ଭୁବନେଶ୍ବର, ଆଜି ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିବ। ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ। ଏଙି ବୈଠକରେ କାର୍ଯ୍ୟକାରିଣୀରେ ଥିବା 80 ଜଣ କର୍ମକର୍ତ୍ତା ଯୋଗଦେବେ। ଏହି ବୈଠକରେ ବିଜେଡିର ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ଏଥିସହିତ ଆଗାମୀ ପଞ୍ଚାୟତ ଏବଂ ନଗର ନିର୍ବାଚନ ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ।
ଆସନ୍ତା 26 ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ଦଳକୁ କିପରି ସୁଦୃଢ କରାଯିବ ସେ ନେଇ ନେତାମାନଙ୍କୁ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ।