ଚିଲିକା: ବାଲୁଗାଁ ଗୋପୀନାଥପୁର ସ୍ଥିତ ମା ଭଗବତୀ କଳା ନିକେତନ୍ ଅନୁଷ୍ଠାନ ଠାରେ ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ପରିଚାଳିତ ବାର୍ଷିକ ସଙ୍ଗୀତ, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ପରୀକ୍ଷା ରେ ନବେ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଭାଗ ନେଇ ଥିଲେ। ଏଥିରେ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲାଇ ନିରୀକ୍ଷକ ଭାବରେ ଯୋଗ ଦେଇଥିଲେ।
ସେହିପରି ଅତିଥି ତଥା ଉପଦେଷ୍ଟା ଭାବରେ ସାହିତ୍ୟ ସିନ୍ଦୁରା ଓ ପରିଡା ପାଠାଗାର ସଂଚାଳକ ଗୋଲକ ବିହାରୀ ପରିଡ଼ା, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ହୋତା, ଆଇନଜୀବି ରବୀନ୍ଦ୍ର ନାଥ ମାନସିଂହ, କବି ତଥା ଗୀତିକାର ଦିଗମ୍ବର ବିଶ୍ୱାଳ, ଗୁରୁ କିଶୋର ପ୍ରଧାନ, ହରପ୍ରିୟା ବାରିକ, ପ୍ରଶାନ୍ତ କୁମାର ଦାସ ଅନୁଷ୍ଠାନର ସମ୍ପାଦିକା ସଂଗୀତ ଗୁରୁ ବିଷ୍ଣୁପ୍ରିୟା ବାରିକ ଉପସ୍ଥିତ ଥିଲେ। ସଂଗୀତର ବିଭିନ୍ନ ବିଭାଗକୁ ଆସିଥିବା ପରୀକ୍ଷାର୍ଥି ଙ୍କୁ ପରୀକ୍ଷା କରାଯିବା ସହ ପରୀକ୍ଷର୍ଥୀ ମାନଙ୍କର ଦକ୍ଷତା କୁ ନେଇ ଉପସ୍ଥିତ ଜୁରୀ ମାନଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇଥିଲା।
ସଂଗୀତର ତିନିଗୋଟି ବିଭାଗ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ର /ଛାତ୍ରୀଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସେହିପରି ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର -ଛାତ୍ରୀଙ୍କୁ ସଂମ୍ମାନିତ କରାଯିବ ବୋଲି ଭଗବତୀ କଳାନିକେତନର ସମ୍ପାଦିକା ଶ୍ରୀମତୀ ବାରିକ ପ୍ରକାଶ କରିଛନ୍ତି। ଏହାକୁ ଅନୁଷ୍ଠାନ ତତ୍ୱାବଧାରକ ତ୍ରିଲୋଚନ ବାରିକ ପରିଚାଳନା କରିଥିଲେ।


