Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ
ଆଜିର ଖବର

AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

July 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
AIIMS Bhubaneswar
AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

AIIMS Bhubaneswar: ମୃତ୍ୟୁ ସହିତ ୩୬ ଦିନର ସଂଘର୍ଷ। ଗୁରୁତର ଶ୍ୱାସକ୍ରିୟା ବିଫଳତା ପରେ ପ୍ରତିଟି ମୁହୂର୍ତ୍ତ ଥିଲା ମୂଲ୍ୟବାନ। ମାତ୍ର ଏମ୍ସ ଭୁବନେଶ୍ଵର ଡାକ୍ତରୀ ଦଳଙ୍କ ପ୍ରତିବଦ୍ଧତା, ନିଷ୍ଠାପର ଉଦ୍ୟମ, ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଏକପ୍ରକାର ଅସମ୍ଭବ ଲାଗୁଥିବା ଘଟଣାକୁ ସମ୍ଭବରେ ପରିଣତ କରିଛି। ଗୁରୁତର ନିମୋନିଆରେ ପୀଡ଼ିତ ହୋଇ ଝାରସୁଗୁଡାର ଜଣେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀଙ୍କୁ ଏପ୍ରିଲ୍ ମାସ ୧୮ ତାରିଖରେ ଭୁବନେଶ୍ୱରର ଏକ କର୍ପୋରେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସର୍ବୋତ୍ତମ ଆଇସିୟୁ କେୟାର ଏବଂ ଯାନ୍ତ୍ରିକ ଭେଣ୍ଟିଲେସନ୍ ପାଇବା ସତ୍ତ୍ୱେ, ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ଅମ୍ଳଜାନ ସ୍ତର ଖରାପ ହେବାକୁ ଲାଗିଲା। ଗୁରୁତର ଶ୍ୱାସକ୍ରିୟା ବିଫଳତାର ସମ୍ମୁଖୀନ ହୋଇ, ତାଙ୍କୁ ଉନ୍ନତ ଜୀବନ ସହାୟତା ପାଇଁ ମେ ମାସ ୭ ତାରିଖରେ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଥିଲା। ମଧ୍ୟରାତ୍ରିରେ ଗୁରୁତର ହାଇପୋକ୍ସେମିଆ ସହିତ ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ମେଡିକାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରେ ପହଞ୍ଚିବା ପରେ, ଇଣ୍ଟେନ୍ସିଭ୍ କେୟାର ମେଡିସିନ୍ ଏବଂ ଏକମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତୁରନ୍ତ ଜୀବନ ରକ୍ଷାକାରୀ ଭିଭି-ଏକମୋ ଥେରାପି ଆରମ୍ଭ କରିଥିଲେ। ମହିଳାଙ୍କ ଫୁସଫୁସକୁ ସୁସ୍ଥ କରିବା ପାଇଁ ୩୬ ଦିନ ନିରନ୍ତର ଏକମୋ ସହାୟତା (୭ ମେ ରୁ ୧୨ ଜୁନ୍, ୨୦୨୬) ପ୍ରଦାନ କରଯାଇଥିଲା।

ଆକ୍ୟୁଟ୍ ରେସ୍ପିରେଟୋରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ (ଏଆରଡିଏସ) ପାଇଁ ୩୬ ଦିନ ଧରି ଭେନୋ-ଭେନସ୍ ଏକ୍ସଟ୍ରାକର୍ପୋରିଆଲ୍ ମେମ୍ବ୍ରାନ୍ ଅକ୍ସିଜେନେସନ୍ (ଭିଭି-ଏକମୋ) ସହାୟତା ପରେ ମହିଳା ପୁଲିସ ଅଧିକାରୀଙ୍କ ସଫଳତାର ସହ ଚିକିତ୍ସା କରି ଏମ୍ସ ଭୁବନେଶ୍ୱର ଉନ୍ନତ ଇଣ୍ଟେନ୍ସିଭ୍ କେୟାର ମେଡିସିନ୍ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ଏହି ୩୬ ଦିନ ସମୟ ମଧ୍ୟରେ, ମହିଳାଙ୍କୁ ବ୍ୟାପକ ଇଣ୍ଟେନ୍ସିଭ୍ କେୟାର ମିଳିଥିଲା।
ରୋଗୀଙ୍କ ଫୁସଫୁସ ଧୀରେ ଧୀରେ ସୁସ୍ଥ ହେବା ପରେ, ତାଙ୍କୁ ୧୨ ଜୁନ୍, ୨୦୨୬ ରେ ଏକମୋ ସହାୟତାରୁ ସଫଳତାର ସହ ମୁକ୍ତ କରାଯାଇଥିଲା ଏବଂ ୨୭ ଜୁନ୍ ରେ ଯାନ୍ତ୍ରିକ ଭେଣ୍ଟିଲେସନରୁ ବାହାର କରାଯାଇଥିଲା। ଏକାଧିକ ମେଡିକାଲ୍ ପ୍ରକ୍ରିୟା ପରେ ମହିଳା ପୁଲିସ ଅଧିକାରୀଙ୍କୁ ୬ ଜୁଲାଇରେ ଏମଆଇସିୟୁ ରୁ ଜେନେରାଲ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୮ ଜୁଲାଇ ସୁଦ୍ଧା ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସପ୍ଲିମେଣ୍ଟାଲ୍ ଅକ୍ସିଜେନ୍ ମୁକ୍ତ କରାଯାଇଥିଲା।

ସ୍ୱାଭାବିକ ଭାବେ ମହିଳା ଜଣଙ୍କ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ସମ୍ପନ୍ନ କରିବା ପରେ, ରୋଗୀଙ୍କୁ ୨୪ ଜୁଲାଇରେ ଏମ୍ସରୁ ଡିସଚାର୍ଜ କରାଯାଇଥିଲା। ଏପରି ଉଲ୍ଲେଖନୀୟ କ୍ଲିନିକାଲ୍ ସଫଳତା ହାସଲ କରିଥିବାରୁ, ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ୱର ପୂର୍ବ ଭାରତରେ ଉନ୍ନତ ସଘନ ଚିକିତ୍ସା ଏବଂ ଏକ୍ସଟ୍ରାକର୍ପୋରିଆଲ୍ ଲାଇଫ୍ ସପୋର୍ଟ ପାଇଁ ଏକ ଅଗ୍ରଣୀ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିଚାଲିଥିବା ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି।

AIIMS Bhubaneswar ଏମସ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026
Latest News

AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

July 29, 2026

ଜୀ ସାର୍ଥକରେ ନୂତନ ମେଗା ଧାରାବାହିକ ‘ଶ୍ରାବଣୀ’: ଏକ ହୃଦୟସ୍ପର୍ଶୀ ପାରିବାରିକ କାହାଣୀ

July 29, 2026

ସିଜେପି ପ୍ରତିବାଦକୁ ସମର୍ଥନ କଲେ ପାକିସ୍ତାନର ଜେନ-ଜି: ପ୍ରତିକ୍ରିୟା ଦେଲେ ଭାରତ ସରକାର

July 29, 2026

ICC ODI Rankings: ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଲେ ଶୁଭମନ ଗିଲ୍:

July 29, 2026

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଛଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ବାଣପୁର କୋର୍ଟ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.