ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ କୋର୍ଟ ଗୁଡିକରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଛି । ଷ୍ଟେଟ୍ ବାର୍ କାଉନ୍ସିଲ୍ ନିର୍ଦ୍ଦେଶରେ ଗୋଟିଏ ଦିନରେ ହେଉଛି ମତଦାନ । ଗତ ମାର୍ଚ୍ଚ 28 ହେବାକୁ ଥିବା ନିର୍ବାଚନ କରୋନା ପାଇଁ ଏପ୍ରିଲ୍ 25କୁ ଘୁଞ୍ଚିଥିଲା । ନିର୍ବାଚନ ବିଳମ୍ବ ହେବାରୁ ହାଇକୋର୍ଟରେ ଏକାଧିକ ପିଟିସନ୍ ହୋଇଥିଲା । ଡିସେମ୍ବର 15 ଭିତରେ ନିର୍ବାଚନ ଶେଷ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ତିନି ମାସରେ ଶେଷ ହେବ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ସହ ସାମାଜିକ ଦୂରତା ରଖିବା ଓ ଅଧିକ ଗହଳି କମାଇବା ପାଇଁ ଅଧିକ ବୁଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ସକାଳ 8ଟାରୁ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏହା ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ ।