Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ
ଆଜିର ଖବର

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ

December 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟସ୍ତ ଓ ବ୍ୟାକୁଳ । କରୋନା କାଳରେ ଦୀର୍ଘ 7/8 ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସଦୃଶ ଦର୍ଶନ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବାରଣ କରାଯାଇଛି । କିନ୍ତୁ ଏବେ ମହାପ୍ରଭୁଙ୍କ ଦର୍ଶନ କରିହେବ । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ପାଚେରୀ ଖୁବ୍‌ ଶୀଘ୍ର ଭାଙ୍ଗିଯିବ । ବହୁତ ଶୀଘ୍ର ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ କରିପାରିବେ ।

ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ ବୋଲି ସୂଚନା ରହିଛି । ଆସନ୍ତା 22ରୁ 24 ତାରିଖ ମଧ୍ୟରେ ଖୋଲିଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟପ୍ରଶାସକ । ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଖୋଲିବା ପରେ ପ୍ରଥମେ  4/5 ଦିନ ପୁରୀ ଲୋକଙ୍କୁ ଦର୍ଶନ ଅନୁମତି ରହିବ । ସେହିପରି ଭିଡ ଦୃଷ୍ଟିରୁ ଜାନୁଆରୀ 1 ଏବଂ ଦୁଇ ତାରିଖରେ ଦର୍ଶନ ବନ୍ଦ ରହିବ । ତିନି ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ ।  ତିନି ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍‌ଓପି ଜାରି କରାଯିବ ।  ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର୍‌ ଲଗାଇବା ଜରୁରୀ ବୋଲି ସୂଚନା ରହିଛି।ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡିବ । 65 ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନ ଆସିବାକୁ ଅନୁରୋଧ କରାଯିବ ବୋଲି  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆସନ୍ତା ତିନି ତାରିଖଠାରୁ ପ୍ରତ୍ୟେକ ଦିନ 5 ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି । ପ୍ରଥମ ସପ୍ତାହରେ ଦୈନିକ 5 ହଜାର ପରେ ସଂଖ୍ୟା ଆଗକୁ ବଢିବ ବୋଲି ସୂଚନା ରହିଛି । ମାସେ 2 ମାସ ମଧ୍ୟରେ ଅଧିକ ଦର୍ଶନା୍ର୍ଥୀଙ୍କୁ ଅନୁମତି  ମିଳିପାରିବ । ତେବେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ସୂଚନା ରହିଛି ।  ତେବେ ନୂଆବର୍ଷରେ ରାଜ୍ୟବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026
Latest News

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.