Categories
ଆଜିର ଖବର ଜାତୀୟ ଖବର

ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ସମର୍ଥନ ନ କରିବାକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ବିଦେଶୀ ଅନଲାଇନ ବେଟିଂ ଏବଂ ଜୁଆ ପ୍ଲାଟଫର୍ମ ସମେତ ସରୋଗେଟ୍ (ଛଦ୍ମ) ବିଜ୍ଞାପନ କିମ୍ବା ପ୍ରଚାରପ୍ରସାର ଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ସାମାଜିକ ଗଣମାଧ୍ୟମର ସମସ୍ତ ସମର୍ଥକ ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଏହି ବିଜ୍ଞାପନଗୁଡ଼ିକ ଗ୍ରାହକ, ବିଶେଷ କରି ଯୁବବର୍ଗଙ୍କ ଉପରେ ଅନଲାଇନ୍ ବେଟିଂ ଏବଂ ଜୁଆଖେଳର ଏକ ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ ଏବଂ ସାମାଜିକ-ଆର୍ଥିକ ପ୍ରଭାବ ପକାଇଥାଏ।

ଭାରତୀୟ ଦର୍ଶକଙ୍କୁ ଆଖି ଆଗରେ ରଖି ଏଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରସାରଣ ନ କରିବାକୁ ମନ୍ତ୍ରଣାଳୟ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦେଇଛି। ଏଭଳି ବିଷୟବସ୍ତୁ ପ୍ରକାଶ ନ କରିବା ପାଇଁ ସେମାନଙ୍କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନ ପ୍ରୟାସ କରିବାକୁ ମଧ୍ୟ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କୁ ପରାମର୍ଶ ଦିଆଯାଇଛି।
ଏହାକୁ ପାଳନ ନକଲେ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ର ବ୍ୟବସ୍ଥା ଅନୁଯାୟୀ ସାମାଜିକ ଗଣମାଧ୍ୟମ ପୋଷ୍ଟ କିମ୍ବା ଆକାଉଣ୍ଟକୁ ହଟାଇବା କିମ୍ବା ଅଚଳ କରିବା ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମାର୍ଗଦର୍ଶିକାରେ ଚେତାବନୀ ଦିଆଯାଇଛି।

ସୂଚନା ପ୍ରଯୁକ୍ତି ଆଇନ,୨୦୦୦ର ଧାରା ୭୯ରେ ମଧ୍ୟସ୍ଥଙ୍କ ଦ୍ୱାରା ଉପଲବ୍ଧ କିମ୍ବା ହୋଷ୍ଟ କରାଯାଇଥିବା ତୃତୀୟ ପକ୍ଷ ସୂଚନା, ଡାଟା କିମ୍ବା ଯୋଗାଯୋଗ ଲିଙ୍କ୍ ପାଇଁ ସେମାନଙ୍କୁ ଦାୟିତ୍ୱରୁ ମୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଧାରା ୭୯ର ଉପଧାରା (୩)(ବି)ରେ ବ୍ୟବସ୍ଥା ରହିଛି ଯେ ଯଦି ବାସ୍ତବିକ ସୂଚନା ପ୍ରାପ୍ତ ହେବା କ୍ଷେତ୍ରରେ, କିମ୍ବା ଉପଯୁକ୍ତ ସରକାର କିମ୍ବା ତାଙ୍କର ଏଜେନ୍ସି ଦ୍ୱାରା ସୂଚୀତ କରାଯିବା ପରେ ମଧ୍ୟସ୍ଥଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପ୍ୟୁଟର ସମ୍ବଳରେ ଥିବା କିମ୍ବା ଏହା ସହିତ ଜଡ଼ିତ କୌଣସି ସୂଚନା, ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କକୁ ଅପରାଧ ଭଳି ବେଆଇନ କାର୍ଯ୍ୟରେ ଉପଯୋଗ କରାଯାଇଛି ଏବଂ ମଧ୍ୟସ୍ଥ କୌଣସି ସାକ୍ଷ୍ୟକୁ ନଷ୍ଟ ନକରି ସେହି ସମ୍ବଳରେ ଥିବା ଉକ୍ତ ବିଷୟବସ୍ତୁ ପର୍ଯ୍ୟନ୍ତ ଆକ୍ସେସ୍କୁ ଯଥାଶୀଘ୍ର ହଟାଇବା ଏବଂ ନିଷ୍କ୍ରିୟ କରିବାରେ ବିଫଳ ହୋଇଛନ୍ତି ତା’ହେଲେ ଦାୟିତ୍ୱରୁ ଛାଡ଼ ସୁବିଧା ଲାଗୁ ହେବ ନାହିଁ।

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ୦୬.୦୩.୨୦୨୪ ରେ ଦିଆଯାଇଥିବା ମାର୍ଗଦର୍ଶିକାକୁ ମନ୍ତ୍ରଣାଳୟ ଦୋହରାଇଛି, ଯେଉଁଥିରେ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବେଟିଂ କାର୍ଯ୍ୟକଳାପକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେବା ପାଇଁ ବେଟିଂ/ ଜୁଆ ପ୍ଲାଟଫର୍ମକୁ ଅନୁମୋଦନ କରିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ଏଥିସହିତ ଏପରି କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବିଜ୍ଞାପନ କିମ୍ବା ଅନୁମୋଦନ କଠୋର ଯାଞ୍ଚ ଅଧୀନରେ ରହିବ ବୋଲି ସତର୍କ କରି ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ପ୍ରସାରଣ ଉଦ୍ୟୋଗର ଅଭିଭାବକ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଳୀଠାରେ ପ୍ରସାରଣ ଓ ଗଣମାଧ୍ୟମ ପ୍ରଯୁକ୍ତି (ବ୍ରଷ୍ଟକାଷ୍ଟିଂ ଆଣ୍ଡ ମିଡିଆ ଟେକ୍ନୋଲୋଜି ) ସଂକ୍ରାନ୍ତ ୨୮ତମ ଆନ୍ତର୍ଜାତିକ ସମ୍ମିଳନୀ ତଥା ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସମବେତ ଜନତାକୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତର ପ୍ରସାରଣ ଉଦ୍ୟୋଗର ଅବିଚଳିତ ଅଭିଭାବକ ଭାବେ କାମ କରୁଛି। ଏହାର ଦୃଢତା ଯୋଗୁଁ ପ୍ରସାରଣ ଉଦ୍ୟୋଗ ନିର୍ଦ୍ଧାରିତ ଲକ୍ଷ୍ୟପଥରେ ଚାଲିଛି। ସମୟର ଆହ୍ୱାନକୁ ପୂରଣ କରିବା ପାଇଁ ଏହା ପରିବର୍ତ୍ତନ ସହ ପାଦ ମିଳାଇ ଚାଲିଛି। ପ୍ରସାରଣ ମନ୍ତ୍ରଣାଳୟ ତାହାର ଜ୍ଞାନ, ବୁଦ୍ଧି ଓ ଦୂରଦୃଷ୍ଟି ବଳରେ ଏହି ଉଦ୍ୟୋଗକୁ ଠିକ୍ ରାସ୍ତାରେ ପରିଚାଳିତ କରୁଛି। ବିଶେଷକରି ଏହାକୁ ସମୟ ଉପଯୋଗୀ ଓ ପରିବର୍ତ୍ତନ ସହ ତାଳ ମିଳାଇ ଆଗକୁ ବଢିବାକୁ ବାଟ ଦେଖାଉଛି।

ସେ କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଟଳ ଅଙ୍ଗୀକାର ସହିତ କାର୍ଯ୍ୟ କରୁଛି। ଏଥିପାଇଁ ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାକୁ ସମାବେଶୀ ନୀତିରେ କାର୍ଯ୍ୟକାରୀ କରାଯାଉଛି। ଏଥିରେ ଗଣମାଧ୍ୟମ ସାକ୍ଷରତାକୁ ଉତ୍ସାହିତ କରାଯିବା ସହିତ ପ୍ରସାରଣ ମିଡିଆ ଉଦ୍ୟୋଗରେ ଘରୋଇ କ୍ଷେତ୍ରକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସେ ଆହୁରି କହିଛନ୍ତି ଯେ ଭାରତରେ ମିଡିଆ ଉଦ୍ୟୋଗ ଏକ ଦୃଢ, ସମାବେଶୀ ଏବଂ ଗତିଶୀଳ ପ୍ରସାରଣ ଏବଂ ମିଡିଆ ପରିତନ୍ତ୍ରର ଆଧାରଶୀଳା ରଖିଛି ଯାହା ବିବିଧ, ସୂଚନା ମୂଳକ ଏବଂ ଦାୟିତ୍ୱ ସମ୍ପନ୍ନ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)କୁ ସୁଦୃଢ କରିବାକୁ ହେବ। ଦେଶର ବିବିଧ ଆବଶ୍ୟକତାକୁ ପୂରଣ କରିବାକୁ ଏହାର ବିଷୟବସ୍ତୁ ବା କଣ୍ଟେଣ୍ଟର ଗୁଣ ଓ ମାନ ଅତ୍ୟନ୍ତ ଉଚ୍ଚ କୋଟିର ତଥା ସମୟ ଉପଯୋଗୀ ହେବା ଆବଶ୍ୟକ। ଏଥି ପାଇଁ ଭାରତକୁ ଏକ ଅନୁପମ ରାସ୍ତା ବାଛିବାକୁ ପଡିବ। ଏଥିରେ ଆମ ଦେଶର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ଛାପ ସ୍ପଷ୍ଟ ରହିବ। ସେ ଆହୁରି କହିଛନ୍ତି ଯେ ‘ପ୍ରସାରୀ ଭାରତୀ’ ଆମ ଦେଶର ଗାଥାକୁ ଏକ ସଫଳ ଆକାର ଦେବାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦୂରଦର୍ଶନର କଳାଧଳା ପରଦାରୁ ଏଚ୍ଡି ଏବଂ ଏବେ ୪କେ ଡିଜିଟାଲ ପରିବର୍ତ୍ତନ, ଆନାଲଗ୍ ମିିଡିୟମ ୱେଭରୁ ଡିଆର୍ଏମ୍ ଓ ବର୍ତ୍ତମାନ ଆକାଶବାଣୀର ଏଫ୍ଏମ୍, ଦୂରଦର୍ଶନ ଓ ଆକାଶବାଣୀର ବିବିଧ କାର୍ଯ୍ୟକ୍ରମ, ପିଢି ପରେ ପିଢି ଭାରତୀୟମାନଙ୍କୁ ସୂଚିତ, ଅବଗତ, ଶିକ୍ଷିତ ଓ ଆନନ୍ଦିତ କରି ଆସୁଛି। ‘ଆନାଲଗ୍’ ଯୁଗରୁ ଆଜିର ଡାଇନାମିକ ଡିଜିଟାଲ ପରିତନ୍ତ୍ର-ଆମ ପ୍ରସାରଣକାରୀ ଏକ ଲମ୍ବା ପଥ ଅତିକ୍ରମ କରିଛନ୍ତି। ସେମାନଙ୍କ ଯାତ୍ରାରେ ରହିଛି ଦୃଢତା, ସ୍ଥିରତା, ନବସୃଜନ ଓ ଉତ୍କର୍ଷ ପାଇଁ ଅଟଳ ପ୍ରତିଶ୍ରୁତିବଦ୍ଧତା।

ଶ୍ରୀ ଠାକୁର କହିଛନ୍ତି ଯେ ପ୍ରଯୁକ୍ତି ଗତ ବିକାଶ ଉଭୟ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରେ। ଏଥିରେ ଉଚ୍ଚମାନ, ବ୍ୟକ୍ତିଗତ ବିଷୟବସ୍ତୁ (ପରସନାଲାଇଜଡ କଣ୍ଟେଣ୍ଟ) ବିଭିନ୍ନ ପ୍ଲାଟଫର୍ମରେ ଅଧିକ ଦେଖାଯାଉଛି। ଚାହିଦା ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି। ଏଥି ପାଇଁ ନୂଆ ଯୁଗର ଓ ନବ ପ୍ରଯୁକ୍ତି ବିଶିଷ୍ଟ ପ୍ରସାରଣ ସାମଗ୍ରୀର ଆବଶ୍ୟକତା ଅଧିକ ରହିଛି। ଏହା ବିନା ଏ କ୍ଷେତ୍ରରେ ଆଗକୁ ବଢିହେବ ନାହିଁ। ଏ କ୍ଷେତ୍ରରେ ଦେଶୀ ଗବେଷଣା ଓ ଉନ୍ନୟନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଆମ ଦେଶର ବିଜ୍ଞାନ ଓ ପ୍ରଯୁକ୍ତିଗତ ପ୍ରତିଭାକୁ ବିନିଯୋଗ କରି ଉଦ୍ୟୋଗ, ଶିକ୍ଷାବିତ୍ ଓ ଅନ୍ୟମାନଙ୍କ ସହ ଅଂଶୀଦାରୀ ତିଆରି କରି ହେବ। ସେ କହିଛନ୍ତି ଯେ ଏ କ୍ଷେତ୍ରର ଆମେ ଆଜି ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ତାହା ଆମକୁ ପ୍ରସାରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଥିଲେ ଯେ ‘ପ୍ରସାର ଭାରତୀ’ ପରିବର୍ତ୍ତିତ ନୂତନ ଟେକ୍ନୋଲୋଜିକୁ ଆପଣାଇବା ପାଇଁ ତାହାର ନିରଳସ ଉଦ୍ୟମ ଜାରି ରଖିଛି। ଡିଜିଟାଲ ଯୁଗରେ ଏହା ଯେପରି ପ୍ରାସଙ୍ଗିକ ଓ ପ୍ରଭାବଶାଳୀ ରହିପାରିବ ସେଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛି। ସେ ଆହୁରି କହିଛନ୍ତି ଯେ ଡାଟା ପ୍ରାଇଭେସି ଓ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ / ସୂଚନାର ସୁରକ୍ଷା ଏକ ଅଲଂଘନୀୟ ବ୍ୟାପାର। ଏହା ସହିତ କସ୍ମିନକାଳେ ସାହସ କରି ହେବ ନାହିଁ। ତେଣୁ ଆମର ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଏହି ଦୁଇଟି ବିଷୟର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।

ଉଚ୍ଚମାନ ବିଶିଷ୍ଟ ପ୍ରସାରଣ ଓ ବ୍ୟକ୍ତିଗତ ବିଷୟବସ୍ତୁର (ପର୍ସନାଲଜ୍ କଣ୍ଟେଣ୍ଟ)ର ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରସାରଣକାରୀ ନେକ୍ସଟ ଜେନେରେସନ ବ୍ରଡ କ୍ରାଷ୍ଟିଂ ବା ପରବର୍ତ୍ତୀ ପିଢିର ପ୍ରସାରଣ ଭଳି ବିକଳ୍ପ ଇନୋଭେସନ ଉପରେ ଗୁରୁ୍ତ୍ୱ ଦେବା ଆବଶ୍ୟକ। ନଲେଜ ଓ ଉଇଜଡମ ସେୟାର କରିବା ପାଇଁ ବିଇଏସ୍ ଏକ୍ସପୋ ଏକ ଉତ୍ତମ ପ୍ଳାଟଫର୍ମ ଭାବେ କାମ କରୁଛି। ଏହା ମାଧ୍ୟମରେ ବୃଦ୍ଧି, ବିଦ୍ୟା,ଜ୍ଞାନ, ବିଚାର ଆଦିର ସେୟାରିଂ ସହିତ ପ୍ରସାରଣ ଉଦ୍ୟୋଗର ଭବିଷ୍ୟତ ନିର୍ମାଣ ପାଇଁ ଏକ ଉତ୍ତମ ଅଂଶୀଦାରୀ ତିଆରି କରିହେବ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜିଜୁ କହିଥିଲେ ଯେ ମିଡିଆ ଜଗତର ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ ମନ୍ତ୍ରଣାଳୟ ସଚେତନ ଏବଂ ସେ ଦିଗରେ କାର୍ଯ୍ୟ କରୁଛି। ଗଣମାଧ୍ୟମର ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୩ରେ ଏକ ଚିଠା ପ୍ରସାରଣ ସେବା ନିୟନ୍ତ୍ରଣ ବିଲ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଟ୍ରାଇର ଅଧ୍ୟକ୍ଷ ଅନିଲ କୁମାର ଲାହୋଟି କହିଥିଲେ ଯେ ଭାରତରେ ମିଡିଆ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ବିପୁଳ ସୁବିଧା ସୁଯୋଗ ରହିଛି।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ତାଙ୍କ ଉଦ୍ବୋଧନରେ ଗଣମାଧ୍ୟମ ଜଗତର ଦ୍ରୁତ ଓ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ କହିଥିଲେ ଯେ ଏବେ ଖାଉଟିଙ୍କ ରୁଚି ଅନୁସାରେ ଅଧିକରୁ ଅଧିକ ବିଷୟବସ୍ତୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ବିଇଏସ୍ର ସଭାପତି ଶ୍ରୀ ସୁନୀଲ ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଖବରକାଗଜ ଓ ପତ୍ରିକା ପଂଜିକରଣ ନିୟମ ବଦଳିଲା, ଏଣିକି ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ଲୋକସଭାରେ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ, ୨୦୨୩ ପାରିତ ହୋଇଛି, ଯାହାକି ଉପନିବେଶ କାଳର ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ, ୧୮୬୭ର  ସ୍ଥାନରେ ଲାଗୁ ହେବ। ଏଥିପୂର୍ବରୁ  ମୌସୁମୀ ଅଧିବେଶନରେ ନୂଆ ବିଧେୟକ ରାଜ୍ୟସଭାରେ ପାରିତ ହୋଇସାରିଥିଲା।

ନୂତନ ବିଧେୟକ – ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଧେୟକ , ୨୦୨୩ କୌଣସି ଶାରୀରିକ ଉପସ୍ଥିତିର ଆବଶ୍ୟକତା ନଥାଇ ଏକ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପତ୍ରିକାର ନାମ ଆବଣ୍ଟନ ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଏବଂ ସମାନ୍ତରାଳ କରିବାର ସୁବିଧା ପ୍ରଦାନ କରିବ ।

