Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି
ଆଜିର ଖବର

ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

August 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି
ପିଆଇବି ଓ ସିବିସି ଭୁବନେଶ୍ୱରର କାର୍ଯ୍ୟ ସମୀକ୍ଷା କଲେ ପୂର୍ବାଞ୍ଚଳ ଡିଜି

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ (ଡିଜି) ଟି.ଭି.କେ. ରେଡ୍ଡୀ ଆଜି ଭୁବନେଶ୍ୱରସ୍ଥିତ ପିଆଇବି ଓ ସିବିସିର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପିଆଇବି ଓ ସିବିସି, ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକଳାପ, ଉପଲବ୍ଧି ଏବଂ ଜାରି ରହିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।ଏଥିସହିତ ସେ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ନେଇ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ମତ ବିନିମୟ କରିଛନ୍ତି।

ଏହି ଅବସରରେ ଟି.ଭି.କେ. ରେଡ୍ଡୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି “ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ଏକ ଭଲ ପ୍ରଥା” ବୋଲି କହିଥିଲେ। ସେ ପିଆଇବି ଓ ସିବିସି, ଭୁବନେଶ୍ୱରର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଉଭୟ କାର୍ଯ୍ୟାଳୟ ଭଲ କାମ କରୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷକରି ଗଣମାଧ୍ୟମ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଏବଂ ସେଗୁଡ଼ିକର ସୁଗମ ପରିଚାଳନାକୁ ସେ ପ୍ରଶଂସା କରିଥିଲେ। ଏଭଳି ପରିଦର୍ଶନ ଦ୍ୱାରା ସ୍ଥାନୀୟ ସ୍ତରରେ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକଳାପକୁ ନିକଟରୁ ବୁଝିବା ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ପ୍ରତ୍ୟକ୍ଷ ମତବିନିମୟର ସୁଯୋଗ ମିଳିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ରେଡ୍ଡୀ ସରକାରୀ ପଦକ୍ଷେପଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ପ୍ରତ୍ୟକ୍ଷ ଏବଂ ଆପୋସ ଯୋଗାଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରମୁଖ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବାରେ ସିବିସିର କ୍ଷେତ୍ରସ୍ତରୀୟ ଯୋଗାଯୋଗ ଏବଂ ପ୍ରସାର ପଦ୍ଧତିର ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ତୃଣମୂଳସ୍ତରରେ ଏହାର ଉପଯୋଗିତା ବିଷୟରେ ମତ ରଖିଥିଲେ। ଏହା ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଗାଯୋଗ ବ୍ୟବଧାନକୁ ପୂରଣ କରିବା, ଅଧିକ ସଚେତନତା ବୃଦ୍ଧି କରିବା ଏବଂ ସାର୍ବଜନୀନ ପ୍ରସାର ପଦକ୍ଷେପର ପ୍ରଭାବକୁ ସୁଦୃଢ଼ ​​କରିବାରେ ସାହାଯ୍ୟ କରିପାରିବ ବୋଲି ସେ ଜୋର୍‌ ଦେଇ କହିଥିଲେ।

ପିଆଇବି ଓ ସିବିସି, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ନିଜ ଅଭିଭାଷଣରେ ବିଭିନ୍ନ କାର୍ଯ୍ୟକଳାପ ଓ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିବା ସହ ସରକାରଙ୍କ ବିଭିନ୍ନ ନୀତି, ଯୋଜନା, କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାକୁ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ନିକଟରେ ପ୍ରଭାବଶାଳୀ ଭାବେ ପହଞ୍ଚାଇବାରେ ଉଭୟ ଅନୁଷ୍ଠାନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପିଆଇବି ଓ ସିବିସି ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ମାଧ୍ୟମରେ ଲୋକସମ୍ପର୍କ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ ଓ ପ୍ରଭାବଶାଳୀ କରିବା ତଥା ଗଣମାଧ୍ୟମ ସହ ନିରନ୍ତର ଯୋଗାଯୋଗ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟ ତଥା ଉପ-ନିର୍ଦ୍ଦେଶକ ଅଭିଷେକ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆରଏନୟୁ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିଲେ।

ସିବିସି, ଭୁବନେଶ୍ୱର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ। ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ବିଭାଗ ଦ୍ୱାରା ପରିଚାଳିତ ମୁଖ୍ୟ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେହିପରି, ସିବିସିର ପ୍ରଶାସନିକ ଅଧିକାରୀ ବଳଦେବ ସିଂ ସଂସ୍ଥାର ପ୍ରମୁଖ ସଫଳତା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଏହାପରେ ସିବିସିର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ବୈଠକରେ ପିଆଇବି ଏବଂ ସିବିସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଟି.ଭି.କେ. ରେଡ୍ଡୀ ପିଆଇବି ଭୁବନେଶ୍ୱର ପୂର୍ବାଞ୍ଚଳ ଡିଜି ସିବିସି ଭୁବନେଶ୍ୱର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026
Latest News

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026

ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର

October 2, 2026

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.