦ୍ୟାନ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା।

ଅଭିଯାନ ସମୟରେ ଅନ୍ୟାନ୍ୟ ମିଡିଆ ୟୁନିଟଗୁଡ଼ିକ ମଧ୍ୟ ବିଭିନ୍ନ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ  ପଦକ୍ଷେପ ଗ୍ରହଣ କରିଥିଲେ। ଆଇଆଇଏମସି କୋଟ୍ଟାୟମ୍ ପକ୍ଷରୁ କାନ୍ଥଚିତ୍ର ମାଧ୍ୟମରେ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଦୂରଦର୍ଶନ କେନ୍ଦ୍ର ଶ୍ରୀନଗର ପକ୍ଷରୁ ବନ ବିଭାଗ ଓ ସିଆରପିଏଫ ସହ ମିଳିତ ଭାବେ ଶଙ୍କରାଚାର୍ଯ୍ୟ ପାହାଡ଼ରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଦୂରଦର୍ଶନ କେନ୍ଦ୍ର ଡେରାଡୁନ୍, ଅହମ୍ମଦାବାଦର ପିଆଇବି ଓ ସିବିସି କାର୍ଯ୍ୟାଳୟ ଏବଂ ନୂଆଦିଲ୍ଲୀସ୍ଥିତ ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟରେ ମଧ୍ୟ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା।

ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି ଓ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ଓ ଜନସମ୍ପର୍କ କାର୍ଯ୍ୟ କରାଯାଇଥିଲା। ସ୍ୱତନ୍ତ୍ର ଅଭିଯାନ ୬.୦ର ସଫଳ ସମାପ୍ତି ସ୍ୱଚ୍ଛତା, ଦକ୍ଷ ରେକର୍ଡ ପରିଚାଳନା, ବକେୟା କାର୍ଯ୍ୟର ତ୍ୱରିତ ଫଇସଲା ଏବଂ ଉନ୍ନତ ଜନସେବା ପ୍ରଦାନ କ୍ଷେତ୍ରରେ ମନ୍ତ୍ରଣାଳୟର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଅଶ୍ୱିନୀ ବୈଷ୍ଣବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅଭିଯାନ ୬.୦
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏଲ୍‌ସି ଅଭିଯାନ ୫.୦ର ପ୍ରାକ୍‌ ପ୍ରସ୍ତୁତି ପର୍ଯ୍ୟାୟ ସଫଳତାର ସହ ଶେଷ କଲା ଓଡ଼ିଶା ସିସିଏ କାର୍ଯ୍ୟାଳୟ

November 7, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ: ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2026

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

୪୬.୮୬ ଲକ୍ଷ ଟଙ୍କା ହଡ଼ପ ମାମଲା: ଶେଷରେ ଧରାପଡ଼ିଲେ ଫେରାର ସରପଞ୍ଚ, ପୁରୁଷ ବନ୍ଧୁଙ୍କ ସହ ଜେଲ୍‌ ଗଲେ!

November 6, 2026
Latest News

ଡିଏଲ୍‌ସି ଅଭିଯାନ ୫.୦ର ପ୍ରାକ୍‌ ପ୍ରସ୍ତୁତି ପର୍ଯ୍ୟାୟ ସଫଳତାର ସହ ଶେଷ କଲା ଓଡ଼ିଶା ସିସିଏ କାର୍ଯ୍ୟାଳୟ

November 7, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ସଫଳତାର ସହ ଶେଷ

November 7, 2026

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ: ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2026

୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍‌

November 6, 2026

ବଢ଼ିଲା ୩୧୮ମେଡିକାଲ୍ ପିଜି ସିଟ୍‌: ଥିଲା ୬୨୦, ହେଲା ୯୩୮

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.