ଏହା ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ କରିବ, ଯାହା ଦ୍ୱାରା ପ୍ରକାଶକମାନେ, ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ପ୍ରକାଶକମାନେ ପ୍ରକାଶନ ଆରମ୍ଭ କରିବାରେ ସାମାନ୍ୟତମ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରକାଶକମାନଙ୍କୁ ଆଉ ଜିଲ୍ଲାପାଳ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ ଏବଂ ଏଭଳି ଘୋଷଣାକୁ ପ୍ରମାଣିତ କରିବାକୁ ପଡିବ ନାହିଁ ।

ଏହାବ୍ୟତୀତ, ପ୍ରିଣ୍ଟିଂ ପ୍ରେସଗୁଡିକୁ ମଧ୍ୟ ଏଭଳି କୌଣସି ଘୋଷଣାପତ୍ର ଦାଖଲ କରିବାକୁ ପଡିବ ନାହିଁ; ଏହା ପରିବର୍ତ୍ତେ କେବଳ ଏକ ସୂଚନା ଯଥେଷ୍ଟ ହେବ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ବର୍ତ୍ତମାନ ୮ଟି ପଦକ୍ଷେପ ଅନ୍ତର୍ଭୁକ୍ତ ଥିଲା ଏବଂ ଯଥେଷ୍ଟ ସମୟ ଖର୍ଚ୍ଚ ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ ଏହି ବିଲ୍ ଦାସତ୍ୱର ମାନସିକତାକୁ ଦୂର କରିବା ଏବଂ ନୂତନ ଭାରତ ପାଇଁ ନୂତନ ଆଇନ ଆଣିବା ଦିଗରେ ମୋଦୀ ସରକାରଙ୍କ ଆଉ ଏକ ପଦକ୍ଷେପକୁ ପ୍ରତିଫଳିତ କରୁଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅପରାଧର ଅନ୍ତ ଘଟାଇବା, ବ୍ୟବସାୟ କରିବାରେ ସୁଗମତା ଏବଂ ନୂତନ ଆଇନ ମାଧ୍ୟମରେ ସହଜ ଜୀବନଯାପନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରାଥମିକତା ହୋଇଛି।  ଔପନିବେଶିକ ଯୁଗର ଆଇନକୁ ଯଥେଷ୍ଟ ଅପରାଧମୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି । କେତେକ ଉଲ୍ଲଂଘନ ପାଇଁ ପୂର୍ବ ଭଳି ଦୋଷୀ ସାବ୍ୟସ୍ତ ହେବା ପରିବର୍ତ୍ତେ ଆର୍ଥିକ ଜରିମାନା ପ୍ରସ୍ତାବ ଦିଆଯାଇଛି ।

ଏହାବ୍ୟତୀତ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବିଶ୍ୱସନୀୟ ଆପିଲେଟ୍ ବ୍ୟବସ୍ଥା କରାଯାଇଛି। ବ୍ୟବସାୟ କରିବାର ସୁଗମତା ଦିଗ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଠାକୁର କହିଥିଲେ ଯେ ନାମ ବା ଟାଇଟଲ୍‌ ପଞ୍ଜୀକରଣ ପ୍ରକ୍ରିୟା, ଯାହା ପାଇଁ ପୂର୍ବରୁ ୨-୩ ବର୍ଷ ଲାଗୁଥିଲା, ଏବେ ତାହା ୬୦ ଦିନରେ ହୋଇଯିବ।

୧୮୬୭ର ଏହି ଆଇନ ବ୍ରିଟିଶ ରାଜର ଏକ ଐତିହ୍ୟ ଥିଲା ଯାହାର ଉଦ୍ଦେଶ୍ୟ ଥିଲା ଖବରକାଗଜ ଏବଂ ପୁସ୍ତକର ମୂଦ୍ରାକାର ଏବଂ ପ୍ରକାଶକଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ସହିତ ବିଭିନ୍ନ ଉଲ୍ଲଂଘନ ପାଇଁ ଜେଲ ଦଣ୍ଡ ସମେତ କଠୋର ଜରିମାନା ଲାଗୁ କରିବା । ଆଜିର ସ୍ୱାଧୀନ ପ୍ରେସ୍‌ ଯୁଗରେ ଏବଂ ଗଣମାଧ୍ୟମର ସ୍ୱାଧୀନତା ବଜାୟ ରଖିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏଭଳି ଏକଚ୍ଛତ୍ରବାଦୀ ଆଇନ ବର୍ତ୍ତମାନର ଗଣମାଧ୍ୟମ ପରିଦୃଶ୍ୟରେ ଉଚିତ୍‌ ନୁହେଁ ବୋଲି ଅନୁଭୂତ ହୋଇଥିଲା।

ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଲ୍ ୨୦୨୩ର ପ୍ରମୁଖ ବୈଶିଷ୍ଟ୍ୟ

୧.   ପତ୍ରିକା ପଞ୍ଜୀକରଣର ନାମ ଆବଣ୍ଟନ ଏବଂ ପ୍ରମାଣପତ୍ର ପଞ୍ଜୀକରଣ ଅନୁମତି

  • ପ୍ରେସ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ମାଲିକାନା ଯାଞ୍ଚ ଏବଂ ପଞ୍ଜୀକରଣ ସାର୍ଟିଫିକେଟ୍ ଏକକାଳୀନ ପ୍ରକ୍ରିୟା ଭାବରେ ଏକ ପତ୍ରିକାକୁ ପ୍ରଦାନ ପାଇଁ ଆବେଦନ କରିବା ପାଇଁ ବିଲ୍‌ରେ ଏକ ସରଳ ଅନଲାଇନ୍ ବ୍ୟବସ୍ଥା ରଖାଯାଇଛି।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାର ପ୍ରମାଣୀକରଣ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ ।
  • ଆତଙ୍କବାଦୀ କାର୍ଯ୍ୟ କିମ୍ବା ବେଆଇନ କାର୍ଯ୍ୟକଳାପ ସହିତ ଜଡିତ ଅପରାଧ ପାଇଁ କୌଣସି ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା କିମ୍ବା ରାଜ୍ୟର ସୁରକ୍ଷା ବିରୁଦ୍ଧରେ କିଛି କରିଥିବା ବ୍ୟକ୍ତିଙ୍କୁ କୌଣସି ପତ୍ରିକା ପ୍ରକାଶ କରିବାକୁ ଅନୁମତି ଦିଆଯିବ ନାହିଁ ।
  • କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପଞ୍ଜୀକରଣ ପରେ କୌଣସି ବିଦେଶୀ ପତ୍ରିକାର ସଂସ୍କରଣ ଭାରତରେ ଛପାଯାଇପାରିବ।

. ପ୍ରିଣ୍ଟିଂ ପ୍ରେସ୍

  • ଜଣେ ମୂଦ୍ରକାର ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନଲାଇନ୍ ସୂଚନା ପ୍ରଦାନ କରିବେ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର ଦାଖଲ କରିବାକୁ କିମ୍ବା କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣୀକରଣ ହାସଲ କରିବା ମୁଦ୍ରାକାରଙ୍କ ପକ୍ଷେ ଅନାବଶ୍ୟକ।

 ୩.       ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଭୂମିକା

  • ଏହି ବିଲ୍‌ରେ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ ଏବଂ ମାଲିକାନା ଆବଣ୍ଟନ କ୍ଷେତ୍ରରେ ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସର୍ବନିମ୍ନ ଭୂମିକା ରଖାଯାଇଛି।
  • ଆବେଦନ ପାଇବା ପରେ ଜିଲ୍ଲାପାଳ ୬୦ ଦିନ ମଧ୍ୟରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏହାର ମତାମତ/ଏନ୍ଓସି ପ୍ରଦାନ କରିବେ। ଏହାପରେ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ୬୦ ଦିନ ପରେ ଜିଲ୍ଲାପାଳ/ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମତାମତ/ଏନଓସି ନ ମିଳିଲେ ମଧ୍ୟ ପଞ୍ଜୀକରଣ ପ୍ରଦାନ ପାଇଁ ନିଷ୍ପତ୍ତି ନେଇପାରିବେ।
  • ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶକଙ୍କ ପାଇଁ କୌଣସି ଘୋଷଣା ପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ ।

ପ୍ରେସ୍ ଏବଂ ପୁସ୍ତକ ପଞ୍ଜୀକରଣ ଆଇନ ୧୮୬୭ ଏବଂ ପ୍ରେସ୍ ଏବଂ ପତ୍ରିକା ପଞ୍ଜୀକରଣ ବିଲ୍ ୨୦୨୩ ମଧ୍ୟରେ ପାର୍ଥକ୍ୟ

  • ପିଆରବି ଅଧିନିୟମ ୧୮୬୭ର ଅଂଶ ହୋଇଥିବା ପୁସ୍ତକଗୁଡ଼ିକୁ ପିଆରପି ବିଧେୟକ ୨୦୨୩ ପରିସରରୁ ହଟାଇ ଦିଆଯାଇଛି, କାରଣ ପୁସ୍ତକ ଏକ ବିଷୟ ଭାବରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ ।
  • ପ୍ରିଣ୍ଟିଂ ପ୍ରେସ୍ ଗୁଡ଼ିକୁ ଜିଲ୍ଲାପାଳଙ୍କ ନିକଟରେ କୌଣସି ଘୋଷଣା ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ; ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଓ ଜିଲ୍ଲାପାଳଙ୍କ ନିକଟରେ କେବଳ ଅନଲାଇନ୍ ସୂଚନା ଦାଖଲ କରିବାକୁ ପଡ଼ିବ।
  • ପତ୍ରିକାର ପ୍ରକାଶକଙ୍କ ପକ୍ଷରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ; ମାଲିକାନା ଆବଣ୍ଟନ ଏବଂ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ ପ୍ରଦାନ ପାଇଁ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ଏକାସାଙ୍ଗରେ ଆବେଦନ କରାଯିବ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ନିଷ୍ପତ୍ତି ନେବେ।
  • ପିଆରବି ଆକ୍ଟ ୧୮୬୭ ବିରୁଦ୍ଧରେ ଆଇନକୁ ଯଥେଷ୍ଟ ଅପରାଧମୁକ୍ତ କରାଯାଇଛି ଯେଉଁଥିରେ ଏହି ଆଇନର ବିଭିନ୍ନ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହେବା ସହ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ରଖାଯାଇଥିଲା ।
  • ୨୦୨୩ ବିଲ୍ ରେ କେବଳ ସେହି ଚରମ କ୍ଷେତ୍ରରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପରିକଳ୍ପନା କରାଯାଇଛି, ଯେଉଁଥିରେ ବିନା ପଞ୍ଜୀକରଣ ପ୍ରମାଣପତ୍ରରେ ପତ୍ରିକା ପ୍ରକାଶିତ ହୁଏ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି ହେବାର ଛଅ ମାସ ପରେ ମଧ୍ୟ ପ୍ରକାଶକ ଏହି ପ୍ରକାଶନର ଛପା ବନ୍ଦ କରିବାରେ ବିଫଳ ହୁଅନ୍ତି ।
  • ୧୮୬୭ ଆଇନରେ କେବଳ ଜିଲ୍ଲାପାଳ ହିଁ ପତ୍ରିକାର ଘୋଷଣାକୁ ବାତିଲ କରିପାରିବେ, ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ପାଖରେ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କିମ୍ବା ନିଲମ୍ବିତ କରିବାର ନିଜସ୍ୱ କ୍ଷମତା ନଥିଲା। ପିଆରପି ବିଲ୍ ୨୦୨୩ ରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ପଞ୍ଜୀକରଣ ପ୍ରମାଣପତ୍ରକୁ ସ୍ଥଗିତ/ବାତିଲ କରିବାର କ୍ଷମତା ଦିଆଯାଇଛି।
Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକିୟାରାରେ ନିର୍ମାଣଧୀନ ଟନେଲ ଭୁଶୁଡି ପଡିବା ଫଳରେ ତା ଭିତରେ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି । ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବରକୁ ଚାଞ୍ଚଲ୍ୟକର ନ କରିବାକୁ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ମର୍ମରେ ଏକ ପରାମର୍ଶମୂଳକ ବାର୍ତ୍ତା (ଆଡଭାଇଜରି) ଜାରି କରାଯାଇଛି । ଏହା ମୁଖ୍ୟତଃ ଟିଭି ଚ୍ୟାନେଲ ଗୁଡିକ ପାଇଁ ଉଦ୍ଦିଷ୍ଟ । ଏଥିରେ କୁହାଯାଇଛି ଯେ ଏହି ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତ ଖବର ଓ ଚିତ୍ର ପ୍ରସାରଣ ବେଳେ ଟିଭି ଚ୍ୟାନେଲଗୁଡିକ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଏହା ଚାଞ୍ଚଲ୍ୟକର ଯେପରି ନ ହୁଏ ସେଥିପ୍ରତି ସାବଧାନ ରହିବା ଆବଶ୍ୟକ ।

ଟନେଲର ଅତି ଆଖପାଖରୁ କୌଣସି ଲାଇଭ ପୋଷ୍ଟ/ଭିଡିଓ ପ୍ରସାର ନ କରିବାକୁ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦେଇଛି । ଆହୁରି ମଧ୍ୟ ଟନେଲ ପାଖରେ କ୍ୟାମେରାମ୍ୟାନ, ରିପୋର୍ଟରଙ୍କ ଉପସ୍ଥିତି ଓ ବିଭିନ୍ନ ଉପକରଣ ରଖିବାକୁ ମନା କରାଯାଇଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ସ୍ଥାନରେ ଭିଡ ଜମାଇଲେ ଏହି କାମରେ ବ୍ୟାଘାତ ଘଟିବ । ତେଣୁ ଟନେଲ ଭିତରେ ଅଟକି ରହିଥିବା ମଣିଷଙ୍କୁ ଉଦ୍ଧାର କରିବାରେ କୌଣସି ପ୍ରତିବନ୍ଧକ ଯେପରି ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସେଠାରେ ଯେଉଁ ମାନବୀୟ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ତାହାକୁ ସମ୍ମାନ ଦେଇ ଏଭଳି ଖବରକୁ ଚାଞ୍ଚଲ୍ୟ କର ନ କରିବାକୁ ମନ୍ତ୍ରଣାଳୟ କହିଛି । ଉଦ୍ଧାର ସ୍ଥଳରେ ଲୋକଭିଡ, ବିଶେଷକରି ମିଡିଆ କର୍ମଚାରୀ ଓ ସେମାନଙ୍କ ଉପକରଣର ଭିଡ ଜମିଲେ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

ପ୍ରାୟ ଦୁଇ କିମି ଯାଏ ନିର୍ମିତ ଏହି ଟନେଲ ମଧ୍ୟରେ ମାଟି ଅତଡା ଧସିବାରୁ ସେଥିରେ  ଫସି ରହିଥିବା ୪୧ଜଣ ଶ୍ରମିକଙ୍କ ମନୋବଳକୁ ସୁଦୃଢ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେମାନଙ୍କ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରାଯାଇଛି । ଏହି ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବାକୁ ବିଭିନ୍ନ ସରକାରୀ ସଂସ୍ଥା ନିରଳସ ଉଦ୍ୟମ ଜାରି ରଖିଛନ୍ତି । ଏହି ଟନେଲ ଭିତରୁ ଅଟକି ରହିଥିବା ଶ୍ରମିକମାନଙ୍କୁ ନିରାପଦରେ ଉଦ୍ଧାର କରିବା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ଓ ସ୍ପର୍ଶର୍କାତର ପ୍ରୟାସ । ସେମାନଙ୍କର କୌଣସି କ୍ଷତି ଯେପରି ନ ହୁଏ ସେଥି ପାଇଁ ସବୁ ପ୍ରକାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ତେଣୁ ଉଦ୍ଧାର କାର୍ଯ୍ୟର ସିଧାପ୍ରସାରଣ ପାଇଁ ଟନେଲରେ ଅତି ନିକଟରେ କ୍ୟାମେରା ରଖି ଓ ସେଠାରେ କ୍ୟାମେରା ମ୍ୟାନ ଓ ସାମ୍ବାଦିକ ଭିଡ ଜମାଇ ଯେଉଁ ଚିତ୍ର ଓ ତଥ୍ୟ ପ୍ରଦାନ କରୁଛନ୍ତି ତାହାର କୁପ୍ରଭାବ ଉଦ୍ଧାର କାର୍ଯ୍ୟ ଉପରେ ପଡିପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଉଦ୍ଧାର କାର୍ଯ୍ୟର  ରିପୋଟିଂ, ସିଧାସଳଖ ଚିତ୍ର, ଭିଡିଓ ଓ ହେଡ୍‌ଲାଇନ୍ ପ୍ରଦର୍ଶନ ବେଳେ ଟିଭି ଚ୍ୟାନେଲମାନେ ସତର୍କ ତଥା ସମ୍ବେଦନଶୀଳ ହେବା ଆବଶ୍ୟକ । ଏହି ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ସ୍ପର୍ଶକାତରର ହୋଇଥିବାରୁ ଖବର, ଭିଡିଓ ଓ ଲାଇଭ ପ୍ରସାରଣ ମନସ୍ୱାତ୍ତିକ ପ୍ରଭାବ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଉପରେ ବିଶେଷଭାବେ ପଡିବ । ଏହାର କୁପ୍ରଭାବ ମଧ୍ୟ ସାଧାରଣ ଦର୍ଶକଙ୍କୁ ବିବ୍ରତ କରିପାରେ । ତେଣୁ ଏହି ଖବର ପ୍ରସାରଣରେ ଯଥାସାଧ୍ୟ ସତର୍କତା ଓ ସଂଯମ ଆଚରଣ କରିବାକୁ ଟିଭି ଚ୍ୟାନେଲଗୁଡିକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର

ଶେଷ ହେଲା ସ୍ୱଚ୍ଛତା ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲାଗୁଡିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ୩.୦

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ଅନୁଷ୍ଠାନିକ ରୂପ ଦେବା ଏବଂ ସରକାରଙ୍କ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲା ଗୁଡିକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ଅଭିଯାନରେ ଅନୁପ୍ରାଣିତ ହୋଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏହାର କ୍ଷେତ୍ର କାର୍ଯ୍ୟାଳୟ ଗୁଡିକ ୨ ଅକ୍ଟୋବରରୁ  ୩୧ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତାକୁ ଅନୁଷ୍ଠାନିକ ରୂପ ଦେବା, ଦୀର୍ଘ ଦିନ ଧରି ପଡି ରହିଥିବା ମାମଲା ଗୁଡିକୁ ହ୍ରାସ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବା, ଉତ୍ତମ ମହାକାଶ ପରିଚାଳନା ଏବଂ ଯୋଗାଯୋଗର ବିଭିନ୍ନ ମାଧ୍ୟମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା  ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଅଭିଯାନ ୩.୦ରେ ଅଂଶଗ୍ରହଣ କରିଥିଲେ।

ସମୁଦାୟ ୧୦୧୩ଟି ଆଉଟଡୋର ଅଭିଯାନ କରାଯାଇଥିଲା। ୧୯୭୨ଟି ସ୍ଥାନ ଚିହ୍ନଟ କରାଯାଇ ସଫେଇ କରାଯାଇଥିଲା। ୨,୦୧,୭୨୯ କେଜି ସ୍କ୍ରାପ୍ ନିଷ୍କାସନ ହୋଇଛି, ୩.୬୨ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇଛି ଏବଂ ୨୯୬୭୦ ବର୍ଗଫୁଟର ଜାଗା ମୁକ୍ତ କରାଯାଇଛି। ୪୯,୯୮୪ଟି ଫାଇଲର ସମୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୮,୫୭୪ଟି ଫାଇଲକୁ ହଟାଇ ଦିଆଯାଇଛି।  ୮୪୧ଟି ଇ – ଫାଇଲ୍ ମଧ୍ୟ ବନ୍ଦ ହୋଇଯାଇଛି। ସ୍ୱତନ୍ତ୍ର ଅଭିଯାନ ୩.୦ ସମୟରେ ସଫଳତା ପାଇଁ ୧୮୩୭ ଟି ସାମାଜିକ ଗଣମାଧ୍ୟମ ପୋଷ୍ଟ ପ୍ରକାଶ ପାଇଥିଲା। ମନ୍ତ୍ରଣାଳୟ ଜନ ଅଭିଯୋଗ, ଜନ ଅଭିଯୋଗ ଆବେଦନର ସମାଧାନରେ ୧୦୦% ଲକ୍ଷ୍ୟ ହାସଲ କରିଛି ଏବଂ ୨୧ଟି ସାଂସଦ ରେଫରେନ୍ସ, ୨ଟି ପିଏମଓ ରେଫରେନ୍ସ ଏବଂ ୭ଟି ସଂସଦୀୟ ଆଶ୍ୱାସନାର ସମାଧାନ କରିଛି। ଏକ ଉତ୍ସର୍ଗୀକୃତ ଟିମ୍ ଦ୍ୱାରା ଦୈନିକ ଅଗ୍ରଗତି ଉପରେ ନଜର ରଖାଯାଇଥିଲା ଏବଂ ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗ ଦ୍ୱାରା ପରିଚାଳିତ ଏସ୍‌ସିପିଡିଏମ୍ ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା। ଏହି ଅଭିଯାନ ସମୟରେ ମନ୍ତ୍ରଣାଳୟ ଦ୍ୱାରା ଅନେକ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରାଯାଇଥିଲା। କେତେକ ଗୁରୁତ୍ୱପୂର୍ଣ୍ଣ ସର୍ବୋତ୍ତମ ଅଭ୍ୟାସ ଗୁଡ଼ିକ ହେଲା:

୧. ଷ୍ଟୋର ରୁମ୍‌କୁ ମନୋରଞ୍ଜନ କେନ୍ଦ୍ରକୁ ରୂପାନ୍ତରିତ କରିବା

୨. ହ୍ରଦ ଜଳାଶୟ ସଫେଇ

୩. ବର୍ଜ୍ୟବସ୍ତୁରୁ ଶ୍ରେଷ୍ଠ ସାମଗ୍ରୀ

୪. ଆବର୍ଜନା ସ୍ଥାନର ସୌନ୍ଦର୍ଯ୍ୟକରଣ

୫. ସ୍କ୍ରାପ୍ ରୁମ୍‌କୁ ଯୋଗ କେନ୍ଦ୍ରରେ ପରିଣତ କରିବା

Categories
ଆଜିର ଖବର ଜାତୀୟ ଖବର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସ୍ତାବିତ ପ୍ରସାରଣ ସେବା (ନିୟନ୍ତ୍ରଣ)ବିଲ୍‌-୨୦୨୩

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍‌-୨୦୨୩  ଚିଠା ପ୍ରସ୍ତୁତ କରିଛି। ଏହି ଚିଠା ବିଲ୍ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି। ବିଗତ ତିନି ଦଶନ୍ଧି ଧରି କେବୁଲ ଟେଲିଭିଜନ ନେଟୱାର୍କ ନିୟନ୍ତ୍ରଣ ଆଇନ ୧୯୯୫ ବଳବତ୍ତର ଥିଲା। କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଣ୍ଟେଣ୍ଟ(ଉଭୟ ଲାଇନର ଓ କେବୁଲ ନେଟୱାର୍କ) ଉପରେ ନଜର ରଖିବାକୁ ଏହା ଥିଲା ମୌଳିକ ଆଇନଗତ ବ୍ୟବସ୍ଥା । ଏବେ କିନ୍ତୁ ଦେଶର ପ୍ରସାରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆ ଟେକ୍‌ନୋଲୋଜି ଆସିବା ଫଳରେ ଡିଟିଏଚ୍‌, ଆଇପିଟିଭି, ଓଟିଟି ଓ ଅନ୍ୟାନ୍ୟ ବିଭିନ୍ନ ଇଣ୍ଟ୍ରିଗ୍ରେଟେଡ୍ ମଡେଲ ପ୍ଲାଟଫର୍ମ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ।

ପ୍ରସାରଣ କ୍ଷେତ୍ରରେ ଡିଜିଟାଇଜେସନ ଫଳରେ, ବିଶେଷକରି କେବୁଲ ଟିଭିରେ, ନିୟାମକ ବା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁସଂହତ ଓ ଦକ୍ଷ କରିବାର ଆବଶ୍ୟକତା ଉପୁଜିଛି । ଏଥିରେ ସୁଗମ ବାଣିଜ୍ୟ (ଇଜ୍ ଅଫ୍ ଡୁଇଂ ବିଜ୍‌ନେସ) କାରବାର ଏବଂ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀ (ପ୍ରୋଗ୍ରାମ ଆଣ୍ଡ ଆଡଭାଇଟାଇଜିମେଣ୍ଟ କୋଡ)ର ଉପଯୁକ୍ତ ପରିପାଳନ ବିଶେଷ ଜରୁରୀ ହୋଇଛି । ଉଭୟ ପ୍ରସାରଣକାରୀ ଓ ଡିଷ୍ଟ୍ରିବ୍ୟୁସନ ପ୍ଲାଟଫର୍ମ ଅପରେଟର୍‌ସ ଏହି ନୂଆ ନିୟମାବଳୀକୁ ପାଳନ କରିବା ଅପରିହାର୍ଯ୍ୟ ପାଲଟିଛି । ତେଣୁ ନୂଆ ସମୟର ଆବଶ୍ୟକତା ପୂରଣ ପାଇଁ ଦେଶର ପ୍ରସାରଣ କ୍ଷେତ୍ରରେ ନୂତନ ପୂର୍ଣ୍ଣାଙ୍ଗ ଓ ସମୟ ଉପଯୋଗୀ ଆଇନର ଆବଶ୍ୟକତା ପଡିଛି । ସେଥି ପାଇଁ ସରକାର ଏହି ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ବିଲ୍ ୧୯୯୫ର ନିୟାମକ ଆଇନକୁ ପରିବର୍ତ୍ତନ କରିବାକୁ ଉଦ୍ଦିଷ୍ଟ । ଏଥିରେ  ନିୟାମକ ବ୍ୟବସ୍ଥାକୁ ସୁସଂହତ ଓ ସମୟ ଉପଯୋଗୀ କରାଯାଇଥିବାବେଳେ ଏହାର ପରିସରକୁ ସଂପ୍ରସାରିତ କରାଯାଇଛି । ଏଥିରେ ଓଭର ଦି ଟକ୍ ବା ଓଟିଟି କଣ୍ଟେଣ୍ଟ ଏବଂ ଡିଜିଟାଲ ନ୍ୟୁଜ ତଥା ନୂଆ ଟେକ୍‌ନୋଲୋଜି ଗୁଡିକ ପାଇଁ ନୂତନ ସମସାମୟିକ ସଂଜ୍ଞା ଓ ବ୍ୟବସ୍ଥା ନିର୍ଦ୍ଧାରଣ ହୋଇଛି । ଏହି ବିଲ୍‌ରେ କଣ୍ଟେଣ୍ଟ ମୂଲ୍ୟାୟନ କମିଟି ଓ ପ୍ରସାରଣ ପରାମର୍ଶ ପରିଷଦ ଗଠନର ପ୍ରସ୍ତାବ ରହିଛି । ପ୍ରସାରଣ ପରାମର୍ଶ ପରିଷଦ ଆତ୍ମନିୟନ୍ତ୍ରଣ, ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀକୁ ତଦାରଖ କରିବ । ବିଭିନ୍ନ ନେଟୱାର୍କ ଅପରେସନ କାମ, ଭିନ୍ନକ୍ଷମଙ୍କୁ ସୁବିଧା ସୁଯୋଗ ପ୍ରଦାନ ଓ ବୈଧାନିକ ଜୋରିମାନା ଆଦି ବିଷୟରେ ଏହି ପରିଷଦ ମୁଖ୍ୟତଃ ନିର୍ଦ୍ଦେଶାବଳୀ ଜାରି କରିବ ।

ଏହି ପ୍ରସ୍ତାବିତ ବିଲ୍‌ରେ ସମଗ୍ର ପ୍ରସାରଣ କ୍ଷେତ୍ରର ଆଇନଗତ ଢାଞ୍ଚାକୁ ସୁଦୃଢ କରାଯାଇଛି । ପ୍ରୋଗ୍ରାମ କୋଡ୍ ଓ ବିଜ୍ଞାପନ କୋଡ୍‌କୁ ପାଳନ କରିବାକୁ ବିଷୟବସ୍ତୁ ମୂଲ୍ୟାୟନ (କଣ୍ଟେଣ୍ଟ ଇଭାଲ୍ୟୁସନ) କମିଟି ଗଠନର ପ୍ରସ୍ତାବ ରହିଛି ।  ବର୍ତମାନର ଆନ୍ତଃ ବିଭାଗୀୟ କମିଟି ପରିବର୍ତ୍ତେ ଗଠିତ ହେବ ପ୍ରସାରଣ ପରାମର୍ଶଦାତା ପରିଷଦ ଆର୍ଥିକ କ୍ଷମତାକୁ ଦେଖି ଜୋରିମାନା ଢାଞ୍ଚାକୁ ତାହା ସହିତ ସଂଯୁକ୍ତ କରାଯିବ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି ।

ଏହି ବିଲ୍‌ରେ ଛ’ଟି ଭାଗ, ୪୮ଧାରା ଓ ତିନିଟି ତଫସିଲ ରହିଛି । ବିଲ୍‌ରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ମଧ୍ୟରେ ଆଠଟି ବିଷୟ ରହିଛି । ଏଗୁଡିକ ହେର୍ଲା (୧) ନିୟାମକ ବ୍ୟବସ୍ଥାର ସୁଦୃଢୀକରଣ ଓ ଆଧୁନିକୀକରଣ ,

୨) ସମସାମୟିକ ସଂଜ୍ଞା ନିର୍ଦ୍ଧାରଣ ଓ ଭବିଷ୍ୟତ ପାଇଁ ବ୍ୟବସ୍ଥା ପ୍ରସ୍ତୁତି

୩)ଆତ୍ମନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା,

୪) ପ୍ରୋଗାମ୍ କୋଡ୍ ଓ ଆଡଭାର୍ଟାଇଜମେଣ୍ଟ କୋଡ ମଧ୍ୟରେ ଭିନ୍ନତାକୁ ସ୍ପଷ୍ଟ କରିବା,

୫) ଭିନ୍ନକ୍ଷମମାନଙ୍କ ପାଇଁ ଆକସେସିବିଲିଟି ସୁବିଧା ସୁଯୋଗ ପ୍ରଦାନ,

୬) ବୈଧାନିକ ଜୋରିମାନ ଓ ଦଣ୍ଡବିଧାନ ବ୍ୟବସ୍ଥା କରିବା, ୭) ସମାନ ଦଣ୍ଡବିଧାନ ବ୍ୟବସ୍ଥା କ୍ଷେତ୍ରରେ ଆର୍ଥିକ କ୍ଷମତାକୁ ବିଚାରକୁ ନେବା

୮) ଭିତ୍ତିଭୂମି ସେୟାରିଂ ଓ ପ୍ଲାଟଫର୍ମ ସର୍ଭିସ ସୁବିଧା ସୁଯୋଗ ।

ଚିଠା ବିଲ୍‌ରେ ବିବାଦ ସମାଧାନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରସାରଣ କ୍ଷେତ୍ରକୁ ଅଧିକ ଶୃଙ୍ଖଳିତ  ଓ ସୁନିୟନ୍ତ୍ରିତ କରିବାକୁ ଏହାର ଆଇନଗତ ତଥା ନିୟାମକ ଢାଞ୍ଚା ତିଆରି ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆତ୍ମ ନିୟନ୍ତ୍ରଣ, ସ୍ୱଚ୍ଛତା, ଉତ୍ତମ ସେବା, ଭବିଷ୍ୟତବାଦୀ ବିଚାରକୁ ଗୁରୁତ୍ୱ ଦେଇ ଏହି ବିଲ୍ ପ୍ରସ୍ତୁତ କରିଛି । ଏଥିରେ ପ୍ରସାରଣର ପରିସରକୁ ବୃଦ୍ଧି କରାଯାଇ ତାହାକୁ ଗୋଟିଏ ନିୟାମକ ବ୍ୟବସ୍ଥା ଅଧୀନରେ ରଖିବାକୁ ଉଦ୍ୟମ ହୋଇଛି ।

ଏହି ଚିଠା ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍‌-୨୦୨୩ ଉପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି । ସେବା ପ୍ରଦାନକାରୀଙ୍କ ସମେତ ବିଶେଷଜ୍ଞ, ସର୍ବସାଧାରଣ ଏହା ଉପରେ ନିଜର ମତାମତ ଏହି ପ୍ରେସ ଇସ୍ତାହାର ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ନିମ୍ନ ଇ-ମେଲରେ ଜଣାଇପାରିବେ ।

Categories
ଆଜିର ଖବର ଜାତୀୟ ଖବର

ବିସ୍ତୃତ “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି। ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ  ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ। ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଜନସାଧାରଣ ଯେଉଁ ମାଧ୍ୟମରେ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି, ସେଥିରେ  ଡିଜିଟାଲ କ୍ଷେତ୍ର ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଇଣ୍ଟରନେଟ୍‌, ସୋସିଆଲ ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିବା ଲୋକ ମାନଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି। ଟ୍ରାଇର ଇଣ୍ଡିଆନ୍ ଟେଲିକମ୍ ସର୍ଭିସେସ୍ ପର୍ଫର୍ମାନ୍ସ ଇଣ୍ଡିକେଟର (ଭାରତୀୟ ଦୂରସଂଚାର ସେବା ପ୍ରଦର୍ଶନ ସୂଚକ) ଜାନୁଆରୀ – ମାର୍ଚ୍ଚ ୨୦୨୩ ଅନୁଯାୟୀ, ମାର୍ଚ୍ଚ ୨୦୨୩ ସୁଦ୍ଧା ଭାରତରେ ଇଣ୍ଟରନେଟ୍ ବ୍ୟବହାର ସଂଖ୍ୟା  ୮୮୦ ନିୟୁତରୁ ଅଧିକ ରହିଛି ଏବଂ ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଲିକମ୍ ଉପଭୋକ୍ତାଙ୍କ ସଂଖ୍ୟା ୧୧୭୨ ନିୟୁତରୁ ଅଧିକ ରହିଛି।

ଏହି ନୀତି ସିବିସିକୁ ଓଟିଟି ଏବଂ ଭିଡିଓ ଅନ୍ ଡିମାଣ୍ଡ ବିଭାଗରେ ଏଜେନ୍ସି ଏବଂ ସଂଗଠନ ଗୁଡ଼ିକୁ ତାଲିକାଭୁକ୍ତ କରିବାରେ ସକ୍ଷମ କରିବ। ସିବିସି ଡିଜିଟାଲ ଅଡିଓ ପ୍ଲାଟଫର୍ମ ମାଧ୍ୟମରେ ପୋଡକାଷ୍ଟ ଏବଂ ଡିଜିଟାଲ ଅଡିଓ ପ୍ଲାଟଫର୍ମରେ ବୃଦ୍ଧି ପାଉଥିବା ଶ୍ରୋତାଙ୍କ ସଂଖ୍ୟାର ଲାଭ ଉଠାଇବାରେ ସକ୍ଷମ ହେବ । ଇଣ୍ଟରନେଟ୍ ୱେବସାଇଟ୍ ଗୁଡ଼ିକୁ ତାଲିକାଭୁକ୍ତ କରିବା ପ୍ରକ୍ରିୟାକୁ ଯୁକ୍ତିଯୁକ୍ତ କରିବା ବ୍ୟତୀତ, ସିବିସି ବର୍ତ୍ତମାନ ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଏହାର ଜନସେବା ଅଭିଯାନର ବାର୍ତ୍ତାଗୁଡ଼ିକୁ ପ୍ରସାରିତ କରିବାକୁ ସକ୍ଷମ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ଜନସାଧାରଣଙ୍କ ବାର୍ତ୍ତାଳାପର ଅନ୍ୟତମ ଲୋକପ୍ରିୟ ମାଧ୍ୟମ ପାଲଟିଥିବାରୁ, ଏହି ନୀତି ସେହି ପ୍ରକ୍ରିୟାକୁ ଆହୁରି ସରଳ କରିଥାଏ ଯାହା ମାଧ୍ୟମରେ ସିବିସି ଏହି ପ୍ଲାଟଫର୍ମ ଗୁଡିକରେ ମଧ୍ୟ ସରକାରୀ ବିଭାଗ ଗୁଡ଼ିକ ପାଇଁ ବିଜ୍ଞାପନ ରଖିପାରିବ। ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ନିଜର ପହଂଚକୁ ବୃଦ୍ଧି କରିବା ପାଇଁ ଡିଜିଟାଲ ମିଡିଆ ଏଜେନ୍ସି ଗୁଡ଼ିକୁ ସୂଚୀବଦ୍ଧ କରିବା ନିମନ୍ତେ ସିବିସିକୁ ଏହି ନୀତିରେ କ୍ଷମତା ପ୍ରଦାନ କରାଯାଇଛି।

