ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୨୦ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି
ଅନୁଗୁଳରୁ ୫୭ ବର୍ଷୀୟା ମହିଳା ଥିବାବେଳେ ବାଲେଶ୍ବରରୁ ୬୫ ବର୍ଷର ବ୍ୟକ୍ତି ରହିଥିବାବେଳେ ବଲାଙ୍ଗିରୁରୁ ୪୪ବର୍ଷୀୟ ପୁରୁଷ, କଟକରୁ ୭୨ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ୬୫ବର୍ଷୀୟ ପୁରୁଷ ରହିଛନ୍ତି।