Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..
ବିଶେଷ ଖବର

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗଂଜାମ ଜିଲ୍ଲା
ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

ଛତ୍ରପୁର: ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଛତ୍ରପୁର ପୋଲିସ ପଡିଆରେ ଆୟୋଜିତ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜି ସକାଳେ ମନ୍ତ୍ରୀ ପୋଲିସ ପଡିଆରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ମନ୍ତ୍ରୀ ପତାକା ଉତ୍ତୋଳନ କରି ରଂଗାରଂଗ ପାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଛତ୍ରପୁର ପୋଲିସ୍ ପଡିଆ ସମ୍ମୁଖରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ‌ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସେମାନଙ୍କ ଅମୂଲ୍ୟ ତ୍ୟାଗକୁ ପ୍ରଣାମ ଜଣାଇଥିଲେ।

ଉପସ୍ଥିତ ଛାତ୍ରଛାତ୍ରୀ ତଥା ନାଗରିକମାନଙ୍କୁ ମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆଜି ଦିନଟି ଆମ ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବର ଦିନ। ଯେଉଁ ମହାନ ଦେଶପ୍ରେମୀ ମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ତିଳ ତିଳ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଯାଇଛନ୍ତି ସେହି ମହାମନିଷୀ ମାନଙ୍କୁ ଆଜିର ପବିତ୍ର ଦିବସରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସେ କହିଥିଲେ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ। ଗଞ୍ଜାମ ଜିଲ୍ଲାର ସଂଗ୍ରାମୀମାନଙ୍କ ଅସୀମ ସାହସ ଏବଂ ସାଲିସବିହୀନ ସଂଗ୍ରାମ ଆଜି ମଧ୍ୟ ଓଡ଼ିଶାବାସୀଙ୍କ ଭିତରେ ଶିହରଣ ସୃଷ୍ଟି କରେ।ଗଞ୍ଜାମ ଜିଲ୍ଲାରେ ଘୁମୁସୁର ବିଦ୍ରୋହ, ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ଵାଧୀନତା ସଂଗ୍ରାମର ପଦଧ୍ଵନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି।

ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଗଞ୍ଜାମ ମାଟିର ବୀର ସନ୍ତାନ ଅର୍ଜୁନ ବେହେରା ଓ ନନ୍ଦକିଶୋର ମିଶ୍ର ନିଜ ପାଠପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଦେଶମାତୃକାର ସ୍ୱାଧୀନତା ପାଇଁ ସେମାନଙ୍କ ତ୍ୟାଗ ଓ ସଂଘର୍ଷ ଆଜି ବି ଆମ ପାଇଁ ପ୍ରେରଣାର ଉତ୍ସ।ସେହିପରି ଗଞ୍ଜାମ ମାଟିର ବୀର ସ୍ୱାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ, ଶଶିଭୂଷଣ ରଥ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ପ୍ରମୁଖ ମହାନ ସଂଗ୍ରାମୀଙ୍କ ଅମର ତ୍ୟାଗ ଓ ଦେଶପ୍ରେମକୁ ଶ୍ରଦ୍ଧାର ସହ ସ୍ମରଣ କରି ତାଙ୍କ ପବିତ୍ର ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଗତ ଦୁଇ ବର୍ଷରେ ଗଞ୍ଜାମର ଭିତ୍ତିଭୂମି ବିକାଶକୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ପ୍ରାୟ ୧୦୦୦ କିଲୋମିଟର ରାସ୍ତା, ୨୦ ରୁ ଅଧିକ ସେତୁ ଏବଂ ୫୦ରୁ ଅଧୂକ ଭିଭିଭୂମି ସମ୍ପର୍କିତ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ବିକାଶମୂଳକ କାର‌୍ୟ୍ୟ ପାଇଁ ଗତ ଦୁଇ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି।

ଗୋପାଳପୁର, ଚିଲିକା ଓ ତାରାତାରିଣୀକୁ ଏକ ସମନ୍ବିତ ପର‌୍ୟ୍ୟଟନ ପରିପଥ ଭାବେ ବିକଶିତ କରିବା ଆମର ଲକ୍ଷ୍ୟ । ପ୍ରାକୃତିକ ସୌନ୍ଦର‌୍ୟ୍ୟ, ବିସ୍ତୀର୍ଣ୍ଣ ବେଳାଭୂମି, ଧାର୍ମିକ ଆସ୍ଥା, ଐତିହ୍ୟ ଓ ସଂସ୍କୃତିକୁ ଏକାଠି କରି ଗଞ୍ଜାମକୁ ପୂର୍ବ ଭାରତର ଏକ ପ୍ରମୁଖ ପର‌୍ୟ୍ୟଟନ କେନ୍ଦ୍ର ଭାବେ ଗଢ଼ିବା ପାଇଁ ପ୍ରୟାସ ଚାଲିଛି। ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଅତୁଟ ବିଶ୍ୱାସ ରଖୁଥିବା ଭାରତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ଵରେ ‘ବିକଶିତ ଭାରତ’ ଗଠନ ଦିଗରେ ଅଗ୍ରସର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଆମ ସରକାର ଶାସନକୁ ଲୋକାଭିମୁଖୀ କରିବା ସହ ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କାର‌୍ୟ୍ୟକାରୀ କରିଛନ୍ତି ।

ସେ କହିଥିଲେ ଯେ, ୨୦୩୬ ବେଳକୁ ‘ସମୃଦ୍ଧ ଓଡିଶା’ ଏବଂ ୨୦୪୭ ବେଳକୁ ‘ବିକଶିତ ଓଡିଶା’ ଗଠନ ଆମର ଲକ୍ଷ୍ୟ । ଆସନ୍ତୁ, ଆଜିର ପବିତ୍ର ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା, ମିଳିମିଶି ଓଡ଼ିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ।

ଏହି ଅବସରରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ ଓ ସ୍ଥାନୀୟ ଜନ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

80ତମ ସ୍ବାଧୀନତା ଦିବସ ଗଂଜାମ ଜିଲ୍ଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ବାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026

UPI ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପରେ କ୍ଷୁବ୍ଧ ମନ୍ତ୍ରୀ ସଞ୍ଜୟ ନିଷାଦ: ନିଜ ସରକାରଙ୍କୁ କଲେ ପ୍ରଶ୍ନ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026
Latest News

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026

UPI ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପରେ କ୍ଷୁବ୍ଧ ମନ୍ତ୍ରୀ ସଞ୍ଜୟ ନିଷାଦ: ନିଜ ସରକାରଙ୍କୁ କଲେ ପ୍ରଶ୍ନ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026

ଟ୍ରେନ ଟିକେଟର ଦାମ ବଢ଼ିବ କି? UPIରେ ₹୨,୦୦୦ରୁ ଅଧିକ ପେମେଣ୍ଟ ନେଇ ବଡ଼ ଅପଡେଟ୍

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.