Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ କେରଳମ୍, ରାଜସ୍ଥାନ ଓ ପଞ୍ଜାବର ସାମ୍ବାଦିକ ପ୍ରତିନିଧି ଦଳ ସହ ପିଆଇବିର ଆଲୋଚନା
ଆଜିର ଖବର

ଭୁବନେଶ୍ୱରରେ କେରଳମ୍, ରାଜସ୍ଥାନ ଓ ପଞ୍ଜାବର ସାମ୍ବାଦିକ ପ୍ରତିନିଧି ଦଳ ସହ ପିଆଇବିର ଆଲୋଚନା

September 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାମ୍ବାଦିକ ପ୍ରତିନିଧି ଦଳ ସହ ପିଆଇବିର ଆଲୋଚନା
ସାମ୍ବାଦିକ ପ୍ରତିନିଧି ଦଳ ସହ ପିଆଇବିର ଆଲୋଚନା

ଭୁବନେଶ୍ୱର: କେରଳମ୍, ରାଜସ୍ଥାନ ଓ ପଞ୍ଜାବରୁ ଆସିଥିବା ସାମ୍ବାଦିକ ପ୍ରତିନିଧି ଦଳ ସହ ଆଜି ପିଆଇବି ଭୁବନେଶ୍ୱରଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକମାନେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧିକାରୀମାନଙ୍କ ସହ ସମସାମୟିକ ଗଣମାଧ୍ୟମ ପ୍ରେକ୍ଷାପଟ୍ଟ ଓ ସାମ୍ବାଦିକତାର ପରିବର୍ତ୍ତିତ ସ୍ୱରୂପ ଉପରେ ମତ ବିନିମୟ କରିଥିଲେ।

ଏହି ଅବସରରେ ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଡିଜିଟାଲ ଯୁଗରେ ସାମ୍ବାଦିକତାର ଦ୍ରୁତ ପରିବର୍ତ୍ତନ ଏବଂ ଏହା ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକତା ନିଜର ପରିଚୟ ଓ ସମାଜରେ ଏହାର ଭୂମିକାକୁ ନେଇ ଏକ ଅସ୍ତିତ୍ୱଗତ ସଙ୍କଟ ଦେଇ ଗତି କରୁଛି। ପ୍ରାୟ ଦୁଇ-ତୃତୀୟାଂଶ ଖବର ଉପଭୋକ୍ତା ସୋସିଆଲ ମିଡିଆ ଫିଡ୍ ମାଧ୍ୟମରେ ଖବର ପାଉଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଗଣମାଧ୍ୟମ ଓ ସୋସିଆଲ ମିଡିଆର ବଢୁଥିବା ସମନ୍ୱୟ ପାରମ୍ପରିକ ସାମ୍ବାଦିକତାର ମୂଲ୍ୟବୋଧ ଓ କାର୍ଯ୍ୟପଦ୍ଧତିକୁ ନୂଆ ରୂପ ଦେଉଛି। ପରିବର୍ତ୍ତିତ ପରିବେଶ ସହ ଖାପ ଖୁଆଇବା ସହିତ ସାମ୍ବାଦିକତାର ମୌଳିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ସେ ନିଷ୍ଠା ଭଳି ପାରମ୍ପରିକ ମୂଲ୍ୟବୋଧ ଓ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶର ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଜୋର ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଖବରର ମୁଖ୍ୟଚରିତ୍ର ବା ଖବର ସୃଷ୍ଟିକାରୀ, ସାମ୍ବାଦିକ, ସମ୍ପାଦକ, ପାଠକ ବା ଦର୍ଶକ ଏବଂ ବିତରକଙ୍କ ଭୂମିକା ମଧ୍ୟରେ ଥିବା ସୀମାରେଖା କ୍ରମଶଃ ଅସ୍ପଷ୍ଟ ହେଉଥିବାରୁ ପେସାଦାର ନୈତିକତା, ବିଶ୍ୱସନୀୟତା ଓ ସାମ୍ବାଦିକଙ୍କ ଦାୟିତ୍ୱ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

କାର୍ଯ୍ୟକ୍ରମରେ କେରଳମ୍ ପିଆଇବିର ଉପ ନିର୍ଦ୍ଦେଶିକା ଡ. ଅଥିରା ଥାମ୍ପି, ପିଆଇବି ଜୟପୁରର ଉପନିର୍ଦ୍ଦେଶକ ଧର୍ମେଶ ଭାରତୀ ଏବଂ ପଞ୍ଜାବ ପିଆଇବିର ନିର୍ଦ୍ଦେଶକ ପ୍ରୀତମ ସିଂହ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆଗତ ସାମ୍ବାଦିକ ପ୍ରତିନିଧି ଦଳକୁ ସ୍ୱାଗତ କରାଯିବା ସହ ତିନିଟି ରାଜ୍ୟର ସାମ୍ବାଦିକମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପଦକ୍ଷେପର ମହତ୍ତ୍ୱ ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ, ପାରସ୍ପରିକ ବୁଝାମଣା ଓ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହି ପଦକ୍ଷେପର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଶେଷରେ ବିଭିନ୍ନ ସାଂପ୍ରତିକ ଘଟଣାବଳୀ, ନୂଆ ଧାରା ଏବଂ ଡିଜିଟାଲ ଯୁଗରେ ସାମ୍ବାଦିକଙ୍କ ଦାୟିତ୍ବ ଆଦି ପ୍ରସଙ୍ଗରେ ପିଆଇବି  ଅଧିକାରୀମାନଙ୍କ ସହ ଆଗତ ସାମ୍ବାଦିକ ପ୍ରତିନିଧି ଦଳର ସଦସ୍ୟମାନେ ମତବିନିମୟ କରିଥିଲେ।

ଅଖିଳ କୁମାର ମିଶ୍ର କେରଳମ୍ ପଞ୍ଜାବ ଭୁବନେଶ୍ୱର ରାଜସ୍ଥାନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026
Latest News

ଭୁବନେଶ୍ୱରରେ କେରଳମ୍, ରାଜସ୍ଥାନ ଓ ପଞ୍ଜାବର ସାମ୍ବାଦିକ ପ୍ରତିନିଧି ଦଳ ସହ ପିଆଇବିର ଆଲୋଚନା

September 15, 2026

ଏସୀୟ କ୍ରୀଡ଼ା-୨୦୨୬: ସେପ୍ଟେମ୍ବର ୧୭ରୁ ଭାରତର ଅଭିଯାନ, ଜାଣନ୍ତୁ କାର୍ଯ୍ୟସୂଚୀ

September 15, 2026

ରାସନ କାର୍ଡଧାରୀମାନଙ୍କୁ ମାଗଣା ଏସି: କ’ଣ ନୂତନ ଯୋଜନା ଆଣିଲେ ମୋଦି ସରକାର?

September 15, 2026

ସଜନା ଶାଗ ତୋଳିବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

September 15, 2026

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.