ଝାରଖଣ୍ଡ : ବିଜ୍ଞାନର ଯୁଗରେ ଆଜି ଆମେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିସାରିଲେଣି । ବିଜ୍ଞାନର ଅଗ୍ରଗତି କାହିଁ କେଉଁଠି ପହଞ୍ଚିଥିବାବେଳେ ଆଜି ବି ଅନ୍ଧବିଶ୍ବାସର ଜାଲରେ କିଛି ଲୋକେ ଫସିରହିଥିବାର ଦେଖାଯାଉଛି । ଅନ୍ଧବିଶ୍ବାସରର ଜାଲରେ କିଛି ଲୋକଙ୍କୁ ଫସାଇ ଅନ୍ଧବିଶ୍ବାସର ପାଠଶାଳା ଚାଲିଛି । ଏଭଳି ଏକ ପାଠଶାଳା ଝାଡଖଣ୍ଡର ଲାତେହାର ଜିଲ୍ଲାର ରହିଛି ।
ଲାତେହାର ସଦର ଉପଖଣ୍ଡରୁ ପ୍ରାୟ 15 କିଲୋମିଟର ଦୂର ବଭନହେରୁବା ଗାଁରେ ଆଜି ମଧ୍ୟ ଅନ୍ଧବିଶ୍ୱାସର ଏକ ପାଠଶାଳା ଚାଲୁ ରହିଛି। ଏଠାରେ 10 ବର୍ଷରେ ଗୋଟିଏ ଥର ପାଇଁ 4 ମାସ ପାଇଁ କ୍ଲାସ୍ ହୋଇଥାଏ । ଏଠାରେ ଲୋକମାନେ ମନ୍ତ୍ର ଦ୍ବାରା ସାପ, ବିଛା ଆଦିରୁ ବିଷ ଝାଡିବାର ତାଲିମ୍ ନେଇଥାନ୍ତି । ଏଠାରେ ଯୁବକଙ୍କୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ସମେସ୍ତ ତନ୍ତ୍ର ସାଧନାର ତାଲିମ୍ ନେଇଥାନ୍ତି ।ଏମାନେ ପ୍ରଥମେ ନିଜ ହାତରେ କୁକୁଡା, ଚାଉଳ ଓ ସିନ୍ଦୂର ନେଇଥାନ୍ତି । ପ୍ରଥମେ ଛେଳି, କୁକୁଡା ବଳି ଦେଇଥାନ୍ତି । ଏହି ପରମ୍ପରା ଏଠାରେ ଚାଲି ଆସିଛି । ଏହି ତାଲିମ୍ ନାଗ ପଞ୍ଚମୀ ଦିନରୁ ଆରମ୍ଭ ହୋଇଥାଏ । ଏହି ତାଲିମରେ ସମସ୍ତ ଶିକ୍ଷ୍ୟଙ୍କୁ ଶିକ୍ଷାଦୀକ୍ଷା ଦିଆଯାଇଥାଏ । ଏଠାରେ ଚାରିମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇଥାଏ । ଏହି ଟ୍ରେନିଂ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିଆଯାଇଥାଏ ।
ଅନ୍ଧବିଶ୍ବାସ କାରଣରୁ ଏହି ଗ୍ରାମରେ ଲୋମାନେ ଝଡାଫୁଙ୍କାରେ ବିଶ୍ବାସ ରଖନ୍ତି । କିଛି ବିଷାକ୍ତ କୀଟ ବା ସାପ କାମୁଡିଲେ ଏହି ଗ୍ରାମବାସୀମାନେ ଝଡାଫୁଙ୍କା କରି ବିଳମ୍ବରେ ହସ୍ପିଟାଲକୁ ଯାଆନ୍ତି, ଯାହା ଫଳରେ ଲୋକେ ମୃତ୍ୟମୁଖରେ ପଡନ୍ତି । (ଏଜେନ୍ସି)