Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ
ରାଜ୍ୟ ଖବର

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Two arms dealers from Bihar arrested; 6 pistols and 8 rounds of ammunition seized in Jatani.

ଭୁବନେଶ୍ବର: ବିହାରରୁ ଟ୍ରେନରେ ଆସି ଜଟଣୀ ରେଳ ଷ୍ଟେସନରେ ଓହ୍ଲାଇବା ପରେ ବନ୍ଧୁକ କାରବାର ପାଇଁ ଯାଉଥିବା ଦୁଇ ଜଣ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ଟି ପିସ୍ତଲ ଓ ୮ଟି ଜୀବନ୍ତ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ବିହାର ମୁଙ୍ଗେର ଜିଲ୍ଲାର ବୋଲି ଜଣାପଡ଼ିଥିବା ବେଳେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିହାର ମୁଙ୍ଗେର ଜିଲ୍ଲାର ଆକାଶ କୁମାର ସିଂ (୪୪) ଓ ରାଜେଶ ଶର୍ମା (୪୫)। ଉଭୟଙ୍କୁ ଏସଟିଏଫ ପକ୍ଷରୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଠାରୁ ବନ୍ଧୁକ ଓ ଗୁଳି ବ୍ୟତୀତ ୫ ହଜାର ୬୦୦ ଟଙ୍କା, ୨ ମୋବାଇଲ, ଟ୍ରେନ୍ ଟିକେଟ ଆଦି ଜବତ ହୋଇଛି। ଅଭିଯୁକ୍ତଦ୍ୱୟ ବନ୍ଧୁକ ଚାଲାଣ କରିବାକୁ ବିହାରରୁ ଟ୍ରେନରେ ଆସି ଆଜି ସକାଳ ସମୟରେ ଜଟଣୀ ରେଳ ଷ୍ଟେସନରେ ଓହ୍ଲେଇଥିଲେ। ବନ୍ଧୁକ ଡିଲ୍ ପାଇଁ ଉଭୟ ଚାଲିଚାଲି ଯାଉଥିବା ବେଳେ ଏସଟିଏଫ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା।

ଏନେଇ ଏସଟିଏଫ ଆଇଜି ହିମାଂଶୁ ଲାଲ କହିଛନ୍ତି, “ଅଭିଯୁକ୍ତଦ୍ୱୟ ଆନ୍ତଃରାଜ୍ୟ ଗ୍ୟାଙ୍ଗଷ୍ଟାର ହୋଇଥିବା ବେଳେ ଓଡ଼ିଶା ଆସି ବନ୍ଧୁକ ଚାଲାଣ କରୁଥିଲେ। ଆର୍ମସ ଆକ୍ଟର ବିଭିନ୍ନ ଦଫାରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ଠାରୁ ଅନୁମତି ଲୋଡ଼ାଯିବ। ରିମାଣ୍ଡରେ ଆଣି ଉଭୟଙ୍କୁ ଅଧିକ ଜେରା କରାଯିବ। ଓଡ଼ିଶାରେ ବନ୍ଧୁକ ଦ୍ୱାରା ଯେଉଁ ବଡ଼ କାଣ୍ଡ ଘଟୁଛି, ତାହା ସବୁ ମୁଙ୍ଗେରରୁ ଚାଲାଣ ହୋଇ ଆସୁଛି।’ ସେ ଆହୁରି କହିଛନ୍ତି ଯେ, ଏସଟିଏଫ ପକ୍ଷରୁ ଟିମ୍ ଗଠନ କରଯାଇ ଆନ୍ତଃରାଜ୍ୟ ବନ୍ଧୁକ ଚାଲାଣ ନେଟୱର୍କ ଉପରେ ନଜର ରଖାଯାଇଥିଲା। ମୁଙ୍ଗେରରୁ ଆସୁଥିବା ବନ୍ଧୁକ ଉପରେ ସ୍ୱତନ୍ତ୍ର ନଜର ଥିଲା। ସେହି ଅଭିଯାନରେ ଏହି ସଫଳତା ପୂର୍ବକ ବନ୍ଧୁକ ଜବତ କରାଯାଇଛି। ରାଜ୍ୟରେ ବନ୍ଧୁକ ଜରିଆରେ ଅପରାଧ କରୁଥିବା ତତ୍ତ୍ୱଙ୍କ ଉପରେ ଏସଟିଏଫ ନଜର ରଖିଛି। ମୁଙ୍ଗେରରେ ଥିବା ବନ୍ଧୁକ କାରଖାନା ଉପରେ ଚଢ଼ଉ ହେବ ହେବ ବୋଲି ହିମାଂଶୁ ଲାଲ କହିଛନ୍ତି।

ଜଟଣୀ ଦୁଇ ବନ୍ଧୁକ ବେପାରୀ ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026

ସାଇବର ଅପରାଧ ରୋକିବ AI, ମୋହନ ସରକାରଙ୍କ ୨୪୯ କୋଟିର ମାଷ୍ଟରପ୍ଲାନ୍

November 21, 2026

ନବୀନ, ପାଣ୍ଡିଆନ୍ ଓ ରବିକାନ୍ତଙ୍କ ବିଦେଶ ଗସ୍ତର ହେବ ତଦନ୍ତ

November 21, 2026
Latest News

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.