Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌
ଆଜିର ଖବର

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍‌ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ଟି ପ୍ରଥମେ କାର୍‌କୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।

ଦୁର୍ଘଟଣାରେ ଖଡ଼ଭାଗ ଗାଁର ଅହଲ୍ୟା ଗୌଡ଼ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଗୁରୁତର ଆହତ ଅନ୍ୟ ମହିଳାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ ଟ୍ରକ୍‌ ଚାଳକଙ୍କ ସମ୍ପର୍କରେ ଛାନଭିନ୍‌ ଜାରି ରହିଛି।

#accident #death ମର୍ମନ୍ତୁଦ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026
Latest News

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

September 11, 2026

ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ, ମଜବୁତ ହେବ ଭାରତ-ରୁଷ ରଣନୈତିକ ସମ୍ପର୍କ

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.