Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ
ଆଜିର ଖବର

ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

August 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଜିଓ
ଓଡ଼ିଶାରେ ଜିଓର ଏକ କୋଟି ୮୯ ଲକ୍ଷରୁ ଉର୍ଦ୍ଧ୍ବ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ

ଭୁବନେଶ୍ୱର: ମୋବାଇଲ ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ ​​କରି, ରିଲାଏନ୍ସ ଜିଓ ୨୦୨୬ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଜିଓ ୧ ଲକ୍ଷ ୧୩ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି।

ଉଲ୍ଲେଖନୀୟ ଭାବରେ ଜୁନ୍ ମାସରେ ଓଡ଼ିଶାର ପ୍ରାୟ ୮୦ ପ୍ରତିଶତ ନୂତନ ମୋବାଇଲ୍ ଗ୍ରାହକ ଏବଂ ୯୧ ପ୍ରତିଶତ ନୂତନ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି, ଯାହା ଏହାକୁ ରାଜ୍ୟର ସବୁଠାରୁ ପସନ୍ଦିତ ଡିଜିଟାଲ୍ ସେବା ପ୍ରଦାନକାରୀ କରିଛି। ଏହା ସହିତ, ଜିଓ ଓ୍ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏକ ନମ୍ବର ସେବା ପ୍ରଦାନକାରୀ ଭାବରେ ଓଡ଼ିଶାରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ ​​କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୪୧ ଲକ୍ଷରୁ ଅଧିକ ବୃଦ୍ଧି ପାଇ ୩୦ ଜୁନ୍ ୨୦୨୬ ସୁଦ୍ଧା ୩.୮୬ କୋଟି ଅତିକ୍ରମ କରିଛି।

ଜୁନ୍ ମାସରେ, ଓଡ଼ିଶାରେ ଜିଓ ସର୍ବାଧିକ ୧.୧୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବା ବେଳେ ଏହା ପଛକୁ ଭୋଡାଫୋନ୍ ଆଇଡିଆ ୧୬୮୮୫  ଏବଂ ଏୟାରଟେଲ୍ ମାତ୍ର ୧୩୬୩୩ ମୋବାଇଲ୍ ଗ୍ରାହକ ଯୋଡିଛନ୍ତି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ମାସରେ ବିଏସଏନଏଲ ଓଡ଼ିଶାରେ ୩୬୭୮ ମୋବାଇଲ୍ ଗ୍ରାହକ ହରାଇଛି।

ଜିଓ ୪.୧୬ ଲକ୍ଷରୁ ଅଧିକ ଜିଓ ଏୟାରଫାଇବର ଗ୍ରାହକଙ୍କ ସହିତ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବାରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ ​​କରିଛି ଏବଂ ରାଜ୍ୟର ମୋଟ ଏଫଡବ୍ଲୁଏ ଗ୍ରାହକଙ୍କ ପ୍ରାୟ ୮୦ ପ୍ରତିଶତ ଜିଓ ନେଟୱର୍କରେ ରହିଛନ୍ତି। ଜୁନ୍ ମାସରେ ଜିଓ ରାଜ୍ୟରେ ୧୫୦୦୦ ରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି ଏବଂ ୩୦ ଜୁନ୍ ୨୦୨୬ ସୁଦ୍ଧା ଓଡ଼ିଶାରେ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୭.୯୫ ଲକ୍ଷ ଅତିକ୍ରମ କରିଛି।

ଓଡିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ଜିଓର ସର୍ବାଧିକ ୧.୮୧ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୭୯ ଲକ୍ଷ ଜିଓଫାଇବର ଗ୍ରାହକ ଏବଂ ୪.୧୬ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଛୋଟ ସହର ଏବଂ ଗ୍ରାମଗୁଡିକରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ, ଜିଓ ସେମାନଙ୍କ ଘରପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇବା ସହିତ ନିରବଛିନ୍ନ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ କରୁଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି, ଗ୍ରାହକ-ପ୍ରଥମ ନୀତି, ସର୍ବବୃହତ ୪ଜି ଏବଂ ୫ଜି ନେଟୱାର୍କ ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ଜାରି ରଖିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ, ଜିଓ ଜୁନ୍ ମାସରେ ୨୬ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଯାହା ମଧ୍ୟରେ ୨୧.୪୬ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୪.୯ ଲକ୍ଷରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସାମିଲ ଅଛନ୍ତି। ଉଲ୍ଲେଖନୀୟ ଭାବରେ ଜିଓ ଏହି ମାସରେ ସର୍ବାଧିକ ୩୩.୩ ଲକ୍ଷ ସକ୍ରିୟ ମୋବାଇଲ ଗ୍ରାହକ ଯୋଡିଛି, ଯାହା ଯେକୌଣସି ଅପରେଟର ଦ୍ୱାରା ସର୍ବାଧିକ। ଏଥିସହିତ ୯୧ ଲକ୍ଷରୁ ଉର୍ଦ୍ଧ୍ବ ୫ଜି ଏୟାରଫାଇବର ଗ୍ରାହକଙ୍କ ସହିତ ଜିଓ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି ଏବଂ ଏକମାତ୍ର କମ୍ପାନୀ ଭାବରେ ଦେଶରେ ୫ଜି ୟୁ.ବି.ଆର ଫିକ୍ସଡ୍-ୱାୟାରଲେସ୍ ସେବା ପ୍ରଦାନ କରୁଛି।

ଓଡିଶାରେ ଜିଓ ଗ୍ରାହକ ରିଲାଏନ୍ସ ଜିଓ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026
Latest News

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବନ୍ଦ ପାଇଁ ପୁରୀ ବେଳାଭୂମିରେ ସଚେତନତା ଅଭିଯାନ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.