Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା
ଆଜିର ଖବର

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାଛ ଚାଷ କରୁଥିବା ଚାଷୀ ହୁଅନ୍ତୁ କି ଜଳାଶୟରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ, ଏବେ ସମସ୍ତଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ବଜାରରେ ମାଛର ଦର ହ୍ରାସ, ଏଣିକି କ୍ଷତିର ବୋଝ ଏକାକୀ ବହନ କରିବାକୁ ପଡ଼ିବ ନାହିଁ। ମତ୍ସ୍ୟଜୀବୀଙ୍କ ଆୟକୁ ସୁରକ୍ଷା ଦେବା ସହ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଦୁଇଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ହିମାଚଳ ପ୍ରଦେଶ ସରକାର। ଏହି ଯୋଜନା ଅଧୀନରେ ଟ୍ରାଉଟ୍‌ ମାଛ ଚାଷୀଙ୍କୁ ବିପର୍ଯ୍ୟୟ କ୍ଷତିପୂରଣ ବାବଦରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ। ଅନ୍ୟପଟେ ଜଳାଶୟରେ ମାଛ ଧରୁଥିବା ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସରକାର ସର୍ବନିମ୍ନ ବିକ୍ରି ମୂଲ୍ୟର ବ୍ୟବସ୍ଥା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମତ୍ସ୍ୟପାଳନ ସହାୟତା ଯୋଜନା ଅଧୀନରେ ଜଳାଶୟରେ ମାଛ ଧରିବା ପାଇଁ ଲାଇସେନ୍ସ ପାଇଥିବା ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ମିଳିବ। ଯଦି ଅଧିକୃତ ନିଲାମ ସମୟରେ ମାଛର ବଜାର ମୂଲ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କାରୁ କମ୍ ହୋଇଯାଏ, ତେବେ ସରକାର ମୂଲ୍ୟର ଅନ୍ତରକୁ ଭରଣା କରିବା ପାଇଁ ସବସିଡି ଦେବେ।

ଏହି ଯୋଜନାରେ କିଲୋଗ୍ରାମ ପିଛା ସର୍ବାଧିକ ୨୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିପାରିବ। ଉଦାହରଣ ସ୍ୱରୂପ, ଯଦି ମାଛର ନିଲାମ ମୂଲ୍ୟ କିଲୋ ପିଛା ୮୦ ଟଙ୍କା ରହେ, ତେବେ ସରକାର ଅତିରିକ୍ତ ୨୦ ଟଙ୍କା ଦେଇ ୧୦୦ ଟଙ୍କାର ସର୍ବନିମ୍ନ ମୂଲ୍ୟ ସୁନିଶ୍ଚିତ କରିବେ। ଏହି ସହାୟତା ରାଶି ସିଧାସଳଖ ମତ୍ସ୍ୟଜୀବୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ପଠାଯିବ। ଏହାଦ୍ୱାରା ପ୍ରାୟ ୬ ହଜାରରୁ ୬ ହଜାର ୩୦୦ ଜଣ ସକ୍ରିୟ ଓ ଲାଇସେନ୍ସପ୍ରାପ୍ତ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି ଆଶା ରହିଛି।

ମତ୍ସ୍ୟଜୀବୀଙ୍କ ଜୀବିକାକୁ ଧ୍ୟାନରେ ରଖି ମାଛ ଧରିବା ନିଷିଦ୍ଧ ଥିବା ସମୟ ପାଇଁ ମଧ୍ୟ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ ସମ୍ମାନ ପାଣ୍ଠି ଯୋଜନା ଅନୁଯାୟୀ, ଏହି ନିଷେଧ ଅବଧିରେ ମତ୍ସ୍ୟଜୀବୀଙ୍କୁ ବାର୍ଷିକ ୩,୫୦୦ ଟଙ୍କା ମିଳିବ।

ମାଛର ପ୍ରଜନନ ଓ ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ସମୟରେ ମାଛ ଧରିବା ଉପରେ କଟକଣା ଲଗାଯାଏ। ଏହି ସମୟରେ ମତ୍ସ୍ୟଜୀବୀଙ୍କ ରୋଜଗାର ପ୍ରାୟତଃ ବନ୍ଦ ହୋଇଯାଏ। ତେଣୁ ଏହି ୩,୫୦୦ ଟଙ୍କାର ସହାୟତା ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚ ପୂରଣରେ ସହାୟକ ହେବ।

ପାହାଡ଼ିଆ ଅଞ୍ଚଳରେ ଟ୍ରାଉଟ୍‌ ମାଛ ଚାଷ କରୁଥିବା ଚାଷୀଙ୍କ ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ବନ୍ୟା, ମେଘଫଟା ବର୍ଷା, ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମାଛ ଚାଷ ପ୍ରକଳ୍ପ କ୍ଷତିଗ୍ରସ୍ତ ହେଲେ ପଞ୍ଜିକୃତ ଟ୍ରାଉଟ୍‌ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।

ଏଥିପାଇଁ ସରକାର ୧ କୋଟି ଟଙ୍କାର ଏକ ବିପର୍ଯ୍ୟୟ ପାଣ୍ଠି ଗଠନ କରିଛନ୍ତି। ତେବେ ଏହି ଯୋଜନାର ସୁବିଧା ପାଇବାକୁ ଟ୍ରାଉଟ୍‌ ଚାଷୀଙ୍କୁ ବର୍ଷକୁ ୫୦୦ ଟଙ୍କା ଅଂଶଦାନ ଦେବାକୁ ପଡ଼ିବ। ଅର୍ଥାତ୍‌ ଚାଷୀଙ୍କ ନିଜସ୍ୱ ଯୋଗଦାନ ଆଧାରରେ ଏହି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟ କରିବ।

ହିମାଚଳ ପ୍ରଦେଶ ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କ ଆୟକୁ ସୁରକ୍ଷିତ ରଖିବା। ବଜାରରେ ମାଛର ଦର ହ୍ରାସ ପାଇଲେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ସେମାନଙ୍କୁ ଆର୍ଥିକ ସହାୟତା ମିଳିପାରିବ। ଏହାଦ୍ୱାରା କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡ଼ୁଥିବା ଆର୍ଥିକ ଚାପ କିଛି ମାତ୍ରାରେ କମିବ।

ମୋଟାମୋଟି ଭାବେ ମାଛ ଚାଷକୁ ଲାଭଜନକ କରିବା ସହ ବିପଦ ସମୟରେ ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ଦେବା ଦିଗରେ ଏହି ଯୋଜନା ଏକ ବଡ଼ ପଦକ୍ଷେପ। ଏବେ ଦେଖିବାର କଥା, ଏହି ଆର୍ଥିକ ସହାୟତା କେତେ ଦୂର ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣୁଛି।

Fish Farmers Financial Assistance Fishermen Welfare Scheme Mukhyamantri Matsya Palan Sahayata Yojana Trout Farmers Subsidy
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Latest News

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.