Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ
ଆଜିର ଖବର

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର: କାନପୁର ନିକଟ ଗଙ୍ଗାନଦୀ କୂଳରେ ଗୁରୁବାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍‌ ସଚ୍ଚିନ ଭାଟିଆ ଓ କୋ-ପାଇଲଟ୍‌ ଅଭିଷେକ ପୂଜାରୀଙ୍କ ମୃତ୍ୟୁ ଘଟିଛି।

ଡିଜିସିଏ ସୂଚନା ଅନୁଯାୟୀ, ଦୁଇ ସିଟ୍‌ ବିଶିଷ୍ଟ ବିମାନଟି କାନପୁର ସିଭିଲ୍‌ ଏୟାରପୋର୍ଟରୁ ସକାଳ ୧୧ଟା ୩୦ରେ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତାଲିମ ସାରି ବେସ୍‌କୁ ଫେରୁଥିବା ସମୟରେ ଗଙ୍ଗା କୂଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

କାନପୁର ନଗର ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ପାଇଲଟ୍‌ଙ୍କର ପ୍ରାୟ ୩ ହଜାର ଘଣ୍ଟା ବିମାନ ଚଳାଇବାର ଅଭିଜ୍ଞତା ଥିଲା। ଦୁର୍ଘଟଣାର କାରଣ ଜାଣିବାକୁ ଡିଜିସିଏଠାରୁ ତଥ୍ୟ ମଗାଯାଇଛି।

ସୂଚନା ଅନୁସାରେ, ଏହି ଟ୍ରେନିଂ ବିମାନଟି ୨୦୨୩ରେ କିଣାଯାଇଥିଲା ଏବଂ ଏଥିରେ ଡବଲ୍‌ ଇଞ୍ଜିନ୍‌ ଥିଲା। ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଟ୍ରେନିଂ ବିମାନ ଦୁର୍ଘଟଣା ପାଇଲଟ୍‌-କୋ-ପାଇଲଟ୍‌ ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026
Latest News

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.