Urdu Poets’ Conference: ଆଜି ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ‘ମୁଶାଏରା’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୬ ଜଣ କବି ଯୋଗଦେଇ ଦେଶାତ୍ମବୋଧକ କବିତା ପାଠ କରିଥିଲେ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ବିନୀ ସାହୁ, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ପ୍ରଫେସର ଅଞ୍ଜୁମନ ଆରା, ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗୁଲାମ ମୋଇନୁଦ୍ଦିନ ଖାନ୍, ପୂର୍ବତନ ଶାସନ ସଚିବ, ଜମି ସଂସ୍କାର, ଓଡ଼ିଶା, କଟକ ଜନାବ ସୟଦ ମହମ୍ମଦ ଅକଦସ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


