Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଆଜିର ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ବାଣପୁର ଥାନା ଅନ୍ତର୍ଗତ ସାନହନ୍ତୁଆଡ ଗ୍ରାମର ରାଜନ ପତିଙ୍କ ପୁଅ ବାସୁଦେବ ପତି (୩୫) ବୋଲି ଜଣାପଡ଼ିଛି।

ଖବର ମୁତାବକ ବାସୁଦେବ କୌଣସି କାମ ନେଇ ଏକ ସ୍କୁଟି ଯୋଗେ ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୋପୀନାଥ ପୁର ଛକ ନିକଟରେ ଏକ ମାଛ ବୋଝଇ ଟ୍ରକ ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଫଳରେ ବାସୁଦେବ ଟ୍ରକ ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଦୁର୍ଘଟଣା ଖବର ପାଇ ପରିବାର ବର୍ଗଙ୍କ ସମେତ ଗାଁ ଲୋକେ ଦୁର୍ଘଟଣା ସ୍ଥଳ ବାଲୁଗାଁ -ବାଣପୁର ମୁଖ୍ୟ ରାସ୍ତାରେ ଶବ ରଖି କ୍ଷତି ପୂରଣ ଦାବିରେ ଉଭୟ ପାର୍ଶ୍ୱ ଅବରୋଧ କରିଛନ୍ତି। ଖବର ଲେଖା ହେବା ବେଳକୁ ଦିବା ୧୦ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ନ ବହାରିବାରୁ ଅଦ୍ୟାବଧି ଶବ ପଡିରହିଥିବା ଜଣାପଡିଛି। ସ୍ବର୍ଗତ ବାସୁଦେବଙ୍କ ପତ୍ନୀ, ଛୋଟ ଛୋଟ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ତାଙ୍କର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗୋପୀନାଥପୁର ଛକ ବାଲୁଗାଁ ମର୍ମନ୍ତୁଦ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026
Latest News

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.