Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାନଦୀ ଜଳ ବିବାଦ
ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗଣମାଧ୍ୟମକୁ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହିତ ଦିଲ୍ଲୀ ଗସ୍ତ ସମ୍ପର୍କରେ ମଧ୍ୟ ବିବୃତି ରଖିଥିଲେ। ଗତ କାଲି ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀଗସ୍ତରୁ ଫେରିବା ପରେ ଆଜି କହିଛନ୍ତି ଯେ, ଦିଲ୍ଲୀରେ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକରେ ଯୋଗଦେବା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା।

ସେ କହିଥିଲେ ଯେ, ୩୦ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ସହିତ ସେ ଯୋଗଦେଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୈଠକରେ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର, ଚାଷୀକୂଳର ହିତ ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ସମାଧନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ଅଧିନରେ ଗଠିତ ଏକ ଟେକ୍‌ନିକାଲ୍ କମିଟି ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ପ୍ରଦାନ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ମହାନଦୀ ଜଳ ସମସ୍ୟାର ସମାଧାନ ବାହାରିବ ଏବଂ ଆସନ୍ତା ଦୀପାବଳୀ ଆମ ପାଇଁ ଶୁଭଙ୍କର ହେବ ।

ଏହା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ନୀତି ଆୟୋଗ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ପ୍ରଫେସର କେ.ଭି. ରାଜୁ ପ୍ରମୁଖଙ୍କୁ ଭେଟି ରାଜ୍ୟର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଥିଲେ।

Mohan Majhi ମହାନଦୀ ଜଳ ବିବାଦ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ରବର୍ଟ ଇ. ହଲ୍‌ ଏବଂ ମାଇକେଲ୍‌ ଉଡ୍‌ଫୋର୍ଡଙ୍କୁ ୨୦୨୬ ଅର୍ଥଶାସ୍ତ୍ର ନୋବେଲ ପୁରସ୍କାର

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.