Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବଢିଲା ଚାପ, ପରୀକୁ ନ୍ୟାୟ ପାଇଁ ଆଜିଠାରୁ ବିଜେପିର ପାଞ୍ଚ ଦିନିଆ ପଦଯାତ୍ରା
ଜାତୀୟ ଖବର

ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବଢିଲା ଚାପ, ପରୀକୁ ନ୍ୟାୟ ପାଇଁ ଆଜିଠାରୁ ବିଜେପିର ପାଞ୍ଚ ଦିନିଆ ପଦଯାତ୍ରା

December 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପରୀ ହତ୍ୟାକାଣ୍ଡ ମାମଲା ପିଛା ଛାଡୁ ନାହିଁ। ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରିବାରେ ଲାଗିଛି। ନୟାଗଡ ଜିଲ୍ଲାପାଳ ଅଫିସ ଆଗରେ ଦୀର୍ଘଦିନ ଧରି ଧାରଣା ପରେ ବର୍ତ୍ତମାନ ପଦଯାତ୍ରା କରିବାକୁ ନିଷ୍ପତି କରିଛି। ସେହି ଅନୁସାରେ ୨୦ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରୁଏକ ପଦଯାତ୍ରା ପରୀର ଗାଁ ନୟାଗଡ ଜିଲ୍ଲା ଯଦୁପୁରକୁ ପଦଯାତ୍ରା କରିବ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮କିଲୋମିଟର ଯାତ୍ରା କରି ଯଦୁପୁର ଠାରେ ପହଂଚିବ ବୋଲି ଦଳ କହିଛି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ମୁଖପାତ୍ର ଡ.ଯତୀନ ମହାନ୍ତି କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦କିଲୋମିଟର ହେବ ଏବଂ ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ। ପ୍ରଥମ ଦିନ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ ହୋଇ ଜାଆଁଳା ପର୍ଯ୍ୟନ୍ତ ଯିବ। ସେହିପରି ଦ୍ୱିତୀୟ ଦିନରେ ଜାଆଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ, ଚତୁର୍ଥ ଦିନରେ ବୋଲଗଡରୁ ଇଟାମାଟି ଏବଂଶେଷ ତଥା ପଂଚମ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁପୁରଠାରେ ପହଂଚିବ। ଏହି ଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରୀୟ ନେତୃବୃନ୍ଦ ଭାଗ ନେବେ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା  ଭନିତା ଶ୍ରୀନିବାସନ ସାମିଲ ହେବେ । ଏହା ପରେ ରାଜ୍ୟ ନେତୃତ୍ୱ ଏବଂ ରାଷ୍ଟ୍ର ନେତୃତ୍ୱ ପର୍ଯ୍ୟାୟ କ୍ରମେ ଏହି ପଦଯାତ୍ରାରେ ଭାଗ ନେବେଏହି ଆନ୍ଦୋଳନ ସହିତ ନୟାଗଡରେ ଆନ୍ଦୋଳନ ମଧ୍ୟ ଚାଲୁ ରହିବ ଏବଂ ଶେଷ ଦିନରେ ସମସ୍ତେ ଏକାଠି ହୋଇ ଯଦୁପୁରରେ ବଡସଭା ଅନୁଷ୍ଠିତ ହେବା ସହ ପରୀର ବାପା,ମାଙ୍କୁ ଭେଟିବୁ ବୋଲି ଡ.ମହାନ୍ତି ସୁଚନା ଦେଇଛନ୍ତି।

ପରୀ ସମେତ ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କ ମା ମାନଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରାଯାଇ ଥିବା ଦୁଇଟି ମୁଖ୍ୟ ଦାବୀ ଯଥା, ଘଟଣାର ସିବିଆଇ ତଦନ୍ତ ଏବଂ ପ୍ରଭାବିତ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏହି ପଦଯାତ୍ରାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଡ.ମହାନ୍ତି କହିଛନ୍ତି ।

ଚଳିତମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା କରାଯାଉଛି । ଭାରତୀୟ ଜନତା ପାର୍ଟି ରାଜ୍ୟର ସମସ୍ତ ୧୪୭ଟି ବିଧାନସଭାରେ ପଦଯାତ୍ରା କରି ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026

ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କାରଣ ଜଣାପଡି ନାହିଁ

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026
Latest News

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026

ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କାରଣ ଜଣାପଡି ନାହିଁ

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026

‘ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬ “ଆୟୋଜନ କରିବ ସିଆଇଏସଏଫ୍

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.