Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ହେଲ୍ପରଙ୍କ ମୃତ୍ୟୁ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆସାମ ରାଜ୍ୟ ବରପେଟା ଥାନା ବିହାପରା ଗ୍ରାମର ମୋମିନୁଲ ଖାନ (୨୫)।

ସୂଚନା ମୁତାବକ ଆସାମରୁ ଏକ କାର୍ବନ ବୋଝେଇ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଆଜି ବଡ଼ି ଭୋରରେ ବେଲପଡା ଛକଠାରେ ବିଶ୍ରାମ ପାଇଁ ଅଟକିଥିଲା। ଉକ୍ତ ସମୟରେ ହେଲ୍ପର ମୃତ ମୋମିନୁଲ ଟ୍ରକ ଚକା ନିକଟରେ କିଛି ଯାନ୍ତ୍ରିକ ମରାମତି କାର୍ଯ୍ୟ ଜାରି ରଖିଥିଲେ।

ତେବେ ସେହି ସମୟରେ କେଉଁଝର ଯୋଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦୃତଗତିରେ ଯାଉଥିବା ଏକ କୋଇଲା ବୋଝେଇ ହାଇୱା ପୁର୍ବରୁ ଛିଡା ହୋଇଥିବା କାର୍ବନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଆଗକୁ ଗାଡିଯାଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା ଏବଂ ଟ୍ରକ ଚକା ନିକଟରେ କାର୍ଯ୍ୟ କରୁଥିବା ମୋମିନୁଲଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋମିନୁଲଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି।

ଖବର ପାଇ ବାଣପୁର ପୋଲିସ ଏସଆଈ ରବୀନ୍ଦ୍ରନାଥ ଗୌଡ଼, ଗାୟତ୍ରୀ ଗୋଛାୟତ, ଏଏସଆଈ ଅନିଲ କୁମାର ନାୟକ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତାରେ ମୃତକଙ୍କୁ ଉଦ୍ଧାର କରିବା ସହ ଶବ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଚାଳକ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ପୁରୀ ଅଞ୍ଚଳର ଗୋପାଳ ଦାସ ଏବଂ ରାଜୁ ରେଡ୍ଡୀ ନାମକ ଦୁଇ ଜଣ ଯୁବକ ନାଚୁଣୀ ଦେଇ ଯାଉଥିବା ବେଳେ କଉଡ଼ିଖଣି ଛକରେ ଏକ ଅଜଣା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ସ୍କୁଟି। ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ଘଟିଥିବାବେଳେ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲ ପଠାଯାଇଛି।

କଉଡ଼ିଖଣି ଛକରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଁଚିଛି।

Categories
ଆଞ୍ଚଳିକ

ଟାଙ୍ଗୀ: ହାଟବରଡ଼ି ତରାପି ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟବରଡ଼ି ତରାପି ରୋଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ନଇରୀ ଗ୍ରାମର ଜୟ ବେହେରାଙ୍କ ପୁତ୍ର ରାଜେଶ ବେହେରା ବୋଲି ଜଣାପଡିଛି।

କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ସୂଚନା ମୁତାବକ ଗତକାଲି ରାତିରେ ଏକ ବାଇକରେ ରାଜେଶ ଓ ତାଙ୍କ ସହଯୋଗୀ ହାଟବରଡ଼ି ତରାପି ରୋଡରେ ଯାଉଥିବା ବେଳେ ଅସାବଧାନତା ବଶତଃ ଏକ ଗଛରେ ବାଇକକୁ ପିଟିଦେଇଥିଲେ। ଫଳରେ ଉଭୟ ଘଟଣାସ୍ଥଳରେ ବାଇକରୁ ତଳେ ପଡ଼ିଯାଇଥିଲେ। ସୂଚନା ପାଇ ଦୁର୍ଘଟଣାସ୍ଥଳରେ କୁହୁଡି ଫାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କୁ ଟାଙ୍ଗୀ ଡାକ୍ତରଖାନାକୁ ନେଇଥିବା ବେଳେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧରାକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭାରତୀୟ ଯବାନଙ୍କ ପ୍ରାଣହାନୀ

ଆସିକା: ଧରାକୋଟ ଥାନା ବରଡ଼ାବିଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବସ୍‌ ଧକ୍କାରେ ଭାରତୀୟ ଯବାନଙ୍କ ମୃତ ହୋଇଛି। ମୃତ ଯବାନଙ୍କ ନାମ ଜିତେନ୍ଦ୍ର ପାଢ଼ୀ ବୋଲି ଜଣାପଡିଛି। ସେ ପଞ୍ଜାବରେ ବିଏସଏଫ ଯବାନ ଭାବେ କାର୍ଯ୍ୟକରୁଥିଲେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ବାଇକ ଯୋଗେ ସୋରଡ଼ାରୁ ନିଜ ଗ୍ରାମ କୁଶରାବ ଯିବା ବେଳେ ଆସ୍କା ପଟରୁ ଆସୁଥିବା ସାଇକ୍ରିଷ୍ଣା ନାମକ ବସ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ଧରାକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ମାଣିକପୁର-ପ୍ରତାପ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ମୁତାବକ ପ୍ରତାପ ଗ୍ରାମର ହୁଲାସ ବାରିକଙ୍କ ପୁତ୍ର ନିବାସୀ ବାରିକ (୨୧) ଏବଂ କାଳିଆ ବେହେରାଙ୍କ ପୁତ୍ର ଶିବୁନ ବେହେରା (୧୭) ଏକ ଆପାଚି ବାଇକ ଯୋଗେ ମାଣିକପୁର ଗ୍ରାମରୁ ପ୍ରତାପ ଅଭିମୁଖେ ଯାଉଥିବା ବେଳେ ଉକ୍ତ ଗ୍ରାମର କୈଳାସ ସ୍ୱାଇଁଙ୍କ ପୁତ୍ର କାଁହୁଚରଣ ସ୍ୱାଇଁ (୨୮) ଏକ ହିରୋହୋଣ୍ଡା ବାଇକରେ ବାଣପୁର ଅଭିମୁଖେ ଆସୁଥିଲେ। ଠିକ ସେତିକି ବେଳେ ମାଣିକପୁର ସ୍କୁଲ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାଁହୁଚରଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିବାସୀ ଓ ଶିବୁନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ-ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ସକାଳେ ପୁରୀରୁ ସୁନାବେଶ ଦେଖି ଏକ ବୋଲେରୋ ଗାଡି ନଂ ଓଡ଼ି ୦୭ ଏଫ ୯୫୫୬ ଯୋଗେ ୧୦ ଜଣ ଯାତ୍ରୀ ବ୍ରହ୍ମପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଓ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଡ୍ରାଇଭରଙ୍କ ସମେତ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମାତ୍ର ଦୁର୍ଘଟଣା ସମ୍ବନ୍ଧୀୟ ଅଦ୍ୟାବଧି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ପାର୍ସଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ନୂଆଗଡ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଗୋଟିଏ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ପାର୍ସଲ ଭ୍ୟାନ (କାର୍ଗୋ ଟ୍ରକ ) ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପାର୍ସଲ ଭ୍ୟାନର କ୍ୟାବିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭ୍ୟାନ ଚାଳକ କ୍ୟାବିନ ମଧ୍ୟରେ ଚାପି ହୋଇଯାଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗାଡ଼ି ଚାଳକଙ୍କ ପରିଚୟ ଅଦ୍ୟାବଧି ମିଳିପାରିନଥିବା ବେଳେ ପୋଲିସ ଶବ ଓ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ଚିଲିକା: ସୋଲରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ଦୁଇ ଟ୍ରକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୋଲରି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବାଙ୍ଗାଲୋରରୁ କୋଲକାତା ଯାଉଥିବା ଏକ କୋରିଅର ଟ୍ରକ ସହ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପଣସ ବୋଝେଇ ଟ୍ରକ ସୋଲରି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ଉଭୟ ଗାଡ଼ି ଚାଳକ ଓ ସହଯୋଗୀ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଉଭୟ ଗାଡ଼ି ରାଜରାସ୍ତାରେ ଛିଡା ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଣ୍ଡିଆପଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମହିଳା ମୃତ ଓ ୧୨ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ଛକରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ମଧ୍ୟ ରାତ୍ରୀରେ ଏକ ସ୍କର୍ପିଓ ଗାଡ଼ି ଲାଞ୍ଜିପଲି ଅଞ୍ଚଳର କନ୍ୟା ଯାତ୍ରୀ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ସେଠାରେ ଥିବା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏବଂ ୧୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ମାନଙ୍କ ମଧ୍ୟରେ ଲାଞ୍ଜିପଲିର ସ୍ବପ୍ନା ରେଡି, ସଞ୍ଜୁ ରେଡି ଓ ଭାରତୀ ରେଡ଼ି ବୋଲି ଜଣାପଡିଛି। ଅନ୍ୟ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିଲା। କିନ୍ତୁ ସ୍ଥାନୀୟ ଲୋକେ ମଦ୍ୟପ ଡ଼୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିଞ୍ଜିଳି: ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କୈଳାଶ ଚନ୍ଦ୍ର ଚୌଧୁରୀ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଫଳରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ମୁଖ୍ୟ ରାସ୍ତାରେ ହିମାଂଶୁ ଦଳେଇଙ୍କ ୪ ବର୍ଷର ଶିଶୁ ପୁତ୍ର ସିଦ୍ଧାର୍ଥ ଦଳେଇଙ୍କ ଉପରେ ଏକ ହାଇୱ। ଟ୍ରକ୍ ମାଡ଼ିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଶିଶୁ ପୁତ୍ରର ମୃତ୍ୟୁ ହୋଇ ଯାଇଥିଲା। ଉକ୍ତ ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀମାନେ ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଅବରୋଧ ହଟାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଅଟକାଇ ଘଟଣାର ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁରୀରୁ ନାଚୁଣୀ ଫେରୁଥିଲେ ଯାତ୍ରୀ, ୫ ଗୁରୁତର

ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର ମୀନା ମୁଦୁଲି (୫୦), ଉମାକାନ୍ତ ମୁଦୁଲି (୫୩), ପ୍ରକାଶ ଚନ୍ଦ୍ର ମୁଦୁଲି (୩୬), ରିନା ମୁଦୁଲି (୨୪) ଏବଂ ଅଖିଳେଶ ମୁଦୁଲି (୭)।

ସମସ୍ତ ଗୁରୁତର ଆହତଙ୍କୁ ଚାନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବୈଶାଳୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ୧୨ ମୃତ

ହାଜିପୁର: ବିହାରର ଦେସରୀ ପୋଲିସ ଷ୍ଟେସନ ଅଞ୍ଚଳର ସୁଲତାନପୁର ଗ୍ରାମରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘାଟିଯାଇଛି। ଗୋଟିଏ ଟ୍ରକର ଚାଳକ ନିୟନ୍ତ୍ରଣ ହରାଇ ଅନେକ ଲୋକଙ୍କ ଉପରକୁ ଗାଡି ଚଢାଇଦେଇଛି। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତେ ରାତ୍ରୀ ଭୋଜନ ପରେ ଘରକୁ ଫେରୁଥିଲେ। ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ରବିବାର ରାତି ପ୍ରାୟ ୯ ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କେନ୍ଦ୍ର ଏବଂ ବିହାର ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ବୈଶାଳୀ ଅଧୀକ୍ଷକ ମନୀଷ କୁମାର କହିଛନ୍ତି ଯେ, ବିବାହ ସହ ଜଡିତ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଉକ୍ତ ରାସ୍ତାରେ ଉଚ୍ଚ ବେଗରେ ଆସୁଥିବା ଟ୍ରକର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା। ଯାହାପରେ ଟ୍ରକଟି ଶୋଭାଯାତ୍ରା ମଧ୍ୟରେ ପଶି ଲୋକଙ୍କ ଉପରେ ଚଢିଯାଇଥିଲା। ଯାହାପରେ ୧୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ରାଶି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।

ସେହିଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପାଇଁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ନିର୍ଦ୍ଧାରିତ ମାନକ ପ୍ରଣାଳୀ ଅନୁଯାୟୀ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଏବଂ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଭାଲ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଣପୁର ଏନଏସି ର ଯୁବ ବିଜେପି ନେତାଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ଚିଆଙ୍କ ସାହି ଅଞ୍ଚଳର ଦୁର୍ଗା ଚରଣ ଦାସଙ୍କ ସାନ ପୁଅ ରମାକାନ୍ତ ଦାସ (୪୫) ଖଲ୍ଲିକୋଟ ଠାରୁ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ନାଭାଲ ଫାଣ୍ଡି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକଟି ତାଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେବା ଦ୍ୱାରା ଭାର ସାମ୍ୟ ହରାଇ ରମାକାନ୍ତ ଟ୍ରକ ଚକା ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

ସୂଚନା ଥାଉକୁ ରମାକାନ୍ତ ବାଣପୁର ଏନଏସି ର ଯୁବ ବିଜେପି ନେତା ମଧ୍ୟ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାମ ସାରି ବାଣପୁର ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କଲେ ବ୍ୟାଙ୍କ ମ୍ୟାନେଜର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ହରିପୁର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଅଜଣା ଗାଡି ଧକ୍କା ଯୋଗୁଁ ଜଣେ ବ୍ୟାଙ୍କ ପରିଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ ପରିଚାଳକ ଜଣଙ୍କ ବାଣପୁରର ପ୍ରଫୁଲ୍ଲ ବାରିକ (୫୫) ବୋଲି ଜଣାପଡିଛି। ସେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର କୁହୁଡି ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ।

ଗତ କାଲି ସଂଧ୍ୟ୍ୟାରେ କୁହୁଡିରୁ ବ୍ୟାଙ୍କ କାମ ସାରି ପ୍ରଫୁଲ୍ଲ ନିଜ ସ୍କୁଟି ଯୋଗେ ବାଣପୁର ଫେରୁଥିଲେ। ସ୍କୁଟିରେ ବାଣପୁର ଫେରୁଥିବା ବେଳେ ହରିପୁର ଛକରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା। କ୍ରମେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତ ଦେହ ଟାଙ୍ଗୀ ମେଡିକାଲକୁ ପରିବାର ଲୋକେ ଫେରାଇ ଆଣିଥିଲେ। ବର୍ତ୍ତମାନ ଟାଙ୍ଗୀ ମେଡିକାଲରେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରୁଥିବା ଜଣା ପଡିଛି। ତେବେ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଥିବାରୁ ଶବକୁ ଖୋର୍ଦ୍ଧା ନପଠାଇ ବାଣପୁର ମେଡିକାଲ ପଠେଇବା ପାଇଁ ପରିବାର ପକ୍ଷରୁ ଟାଙ୍ଗୀ ପୋଲିସକୁ ଅନୁରୋଧ କରାଯାଉଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ, ହେଲପର ମୃତ, ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଓଁ ଶାନ୍ତି ଟ୍ରାଭେଲ୍ସ ନାମକ ଯାତ୍ରୀବାହୀ ବସ୍ ଟି ଆଜି ଭୁବେଶ୍ୱରରୁ ଭଞ୍ଜନଗର ଅଭିମୁଖେ ଯାଉଥିଳା। ହେଲେ ବରୁଣେଇ ଓଭର ବ୍ରିଜ ନିକଟରେ ବସ୍ ଟି ଅଜଣା ଟ୍ରକ୍ କୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ବାଲିଗଦାରେ ପସି ଯାଇଥିଲା। ବସରୁ ଛିଟିକି ଘଟଣା ସ୍ଥଳରେ ବସ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି।

ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡମ୍ପରକୁ ଧକ୍କା ଦେଲା କାର, ୫ ମୃତ୍ୟୁ

ଗ୍ରେଟର ନୋଏଡା: ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଦୁଇ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗ୍ରେଟର ନୋଏଡାର ଜେବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଆଗ୍ରା ଠାରୁ ନୋଏଡା ଅଭିମୁଖେ ଯାଉଥିବାବେଳେ ଜେବର ଟୋଲ ପ୍ଲାଜା ପୂର୍ବରୁ ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଦ୍ରୁତ ଗତିରେ ଆସୁଥିବା ବୋଲେରୋ କାର ନିୟନ୍ତ୍ରଣ ବାହାରକୁ ଯାଇ ଆଗକୁ ଯାଉଥିବା ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।

ସୂଚନା ପାଇବା ପରେ ଜେବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ଡାକ୍ତରମାନେ ଚାରିଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଦୁଇଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ: କହ୍ନେଇପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅସମର୍ଥିତ ସୂତ୍ର ମୁତାବକ ଆଜି ରାତିରେ ଚଣ୍ଡେଶ୍ୱର ଅଞ୍ଚଳର ଏକ ସ୍ବିଫ୍ଟ ଡ଼ିଜୟାର ଏବଂ ବେଲପଡା ଅଞ୍ଚଳର ଏକ ଇଣ୍ଡିଗୋ କାର ଉଭୟେ ଆଗ ପଛ ହୋଇ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଆସୁଥିଲେ। ତେବେ ନାଚୁଣୀ ଫାଣ୍ଡି ନିକଟସ୍ଥ କହ୍ନେଇପୁର ଛକରେ ହଠାତ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଇଣ୍ଡିଗୋ ଗାଡିଟି ଏକ ଦୋକନ ଭିତରେ ପଶି ବିଦ୍ୟୁତ ଖୁଣ୍ଟ ଭିତରେ ପିଟି ହୋଇଯାଇଥିଲା। ଏବଂ ଉଭୟ ଗାଡ଼ି ଛିଟିକି କରି ଦୂରରେ ପଡ଼ିଥିଲେ।

ସ୍ଥାନୀୟ ଜନସାଧାରଣ ଏବଂ ନାଚୁଣୀ ଫାଣ୍ଡି ପୋଲିସ ସାହାଯ୍ୟରେ ଉଭୟ ଗାଡିର ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲ ପଠାଯାଇଥିବା ବେଳେ ଇଣ୍ଡିଗୋ ଗାଡ଼ିରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ମୃତକ ଜଣକ ଛେଡାପଦର ଗ୍ରାମର ଗାଡ଼ି ଚାଳକ ଭବାନୀ ଶଙ୍କର ଜାଲି ବୋଲି ଜଣାପଡିଛି। ବର୍ତ୍ତମାନ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ବାଇକ୍ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାତିମୁଣ୍ଡା ଓ ତୁମୁରାପୁଟ ଗ୍ରାମ ମଧ୍ୟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ତୁମୁରାପୁଟ ପଞ୍ଚାୟତ ମୁକ୍ତାଦେଇପୁର ଗ୍ରାମ କେଦାର ସାହୁଙ୍କ ପୁଅ ମିଥୁନ ସାହୁ (୨୨) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ମିଥୁନ ୩ ଦିନ ପୂର୍ବେ ବିଦେଶରୁ ଫେରିଥିଲେ। ଗତକାଲୀ ବିଳମ୍ବିତ ରାତିରେ ନିଜ ଆପାଚୀ ବାଇକ ଯୋଗେ ବାଣପୁରରୁ ଗ୍ରାମକୁ ଫେରୁଥିଲେ। କିନ୍ତୁ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ ଖୁଣ୍ଟ ୩ ଖଣ୍ଡ ହୋଇ ତାଙ୍କ ଉପରେ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ସ୍ଥାନୀୟ ଜନସାଧାରଣ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ଉଭୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପୋଲିସ ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ମହିଳା ମୃତ, ତିନି ଆହତ

