ନୂଆଦିଲ୍ଲୀ : 95 ବର୍ଷୀୟ ମହିଳା ଜିମ୍ନାଷ୍ଟ ଜୋହାନ୍ କ୍ବାସଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜିମ୍ନାଷ୍ଟଙ୍କ ଷ୍ଟେପ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । 95 ବର୍ଷ ବୟସରେ ମହିଳା ଜଣକ ଏତେ ଫିଟ୍ ରହିଛନ୍ତି ଯେ, ଯେ ତାଙ୍କର ଏହି ଭିଡିଓ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ ।
95 ବର୍ଷୀୟ ଜୋହାନା ଜର୍ମାନ୍ ଜିମ୍ନାଷ୍ଟ । ସେପ୍ଟେମ୍ବର 2012ରେ ଗିନିଜ୍ ଅଫ୍ ଓ୍ବାଲର୍ଡ ରେକର୍ଡସ୍ ମଧ୍ୟ ଜିତିଛନ୍ତି ମହିଳାଜଣକ । ଜୋହାନାଙ୍କ ଏହି ଭିଡିଓକୁ ଆମେରିକାର ବାସ୍କେଟବଲ୍ ଖେଳାଳୀ ଟୁଇଟ୍ କରି ଲେଖିଛନ୍ତି ଯେ, ଜୋହାନାଙ୍କ ପାଇଁ ବୟସ ହେଉଛି ଏକ ନମ୍ବର । ଏତେ ବୟସର ହୋଇଥିଲେ ବି ଜୋହାନା ଏବେ ବି ପୂରା ଫିଟ୍ ଅଛନ୍ତି । ଏହି ଭିଡିଓଟି ବେଶ୍ ଭାଇରାଲ୍ ହୋଇଛି । ଏହା ବେଶ୍ ପ୍ରେରଣାଦାୟକ ବୋଲି ଲୋକେ କମେଣ୍ଟ ଦେଉଛନ୍ତି ।
ତେବେ ଜୋହାନାଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ଆଠ ଲକ୍ଷରୁ ଅଧିକ ଥର ଦେଖଶଯାଇଛି । ଏହି ଭିଡିଓକୁ 27 ହଜାରରୁ ଅଧିକ ଲାଇକ୍ ମିଳିବା ସହିତ 6 ହଜାରରୁ ଅଧିକ ଲୋକେ ରିଟୁଇଟ୍ କରିଛନ୍ତି ।
https://twitter.com/RexChapman/status/1341514204667400193?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1341514204667400193%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Ftrending%2Fphoto%2F95-years-old-gymnast-johanna-quaas-performance-viral-video-tstg-1181675-2020-12-23