ଏହି ନୀତି ଡିଜିଟାଲ ପରିଦୃଶ୍ୟର ଗତିଶୀଳ ପ୍ରକୃତିକୁ ମଧ୍ୟ ସ୍ୱୀକୃତି ଦେଇଥାଏ ଏବଂ ସିବିସିକୁ ଏକ ବିଧିବଦ୍ଧ ଭାବରେ ଗଠିତ କମିଟିର ଅନୁମୋଦନ ସହିତ ଡିଜିଟାଲ ସ୍ପେସ୍‌ରେ ନୂତନ ଏବଂ ଅଭିନବ ଯୋଗାଯୋଗ ପ୍ଲାଟଫର୍ମରେ ସାମିଲ କରିବାକୁ ସଶକ୍ତ କରେ। ସିବିସି ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩ରେ ଦର ସ୍ଥିର କରିବା ପାଇଁ ପ୍ରତିଯୋଗିତା ମୂଳକ ନିଲାମ ଆରମ୍ଭ କରିବ, ଯାହା ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିଥାଏ। ଏହି ପ୍ରକ୍ରିୟା ମାଧ୍ୟମରେ ଯେଉଁ ଦର ସ୍ଥିର ହେବ, ତାହା ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଏବଂ ସମସ୍ତ ଯୋଗ୍ୟ ଏଜେନ୍ସି ପାଇଁ ଏହା ଲାଗୁ ହେବ।

ଆଜିର ଯୁଗରେ ଭାରତ ସରକାରଙ୍କ ପ୍ରାୟ ସମସ୍ତ ମନ୍ତ୍ରଣାଳୟ /ବିଭାଗ ଗୁଡିକର ଏକ ଉତ୍ସର୍ଗୀକୃତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରହିଛି, ଯାହା ବିପୁଳ ପରିମାଣର ଇନଫୋଗ୍ରାଫିକ୍ସ ଏବଂ ଭିଡିଓ ପ୍ରସାରଣ କରେ ଯାହାର ପହଂଚ ଏହାର ଗ୍ରାହକ ମାନଙ୍କ ମଧ୍ୟରେ ସୀମିତ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମିଡିଆ ୟୁନିଟ୍‌, କେନ୍ଦ୍ରୀୟ ସଂଚାର ବ୍ୟୁରୋ , ଯାହା କି ସମସ୍ତ ପ୍ରକାର ମିଡିଆ ମାଧ୍ୟମରେ ବିଜ୍ଞାପନ ଜାରି କରିବା ପାଇଁ ମନୋନୀତ ସଂସ୍ଥା ଅଟେ , ତାହା ଦ୍ୱାରା  ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡ଼ିକର ଏହି ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯିବ।

ଡିଜିଟାଲ ବିଜ୍ଞାପନ ନୀତି , ୨୦୨୩ ଏକାଧିକ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ପରେ ପ୍ରସ୍ତୁତ କରାଯାଇଛି ଏବଂ ଭାରତ ସରକାରଙ୍କ ଡିଜିଟାଲ ପହଂଚକୁ ବୃଦ୍ଧି କରିବା ଏବଂ ନାଗରିକ ମାନଙ୍କୁ ଯେଉଁ ସୂଚନା ପ୍ରସାରଣ କରାଯାଉଛି, ସେଥିରେ ଉନ୍ନତି ଆଣିବାର ରୂପରେଖ ପ୍ରସ୍ତୁତ କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) କାର୍ଯ୍ୟ କରୁଛି ଏବଂ ଭାରତରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା ଏବଂ ନୀତି ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏବଂ ସୂଚନା ପ୍ରସାରଣ ପାଇଁ ଏହା ଦାୟୀ ରହିଥାଏ। ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ସହ ଖାପ ଖୁଆଇବା ଏବଂ ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାକୁ ସିବିସି ପ୍ରତିଶ୍ରୁତିବଦ୍ଧ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଡିଜିଟାଲ ମିଡିଆ କଂପାନୀ ପାଇଁ ଖୁସି ଖବର, କେନ୍ଦ୍ର ସରକାର ଆଣିଲେ ନୂଆ ବିଜ୍ଞାପନ ନୀତି

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି।

ବିକଶିତ ଗଣମାଧ୍ୟମ ପରିଦୃଶ୍ୟ ଏବଂ ଗଣମାଧ୍ୟମ ବ୍ୟବହାରର ବର୍ଦ୍ଧିତ ଡିଜିଟାଲକରଣ ପ୍ରତିକ୍ରିୟାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ସୂଚନାର ପ୍ରସାରଣ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ସିବିସିର ମିଶନରେ ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଡିଜିଟାଲ ମାଧ୍ୟମରେ ବହୁ ସଂଖ୍ୟକ ଜନତାଙ୍କୁ ଟେକ୍ନୋଲୋଜି ସକ୍ଷମ ମେସେଜିଂ ବିକଳ୍ପ ସହିତ ନାଗରିକ କେନ୍ଦ୍ରିତ ବାର୍ତ୍ତାକୁ ଲକ୍ଷ୍ୟଭିତ୍ତିକ ଉପାୟରେ ଓ ପ୍ରଭାବଶାଳୀ ଭାବରେ ପ୍ରସାରଣ କରିବାରେ ଏହି ନୀତି ସହାୟକ ହେବ, ଯାହାଫଳରେ ଭୌତିକ  ଅଭିଯାନରେ ଖର୍ଚ୍ଚର ପରିମାଣ କମ୍ ହୋଇ ପାରିବ। ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଜନସାଧାରଣ ଯେଉଁ ମାଧ୍ୟମରେ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି, ସେଥିରେ  ଡିଜିଟାଲ କ୍ଷେତ୍ର ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଇଣ୍ଟରନେଟ୍‌, ସୋସିଆଲ ଏବଂ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ସହ ଯୋଡ଼ି ହୋଇଥିବା ଲୋକ ମାନଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି। ଟ୍ରାଇର ଇଣ୍ଡିଆନ୍ ଟେଲିକମ୍ ସର୍ଭିସେସ୍ ପର୍ଫର୍ମାନ୍ସ ଇଣ୍ଡିକେଟର (ଭାରତୀୟ ଦୂରସଂଚାର ସେବା ପ୍ରଦର୍ଶନ ସୂଚକ) ଜାନୁଆରୀ – ମାର୍ଚ୍ଚ ୨୦୨୩ ଅନୁଯାୟୀ, ମାର୍ଚ୍ଚ ୨୦୨୩ ସୁଦ୍ଧା ଭାରତରେ ଇଣ୍ଟରନେଟ୍ ବ୍ୟବହାର ସଂଖ୍ୟା  ୮୮୦ ନିୟୁତରୁ ଅଧିକ ରହିଛି ଏବଂ ମାର୍ଚ୍ଚ ୨୦୨୩ ସୁଦ୍ଧା ଟେଲିକମ୍ ଉପଭୋକ୍ତାଙ୍କ ସଂଖ୍ୟା ୧୧୭୨ ନିୟୁତରୁ ଅଧିକ ରହିଛି।

ଏହି ନୀତି ସିବିସିକୁ ଓଟିଟି ଏବଂ ଭିଡିଓ ଅନ୍ ଡିମାଣ୍ଡ ବିଭାଗରେ ଏଜେନ୍ସି ଏବଂ ସଂଗଠନ ଗୁଡ଼ିକୁ ତାଲିକାଭୁକ୍ତ କରିବାରେ ସକ୍ଷମ କରିବ। ସିବିସି ଡିଜିଟାଲ ଅଡିଓ ପ୍ଲାଟଫର୍ମ ମାଧ୍ୟମରେ ପୋଡକାଷ୍ଟ ଏବଂ ଡିଜିଟାଲ ଅଡିଓ ପ୍ଲାଟଫର୍ମରେ ବୃଦ୍ଧି ପାଉଥିବା ଶ୍ରୋତାଙ୍କ ସଂଖ୍ୟାର ଲାଭ ଉଠାଇବାରେ ସକ୍ଷମ ହେବ।

ଇଣ୍ଟରନେଟ୍ ୱେବସାଇଟ୍ ଗୁଡ଼ିକୁ ତାଲିକାଭୁକ୍ତ କରିବା ପ୍ରକ୍ରିୟାକୁ ଯୁକ୍ତିଯୁକ୍ତ କରିବା ବ୍ୟତୀତ, ସିବିସି ବର୍ତ୍ତମାନ ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଏହାର ଜନସେବା ଅଭିଯାନର ବାର୍ତ୍ତାଗୁଡ଼ିକୁ ପ୍ରସାରିତ କରିବାକୁ ସକ୍ଷମ ହେବ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ଜନସାଧାରଣଙ୍କ ବାର୍ତ୍ତାଳାପର ଅନ୍ୟତମ ଲୋକପ୍ରିୟ ମାଧ୍ୟମ ପାଲଟିଥିବାରୁ, ଏହି ନୀତି ସେହି ପ୍ରକ୍ରିୟାକୁ ଆହୁରି ସରଳ କରିଥାଏ ଯାହା ମାଧ୍ୟମରେ ସିବିସି ଏହି ପ୍ଲାଟଫର୍ମ ଗୁଡିକରେ ମଧ୍ୟ ସରକାରୀ ବିଭାଗ ଗୁଡ଼ିକ ପାଇଁ ବିଜ୍ଞାପନ ରଖିପାରିବ। ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ନିଜର ପହଂଚକୁ ବୃଦ୍ଧି କରିବା ପାଇଁ ଡିଜିଟାଲ ମିଡିଆ ଏଜେନ୍ସି ଗୁଡ଼ିକୁ ସୂଚୀବଦ୍ଧ କରିବା ନିମନ୍ତେ ସିବିସିକୁ ଏହି ନୀତିରେ କ୍ଷମତା ପ୍ରଦାନ କରାଯାଇଛି।

ଏହି ନୀତି ଡିଜିଟାଲ ପରିଦୃଶ୍ୟର ଗତିଶୀଳ ପ୍ରକୃତିକୁ ମଧ୍ୟ ସ୍ୱୀକୃତି ଦେଇଥାଏ ଏବଂ ସିବିସିକୁ ଏକ ବିଧିବଦ୍ଧ ଭାବରେ ଗଠିତ କମିଟିର ଅନୁମୋଦନ ସହିତ ଡିଜିଟାଲ ସ୍ପେସ୍‌ରେ ନୂତନ ଏବଂ ଅଭିନବ ଯୋଗାଯୋଗ ପ୍ଲାଟଫର୍ମରେ ସାମିଲ କରିବାକୁ ସଶକ୍ତ କରେ।

ସିବିସି ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩ରେ ଦର ସ୍ଥିର କରିବା ପାଇଁ ପ୍ରତିଯୋଗିତା ମୂଳକ ନିଲାମ ଆରମ୍ଭ କରିବ, ଯାହା ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିଥାଏ। ଏହି ପ୍ରକ୍ରିୟା ମାଧ୍ୟମରେ ଯେଉଁ ଦର ସ୍ଥିର ହେବ, ତାହା ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଏବଂ ସମସ୍ତ ଯୋଗ୍ୟ ଏଜେନ୍ସି ପାଇଁ ଏହା ଲାଗୁ ହେବ।

ଆଜିର ଯୁଗରେ ଭାରତ ସରକାରଙ୍କ ପ୍ରାୟ ସମସ୍ତ ମନ୍ତ୍ରଣାଳୟ / ବିଭାଗ ଗୁଡିକର ଏକ ଉତ୍ସର୍ଗୀକୃତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ରହିଛି, ଯାହା ବିପୁଳ ପରିମାଣର ଇନଫୋଗ୍ରାଫିକ୍ସ ଏବଂ ଭିଡିଓ ପ୍ରସାରଣ କରେ ଯାହାର ପହଂଚ ଏହାର ଗ୍ରାହକ ମାନଙ୍କ ମଧ୍ୟରେ ସୀମିତ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମିଡିଆ ୟୁନିଟ୍‌, କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଯାହା କି ସମସ୍ତ ପ୍ରକାର ମିଡିଆ ମାଧ୍ୟମରେ ବିଜ୍ଞାପନ ଜାରି କରିବା ପାଇଁ ମନୋନୀତ ସଂସ୍ଥା ଅଟେ , ତାହା ଦ୍ୱାରା  ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡ଼ିକର ଏହି ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯିବ।

ଡିଜିଟାଲ ବିଜ୍ଞାପନ ନୀତି , ୨୦୨୩ ଏକାଧିକ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା ପରେ ପ୍ରସ୍ତୁତ କରାଯାଇଛି ଏବଂ ଭାରତ ସରକାରଙ୍କ ଡିଜିଟାଲ ପହଂଚକୁ ବୃଦ୍ଧି କରିବା ଏବଂ ନାଗରିକ ମାନଙ୍କୁ ଯେଉଁ ସୂଚନା ପ୍ରସାରଣ କରାଯାଉଛି, ସେଥିରେ ଉନ୍ନତି ଆଣିବାର ରୂପରେଖ ପ୍ରସ୍ତୁତ କରାଯାଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) କାର୍ଯ୍ୟ କରୁଛି ଏବଂ ଭାରତରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା ଏବଂ ନୀତି ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏବଂ ସୂଚନା ପ୍ରସାରଣ ପାଇଁ ଏହା ଦାୟୀ ରହିଥାଏ। ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ସହ ଖାପ ଖୁଆଇବା ଏବଂ ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନୂତନ ଜ୍ଞାନକୌଶଳ ଗ୍ରହଣ କରିବାକୁ ସିବିସି ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଫିଲ୍ମ ପାଇରେସୀକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ପାଇରେସୀ (ଚଳଚ୍ଚିତ୍ରର ବେଆଇନ ନକଲ ପ୍ରସ୍ତୁତି) କାରଣରୁ ଚଳଚ୍ଚିତ୍ର ଉଦ୍ୟୋଗ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଫିଲ୍ମ ପାଇରେସୀକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି। ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦ ସିନେମାଟୋଗ୍ରାଫୀ (ସଂଶୋଧନ) ଆଇନ, ୧୯୫୨ ପାରିତ କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇରେସୀ ବିରୋଧରେ ଅଭିଯୋଗ ଗ୍ରହଣ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମରେ ପାଇରେଟେଡ୍ କଣ୍ଟେଣ୍ଟ (ବେଆଇନ ଭାବେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କିମ୍ବା କାର୍ଯ୍ୟକ୍ରମର କପି) ହଟାଇବାକୁ ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନୋଡାଲ ଅଧିକାରୀମାନଙ୍କର ଏକ ସଂସ୍ଥାଗତ ବ୍ୟବସ୍ଥା ସ୍ଥାପନ କରିଛି।

କପିରାଇଟ୍ ଆକ୍ଟ ଏବଂ ଆଇପିସି ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ପାଇରେଟେଡ୍ ଚଳଚ୍ଚିତ୍ର ବିଷୟବସ୍ତୁ ଉପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସଂସ୍ଥାଗତ ବ୍ୟବସ୍ଥା ନଥିଲା। ଇଣ୍ଟରନେଟର ପ୍ରସାର ଏବଂ ପ୍ରାୟ ସମସ୍ତେ ମାଗଣାରେ ଚଳଚ୍ଚିତ୍ର ସଂକ୍ରାନ୍ତ ବିଷୟବସ୍ତୁ ଦେଖିବାକୁ ଆଗ୍ରହୀ ଥିବାରୁ ପାଇରେସୀରେ ବୃଦ୍ଧି ଦେଖିବାକୁ ମିଳିଛି। ଉପରୋକ୍ତ ପଦକ୍ଷେପ ଦ୍ୱାରା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପାଇରେସୀ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ଚଳଚ୍ଚିତ୍ର ଉଦ୍ୟୋଗକୁ ଆଶ୍ୱସ୍ତି ମିଳିବ।

ଏହି ବିଲ୍ ବିଷୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପାଇରେସୀ ଯୋଗୁଁ ପ୍ରତିବର୍ଷ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପକୁ ୨୦ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥାଏ। ଫିଲ୍ମ ତିଆରି କରିବାରେ ଲାଗିଥିବା ବର୍ଷ ବର୍ଷର ପରିଶ୍ରମ ପାଇରେସୀ ଦ୍ୱାରା ନଷ୍ଟ ହୋଇଯାଏ। ଏହି ବିପଦ ବିରୋଧରେ କାର୍ଯ୍ୟ କରିବା ପାଇଁ ସରକାର ଏକ ଆଇନ ଅନୁମୋଦନ କରିଥିଲେ, ଯାହାକୁ ଶିଳ୍ପ ଜଗତରେ ବ୍ୟାପକ ସ୍ୱାଗତ କରାଯାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମୁମ୍ବାଇସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ମୁଖ୍ୟାଳୟର କାର୍ଯ୍ୟାଳୟ ଏବଂ ପ୍ରମୁଖ ଚଳଚ୍ଚିତ୍ର ପ୍ରୋତ୍ସାହନ କେନ୍ଦ୍ରରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ଫିଲ୍ମ ପାଇରେସୀକୁ ରୋକିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି, ଯାହାକି ଚଳଚ୍ଚିତ୍ର ଉଦ୍ୟୋଗର ଦୀର୍ଘଦିନର ଦାବି ଥିଲା ଏବଂ ନୋଡାଲ ଅଫିସର ନିଯୁକ୍ତି ସେହି ଦିଗରେ ଏକ ବଡ଼ ପଦକ୍ଷେପ।

