Categories
ଆଜିର ଖବର ଜାତୀୟ ଖବର

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କଲେ ହେଗେଡ୍‌, ସ୍ବାଧୀନତା ସଂଗ୍ରାମକୁ କହିଲେ ଡ୍ରାମା

ବେଙ୍ଗାଲୁରୁ : ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍‌ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନନ୍ତ ହେଗେଡ୍‌ ଏକ ବିବାଦୀୟ ବୟାନ ଦେବା ସହିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିଛନ୍ତି । ଅନନ୍ତ ହେଗେଡ୍‌ ରାଷ୍ଟ୍ରପତି ମହାତ୍ମା ଗାନ୍ଧିକୁ ଟାର୍ଗେଟ କରି କହିଛନ୍ତି ଯେ, ଗାନ୍ଧି ଯେଉଁ ସ୍ବତନ୍ତ୍ରତା ସଂଗ୍ରାମର ନେତୃତ୍ବ ନେଇଥିଲେ, ତାହା ବାସ୍ତବରେ ଆନ୍ଦୋଳନ ନଥିଲା, ବରଂ ତାହା ଏକ ଡ୍ରାମା ଥିଲା । ପୁନଶ୍ଚ ହେଗେଡ କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମର ସେହି ଡ୍ରାମାକୁ ଇଂରେଜରୀମାନଙ୍କ ସହମତିରେ ମଞ୍ଚସ୍ଥ କରାଯାଇଛିଲା । ତଥାକଥିତ ନେତାଙ୍କୁ କୌଣସି ପୁଲିସ୍‌ ମାରିନାହାନ୍ତି । କଂଗ୍ରେସର ସମର୍ଥନ କରୁଥିବା ଲୋକ କହୁଛନ୍ତି ଯେ, ବଳିଦାନ ଓ ସତ୍ୟାଗ୍ରହ ଯୋଗୁଁ ଭାରତକୁ ସ୍ବାଧୀନତା ମିଳିଛି , କିନ୍ତୁ ଏହା ସତ୍ୟ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ । ଇଂରେଜମାନେ ସତ୍ୟାଗ୍ରହ ପାଇଁ ଦେଶ ଛାଡି ନାହାନ୍ତି । ଏହା ସହିତ ଇତିହାସ ପଢିଲେ ତାଙ୍କ ରକ୍ତ ଗରମ ହୋଇଯାଉଛି ବୋଲି କହିଛନ୍ତି ବିଜେପି ସାଂସଦ । ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବା ହେଗେଡ ନିକଟରେ ବେଙ୍ଗାଲୁରୁକୁ ହିନ୍ଦୁତ୍ବର ରାଜଧାନୀ ହୋଇଯିବାର ଦରକାର ବୋଲଇ ଟୁଇଟ୍‌ କରିଥିଲେ । ପୂର୍ବରୁ ସମ୍ବିଧାନକୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ ହେଗେଡ । (ଏଜେନ୍ସି)