Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା ପ୍ରପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି
ଆଜିର ଖବର

ବନ୍ୟା ପ୍ରପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି

August 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ପୀଡିତ ଚାଷୀ
ବନ୍ୟା ପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ପ୍ରସଙ୍ଗରେ ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କିଶୋର ମାଝୀ, ବନ୍ୟା ପରିଚାଳନା ଓ ବନ୍ୟା ବିପନ୍ନଙ୍କ ସହାୟତାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯାଗ କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାରେ ବନ୍ୟାର ପ୍ରକୋପ ବଢ଼ୁଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଏମପିମାନେ ଦିଲ୍ଲୀରେ ଦଳୀୟ ରାଜନୀତିରେ ବ୍ୟସ୍ତଥିଲେ। ବନ୍ୟାହେବା ଜାଣି ମଧ୍ୟ ସରକାର ଆଦୌ କୌଣସି ପୂର୍ବ ପ୍ରସ୍ତୁତି କରିନଥିଲେ। ପ୍ରଥମେ କହିଲେ ୩ଟି ଜିଲ୍ଲା ପ୍ରଭାବିତ ହେବ, ତାପରେ ୭, ୧୦ ଏବଂ ୧୫ଟି ଜିଲ୍ଲା କହି ବାସ୍ତବରେ ୨୨ଟି ଜିଲ୍ଲା ପ୍ରଭାବିତ ହେଲା। ପୂର୍ବ ବିଜେଡି ସରକାରର ଅପାରଗତା ପାଇଁ ଛତିଶଗଡ଼ ମନମାନୀ କରିବା ସହ ମହାନଦୀ ପାଣିକୁ ବଡ଼ ବଡ଼ ବ୍ୟାରେଜ ଓ ଚେକଡ୍ୟାମ ଜରିଆରେ ଅଟକାଇ ରଖିଲା।

ଏବେ ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ବିଜେପି ସରକାର ଥିଲେ ମଧ୍ୟ ଉପରମୁଣ୍ଡରେ କ୍ୟାଚମେଣ୍ଟ ସମୟରେ କେତେ ପାଣି ଆସିବ ତାହାର କୌଣସି ପ୍ରାକ୍ ସୂଚନା ସମୟାନୁସାରେ ଦିଆଯାଉନାହିଁ। ମହାନଦୀ ଜଳ ପରିଚାଳନାରେ କୌଣସି ସମନ୍ୱୟ ନରହିବା କାରଣରୁ ଓଡ଼ିଶାରେ ବଡ଼ ବନ୍ୟା ହେଲା ଏବଂ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଲେ ।

ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ରିଲିଫ, ଶୁଖିଲା, ରନ୍ଧା ଖାଦ୍ୟ କିମ୍ବା ଗୋଖାଦ୍ୟର କୌଣସି ସୁବ୍ୟବସ୍ଥା ହେଲାନାହିଁ। ଯାହାଫଳରେ ରାଜ୍ୟର ୬ଟି ମୂଲ୍ୟବାନ ଜୀବନହାନୀ ହେଲା, ତାହାପାଇଁ ସରକାର ସଂପୂର୍ଣ୍ଣ ଦାୟୀ। ବନ୍ୟାପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ବାସ୍ତବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଥିଲା ନା ଲୋକଦେଖାଣିଆ ପ୍ରହସନ କରୁଥିଲେ ?

ସରକାର ଯେଉଁ କ୍ଷୟକ୍ଷତି ରାଶି ଦେବା ପାଇଁ ଘୋଷଣା କଲେ ତାହା ସମୁଦ୍ରକୁ ଶଙ୍ଖେ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ହଜାର ଟଙ୍କା ଦେବାକୁ ସରକାର ଘୋଷଣା କରିଥିବାସ୍ଥଳେ ଚାଷୀଙ୍କ ଖର୍ଚ୍ଚ ପ୍ରାୟ ୮୦ରୁ ୯୦ ହଜାର ଟଙ୍କା ହୋଇଛି। ସେହିପରି ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ମାତ୍ର ୮,୫୦୦ ଟଙ୍କା ସହାୟତା ରାଶି ଘୋଷଣା ହୋଇଥିବାବେଳେ, ଖର୍ଚ୍ଚ କିନ୍ତୁ ୮୦ ହଜାର ଟଙ୍କା। ଯେଉଁ ଚାଷୀମାନେ ପନିପରିବା ଚାଷ କରିଥିଲେ ସେମାନଙ୍କର ସଂପୂର୍ଣ୍ଣ ଚାଷ ଉଜୁଡ଼ି ଯାଇଛି।

୨୦୧୮ ମସିହାରେ ବିଧାନସଭାରେ ପାରିତ ହୋଇଥିବା ସର୍ବଦଳୀୟ ପ୍ରସ୍ତାବ ଅନୁସାରେ, ପ୍ରତି କ୍ୱିଣ୍ଟାଲ ପିଛା ଚାଷୀର ଖର୍ଚ୍ଚ ଅତିକମରେ ୨୩୪୪ ଟଙ୍କାକୁ ଅନୁମୋଦନ ମିଳିଥିଲା। ସେହି ଅନୁସାରେ ହେକ୍ଟର ପିଛା ଧାନ ଚାଷ ପାଇଁ ଖର୍ଚ୍ଚ ଅତିକମରେ ୯୦ ହଜାର ଟଙ୍କା ହୋଇଥିବାବେଳେ, ବନ୍ୟା ସହାୟତା ରାଶି ଚାଷୀଙ୍କ ଦୁର୍ଦ୍ଦଶାପ୍ରତି ଚରମ ଉପହାସ। ଡବଲ ଇଞ୍ଜିନ ସରକାର ପଖାଳ ଖାଇବାରେ, ରଙ୍ଗବୋଳିବାରେ, ସରକାରୀ ଉତ୍ସବ ପାଳନରେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ଥାଟବାଟ ଦେଖାଇ ବୁଲିବାରେ ଶହ ଶହ କୋଟି ଖର୍ଚ୍ଚ ହେଉଥିବାବେଳେ, ଚାଷୀର ମୃତ୍ୟୁରେ ମାତ୍ର ୪ ଲକ୍ଷ ଟଙ୍କା ଘୋଷଣା ସରକାରଙ୍କ ସମ୍ବେଦନହୀନତାକୁ ପ୍ରମାଣିତ କରୁଛି।

ଘୋଷଣା ହୋଇଥିବା ଭଙ୍ଗା ଗୁହାଳ ଘର ପାଇଁ ୩ହଜାର ଟଙ୍କା, ଭଙ୍ଗା କୁଡ଼ିଆ ଘର ପାଇଁ ୮ହଜାର ଓ ଆଂଶିକ କ୍ଷତିଗ୍ରସ୍ତ ଛାତଘର ମରାମତି ପାଇଁ ୬୫୦୦ ଟଙ୍କା ଆଦୌ ପର୍ଯ୍ୟାପ୍ତ ନୁହେଁ। ପୁରୁଣା SDRF ନିୟମ ଅନୁସାରେ ସହାୟତା ରାଶି ଘୋଷଣା କରି ସରକାର ଚାଷୀକୂଳକୁ ଠକୁଛନ୍ତି। ଆଜି ଦରଦାମ ଯାହା ସେହି ଅନୁସାରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ମାଝୀ ଦୃଢ଼ ଦାବି ଜଣାଇଥିଲେ।

ଓଜେସି କୃଷକ ମୋର୍ଚ୍ଚାର ପ୍ରମୁଖ ଦାବି:

୧ : ସରକାର ତୁରନ୍ତ ଚାଷଜମିର କ୍ଷୟକ୍ଷତି ବାବଦରେ ଘୋଷିତ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ ଏବଂ       ହେକ୍ଟର ପିଛା ସର୍ବନିମ୍ନ ୮୦ ହଜାର ପର୍ଯ୍ୟନ୍ତ ସହାୟତା ରାଶି ତୁରନ୍ତ ପ୍ରଦାନ କରନ୍ତୁ। କେବଳ ଧାନ ନୁହେଁ, ପନିପରିବା କ୍ଷୟକ୍ଷତିର ମଧ୍ୟ ଆକଳନ କରି କ୍ଷତି ଭରଣା କରନ୍ତୁ ।

୨: ସରକାର ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କର ଅବିଳମ୍ବେ ଋଣ ଛାଡ଼ କରନ୍ତୁ ।

୩: ବନ୍ୟା ଛାଡ଼ିଲା ପରେ ଚାଷକାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଚାଷୀଙ୍କୁ ବିହନ,  ସାର ମାଗଣାରେ ଯୋଗାଇ ଦିଅନ୍ତୁ ।

୪: ଗୋ ଚାଷୀ, ମତ୍ସ୍ୟ ଚାଷୀ ଓ କୁକୁଡ଼ା ଚାଷୀ ମାନଙ୍କର କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ ।

୫: ବନ୍ୟାରେ ଭାଙ୍ଗି ଯାଇଥିବା ଘର ପାଇଁ ଅତିକମରେ ୨ ଲକ୍ଷ ୫୦ ହଜାର ଟଙ୍କା ସରକାର ପ୍ରଦାନ କରନ୍ତୁ ।

୬: ବନ୍ୟାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ବଦଳରେ ସରକାର ୧୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ ।

୭: ବନ୍ୟା ପ୍ରଭାବିତ ଅଞ୍ଚଳକୁ ସରକାର ସ୍ବତନ୍ତ୍ର ମେଡିକାଲ ଟିମ ପଠାନ୍ତୁ ଏବଂ ଡାଇରିଆ ଓ ପାଣିଜନିତ ରୋଗ ସମସ୍ୟାର ନିରାକରଣ ଦିଗରେ ଚେଷ୍ଟିତ ହୁଅନ୍ତୁ ।

୮: ସଂପୂର୍ଣ୍ଣ ନିରପେକ୍ଷ ଭାବରେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତିଶୀଘ୍ର ସହାୟତା ରାଶି ପ୍ରଦାନ କରନ୍ତୁ।

୯: ଘାଇ ସୃଷ୍ଟି ହୋଇଥିବା ବନ୍ୟାଞ୍ଚଳରେ ବାଲିଚର ଚାଷଜମିରୁ ବାଲି ଉଦ୍ଧାର ପାଇଁ ସରକାର ପଦକ୍ଷେପ ନିଅନ୍ତୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ବରିଷ୍ଠ କୃଷକ ନେତା ଦୁର୍ଗାଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଜନତା କଂଗ୍ରେସ ଓଡିଶାରେ ବନ୍ୟା ବନ୍ୟା କ୍ଷତିଗ୍ରସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

NEET UG OMR ସିଟ୍ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛଅ ପରୀକ୍ଷାର୍ଥୀ

August 4, 2026

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା JEE ଏବଂ NEET କୋଚିଂ ପ୍ରଦାନ କରିବାକୁ ଦିଲ୍ଲୀ ସରକାରଙ୍କ ଘୋଷଣା

August 4, 2026

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

August 4, 2026
Latest News

ହକି ବିଶ୍ୱକପ-୨୦୨୬: ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ?, ଦେଖନ୍ତୁ ପୂର୍ଣ୍ଣ କାର୍ଯ୍ୟସୂଚୀ

August 4, 2026

ବନ୍ୟା ପ୍ରପୀଡିତ ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର, ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି

August 4, 2026

ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

August 4, 2026

NEET UG OMR ସିଟ୍ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛଅ ପରୀକ୍ଷାର୍ଥୀ

August 4, 2026

ସାଂସଦ ଦିଲ୍ଲୀପ ରାୟଙ୍କ ସଂସଦରେ ପ୍ରଶ୍ନ, ଓଡ଼ିଶାରେ କେତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ଅଛି?

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.