ଉଲ୍ଲେଖଯୋଗ୍ୟ, ୧୯୮୪ରେ ଶେଷ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯିବା ପରେ ଡିଜିଟାଲ୍ ପାଇରେସୀ ସମେତ ଫିଲ୍ମ ପାଇରେସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୪୦ ବର୍ଷ ପରେ ଏହି ଆଇନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନରେ ସର୍ବନିମ୍ନ ୩ ମାସ ଜେଲ ଦଣ୍ଡ ଏବଂ ୩ ଲକ୍ଷ ଟଙ୍କା ଜରିମାନା ରଖାଯାଇଛି ଯାହାକୁ ଅଡିଟ୍ ହୋଇଥିବା ମୋଟ ନିର୍ମାଣ ଖର୍ଚ୍ଚର ୫% ପର୍ଯ୍ୟନ୍ତ ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇପାରିବ।

କେଉଁମାନେ କରିପାରିବେ ଆବେଦନ?: ମୂଳ କପିରାଇଟ୍ ଧାରକ କିମ୍ବା ଏହି ଉଦ୍ଦେଶ୍ୟରେ ସେମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ବ୍ୟକ୍ତି ପାଇରେଟେଡ୍ ବିଷୟବସ୍ତୁ ହଟାଇବା ପାଇଁ ନୋଡାଲ ଅଫିସରଙ୍କ ନିକଟରେ ଆବେଦନ କରିପାରିବେ। ଯଦି କପିରାଇଟ୍ ନଥିବା କିମ୍ବା କପିରାଇଟ୍ ଧାରକଙ୍କ ଦ୍ୱାରା ଅନୁମୋଦିତ ନଥିବା କୌଣସି ବ୍ୟକ୍ତି ଅଭିଯୋଗ ଆଣିଥାନ୍ତି, ନୋଡାଲ ଅଫିସର ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ଅଭିଯୋଗର ସତ୍ୟତା ନିର୍ଣ୍ଣୟ କରିବା ପାଇଁ ମାମଲାରୁ ମାମଲା ଭିତ୍ତିରେ ଶୁଣାଣି କରିପାରିବେ।

ଆଇନ ଅନୁଯାୟୀ ନୋଡାଲ ଅଫିସରଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଡିଜିଟାଲ ପ୍ଲାଟଫର୍ମ ୪୮ ଘଣ୍ଟା ମଧ୍ୟରେ ପାଇରେଟେଡ୍ କଣ୍ଟେଣ୍ଟ ହୋଷ୍ଟ କରୁଥିବା ଏଭଳି ଇଣ୍ଟରନେଟ୍ ଲିଙ୍କକୁ ହଟାଇବାକୁ ବାଧ୍ୟ ହେବ।

୨୦୨୩ ମୌସୁମୀ ଅଧିବେଶନରେ ସଂସଦରେ ଅନୁମୋଦନ ଲାଭ କରିଥିବା ସିନେମାଟୋଗ୍ରାଫୀ (ସଂଶୋଧନ) ଆଇନ, ୨୦୨୩ (୨୦୨୩ର ୧୨) ଇଣ୍ଟରନେଟରେ ଅନଧିକୃତ କପି ପ୍ରସାରଣ କରି ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ପାଇରେସୀର ଅନଧିକୃତ ରେକର୍ଡିଂ ଏବଂ ପ୍ରଦର୍ଶନ ପ୍ରସଙ୍ଗ ସମେତ ଚଳଚ୍ଚିତ୍ର ସାର୍ଟିଫିକେସନ୍ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକର ସମାଧାନ କରିଥିଲା। ଏଥିସହିତ ପାଇରେସୀ ପାଇଁ କଠୋର ଜରିମାନା ଲାଗୁ କରିଥିଲା। ଏହି ସଂଶୋଧନଗୁଡ଼ିକ ଚଳଚ୍ଚିତ୍ର ପାଇରେସୀ ପ୍ରସଙ୍ଗକୁ ସମାଧାନ କରୁଥିବା ପ୍ରଚଳିତ ଆଇନ ଯଥା କପିରାଇଟ୍ ଆଇନ, ୧୯୫୭ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ (ଆଇଟି) ୨୦୦୦ ସହିତ ସମାନ।

ସିନେମାଟୋଗ୍ରାଫୀ ଆଇନ, ୧୯୫୨ର ନୂତନ ଭାବେ ଅନ୍ତର୍ଭୁକ୍ତ ଧାରା ୬ଏବିରେ ବ୍ୟବସ୍ଥା ରହିଛି ଯେ, କୌଣସି ବ୍ୟକ୍ତି ଏହି ଆଇନ ଅଧୀନରେ ଲାଇସେନ୍ସ ପ୍ରାପ୍ତ ହୋଇନଥିବା ପ୍ରଦର୍ଶନୀ ସ୍ଥାନରେ ଲାଭ ପାଇଁ ଜନସାଧାରଣଙ୍କୁ ପ୍ରଦର୍ଶିତ କରିବା ପାଇଁ କୌଣସି ଚଳଚ୍ଚିତ୍ରର ଉଲ୍ଲଂଘନକାରୀ କପି ବ୍ୟବହାର କରିପାରିବେ ନାହିଁ କିମ୍ବା ପ୍ରୋତ୍ସାହିତ କରିପାରିବେ ନାହିଁ; କିମ୍ବା ଏପରି ଉପାୟରେ ଯାହା କପିରାଇଟ୍ ଆଇନ, ୧୯୫୭ କିମ୍ବା ଅନ୍ୟ କୌଣସି ଆଇନର ବ୍ୟବସ୍ଥା ଅନୁଯାୟୀ କପିରାଇଟ୍ ଉଲ୍ଲଂଘନ କରିବା ସମାନ। ଏହାବ୍ୟତୀତ ସିନେମାଟୋଗ୍ରାଫୀ ଆଇନର ନୂତନ ଧାରା ୭(୧ବି)(୨)ରେ ଉଲ୍ଲେଖ କରାଯାଇଛି ଯେ ଉପରୋକ୍ତ ଧାରା ୬ଏବିକୁ ଉଲ୍ଲଂଘନ କରି ମଧ୍ୟସ୍ଥ ପ୍ଲାଟଫର୍ମରେ ପ୍ରଦର୍ଶିତ/ହୋଷ୍ଟ କରାଯାଇଥିବା ଏଭଳି ଉଲ୍ଲଂଘନକାରୀ କପିକୁ ହଟାଇବା/ଅଚଳ କରିବା ପାଇଁ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ସୁବର୍ଣ୍ଣପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦ୍ରୁତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ।

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ। ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମନରେଗା, ପିଏମ ଆବାସ ଯୋଜନା, ପିଏମଇଜିପି ଓ ଡିଡିୟୁଜିକେୱାଇ ଆଦି ଯୋଜନା ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, ଏହାର ଲାଭ ଏବଂ କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ସ୍ୱୟମ୍ଭୁନାଥ ଖଣ୍ଡଗିରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘‘ପିଆଇବିର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ।
ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ।

ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ମତ ବିନିମୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସେବା, ସୁଶାସନ, ଗରିବ କଲ୍ୟାଣ ଓ ମିଶନ ଲାଇଫ ସମ୍ପର୍କିତ କର୍ମଶାଳା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ନଅ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ମିଶନ ଲାଇଫ ସମ୍ପର୍କୀତ କର୍ମଶାଳା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ।

କର୍ମଶାଳା ବ୍ୟତୀତ ଦୁଇଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଫିତାକାଟି ଉଦ୍‌ଘାଟନ କରିଥିଲେ। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଭାରତ ସରକାରଙ୍କ ୯ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମିଶନ ଲାଇଫ ସମ୍ପର୍କରେ ପ୍ରଦର୍ଶନ କରାଯାଇଛି। ସମ୍ମାନୀତ ଅତିଥିଭାବେ ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସ୍ୱାଇଁ ଯୋଗଦେଇଥିବାବେଳେ ଅତିଥି ବକ୍ତାଭାବେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟାପକ ନିହାର ରଞ୍ଜନ କର, ଧୁଷୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧୁଷୁରୀ ପଞ୍ଚାୟତର ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣକାରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମର ପୂର୍ବଦିନ ଅନୁଷ୍ଠିତ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପୀ ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ସଭା ପରିଚାଳନା କରିଥିବାବେଳେ ସହଯୋଗୀ ଖଗେଶ ବାଇପାଇ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅପରାଧମୁକ୍ତ ହେଲା କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ରେ ସଂଶୋଧନ ବିଜ୍ଞପ୍ତି ଜାରି କରିଛି। ଏଥିରେ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନର, ୧୯୯୫ର ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି। ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଏହି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ୩ ଅକ୍ଟୋବର ୨୦୨୩କୁ ସେହି ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା ଯେଉଁ ତାରିଖ ଠାରୁ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ସମ୍ବନ୍ଧରେ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ଏବଂ ଏହାର କାର୍ଯ୍ୟସୂଚୀରେ ଥିବା ଏଣ୍ଟ୍ରିଗୁଡ଼ିକ କାର୍ଯ୍ୟକାରୀ ହୋଇଛି।

କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ ୧୯୯୫ର କୌଣସି ବ୍ୟବସ୍ଥାର ଉଲ୍ଲଙ୍ଘନ କରିବା କ୍ଷେତ୍ରରେ ଏହି ଆଇନର ଧାରା ୧୬ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଇଥିଲା। ଏହି ଧାରାରେ ପ୍ରଥମ ଥର ପାଇଁ ୨ ବର୍ଷ ଏବଂ ପରବର୍ତ୍ତୀ ପ୍ରତ୍ୟେକ ଅପରାଧ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା।

କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫କୁ ଅଧିକ ବ୍ୟବସାୟ ଅନୁକୂଳ କରିବା ଏବଂ ଏହି କ୍ଷେତ୍ର ପ୍ରତି ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଧାରା ୧୬ ଅଧୀନରେ ନିର୍ଦ୍ଦିଷ୍ଟ ଦଣ୍ଡଗୁଡ଼ିକୁ ପୁନଃ ଯାଞ୍ଚ କରାଯାଇ ଜନ ବିଶ୍ୱାସ (ବ୍ୟବସ୍ଥା ସଂଶୋଧନ) ଆଇନ, ୨୦୨୩ ମାଧ୍ୟମରେ ଅପରାଧମୁକ୍ତ କରାଯାଇଛି। ଜେଲ ଦଣ୍ଡାଦେଶକୁ ଏବେ ଆର୍ଥିକ ଜରିମାନା ଏବଂ ଅନ୍ୟାନ୍ୟ ଅଣଆର୍ଥିକ ବ୍ୟବସ୍ଥା ଯଥା ମାର୍ଗଦର୍ଶିକା, ଚେତାବନୀ ଏବଂ ନିନ୍ଦା ଆଦିକୁ ପରିବର୍ତ୍ତନ କରାଯାଇଛି।

ଆଜି ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିବା ନିୟମରେ ନିର୍ଦ୍ଦିଷ୍ଟ ‘କ୍ଷମତାପ୍ରାପ୍ତ ଅଧିକାରୀ’ଙ୍କ ଜରିଆରେ ଏହି ପଦକ୍ଷେପ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ, ଧାରା ୧୬ ଅଧୀନରେ ଏବେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଆଦେଶ ବିରୋଧରେ ଏକ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି। ଧାରା ୧୭ ଓ ୧୮ କୁ ଅଯଥା ବୋଲି ବାଦ୍ ଦିଆଯାଇଛି।

କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅଧୀନରେ ଥିବା ବ୍ୟବସ୍ଥାଗୁଡ଼ିକୁ ଅପରାଧମୁକ୍ତ କରିବାର କିଛି ଲାଭ ହେଲା:

୧- ଏହି ସଂଶୋଧନ ଦ୍ୱାରା କଠୋର ଦଣ୍ଡ ନ ନେଇ ଏବଂ ସାମାନ୍ୟ କିମ୍ବା ଅନିଚ୍ଛାକୃତ ଉଲ୍ଲଂଘନ ପ୍ରତି ସମ୍ବେଦନଶୀଳ ହୋଇ ଆଇନ ଅନୁପାଳନକୁ ପ୍ରୋତ୍ସାହିତ କରିବାର ସମ୍ଭାବନା ରହିଛି। ଜରିମାନା ପରିସର ମଧ୍ୟରେ ପରାମର୍ଶ, ନିନ୍ଦା ଏବଂ ଚେତାବନୀ ଅନ୍ତର୍ଭୁକ୍ତ କରିବା ସୂଚିତ କରେ ଯେ କେବଳ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅନୁପାଳନ ସମ୍ପର୍କରେ ଶିକ୍ଷିତ ଏବଂ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

୨- ସଂଶୋଧିତ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଜରିମାନାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି, ଯାହା ବିଭିନ୍ନ ପ୍ରକାର ଉଲ୍ଲଂଘନର ସମାଧାନ କରିବାରେ ନମନୀୟତା ପ୍ରଦାନ କରିଥାଏ। ଏହା ଉଲ୍ଲଂଘନର ପ୍ରକୃତି, ନିର୍ଦ୍ଦିଷ୍ଟ ଗୁଣ ଏବଂ ତୀବ୍ରତା ପ୍ରତି ଅଧିକ ଆନୁପାତିକ ପ୍ରତିକ୍ରିୟା ପାଇଁ ଅନୁମତି ଦେଇଥାଏ।

୩- ନିୟମରେ ସଂଶୋଧନ ଦ୍ୱାରା ଜରିମାନା ଆଦାୟ ପାଇଁ ଜଣେ ‘କ୍ଷମତାପ୍ରାପ୍ତ ଅଧିକାରୀ’ଙ୍କୁ ପରିଭାଷିତ କରାଯାଇଛି। ଏହା ପ୍ରବର୍ତ୍ତନ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ବୋଝ ପକାଇବା ବ୍ୟତୀତ ଏହାକୁ ସରଳ କରିଥାଏ।

୪- ସଂଶୋଧିତ ବ୍ୟବସ୍ଥାରେ ପରବର୍ତ୍ତୀ ଉଲ୍ଲଂଘନକୁ ସ୍ପଷ୍ଟ ଭାବରେ ସମାଧାନ କରାଯାଇଛି ଏବଂ ଅଧିକ ଜରିମାନା ବ୍ୟବସ୍ଥା ବ୍ୟତୀତ ପଞ୍ଜୀକରଣ ସ୍ଥଗିତ କିମ୍ବା ବାତିଲ କରିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ। ଏହା ନିରନ୍ତରତାକୁ ପ୍ରୋତ୍ସାହିତ କରେ ଏବଂ ଅଭ୍ୟାସଗତ କିମ୍ବା ବାରମ୍ବାର ଉଲ୍ଲଂଘନକୁ ନିରୁତ୍ସାହିତ କରେ।

୫- କେବୁଲ ଶିଳ୍ପରେ “ପ୍ଲାଟଫର୍ମ ସେବା” ଏବଂ “ସ୍ଥାନୀୟ କେବୁଲ ଅପରେଟର” ପରି ସାଧାରଣ ଶବ୍ଦଗୁଡିକର ସଂଜ୍ଞାକୁ ପ୍ରଥମ ଥର ପାଇଁ ନିୟମରେ ପରିଭାଷିତ କରାଯାଇଛି ଯାହା ଦ୍ୱାରା ସେମାନଙ୍କ ବ୍ୟବହାରରେ ସମାନତା ଅଣାଯାଇପାରିବ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ବର୍ତ୍ତମାନ ୧୪୦୦ରୁ ଅଧିକ ମଲ୍ଟି ସିଷ୍ଟମ ଅପରେଟର ପଞ୍ଜୀକୃତ ଅଛନ୍ତି। କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥାର ଉଲ୍ଲଂଘନକୁ ଅପରାଧମୁକ୍ତ କରିବା ଏବଂ ଦେୱାନୀ ଜରିମାନା ଭଳି ବ୍ୟବସ୍ଥା ଯୋଗୁ ଅଂଶୀଦାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ତଥା ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ଏଥିରେ ଭାଗ ନେଇ ସ୍କୁଲ ପରିସର ସଫେଇ କରିଥିଲେ।

ଅନ୍ୟପଟେ କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ରଘୁନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସ୍କୁଲ ହତା ସଫା କରିବା ସହିତ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ।

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୧ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଆଖପାଖ ପରିବେଶକୁ ସଫା କରିବା ସହିତ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଛନ୍ତି।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍‌ଏସ୍‌ଓ) କାରବାର ନବୀକରଣ ପାଇଁ ଏକ ୧୦ବର୍ଷିଆ ରେଜିଷ୍ଟେସନ ନିୟମ ଆରମ୍ଭ ହୋଇଛି । ଏହାଛଡା ଇଣ୍ଟରନେଟ୍ ଆକ୍‌ସେସ୍ ସେବା ବଢାଇବା ପାଇଁ ଏମ୍‌ଏସ୍‌ଓମାନେ ଇନ୍‌ଫ୍ରାଷ୍ଟକ୍‌ଚର (ଭିତ୍ତିଭୂମି) ସେୟାରିଂ ନିଜ ନିଜ ମଧ୍ୟରେ କରିପାରିବେ। ଏହା ଫଳରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଉଥିôବା କେବୁଲ ଅପରେଟରମାନେ ଶେଷତମ ସ୍ଥାନକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ପାରିବେ। ଏମ୍‌ଏସ୍‌ଓଙ୍କ ପାଇଁ ଏହି ପଞ୍ଜୀକରଣ ବା ରେଜିଷ୍ଟ୍ରେସନ ବ୍ୟବସ୍ଥାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା।

୧) ନବୀକରଣ ବା ରେଜିଷ୍ଟ୍ରେସନ ପାଇଁ ଏମ୍‌ଏସ୍‌ଓମାନେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନ୍‌ଲାଇନ୍‌ରେ ଆବେଦନ କରିବେ।

୨)ଏମ୍‌ଏସ୍‌ଓଗୁଡିକୁ ୧୦ବର୍ଷ ପାଇଁ କାରବାର ନିମନ୍ତେ ପଞ୍ଜୀକରଣ ବା ନବୀକରଣର ଅନୁମତି ମିଳିବ।

୩) ପଞ୍ଜୀକରଣ/ନବୀକରଣ ପାଇଁ ବାର୍ଷିକ ପ୍ରସେସିଂ ଫି ଏକଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

୪) ପ୍ରଚଳିତ ପଞ୍ଜୀକରଣ ମିଆଦ ଶେଷ ହେବାର ସାତରୁ ଦୁଇ ମାସ ମଧ୍ୟରେ ନବୀକରଣ ପାଇଁ ଆବେଦନ କରିବାକୁ ପଡିବ।

