Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»400 ବର୍ଷ ପରେ ମହାକାଶରେ ଘଟୁଛି ଅଭୁତ ଘଟଣା, ଆଜି ସଂଧ୍ୟାରେ ଦେଖାଯିବ ବୃହସ୍ପତି ଓ ଶନି ଗ୍ରହ, ଜାଣନ୍ତୁ କେମିତି
ଅନ୍ତରାଷ୍ଟ୍ରୀୟ

400 ବର୍ଷ ପରେ ମହାକାଶରେ ଘଟୁଛି ଅଭୁତ ଘଟଣା, ଆଜି ସଂଧ୍ୟାରେ ଦେଖାଯିବ ବୃହସ୍ପତି ଓ ଶନି ଗ୍ରହ, ଜାଣନ୍ତୁ କେମିତି

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାରିଶହ ବର୍ଷ ପରେ ମହାକାଶରେ ଘଟୁଛି ଅଭୁତ ଘଟଣା, ଆଜି ସଂଧ୍ୟାରେ ଦେଖାଯିବ ବୃହସ୍ପତି ଓ ଶନି ଗ୍ରହ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ମହାକାଶ ଜଗତରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ଆପଣ ଆଶ୍ଚର୍ଯ୍ୟ ହେବେ ଏହି ଘଟଣା ଚାରି ଶହ ବର୍ଷ ପରେ ଦେଖାଦେଇଛି। ତାହା ହେଲା ଆଜି ସଂଧ୍ୟାରେ ଆକାଶର ବୃହସ୍ପତି ଏବଂ ଶନି ଗ୍ରହ ଖାଲି ଆଖିରେ ଦେଖାଯିବ। କାରଣ ଏହି ଦୁଇଟି ଗ୍ରହ ପୃଥିବୀର ନିକଟତର ହେଉଥିବାରୁ ଏପରି ଦୃଶ୍ୟ ଦେଖାଦେବ। ଆପଣ ଆଜି ସଂଧ୍ୟା 6ଟା 30 ମିନିଟରୁ 8ଟା 30 ମିନିଟ ମଧ୍ୟରେ ଏହି ଦୁଇ ଗ୍ରହକୁ ଦେଖିପାରିବେ।

ମହାକାଶ ବିଜ୍ଞାନୀଙ୍କ ଅନୁସାରେ 1623 ମସିହା ଜୁଲାଇ 16 ତାରିଖରେ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ନିକଟତର ହୋଇଥିଲେ। ଅର୍ଥାତ ଆଜକୁ ପ୍ରାୟ 400 ବର୍ଷ ତଳେ ଏପରି ଘଟଣା ସଂଗଠିତ ହୋଇଥିଲା। ସେତେବେଳେ ଏହି ଦୁଇଟି ଗ୍ରହ ମାତ୍ର 5 ମିନିଟ 10 ସେକେଣ୍ଡ ପାଇଁ ଦେଖାଦେଇଥିଲେ ବା ନିକଟତର ହୋଇଥିଲେ। ବୃହସ୍ପତି ଏବଂ ଶନି ଗ୍ରହ ନିକଟତର ହେବା ବିରଳରୁ ବିରଳ ଘଟଣା ବୋଲି କୁହାଯାଉଛି। ପୁଣିଥରେ ଏପରି ଘଟଣା 2080 ମସିହାରେ ସଂଗଠିତ ହେବ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଅନୁସାରେ ଏହି ଦୁଇଟି ଗ୍ରହ ପୃଥିବୀରି ଦକ୍ଷିଣପଶ୍ଚିମ ଅଞ୍ଚଳରେ ସଂଗଠିତ ହେବ। ଏହା ସ୍ବର୍ଯ୍ୟାସ୍ତ ହେବାର ଘଣ୍ଟାଏ ପରେ ପରିଲକ୍ଷିତ ହେବ। ଯଦି ପାଗ ସଫା ରୁହେ ତେବେ ଏହା ଖାଲି ଆଖିରେ ଦେଖାଯିବ। ହେଲେ ବାଇନକୁଲାର କିମ୍ବା ଟେଲିସ୍କୋପରେ ଏହା ସ୍ପଷ୍ଟ ଦେଖାଯିବ ବୋଲି ପରାମର୍ଶ ଦିଆଯାଇଛି। ଯଦି ଏହା ଟେଲିସ୍କୋପରେ ଭଲ ଭାବରେ ଦେଖାଦେବ ତେବେ ବୃହସ୍ପତିରେ ଥିବା 4ଟି ଚନ୍ଦ୍ର ମଧ୍ୟ ଦେଖାଯିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି।

ତେବେ ଏହାକୁ ଦେଖିବା ପାଇଁ ଭୁବନେଶ୍ବରର ପ୍ଲାନେଟୋରିୟମ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହେଲେ କୋଭିଡ19 ନିୟମକୁ ଧ୍ୟାନରେ ରଖି ଏହା ଦର୍ଶକଙ୍କୁ ଦେଖିବା ପାଇଁ ସୁଯୋଗ ଦିଆଯିବ। ତେବେ ଏହି ବିରଳ ଘଟଣାକୁ ନାସା ଏବଂ ଇସ୍ରୋ ତରଫରୁ ଲାଇଭ ମଧ୍ୟ କରାଯିବ ବୋଲି ଜଣାପଡିଛି। ନୂଆଦିଲ୍ଲୀର ନେହୁର ପ୍ଲାନେଟୋରିୟମ ତରଫରୁ ମଧ୍ୟ ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଆପଣଣାନେ ଘରେ ବସି ମଧ୍ୟ ନେହୁର ପ୍ଲାନେଟୋରିୟମର ୟୁଟିୟୁବ ଲାଇଭ ଦେଖିପାରିବେ।

ଆପଣ ଆଜି ସଂଧ୍ୟାରେ ଘରେ ବସି ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଚାହୁଁଥିଲେ ଏହି ଲିଙ୍କକୁ କ୍ଲିକ କରନ୍ତୁ
https://www.youtube.com/watch?v=2XrHKDfWWnk

 

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.