Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା
ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

ଖୋର୍ଦ୍ଧା: ଆଜି ଗୁରୁବାରଠାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଅପରାହ୍ନରୁ ଆସନ୍ତାକାଲି ଶୁକ୍ରବାର ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ। ଏଥିରେ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ଦ କରାଯିବ।

ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଇଓଙ୍କୁ ଚିଠି କରିଛନ୍ତି। ଏଥିରେ କୁହାଯାଇଛି ଯେ, ବନ୍ୟା ଆଶଙ୍କା ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିପାଇଁ ଆଜି ଅର୍ଥାତ ଗୁରୁବାର ଦିନ ଅଧାଛୁଟି କରି ପିଲାଙ୍କୁ ଘରକୁ ଛାଡିଦେବା ପାଇଁ କୁହାଯାଇଛି।

ସେହିପରି ଶିକ୍ଷକ ତଥା ଅଣଶିକ୍ଷକଗଣ ସ୍କୁଲ ମଧ୍ୟରେ ରହିବେ। ସେମାନଙ୍କର ଆସନ୍ତା ଚାରିଦିନ ପାଇଁ ଛୁଟି ବାତିଲ କରାଯାଇଛି। ଶିକ୍ଷକ ତଥା କର୍ମଚାରୀ ସ୍କୁଲ ବିଲିଡିଂ ତଥା ଆନୁସଂଗିକ କାର୍ଯ୍ୟ ତଦାରଖ କରିବେ। ସେମାନେ ଚିବିଶ ଘଣ୍ଟା ସ୍କୁଲ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ ଏହି ଦାୟିତ୍ବ ବଣ୍ଟନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ।

ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ପାଣିରେ ବୁଡି ରହିଥିବାର ଜଣାପଡିଛି। ଆଜି ଯଦି ଜୋର ବର୍ଷା ହୁଏ ତେବେ ସେହି ସ୍ଥାନ ଅବସ୍ଥା ସାଂଘାତିକ ହେବାର ସମ୍ଭାବନା ରହିଛି।  ସେଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି।

Flood Alert ଓଡିଶାରେ ବନ୍ୟା ଆଶଙ୍କା ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ସ୍କୁଲ ଛୁଟି ଖୋର୍ଦ୍ଧା ବନ୍ୟା ଆଶଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Latest News

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.