ନୟାଗଡ/ରଣପୁର: ନୟାଗଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଲୋଧାଚୁଆ ନିକଟସ୍ଥ ବଜ୍ରକୋଟ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଓଡ଼ଗାଁରୁ ଅଟୋ ରିକ୍ସା ଯୋଗେ ଗୋଟିଏ ପରିଵାରର ଲୋକ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଟାଙ୍ଗୀ ଥାନା କୁହୁଡ଼ି ଯାଉଥିଲେ। କିନ୍ତୁ ରଣପୁର ବ୍ଲକ୍ ଅନ୍ତର୍ଗତ ବାଜ୍ରକୋଟ ଗାଁ ନିକଟରେ ସେମାନଙ୍କ ଅଟୋଟି ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସାମ୍ନାରୁ ଧକ୍କାଦେବା ଫଳରେ ଅଟୋରୁ ଜଣେ ମହିଳା  ଛିଟିକି ଯାଇ ଟ୍ରକ୍ ଚକା ତଳେ ପଡିଯାଇଥିଲେ। ଫଳରେ ମହିଳାଙ୍କ ଦେହରୁ ହାତ ଅଲଗା ହେବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯାହା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତିନିଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: କୟଥପଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁହୁଡି ହେଲା କାଳ। ଜାତୀୟ ରାଜପଥରେ ସ୍ପଷ୍ଟ ଦେଖା ନଯିବାରୁ ଘଟିଲା ଦୁର୍ଘଟଣା ଯେଉଁଥିରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଆଜି ସକାଳୁ ଯୋଡ଼ାରୁ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି ବ୍ରେକ ଡ଼ାଉନ ଲାଗି ଛିଡା ହୋଇଥିଲା।

ତେବେ କିଛି ସମୟ ପରେ ଆଉ ଏକ ଆଇରନ ବୋଝେଇ ଟ୍ରକଟି ପୂର୍ବରୁ ଛିଡା ହୋଉଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଏବଂ ହେଲ୍ପର ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଘନ କୁହୁଡି ଯୋଗୁଁ ଉକ୍ତ ଦୁର୍ଘଟଣା ହୋଇଥିବାର ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି। ଅନୁରୂପ ଭାବେ ମୃତ ଗାଡ଼ି ଚାଳକ ଏବଂ ହେଲ୍ପର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି।

ମୃତକ ଦ୍ବୟ ହେଲେ ମୁନା ଜେନା(୨୫) ଏବଂ ବାବୁ ଜେନା(୫୦ )। ପୋଲିସ ଉଭୟ ଗାଡ଼ି ଜବତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛି ଏବଂ ମୃତ ଶରୀର ଦ୍ବୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ପ୍ରାଣହାନୀ

ଚାନ୍ଦପୁର: ନୟାଗଡ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଆନ୍ତର୍ଗତ ଚାନ୍ଦପୁର ବାଇପାସରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଅରୁଣ କୁମାର ସାହୁ (୪୦) ଆଜି ଅପରାହ୍ନରେ ଚାନ୍ଦପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଚାନ୍ଦପୁର ବାଇପାସରେ ତାଙ୍କୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ଆନ୍ଧ୍ର ଯାଉଥିବା ଏକ ମାଲ ବୋଝେଇ ଟ୍ରକଟି ଅରୁଣଙ୍କୁ ଧକ୍କା ଦେଇଥିଲା। ଏବଂ ଅରୁଣଙ୍କୁ ଟ୍ରକଟି କିଛି ବାଟ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଯାଇଥିଲା।

ହେଲେ ବର୍ତ୍ତମାନ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।