ଭୁବନେଶ୍ୱର: ଆଜି ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀକୁ ଉଦ୍ବୋଧନ୍ ଦେବେ ଚିଫ୍ ଅଫ ଡିଫେନସ ଷ୍ଟାପ୍ ବିପିନ୍ ରାୱତ। ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଚାରିଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍ଘାଟନ କରିବେ । ଭିଡିଓ କନ୍ଫରେନ୍ସି ଜରିଆରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଇଣ୍ଟରପୋଲ୍ ନିର୍ଦ୍ଦେଶକ ଏମ୍ଏମ୍ ଓବରାୟ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ। ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବ। ଭର୍ଚୁଆଲ୍ରେ ଏହି ବୈଠକ ଆଜିଠାରୁ ଆରମ୍ଭ ହୋଇ 30 ଯାଏଁ ଚାଲିବ ।
ପୋଲିସ ଡିଜି ଅଭୟ ଏହି ସମ୍ମିଳନକୁ ଅଧ୍ୟକ୍ଷତା କରିବେ। ଓଡ଼ିଶା ପୁଲିସ୍, ଏସ୍ପି, କମାଣ୍ଡାଣ୍ଟ ଆଦି ବରିଷ୍ଠ ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେବେ। ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ୱାଇ. କେ ଜେଠୱାଙ୍କ ସୂଚନା ମୁତାବକ ଏହି ଭର୍ଚୁଆଲ ବୈଠକରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା ଉପରେ ହେବ ଆଲୋଚନା।