ମୁମ୍ବାଇ : ବିଏମ୍ସି ନିର୍ବାଚନ ପୂର୍ବରୁ କଂଗ୍ରେସ ମରାଠା କାର୍ଡ ଖେଳିଛି । କଂଗ୍ରେସ ମୁମ୍ବାଇ କଂଗ୍ରେସର କମାଣର ଦାୟିତ୍ବ ଜଣେ ମରାଠାକୁ ଦେଇଛି । କଂଗ୍ରେସ ର ଭାଇ ଜଗତାପ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି । ଏହାସ ହିତ ଚରଣ ସିଂ ସାପରା କାର୍ଯ୍ୟକାୀ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି । ମହାସଚିବ କେସି ବେଣୁଗୋପାଳ ମୁମ୍ବାଇ କ୍ଷେତ୍ର କଂଗ୍ରେସର ଅନ୍ୟ ପଦବୀରେ ନିଯୁକ୍ତି ସମ୍ବନ୍ଧରେ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି ।
ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ୟତୀତ ଅନ୍ୟ ପଦବୀଗୁଡିକରେ ମଧ୍ୟ ନିଯୁକ୍ତି କରାଯାଇଛି । ମହମ୍ମଦ ଆରିଫ୍ ନସୀମ୍ ଖାନ୍ଙ୍କୁ କ୍ୟାମ୍ପେନ କମିଟିର ଚେୟାରମ୍ୟାନ୍ ରୂପେ ନିଯୁକ୍ତି ମିଳିଥିବାବେଳେ ସୁରେଶ ଏଚ୍ ସେଟ୍ଟିଙ୍କୁ ମ୍ୟାନିଫାଷ୍ଟୋ ଓ ପବ୍ଲିକେଶନ କମିଟିର କମାଣ ଦାୟିତ୍ବ ଦିଆଯାଇଛି । ଚନ୍ଦ୍ରକାନ୍ତ ହଣ୍ଡୋରୋଙ୍କୁ ପ୍ରଭାରୀ ରୂପେ ନିଯୁକ୍ତି କରାଯାଇଥିବାବେଳେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍କ୍ରିନିଂ ଓ ଷ୍ଟାଟ୍ରେଜି କମିଟିର ଚେୟାରମ୍ୟାନ୍ ମଧ୍ୟ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ, 2022 ମସିହାରେ ବିଏମ୍ସି ନିର୍ବାଚନ ଅନୁଷ୍ଠିତ ହେବ । ବିଏମସି ଉପରେ ଶିବସେନାର କ୍ଷମତା ରହିଛି । ମହାରାଷ୍ଟ୍ରରେ ତିନି ଦଳର ସରକାର ମହାକବିକାଶ ଅଘାଡି ଶାସନ ଚଳାଇଛି । କଂଗ୍ରେସ ମଧ୍ୟ ଏହି ମହାମେଣ୍ଟର ଅଂଶ ରହିଛି । (ଏଜେନ୍ସି)