ସରକାର ଏହି ନବୀକରଣ ବ୍ୟବସ୍ଥା  ବ୍ୟାବସାୟିକ ସୁଗମତାକୁ ଆଖି ଆଗରେ ରଖି କରିଛନ୍ତି। ଏହା ଫଳରେ କେବୁଲ ଅପରେଟର ନିରବଚ୍ଛିନ୍ନ  ବ୍ୟବସାୟ ସୁବିଧା ପାଇବେ ଏବଂ ଏଥିରେ କୌଣସି ବିଘ୍ନ ଘଟିବ ନାହିଁ। ଏହା ଦ୍ୱାରା ଏହି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଆକର୍ଷଣୀୟ ସୁଯୋଗ ସୁବିଧା ସୃଷ୍ଟି ହେବ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଯେଉଁ ଏମ୍‌ଏସ୍‌ଓ ମାନଙ୍କର ପଞ୍ଜୀକରଣ ସାତ ମାସ ମଧ୍ୟରେ ଶେଷ ହେଉଛି ସେମାନେ ବ୍ରଡ୍‌କାଷ୍ଟ ସେବା ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍ ଆବେଦନ କରିବେ। କିଛି ସହାୟତା ଆବଶ୍ୟକ ହେଲେ ପୋର୍ଟାଲରେ ହେଲ୍‌ପଲାଇନ ନମ୍ବର ଦିଆଯାଇଛି। ଏହା ଛଡା  sodas-moiab[at]gov[dot]in . ଇମେଲରେ ଯୋଗାଯୋଗ କରିହେବ।

ପୂର୍ବରୁ କେବଳ ନୂଆ ଏମ୍‌ଏସ୍‌ଓ ରେଜିଷ୍ଟ୍ରେସନ ପାଇଁ ୧୯୯୪ର କେବୁଲ ଟେଲିଭିଜନ ନେଟୱାର୍କ ଆଇନର ଅନୁମତି ଦିଆଯାଇଥିଲା। ସେହି ଆଇନର ପଞ୍ଜୀକରଣର ମିଆଦ ଉଲ୍ଲେଖ ନ ଥିଲା। ଏହାଛଡା ଏଥିରେ ଅନ୍‌ଲାଇନ ଆବେଦନକୁ ବାଧ୍ୟତାମୂଳକ କରାଯାଇ ନ ଥିଲା।

ସଂଶୋଧିତ ଆଇନରେ କେବୁଲ ଅପରେଟରମାନେ ଯାହାଙ୍କ ପାଖରେ ବ୍ରଡବ୍ୟାଣ୍ଡ ସେବା ଯୋଗାଣର ସୁବିଧା ଅଛି ସେମାନେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରି ବ୍ୟାବସାୟିକ ଲାଭ ଉଠାଇ ପାରିବେ। ଏହାଛଡା ଶେଷତମ ସ୍ଥାନ ଓ ବ୍ୟକ୍ତିଙ୍କ ପାଖରେ ଇଣ୍ଟରନେଟ ସେବା ପହଂଚିପାରିବ। ଏହି ଇନ୍‌ଫ୍ରାଷ୍ଟ୍ରକଚର ସେୟାରିଂ ବ୍ୟବସ୍ଥା ଦ୍ୱାରା ସମ୍ବଳର ଦକ୍ଷ ଉପଯୋଗ ହୋଇପାରିବ। ଏହା ଦ୍ୱାରା ମଧ୍ୟ ବ୍ରଡ ସେବା ନିମନ୍ତେ ଅତିରିକ୍ତ ଭିତ୍ତିଭୂମିର ଆବଶ୍ୟକତା ରହିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜୁଆ ଖେଳର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ନଦେବାକୁ ଗଣମାଧ୍ୟମ ସଂସ୍ଥାକୁ ପରାମର୍ଶ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବା ଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି।

ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ବିଜ୍ଞାପନ ମଧ୍ୟସ୍ଥ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସମେତ କେତେକ ଗଣମାଧ୍ୟମ ସଂସ୍ଥା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଳି ପ୍ରମୁଖ କ୍ରୀଡ଼ା ଇଭେଣ୍ଟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ଏହାବ୍ୟତୀତ ମନ୍ତ୍ରଣାଳୟ କହିଛି ଯେ ପ୍ରମୁଖ କ୍ରୀଡ଼ା ସମାରୋହ, ବିଶେଷ କରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ।

ବେଟିଂ/ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ନ କରିବାକୁ ଗଣମାଧ୍ୟମ ପ୍ଲାଟଫର୍ମକୁ ଚେତାବନୀ ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ମଧ୍ୟ ଭାରତୀୟ ଦର୍ଶକଙ୍କ ପ୍ରତି ଏଭଳି ବିଜ୍ଞାପନକୁ ଟାର୍ଗେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୧୩.୦୬.୨୦୨୨, ୦୩.୧୦.୨୦୨୨ ଏବଂ ୦୬.୦୪.୨୦୨୩ରେ ଏହି ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ବେଟିଂ ଓ ଜୁଆ ଏକ ବେଆଇନ କାର୍ଯ୍ୟକଳାପ ଏବଂ ତେଣୁ କୌଣସି ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏଭଳି କାର୍ଯ୍ୟକଳାପର ବିଜ୍ଞାପନ/ପ୍ରୋତ୍ସାହନ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ ଅଧିନିୟମ ୧୯୭୮ ଇତ୍ୟାଦି ସମେତ ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି।

ଅଧିକନ୍ତୁ, ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ନୈତିକତା ସଂହିତା) ନିୟମ, ୨୦୨୧ର ନିକଟରେ ସଂଶୋଧିତ ନିୟମ ୩(୧) (ବି) ରେ ବ୍ୟବସ୍ଥା ରହିଛି ଯେ ମଧ୍ୟସ୍ଥମାନେ ନିଜ ଆଡ଼ୁ ଯଥାର୍ଥ ପ୍ରୟାସ କରିବେ ଏବଂ ଏହାର କମ୍ପ୍ୟୁଟର ସମ୍ବଳକୁ ଉପଯୋଗ କରୁଥିବା ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଏପରି କୌଣସି ସୂଚନା ହୋଷ୍ଟ, ପ୍ରଦର୍ଶନ, ଅପଲୋଡ୍, ସଂଶୋଧନ, ପ୍ରକାଶ, ପ୍ରସାରଣ, ଷ୍ଟୋର୍, ଅପଡେଟ୍ କିମ୍ବା ଶେୟାର କରିବେ ନାହିଁ ଯାହାଏକ ଅନଲାଇନ୍ ଗେମ ପ୍ରକୃତିର ହୋଇଥିବ ଏବଂ ଏକ ଅନୁମୋଦିତ ଅନଲାଇନ୍ ଗେମ୍ ଭାବରେ ମାନ୍ୟତା ଲାଭ କରିନଥିବ; (x) ଅନୁମତିପ୍ରାପ୍ତ ଅନଲାଇନ ଗେମ୍‌ ପ୍ରକୃତିର ହୋଇନଥିବା ଏକ ଅନଲାଇନ ଗେମ ଅଥବା ଏପରି ଅନଲାଇନ ଗେମ୍‌ର ପ୍ରସ୍ତାବ ଦେଉଥିବା ଯେକୌଣସି ଅନଲାଇନ ଗେମ୍‌ ମଧ୍ୟସ୍ଥଙ୍କର ପ୍ରଚାର କରୁଥିବା ବିଜ୍ଞାପନ କିମ୍ବା ଛଦ୍ମ ବିଜ୍ଞାପନ ପ୍ରସାରଣ କରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝର ଜନାର୍ଦ୍ଦନପୁରରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଆଜି ମେରୀ ମାଟି ମେରା ଦେଶ ଅଭିଯାନ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଦେଶ ପାଇଁ ସହିଦ ହୋଇଥିବା ବୀରମାନଙ୍କର ସ୍ମୃତିଚାରଣ କରାଯାଇଥିଲା। କେନ୍ଦୁଝର ସଦର ବ୍ଲକ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିସହିତ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଦେଶପ୍ରେମୀ ଜନସାଧାରଣ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ପକ୍ଷରୁ ଖୋର୍ଦ୍ଧାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଖୋର୍ଦ୍ଧା: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଟାଉନ୍ ହଲ୍ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କେନ୍ଦ୍ରର ‘‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’’, ‘‘କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’’ ଆଦି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା।

ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଯୁଗ୍ମ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ କର୍ମଶାଳା ସରକାର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପ୍ରତ୍ୟକ୍ଷ ସମ୍ବାଦ ସ୍ଥାପନ କରିବାର ଏକ ମାଧ୍ୟମ। ସେ ଆହୁରି କହିଥିଲେ ଯେ, କେବଳ ସୂଚନାକୁ ଖବର ବୋଲି କୁହାଯାଇପାରିବ ନାହିଁ। ସୂଚନାକୁ ସଠିକ୍ ଢଙ୍ଗରେ ପରିବେଷଣ କଲେ ତାହା ଖବର ହୋଇଥାଏ। ସମ୍ପ୍ରତି ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ଖବର ବହୁଳ ଭାବେ ପ୍ରସାରିତ ହେଉଛି। ମିଛ ଖବର ପ୍ରସାରଣକୁ ରୋକିବା ଦିଗରେ ମୁଖ୍ୟସ୍ରୋତର ଗଣମାଧ୍ୟମଙ୍କ ଏକ ପ୍ରମୁଖ ଦାୟିତ୍ୱ ରହିଛି ବୋଲି ଡକ୍ଟର ଦାଶ କହିଥିଲେ। ଏହି କ୍ରମରେ ସେ ପିଆଇବି ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଏକ ଫ୍ୟାକ୍ଟଚେକ ୟୁନିଟ୍ ପରିଚାଳନା କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।

କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ଖୋର୍ଦ୍ଧା ମାଟିର ଅବଦାନ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ତଥା ବକ୍ତା ପ୍ରଦ୍ୟୁମ୍ନ ଶତପଥୀ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ଉଦବୋଧନରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଦେଶର ସାମଗ୍ରିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ଦେଶବାସୀଙ୍କର ସର୍ବାଙ୍ଗୀଣ ଉନ୍ନତି ହୋଇଛି ତଥା ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଛି।

‘ଏନଡିଏ ସରକାରଙ୍କ ୯ବର୍ଷ : ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି କାହାଣୀ’ ବିଷୟବସ୍ତୁ ଉପରେ ଉଦବୋଧନ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ ଯେ, ଏନଡିଏ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏକଦା ନୀତିଗତ ପକ୍ଷାଘାତର ଶିକାର ଦେଶ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୃଢ଼ ଓ ନିର୍ଣ୍ଣାୟକ ପ୍ରଶାସନ ପାଇଁ ପରିଚିତ ହୋଇପାରିଛି। ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ବିକାଶ ହାର ହାସଲ କରିଥିବା ବେଳେ ବିପତ୍ତିକୁ ଅବସରରେ ପରିଣତ କରିବାରେ ଦେଶ ସଫଳ ହୋଇଛି। ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ଲାଭ କରିଥିବା ବେଳେ ଖୁବଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛି। ଦୁର୍ନୀତି ଓ ଭ୍ରଷ୍ଟାଚାର କମିଛି। ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଅଭିଯାନ ସାମାଜିକ-ଆର୍ଥିକ ବିକାଶକୁ ସୁଦୃଢ଼ କରିଛି ବୋଲି ଶ୍ରୀ ସାହୁ କହିଥିଲେ। ଶ୍ରୀ ସାହୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ, ଲେଖକ ତଥା ବକ୍ତା ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ‘‘ସ୍ୱାଧୀନତାର ଅମୃତ ମହୋତ୍ସବ : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ଭୂମିକା’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଉଦାହରଣ ଦେଇ ଦେଶକୁ ସ୍ୱାଧୀନ କରିବା ଲାଗି ଖୋର୍ଦ୍ଧା ମାଟିର ମହାନ ସଂଗ୍ରାମୀମାନଙ୍କର ଭୂମିକା ଏବଂ ସେମାନେ ଦେଇଥିବା ବଳିଦାନ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହିତ ଗଣତନ୍ତ୍ରରେ ଏକ ସକ୍ରିୟ ତଥା ଦୃଢ଼ ଗଣମାଧ୍ୟମର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଖୋର୍ଦ୍ଧାର ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହିତ ଏକ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଗଣମାଧ୍ୟମ ପ୍ରତିନିଧି କର୍ମଶାଳାରେ ଉପସ୍ଥିତ ରହିଥିଲେ।

Categories
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କି କ୍ଷେତ୍ର ସ୍ତରରେ ବାତ୍ୟା “ବିପର୍ଯ୍ୟୟ” ସଂକାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ସମସ୍ତ ଚ୍ୟାନେଲ ଦ୍ୱାରା ନିୟୋଜନ ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି।

ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ କ୍ଷେତ୍ର ସ୍ତରରୁ ରିପୋର୍ଟିଂ କରିବା ଏହି ଘଟଣାର ଖବର ପାଇଁ ବେସରକାରୀ ଟିଭି ଚ୍ୟାନେଲ ଦ୍ୱାରା ନିୟୋଜିତ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ତଥା ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗୁରୁତର ବିପଦ ଆଣିପାରେ। ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିଛି ଯେ ଏହିପରି କ୍ଷେତ୍ରସ୍ତରୀୟ ରିପୋର୍ଟିଂ ପାଇଁ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆସିପାରେ।

ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ନିୟୋଜିତ ସେମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଏହା ମଧ୍ୟ ଦୃଢ ଭାବରେ ପରାମର୍ଶ ଦେଇଛି ଯେ କୌଣସି ପରିସ୍ଥିତିରେ ସଂଗଠନ ଏପରି କର୍ମଚାରୀଙ୍କ ନିୟୋଜନ ପାଇଁ ନିଷ୍ପତ୍ତି ନେବା ଉଚିତ ଯାହା ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ବିପନ୍ନ ନକରିବ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ପାଳନ କରାଯାଇପାରିବ।

ବାତ୍ୟା “ବିପର୍ଯ୍ୟୟ” ଦେଶର ପଶ୍ଚିମ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି ଯାହା ବିଭିନ୍ନ ଆକାରରେ କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି। ମନ୍ତ୍ରଣାଳୟ ଲୋକମାନଙ୍କୁ ଆଶ୍ୱାସନା ଦେଇଛି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ବାତ୍ୟା ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି।

Categories
ବିଶେଷ ଖବର

ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି।

ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ ତିନୋଟି ଶ୍ରେଣୀ ଅଧୀନରେ ଅର୍ଥାତ୍ ପ୍ରିଣ୍ଟ୍‌, ଟେଲିଭିଜନ୍ ଏବଂ ରେଡିଓ କ୍ଷେତ୍ରରେ ବାଇଶିଟି ଭାରତୀୟ ଭାଷା ତଥା ଇଂରାଜୀ ଭାଷାରେ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ସମ୍ମାନ ପ୍ରଦାନ କରାଯିବ।

୧. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ଖବରକାଗଜରେ ଯୋଗର ଶ୍ରେଷ୍ଠ ଖବର ପ୍ରକାଶନ” ଶ୍ରେଣୀ ଅଧୀନରେ ପ୍ରଦାନ କରାଯିବ।

୨. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୩. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତି ବର୍ଷ ଜୁନ୍ ୨୧ ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ସୀମା ଏବଂ ସଂସ୍କୃତି ଅତିକ୍ରମ କରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରି ଏହାକୁ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିଛି। ସଚେତନତାର ପ୍ରସାର ତଥା ଯୋଗର ପରିବର୍ତ୍ତନଶୀଳ ସାମର୍ଥ୍ୟ ପ୍ରଦର୍ଶନ କରିବାରେ ଗଣମାଧ୍ୟମର ନିରନ୍ତର ଉଦ୍ୟମ ବିନା ଏହି ସଫଳତା ସମ୍ଭବ ନୁହେଁ। ଏହାକୁ ସ୍ୱୀକୃତି ଦେଇ, ମୁଁ ଏହା ଖୁସିର ସହିତ ଘୋଷଣା କରୁଛି ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳିତ ବର୍ଷ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ ଭାରତ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମ ନିର୍ବାହ କରୁଥିବା ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥାଏ। ଯେହେତୁ ଆମେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁ, ଏହି ପ୍ରାଚୀନ ଅଭ୍ୟାସ ତଥା ଏହାର ବହୁ ଉପକାରିତାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମ ଯେଉଁ ଅପାର ଶକ୍ତି ଏବଂ ଦାୟିତ୍ୱ ନିର୍ବାହ କରିଛି, ତାହାକୁ ମାନ୍ୟତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗଭୀର ଅଭ୍ୟାସକୁ ବୁଝିବା, ପ୍ରଶଂସା କରିବା ଏବଂ ଗ୍ରହଣ କରିବାରେ ଗଣମାଧ୍ୟମ ଏକ ଅନୁକ୍ରମଣିକା ଅଟେ। ସବୁ ବୟସର, ପୃଷ୍ଠଭୂମିର ଏବଂ ସାମର୍ଥ୍ୟର ଲୋକ ମାନଙ୍କ ପାଇଁ ଏହାକୁ ଏକ ସାର୍ବଜନୀନ ଅଭ୍ୟାସ ଭାବରେ ଉପସ୍ଥାପନ କରିବାରେ ଏହା ସଫଳ ହୋଇଛି।

ଜଣେ ସକ୍ଷମକାରୀ ଭାବରେ ଏହି ଭୂମିକା ଗ୍ରହଣ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ତଥା ସମଗ୍ର ବିଶ୍ୱରେ ଯୋଗର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମୁଁ ଗଣମାଧ୍ୟମକୁ ଅଶେଷ କୃତଜ୍ଞତା ଜଣାଉଛି। ଏହି ଅଭ୍ୟାସର ପରିବର୍ତ୍ତନଶୀଳ ଶକ୍ତି ବଂଟନ କରିବା ପାଇଁ ଆପଣ ମାନଙ୍କର ଅଦମ୍ୟ ନିଷ୍ଠା ଯୋଗକୁ କଲ୍ୟାଣର ଏକ ସାର୍ବଜନୀନ ଭାଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।”

ଏକ ସ୍ୱାଧୀନ ଖଣ୍ଡପୀଠ ଦ୍ୱାରା ସମ୍ମାନ ସୁପାରିଶ କରାଯିବ। ସମ୍ମାନରେ ଏକ ସ୍ୱତନ୍ତ୍ର ମିଡିଆ / ପ୍ଲାକ୍ / ଟ୍ରଫି ଏବଂ ଏକ ପ୍ରଶସ୍ତି ପତ୍ର ସାମିଲ୍ ହେବ।

ନିର୍ଦ୍ଦେଶନାମା ଅନୁଯାୟୀ ମିଡିଆ ହାଉସ୍ ଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସବିଶେଷ ତଥ୍ୟ ଦାଖଲ କରିବା ସହିତ ସେମାନେ ପ୍ରସ୍ତୁତ କରିଥିବା ଏବଂ ପ୍ରକାଶିତ କରିଥିବା କିମ୍ବା ଅଡିଓ/ ଭିଜୁଆଲ୍ ବିଷୟବସ୍ତୁ ଟେଲିକାଷ୍ଟ/ ପ୍ରସାରଣର ଆବଶ୍ୟକୀୟ ତଥ୍ୟ ୧୦ ଜୁନ୍ ୨୦୨୩ ରୁ ୨୫ ଜୁନ୍ ୨୦୨୩ ମଧ୍ୟରେ ପ୍ରସ୍ତୁତ କରିବେ। ପ୍ରବେଶ ନିମନ୍ତେ ଅନ୍ତିମ ଦିବସ ହେଉଛି ୧ ଜୁଲାଇ ୨୦୨୩ । ପ୍ରେସ ସୂଚନା ବ୍ୟୁରୋର ୱେବ୍‌ସାଇଟ୍ (https://pib.gov.in/indexd.aspx ) ଏବଂ ଆଇ ଆଣ୍ଡ ବି ମନ୍ତ୍ରଣାଳୟ ୱେବ୍‌ସାଇଟ୍ (https://mib.gov.in/) ରେ ସବିଶେଷ ନିର୍ଦ୍ଦେଶାବଳୀ ମିଳି ପାରିବ।

ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ବିଷୟରେ

ଭାରତରେ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଏବଂ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଜୁନ୍‌, ୨୦୧୯ ରେ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍‌ଏସ୍‌) ପ୍ରତିଷ୍ଠା କରିଥିଲା। ପୁରସ୍କାରର ପ୍ରଥମ ସଂସ୍କରଣ ୭ ଜାନୁଆରୀ ୨୦୨୦ରେ ପ୍ରଦାନ କରା ଯାଇଥିଲା ଏବଂ ତା’ପରେ କୋଭିଡ୍ ୧୯ ମହାମାରୀ ହେତୁ ଏଥିରେ ବାଧା ସୃଷ୍ଟି ହେଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମ୍ମାନକୁ ପୁନର୍ଜୀବିତ କରିବା ପାଇଁ ୨୦୨୩ ରେ ଦ୍ୱିତୀୟ ସଂସ୍କରଣର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

୨୦୧୫ ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସକୁ ପ୍ରତି ବର୍ଷ ଜୁନ୍ ୨୧ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତୀୟ ଯୋଗ ଦିବସର ବିଚାର ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ରେ ୨୭ ସେପ୍େଟମ୍ବର ୨୦୧୪ ତାରିଖରେ ସମ୍ବୋଧିତ କରିବା ସମୟରେ ପ୍ରସ୍ତାବ ଦେଇଥିଲେ।

ଏହି ବିଚାର ସମ୍ପର୍କରେ ପ୍ରସ୍ତାବ ଦେବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ :

ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରର ଏକତା ; ଚିନ୍ତା ଏବଂ କାର୍ଯ୍ୟ ; ସଂଯମତା ଏବଂ ପୂର୍ଣ୍ଣତା ; ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟ; ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ସାମଗ୍ରିକ ଉପାୟକୁ ଧାରଣ କରେ। ଏହା କେବଳ ବ୍ୟାୟାମର ବିଷୟ ନୁହେଁ ବରଂ ନିଜ ସହିତ, ଜଗତ ଏବଂ ପ୍ରକୃତି ସହିତ ଏକତାର ଭାବନା ଆବିଷ୍କାର କରିବା। ଆମର ଜୀବନଶୈଳୀକୁ ପରିବର୍ତ୍ତନ କରି ଚେତନା ସୃଷ୍ଟି କରି ଏହା କଲ୍ୟାଣରେ ସାହାଯ୍ୟ କରିଥାଏ। ଆସନ୍ତୁ ଏକ ଅନ୍ତର୍ଜାତୀୟ ଯୋଗ ଦିବସ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା। ”

ଏହି ପ୍ରାରମ୍ଭିକ ପ୍ରସ୍ତାବ ପରେ, ୟୁଏନ୍‌ଜିଏ ୧୪ ଅକ୍ଟୋବର ୨୦୧୪ ରେ “ଅନ୍ତର୍ଜାତୀୟ ଯୋଗ ଦିବସ” ଶୀର୍ଷକ ସଂକଳ୍ପ ଡ୍ରାଫ୍ଟ ଉପରେ ଅନୌପଚାରିକ ପରାମର୍ଶ ଆୟୋଜିତ କରିଥିଲା। ଏହି ପରାମର୍ଶ ଭାରତର ପ୍ରତିନିଧି ମଣ୍ଡଳ ଦ୍ୱାରା ଡକା ଯାଇଥିଲା। ୧୧ ଡିସେମ୍ବର ୨୦୧୪ ରେ, ଭାରତର ସ୍ଥାୟୀ ପ୍ରତିନିଧି ମିଳିତ ଜାତିସଂଘ ସାଧାରଣ ସଭାରେ ରିଜୋଲ୍ୟୁସନ୍ ଡ୍ରାଫ୍ଟ ଉପସ୍ଥାପନ କରିଥିଲେ। ଡ୍ରାଫ୍ଟ ପାଠ୍ୟ ୧୭୭ ସଦସ୍ୟ ରାଷ୍ଟ୍ରଙ୍କ ଠାରୁ ବ୍ୟାପକ ସମର୍ଥନ ଗ୍ରହଣ କରିଥିଲା ଯେଉଁମାନେ ଏହି ପାଠ୍ୟକୁ ପ୍ରାୟୋଜିତ କରିଥିଲେ, ଯାହା ବିନା ଭୋଟ୍‌ରେ ଗ୍ରହଣ କରା ଯାଇଥିଲା। ଏହି ପଦକ୍ଷେପ ଅଧିକାଂଶ ବିଶ୍ୱସ୍ତରୀୟ ନେତାଙ୍କ ସମର୍ଥନ ପାଇଲା। ସମୁଦାୟ ୧୭୭ ଦେଶ ଏହି ସଂକଳ୍ପକୁ ସହ- ପ୍ରାୟୋଜିତ କରିଥିଲେ, ଯାହାକି ସମାନ ଧରଣର ୟୁଏନ୍‌ଜିଏ ରେଜୋଲୁସନ ପାଇଁ ସର୍ବାଧିକ ସହ-ପ୍ରାୟୋଜକ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଆଇଟି ଯାହା ହାସଲ କରିଛି ତାହା ହାସଲ କରିବାକୁ ଏଭିଜିସିର ସାମର୍ଥ୍ୟ ରହିଛି: ଅପୂର୍ବ ଚନ୍ଦ୍ରା

ଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଚିଠା ଏଭିଜିସି ନୀତି ସମୂହ ଉପରେ ପ୍ରଥମ ଜାତୀୟ କର୍ମଶାଳା ଏବଂ ପରାମର୍ଶ ବୈଠକ ଆୟୋଜନ କରିଛନ୍ତି। ଏଭିଜିସି ସହିତ ସମ୍ପୃକ୍ତ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅନେକ ସରକାରୀ ସଂସ୍ଥା, ଏଭିଜିସି କ୍ଷେତ୍ରର ଶିଳ୍ପ ସଙ୍ଗଠନ ଏବଂ ଶିଳ୍ପପତି ମାନଙ୍କ ସହିତ ଆଗରୁ ଭାଗୀଦାରି ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ତଥା ଏଭିଜିସି ଟାସ୍କଫୋର୍ସର ଅଧ୍ୟକ୍ଷ ଶ୍ରୀ ଅପୂର୍ବ ଚନ୍ଦ୍ରା ଏହି କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଭାରତରେ ଏଭିଜିସି (ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଆଣ୍ଡ କମିକ୍ସ – ବିସ୍ତାରିତ ରିୟଲିଟି) କ୍ଷେତ୍ରକୁ ମଜଭୁତ କରିବା ପାଇଁ ମନ୍ତ୍ରଣାଳୟର ଉଦ୍ୟମ ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ଏଭିଜିସି କ୍ଷେତ୍ରର ଅଭିବୃଦ୍ଧିରୁ ଲାଭ ପାଇବା ପାଇଁ ରାଜ୍ୟମାନେ ମଧ୍ୟ ଯଥା ସମ୍ଭବ ଉଦ୍ୟମ କରିଛନ୍ତି ବୋଲି କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରା ତାଙ୍କ ଉଦ୍‌ଘାଟନୀ ଅଭିଭାଷଣରେ ଏଭିଜିସି କ୍ଷେତ୍ରର ଏକାଧିକ ସକ୍ଷମକାରୀଙ୍କ ବିଷୟରେ କହିଥିଲେ ଏବଂ ଶିକ୍ଷା ଓ ଦକ୍ଷତା ଏହି କ୍ଷେତ୍ରର ମୂଳ ସ୍ତମ୍ଭ ମଧ୍ୟରେ ରହିଛି ବୋଲି ମତ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ସମୟରେ ଏଭିଜିସି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ ଆସନ୍ତା ଦଶନ୍ଧିରେ ଏହା ପ୍ରଭୂତ ପରିମାଣରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସଚିବ ଏହା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯେ,  ସଠିକ୍ ବୟସରେ ଆମ ପିଲା ମାନଙ୍କୁ ସଠିକ୍ ପ୍ରକାରର ଉନ୍ମୁଖତା ଦେବା ଜରୁରୀ ଅଟେ, ଯାହା ଦ୍ୱାରା ସେମାନେ ସେମାନଙ୍କ ସୃଜନଶୀଳ ଦକ୍ଷତା ବୃଦ୍ଧି କରିବା ସହିତ ଏହି କ୍ଷେତ୍ରରେ ସେମାନଙ୍କୁ କ୍ୟାରିୟର କରିବାର ସୁଯୋଗ ମିଳି ପାରିବ, ଯେଉଁଥିପାଇଁ ଚିଠା ନିୟମ କୁଶଳୀକରଣ ଏବଂ ଶିକ୍ଷା ଉପରେ ସମାନ ଗୁରୁତ୍ୱ ପ୍ରଦାନ କରିଛି।

ଶ୍ରୀ ଚନ୍ଦ୍ରା ଭବିଷ୍ୟତରେ ଏହି ଶିଳ୍ପର ସୁଯୋଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏଭିଜିସି ଆଜି ସେହି ସ୍ଥାନରେ ରହିଛି, ଯେଉଁଠାରେ ୨୦୦୦ ମସିହାରେ ଭାରତର ସୂଚନା ଏବଂ ପ୍ରଯୁକ୍ତି କ୍ଷେତ୍ର ଥିଲା। ଆଇଟି କ୍ଷେତ୍ର ବିଶ୍ୱର ଏକ ପ୍ରମୁଖ ଯୋଗଦାନକାରୀ ହୋଇ ପାରିଛି ଏବଂ ଏଭିଜିସି କ୍ଷେତ୍ରରେ ସମାନ ସମ୍ଭାବନା ରହିଛି ବୋଲି କହିବା ସହିତ ସେ ମଧ୍ୟ ହଲିଉଡର ପ୍ରମୁଖ ଚଳଚ୍ଚିତ୍ର ଗୁଡ଼ିକରେ ଆଜି ଭାରତର ଦକ୍ଷତା ଏବଂ ମାନବ ଶକ୍ତି କାର୍ଯ୍ୟ କରୁଛି ବୋଲି ମତ ଦେଇଥିଲେ। ଏହି କ୍ଷେତ୍ରର ପ୍ରତିଭା ମାନଙ୍କୁ ସଠିକ୍ ପ୍ରକାରର ଦକ୍ଷତା ଭିତ୍ତିଭୂମି ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମଧ୍ୟ ଶ୍ରୀ ଚନ୍ଦ୍ରା ଗୁରୁତ୍ୱାରୋପ କରିଥିଲେ।

ଦେଶର ଏଭିଜିସି ସ୍ୱପ୍ନକୁ ପୂରଣ କରିବା କ୍ଷେତ୍ରରେ ସେ ରାଜ୍ୟ ଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଉଦ୍ୟମର ଆକାରକୁ ବୃଦ୍ଧି କରିବା ଏବଂ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହ କରିବାରେ ସେ ରାଜ୍ୟ ମାନଙ୍କର ଭୂମିକାକୁ ମଧ୍ୟ ସ୍ୱୀକାର କରିଥିଲେ। ସଚିବ ଆଂଚଳିକ ଉତ୍କର୍ଷ କେନ୍ଦ୍ରର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କର୍ଣ୍ଣାଟକ ରାଜ୍ୟ ଦ୍ୱାରା ଏହି ଦିଗରେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକୁ କେନ୍ଦ୍ରର ଏକ ଅଂଶ ଭାବରେ ଉଲ୍ଲେଖ କରିଥିଲେ।

ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ଏଭିଜିସି କ୍ଷେତ୍ରରେ ଭାରତକୁ ଏକ ଯିବା – ପାଇଁ କେନ୍ଦ୍ର କରିବା ନିମନ୍ତେ ଏହି କ୍ଷେତ୍ରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାକୁ ସୁଗମ କରିବାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୃଢ଼଼ ଭୌତିକ ଭିତ୍ତିଭୂମି, ଯାହା ଜଣେ ଛାତ୍ରର ଶିକ୍ଷା ଏବଂ ବିକାଶରେ ସହାୟକ ହେବ, ତାହା ପ୍ରତିଷ୍ଠା କରିବାର ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏମ୍‌ଏସ୍‌ଡିଇ ଚିହ୍ନଟ କରିଛି ଯେ ଏଭିଜିସି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଦକ୍ଷତା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ଦକ୍ଷତା ପାରିବେଶିକ ବ୍ୟବସ୍ଥା ଯୋଗାଇବା ପାଇଁ ସର୍ବୋତ୍ତମ ପ୍ରୟାସ କରିବାକୁ ଏହା ପ୍ରତିଶ୍ରୁତିବଦ୍ଧ।

ଏଭିଜିସିର କେତେକ ବତୀଘର ସଦୃଶ ଆଲୋକ ପ୍ରଦର୍ଶନକାରୀ ରାଜ୍ୟ କର୍ମଶାଳା ସମୟରେ ସେମାନଙ୍କର ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଅଭିଜ୍ଞତା ବଂଟନ କରିଥିଲେ, ଯାହାକି ରାଜ୍ୟ ସ୍ତରୀୟ ଏଭିଜିସି ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ସହିତ ଅନ୍ୟ ରାଜ୍ୟମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବାକୁ ଯୋଜନା କରାଯାଇଛି। କର୍ମଶାଳା ସମୟରେ ଅନ୍ତର୍ଭୁକ୍ତ ଅଧିବେଶନ ଗୁଡିକ ମାଧ୍ୟମରେ ରାଜ୍ୟ ଏଭିଜିସି ନୀତିର ବିଭିନ୍ନ ଦିଗ ଉପରେ ରାଜ୍ୟଗୁଡିକ ସ୍ୱଚ୍ଛତା ଆଣିବାରେ ସାହାଯ୍ୟ କରିବା ପାଇଁ ଯୋଜନା କରାଯାଇଛି, ଯାହା ଦ୍ୱାରା ସେମାନଙ୍କୁ ରାଜ୍ୟ ସ୍ତରୀୟ ନୀତି ପ୍ରସ୍ତୁତ କରିବାରେ ସକ୍ଷମ କରାଯିବ।

ସୂଚନା ଓ ପ୍ରସାରଣ ଏବଂ ଏଭିଜିସି – ଏକ୍ସଆର୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଗ୍ରଣୀ କମ୍ପାନୀ ଏବଂ ଶିଳ୍ପ ସଂସ୍ଥା ଗୁଡ଼ିକର ପ୍ରତିନିଧିମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶରେ ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ବିଷୟରେ ସେମାନଙ୍କର ଜ୍ଞାନ ବଂଟନ କରିଥିଲେ।

ଏହି ରାଷ୍ଟ୍ରୀୟ କର୍ମଶାଳା ଏହାର ସୁହାଇବା ଭଳି ନିର୍ଦ୍ଦିଷ୍ଟ ନୀତି (କଷ୍ଟମାଇଜେସନ୍‌) ଏବଂ ଗ୍ରହଣ ପାଇଁ ରାଜ୍ୟ ମାନଙ୍କୁ ନମୁନା ରାଜ୍ୟ ନୀତି ଆବଂଟନ କରିବାର ମୂଳ ଉଦ୍ଦେଶ୍ୟ ସହିତ ଆୟୋଜିତ ହୋଇଥିଲା। ଏହା ଏହାର ହିତାଧିକାରୀ ମାନଙ୍କ ଆବଶ୍ୟକତା ସହିତ ଚିଠା ଜାତୀୟ ନୀତିକୁ ଯୋଡ଼ିବା ପାଇଁ ଚିଠା ଜାତୀୟ ନୀତି ଉପରେ ଆଲୋଚନା କରାଯିବା ନିମନ୍ତେ ଏକ ମଂଚ ପ୍ରଦାନ କରିଛି। ଆହୁରି ମଧ୍ୟ ଏହି କର୍ମଶାଳା କେତେକ ରାଜ୍ୟ ଦ୍ୱାରା ଏଭିଜିସି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଅନୁସରଣ କରାଯାଉଥିବା ସର୍ବୋତ୍ତମ ଅଭ୍ୟାସଗୁଡିକ ପ୍ରଦର୍ଶନ ଉପରେ ଆୟୋଜିତ ଏକ ଅଧିବେଶନର ସାକ୍ଷୀ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାରଙ୍କ ଦ୍ୱାରା ଉଦ୍‌ଯାପନୀ ଟିପ୍ପଣୀ ଓ  ଧନ୍ୟବାଦ ଅର୍ପଣ କରିବା ପରେ ଏହି କର୍ମଶାଳା ସମାପ୍ତ ହୋଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଏଭିଜିସି ପଦୋନ୍ନତି ଟାସ୍କଫୋର୍ସ ଗଠନ କରା ଯାଇଥିଲା। ଏହା ଡିସେମ୍ବର ୨୦୨୨ରେ ଏହାର ରିପୋର୍ଟ ଦାଖଲ କରିଛି, ଯାହା ପଦକ୍ଷେପ ନିଆଯିବା ପାଇଁ ମାର୍ଗଦର୍ଶିକା ଭାବରେ ଗ୍ରହଣ କରା ଯାଇଛି। ଏଥିରେ ରାଜ୍ୟ ଗୁଡ଼ିକ ପାଇଁ ଜାତୀୟ ନିୟମ ଏବଂ ଆଦର୍ଶ ନୀତିର ଚିଠା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

Categories
ଆଜିର ଖବର ଜାତୀୟ ଖବର

 ଆମାଜନ ଇଣ୍ଡିଆ ସହିତ ସହଭାଗିତା ସ୍ଥାପନ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମିଡିଆ, ଏଣ୍ଟରଟେନମେଣ୍ଟ ଏବଂ ଜନସଚେତନତା କ୍ଷେତ୍ରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆମାଜନ ଇଣ୍ଡିଆ ମଧ୍ୟରେ ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି।

ସହଭାଗୀତାର ଶୁଭାରମ୍ଭ ଅବସରରେ ଅନୁରାଗ ଠାକୁର କହିଛନ୍ତି ଯେ ଭାରତ ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ କାହାଣୀର ସମାହାର ରହିଛି ଯାହା ଏବେ ମଧ୍ୟ ପ୍ରକାଶ କରିବାକୁ ରହିଛି। କାହାଣୀର ପରିସର ଅତ୍ୟନ୍ତ ବ୍ୟାପକ ଏବଂ ଏଥିରେ ଆଧ୍ୟାତ୍ମିକତା ଠାରୁ ସଫ୍ଟୱେର୍, ପରମ୍ପରା, ଟ୍ରେଣ୍ଡ୍, ଲୋକନୃତ୍ୟ ଏବଂ ପର୍ବପର୍ବାଣି ଏବଂ ଗ୍ରାମାଞ୍ଚଳ ଭାରତରୁ ଉଦୀୟମାନ ଭାରତ ପର୍ଯ୍ୟନ୍ତ ବିସ୍ତୃତ ଦିଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ଭାରତୀୟ ବିଷୟବସ୍ତୁ ଆନ୍ତର୍ଜାତୀୟ ଫୋରମରେ ସଫଳତା ହାସଲ କରିଛି ଏବଂ ଭାରତୀୟ କଳାକାରମାନେ ବିଦେଶୀ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

ଭାରତରେ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଅନୁଧ୍ୟାନ କରି କହିଛନ୍ତି ଯେ ଭାରତୀୟ ମନୋରଞ୍ଜନ ଶିଳ୍ପର ସୁଯୋଗ ତଥା ବିଶେଷ କରି ଓଟିଟି ପରି ନୂତନ ପ୍ଲାଟଫର୍ମକୁ ସରକାର ସ୍ୱୀକୃତି ପ୍ରଦାନ କରୁଛନ୍ତି। ମନ୍ତ୍ରଣାଳୟ ଅଡିଓ ଭିଜୁଆଲ୍ ସେବାକୁ ଚାମ୍ପିଅନ୍ ସେବା କ୍ଷେତ୍ର ଭାବରେ ସ୍ୱୀକୃତି ଦେଇଛି ଏବଂ ଓଟିଟି କଣ୍ଟେଣ୍ଟ ରେଗୁଲେସନର ସ୍ୱ-ନିୟାମକ ଢାଞ୍ଚାକୁ  ନିକଟରେ ଆଣିଛି।

ଆମାଜନ ସହ ସହଭାଗିତା ବିଷୟରେ ସୂଚନା ପ୍ରଦାନ କରି ଶ୍ରୀ ଠାକୁର କହିଛନ୍ତି ଯେ ଆମାଜନ ଇଣ୍ଡିଆ ସହ ସହଭାଗିତା ଅନେକ କ୍ଷେତ୍ରରେ ଅନନ୍ୟ ଏବଂ ସୃଜନଶୀଳ ଶିଳ୍ପର ବିଭିନ୍ନ ଦିଗରେ ରହିଛି ଏବଂ ଏହି ଲେଟର ଅଫ୍ ଏଗେଜମେଣ୍ଟ ଏସବୁକୁ ବିସ୍ତାର ହୋଇଛି। ଏହି ସହଭାଗିତା ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ସତ୍ୟଜିତ୍ ରାଇ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି, ଇଣ୍ଟର୍ନସିପ୍, ମାଷ୍ଟରକ୍ଲାସ୍ ଏବଂ ଅନ୍ୟାନ୍ୟ ସୁଯୋଗ ପାଇଁ ଶିଳ୍ପ-ଶିକ୍ଷା ସଂଯୋଗକୁ ମଜବୁତ କରିବାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ଭାରତର ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରତିଷ୍ଠାନରୁ ବାହାରୁଥିବା ପ୍ରତିଭାବାନ କଳାକାରଙ୍କ ପାଇଁ ସଂଗ୍ରାମର ସମୟ ହ୍ରାସ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଓଟିଟି ପ୍ଲାଟଫର୍ମରେ ବିଷୟବସ୍ତୁର ଗୁଣବତ୍ତା ପାଇଁ ମନ୍ତ୍ରୀ ମଧ୍ୟ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମଗୁଡିକର ଦାୟିତ୍ବ ରହିଛି ଯେ ସେମାନଙ୍କର ପ୍ଲାଟଫର୍ମଗୁଡିକ ଅଶ୍ଳୀଳତା ପ୍ରଚାର ନକରନ୍ତି ଏବଂ ସୃଜନଶୀଳ ଅଭିବ୍ୟକ୍ତି ଭାବରେ ଅପବ୍ୟବହାର ଯେପରି ନହୁଏ। ଓଟିଟି ନିଶ୍ଚିତ ଭାବରେ ଦେଶର ସାମୂହିକ ବିବେକକୁ ପ୍ରତିଫଳିତ କରିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରୁଣ ଧାୱନ ଯୋଗ ଦେଇଥିଲେ ଏବଂ ଷ୍ଟ୍ରିମିଂ ସେବାର ଗଭୀରତା ବିଷୟରେ କହିଥିଲେ ଏବଂ ଜଣାଇଥିଲେ ଯେ ଷ୍ଟ୍ରିମିଂ ମାଧ୍ୟମରେ ଭାରତୀୟ ସିନେମା ବର୍ତ୍ତମାନ ଏକ ବିଶ୍ୱ ସ୍ତରରେ ପହଞ୍ଚିଛି ଏବଂ ଷ୍ଟ୍ରିମିଂ ସେବା ଆଜି ଭାରତୀୟ ବିଷୟବସ୍ତୁକୁ ବହୁତ ବ୍ୟାପକ ହୋଇପାରିଛି। ଷ୍ଟ୍ରିମିଂ ସେବାଗୁଡିକ ଏକ ଲେଭେଲର୍ ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ଧୱନ ଦର୍ଶାଇଛନ୍ତି। ଏହା ନୂତନ ଅଭିନେତା ଏବଂ ନିର୍ମାତା, ପ୍ରତିଭା ଯେଉଁମାନେ ଏପର୍ଯ୍ୟନ୍ତ ସୁଯୋଗରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ଏବଂ ସେମାନେ ବିଶ୍ବର ଦର୍ଶକଙ୍କ ସହ ଯୋଡି ହୋଇପାରିବେ।

ସହଭାଗୀତା ବିଷୟରେ ଶ୍ରୀ ଧୱନ କହିଛନ୍ତି ଯେ “ଏପରି ସହଯୋଗ ଯାହା ଆମ ଶିଳ୍ପ ତଥା ପ୍ରତିଭାକୁ ପ୍ରୋତ୍ସାହିତ କରେ ଏବଂ ସମର୍ଥନ କରେ। ଏହା ମୋ ମନରେ ଉତ୍ସାହ ଭରିଦେଇଛି ଏବଂ ବିଶ୍ବର ମନୋରଞ୍ଜନ ମଞ୍ଚରେ ଜଣେ ଭାରତୀୟ ହେବାର ଏହା ନିଶ୍ଚିତ ଭାବରେ ଏକ ଗୌରବର ବିଷୟ।’’

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସେକ୍ରେଟାରି ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଏମଆଇବି ଏବଂ ଆମାଜନ ମଧ୍ୟରେ ସହଭାଗିତା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

ଭାଇସ ପ୍ରେସିଡେଣ୍ଟ, ଏସିଆ ପାସିଫିକ୍, ଆମାଜନ ପ୍ରାଇମ ଭିଡିଓ, ଶ୍ରୀଯୁକ୍ତ ଗୌରବ ଗାନ୍ଧୀ କହିଛନ୍ତି ଯେ “ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଆମର ସମ୍ପୂର୍ଣ୍ଣ ସହଯୋଗ ପ୍ରତ୍ୟେକ ଜୀବନର ପର୍ଯ୍ୟାୟ ଏବଂ ଶିଳ୍ପର ଅଭିବୃଦ୍ଧିକୁ ଉତ୍ସାହିତ କରିବା ସହିତ ଏହା ସମଗ୍ରୀକ ଉନ୍ନତିରେ ସହାୟକ ବୋଲି ଆମେ ଆଶା କରୁଛୁ ଓ ଏହା ନୂତନ ପ୍ରତିଭାମାନଙ୍କୁ ନିଶ୍ଚିତ ଭାବରେ ସୁଯୋଗ ଦେବାରେ ସହାୟକ ହେବ।’’

ଏହି ଅବସରରେ ଶ୍ରୀ ଚେତନ କୃଷ୍ଣସ୍ବାମୀ, ଭାଇସ୍ ପ୍ରେସିଡେଣ୍ଟ, ପବ୍ଲିକ୍ ପଲିସି, ଆମାଜନ ଇଣ୍ଡିଆ, ଶ୍ରୀ ବିକ୍ରମ ସହାୟ, ଜଏଣ୍ଟ ସେକ୍ରେଟାରି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ସହଯୋଗ ବିଷୟରେ

ଲେଟର ଅଫ୍ ଏଗେଜମେଣ୍ଟ (ଏଲଓଇ) ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂଗଠନ ଏବଂ ଆମାଜନର ବିଭିନ୍ନ ଭର୍ଟିକାଲ୍‌ ମଧ୍ୟରେ ଏକ ବହୁମୁଖୀ ସହଭାଗିତାକୁ ନେଇଥାଏ। ଏଥିମଧ୍ୟରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି), ପ୍ରସାର ଭାରତୀ, ପ୍ରକାଶନ ବିଭାଗ ଏବଂ ଫିଲ୍ମ ଆଣ୍ଡ ଟେଲି ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ) ଏବଂ ସତ୍ୟଜିତ୍ ରାଇ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ (ଏସଆରଏଫଟିଆଇ) ର ମିଡିଆ ତାଲିମ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ଆମାଜନ ପକ୍ଷରୁ, ଏଲଓଇ ରେ ରହିଛି ଆମାଜନ ପ୍ରାଇମ ଭିଡିଓ, ଆଲେକ୍ସା, ଆମାଜନ ମ୍ୟୁଜିକ୍, ଆମାଜନ ଇ-ମାର୍କେଟପ୍ଲେସ୍ ଏବଂ ଆଇଏମଡିବି ର ଅଂଶଗ୍ରହଣ ଅନ୍ତର୍ଭୁକ୍ତ ରହିଛି।

ଜନସଚେତନତା ଏବଂ ଭାରତର ସାଂସ୍କୃତିକ ଐତିହ୍ୟକୁ ଆଲୋକିତ କରିବା

ଆମାଜନ ସହିତ ଲେଟର୍ ଅଫ୍‌ ଏନଗେଜମେଣ୍ଟ ରେ ଆମାଜନ ଇ-କମର୍ସ ୱେବସାଇଟରେ ଭାରତର ସଂସ୍କୃତି ଉପରେ ପ୍ରକାଶନ ବିଭାଗର ପୁସ୍ତକଗୁଡ଼ିକର ଏକ ଉତ୍ସର୍ଗୀକୃତ କାଟାଲଗ୍ ମାଧ୍ୟମରେ ଭାରତୀୟ ଐତିହ୍ୟର ପ୍ରୋତ୍ସାହନ ଏବଂ ଆମାଜନ ମ୍ୟୁଜିକ୍ ଏବଂ ଆଲେକ୍ସା ଉପରେ ଭାରତୀୟ ସଙ୍ଗୀତର ପ୍ରୋତ୍ସାହନ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରାଯାଇଛି।

ମାନ୍ୟବର ରାଷ୍ଟ୍ରପତି ତଥା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭାଷଣ, ଜାତୀୟ ଗୁରୁତ୍ୱପୂର୍ଣ୍ଣ ଘଟଣା ତଥା ଜନସ୍ୱାର୍ଥ ଅଭିଯାନ ସମ୍ବନ୍ଧୀୟ ବିଷୟବସ୍ତୁ ଏବଂ ଦୈନିକ ସମ୍ବାଦ ବୁଲେଟିନ୍ ଆଲେକ୍ସା ଏବଂ ଆମାଜନ ମ୍ୟୁଜିକ୍ ମାଧ୍ୟମରେ ପ୍ରସାରଣ କରାଯିବ।

ଭାରତୀୟ ପ୍ରତିଭାର ପ୍ରସାର

ପ୍ରତିଭା ବିକାଶ ଉପାଦାନର ଏକ ଅଂଶ ଭାବରେ, ଆମାଜନ ପ୍ରାଇମ ଭିଡିଓ (ଏପିଭି) ସ୍କଲାରସିପ ପ୍ରାୟୋଜିତ କରିବ, ଇଣ୍ଟର୍ନସିପ୍ ପ୍ରୋଗ୍ରାମ ସୃଷ୍ଟି କରିବ ଏବଂ ଏଫଟିଆଇଆଇ ଏବଂ ଏସଆରଏଫଟିଆଇ ର ଛାତ୍ରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏପିଭି ଏନଏଫଡିସି ସହଭାଗିତାରେ ଦକ୍ଷତା ବିକାଶ କାର୍ଯ୍ୟ କରିବ, ମିଡିଆ ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏକାଡେମିକ୍ ଅନୁଷ୍ଠାନରେ ଭାରତୀୟ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଦ୍ୱାରା ମାଷ୍ଟରକ୍ଲାସ୍ ପରିଚାଳନା କରିବ ଏବଂ ‘75 କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’କାର୍ଯ୍ୟକ୍ରମର ବିଜେତାମାନଙ୍କ ପ୍ରତିଭାକୁ ସମ୍ମାନିତ କରିବା ପାଇଁ ପଦକ୍ଷେପ ଆରମ୍ଭ କରିବ।

ଭାରତୀୟ ପ୍ରତିଭାର ବିଶ୍ବ ସ୍ତରୀୟ ବୃଦ୍ଧି ପାଇଁ ଆମାଜନ ଏନଏଫଡିସି ସହିତ କାର୍ଯ୍ୟ କରିବ ଯାହାକି ସୃଜନଶୀଳ ଶିଳ୍ପ ପାଇଁ ଏକ ବିଶ୍ୱସ୍ତରୀୟ ଡାଟାବେସ୍ ଆଇଏମଡିବି ରେ ଭାରତୀୟ କଳାକାରଙ୍କ ବିଷୟରେ ଉପଲବ୍ଧତାର ସୁଗମତା ବୃଦ୍ଧି କରିବ।

ଏକ ଗ୍ଲୋବାଲ୍ ଷ୍ଟେଜରେ ଭାରତୀୟ ବିଷୟବସ୍ତୁ ପ୍ରଦର୍ଶନ

ମନ୍ତ୍ରଣାଳୟର ସହଯୋଗର ଏକ ଅଂଶ ଭାବରେ, ଇଣ୍ଟରନାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ଏବଂ ଭାରତର ଆନ୍ତର୍ଜାତୀୟ କେ-ପ୍ରଡକ୍ସନ ଚୁକ୍ତିନାମାର ଅଂଶ ଭାବରେ ନିର୍ମିତ ଚଳଚ୍ଚିତ୍ରଗୁଡିକ ଆମାଜନ ପ୍ରାଇମ ଭିଡିଓ ଦ୍ୱାରା ବିଶ୍ୱ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ଏପିଭି ଫିଲ୍ମ ଏବଂ ୱେବ୍ ସିରିଜର ବିକାଶର ସମ୍ଭାବନା ସହିତ ବିଶ୍ବ ନିକଟରେ  ଭାରତର ସଫଳତାକୁ ଉପସ୍ଥାପିତ କରିବ।

ଏପିଭି ଏବଂ ମିନି ଟିଭି ଦେଶର ଯୁବକମାନଙ୍କ ପାଇଁ ତଥା ସମଗ୍ର ବିଶ୍ୱରେ ସହଜ ପ୍ରବେଶ ପାଇଁ ପ୍ରସାର ଭାରତୀ ଏବଂ ଏନଏଫଡିସି ମାଲିକାନାରେ ଥିବା ସମୃଦ୍ଧ ଅଭିଲେଖାଗାର ବିଷୟବସ୍ତୁ ଉପରେ ରହିବ। ସମ୍ମାନଜନକ ଇଣ୍ଟରନାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍ ଇଣ୍ଡିଆ (ଆଇଏଫଏଫଆଇ) ଏବଂ ଆଞ୍ଚଳିକ ଚଳଚ୍ଚିତ୍ର ମହୋତ୍ସବରେ ବିଷୟବସ୍ତୁ, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀ, ନିର୍ମାତା କର୍ମଶାଳା ଏବଂ ପ୍ରତିଭା ପାରସ୍ପରିକ କାର୍ଯ୍ୟକଳାପ ପାଇଁ ଆମାଜନ ଏନଏଫଡିସି ସହିତ ସହଯୋଗ ଜାରି ରଖିବ।