Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲେମ୍ବୁ ନା ତରଭୁଜ : ଲେମ୍ବୁର ଆକାର ଓ ଓଜନ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ଲେମ୍ବୁ ନା ତରଭୁଜ : ଲେମ୍ବୁର ଆକାର ଓ ଓଜନ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

December 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହିସାର : ଆପଣମାନେ ଲେମ୍ବୁର ଆକାର ଦେଖିଥିବେ । ଗୋଟିଏ ଲେମ୍ବୁର ଓଜନ କେତେ ବା ହୋଇପାରେ । ଆପଣ କ’ଣ ଅଢେଇ କିଲୋ ଓଜନରରୁ ଅଧିକ ଲେମ୍ବୁ ଦେଖିଛନ୍ତି । ଦେଖିନଥିବେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିବା କଥାଟି ପୂରା ସତ୍ୟ । ହରିୟାଣାର  ଏକ ଚାଷୀ ନିଜ ଜମିରୁ ଅଢେଇ କିଲୋରୁ ଉର୍ଦ୍ଧ୍ବ ଓଜନର ଲେମ୍ବୁ ଅମଳ କରିଛନ୍ତି ।

ହରିୟାଣାର ହିସାରର ମଣ୍ଡି ଆଦମପୁରର ଗ୍ରାମ କିଶାନଗଡରେ ରହଥିବା ଜଣେ ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତରେ ପ୍ରକୃତିର ଏକ ଅଜବ କରିସ୍ମା ଦେଖିବାକୁ ମିଳିଛି। ତାଙ୍କ କ୍ଷେତରେ ତରଭୁଜ ଆକାରର ଲେମ୍ବୁ ଫଳିଛି । ଏହି ଲେମ୍ବୁକୁ ଦେଖି ସାଧାରଣରେ ଲୋକେ ଚକିତ ହୋଇଥିବାବେଳେ ଏହି ଲେମ୍ବୁ ପାଇଁ ଚାଷୀ ଜଣକ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବେ ।

ମିଳିଥିବା ସୂଚନା ଅନୁସାରେ କିଶନଗଡର ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତର ଲେମ୍ବୁର ଆକାର 2.50 କିଲୋରୁ 3.50 କିଲୋ ପର୍ଯ୍ୟନ୍ତ ରହିଛି । ଏହି ଲେମ୍ବୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ଏତେବ ବଡ ଆକାରର ଲେମ୍ବୁକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେଉଛନ୍ତି । ଲେମ୍ବୁର ଆକାର ପାଇଁ ବିଜେତନ୍ଦ୍ର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲ୍ଡ ରେକର୍ଡରେ ନିଜ ନାମ ରେକର୍ଡ କରାଇବା ପାଇଁ ଆବେଦନ କରିବେ ବୋଲି ଜଣାପଡିଛି ।

ବିଜେନ୍ଦ୍ର 7 ଏକର ଜମିରେ ପଞ୍ଜାବରୁ ଆଣିଥିବା କିନ୍ନୁର ଚାରା ଆଣିଥିଲେ । ଏହା ମଧ୍ୟରେ ସେ ମୌସୁମୀ, ଲେମ୍ବୁ ଓ ମାଲ୍ଟା ଆଦି ଚାରା ରୋପଣ ମଧ୍ୟ କରିଥିଲେ । ପ୍ରାକୃତିକ ଖତର ବ୍ୟବହାର କରି ସେ ଚାଷ କରୁଥିବାବେଳେ ଲେମ୍ବୁର ଆକାର ଅଢେଇ କିଲୋରୁ ଅଧିକ ରହୁଛି । ତେବେ ଏହି ଲେମ୍ବୁଗୁଡିକ କେଉଁ କିସମର ସେ ସମ୍ପର୍କରେ ବିଜେନ୍ଦ୍ର ଜାଣି ନାହାନ୍ତି । ତେବେ ଏହି ବଡ ଆକାରର ଲେମ୍ବୁ ଷ୍ଟୋନ୍‌ ରୋଗୀଙ୍କ ପାଇଁ ରାମବାଣ ଉପାୟ ସାବ୍ୟସ୍ତ୍ ହେଉଛି । ଏହି ଲେମ୍ବୁର ପାଣି ପିଇ ତାଙ୍କ ଗ୍ରାମରେ ବହୁ ଲୋକେ ଷ୍ଟୋନ ବେମାରୀରୁ ମୁକ୍ତି ପାଇଛନ୍ତି । ତେବେ ଲେମ୍ବୁର ଆକାର ସତରେ ଆଶ୍ଚର୍ଯ୍ୟନୀୟ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026
Latest News

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.