ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କେବେଠୁ

Published: Dec 12, 2020, 3:32 pm IST

ଭୁବନେଶ୍ୱର : ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟସ୍ତ ଓ ବ୍ୟାକୁଳ । କରୋନା କାଳରେ ଦୀର୍ଘ 7/8 ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସଦୃଶ ଦର୍ଶନ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବାରଣ କରାଯାଇଛି । କିନ୍ତୁ ଏବେ ମହାପ୍ରଭୁଙ୍କ ଦର୍ଶନ କରିହେବ । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ପାଚେରୀ ଖୁବ୍‌ ଶୀଘ୍ର ଭାଙ୍ଗିଯିବ । ବହୁତ ଶୀଘ୍ର ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ କରିପାରିବେ ।

ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ ବୋଲି ସୂଚନା ରହିଛି । ଆସନ୍ତା 22ରୁ 24 ତାରିଖ ମଧ୍ୟରେ ଖୋଲିଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟପ୍ରଶାସକ । ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଖୋଲିବା ପରେ ପ୍ରଥମେ  4/5 ଦିନ ପୁରୀ ଲୋକଙ୍କୁ ଦର୍ଶନ ଅନୁମତି ରହିବ । ସେହିପରି ଭିଡ ଦୃଷ୍ଟିରୁ ଜାନୁଆରୀ 1 ଏବଂ ଦୁଇ ତାରିଖରେ ଦର୍ଶନ ବନ୍ଦ ରହିବ । ତିନି ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ ।  ତିନି ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍‌ଓପି ଜାରି କରାଯିବ ।  ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର୍‌ ଲଗାଇବା ଜରୁରୀ ବୋଲି ସୂଚନା ରହିଛି।ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡିବ । 65 ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନ ଆସିବାକୁ ଅନୁରୋଧ କରାଯିବ ବୋଲି  କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆସନ୍ତା ତିନି ତାରିଖଠାରୁ ପ୍ରତ୍ୟେକ ଦିନ 5 ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି । ପ୍ରଥମ ସପ୍ତାହରେ ଦୈନିକ 5 ହଜାର ପରେ ସଂଖ୍ୟା ଆଗକୁ ବଢିବ ବୋଲି ସୂଚନା ରହିଛି । ମାସେ 2 ମାସ ମଧ୍ୟରେ ଅଧିକ ଦର୍ଶନା୍ର୍ଥୀଙ୍କୁ ଅନୁମତି  ମିଳିପାରିବ । ତେବେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ସୂଚନା ରହିଛି ।  ତେବେ ନୂଆବର୍ଷରେ ରାଜ୍ୟବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Related posts