ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍‌ ମନିଟରିଂରେ ହେବ ଟ୍ରାକିଂ – ଧର୍ମେନ୍ଦ୍ର ପ୍ରଧାନ

Published: Dec 30, 2020, 6:28 am IST

ହାଇଦ୍ରାବାଦ/ଭୁବନେଶ୍ୱର,  ହାଇଦ୍ରାବାଦ୍ ଠାରେ ଯୌଥ ଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ  ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି  ପ୍ରଧାନ କହିଛନ୍ତି ।

ନୂଆ ମାପଦଣ୍ଡର ରୂପରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ୯ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରିମୋଟ ମନିଟରିଂ ଏବଂ ଅପରେସନ ସେଂଟର ନିର୍ମିତ । ଏହି ରିମୋଟ୍ ନିୟବିତ କାର୍ଯ୍ୟ ଗୁଡ଼ିକ ଦ୍ୱାରା ଦେଶରେ ଇଣ୍ଡିଆନ ଅଏଲର ୮ଟି ରିଫାଇନାରୀ ତଥା ଦିଗବୋଇ, ବୋଙ୍ଗାଇଗାଁ, ପାରାଦୀପ, ପାନିପଥ, ଗୁଜୁରାଟ, ମଥୁରା, ବାରାଉଣି ଏବଂ ହଳଦିଆରେ ଥିବା ବିଶୋଧନାଗାରର କାର୍ଯ୍ୟକ୍ଷମ ନିର୍ଭରଶୀଳତା, ଉତ୍ପାଦନ ଏବଂ ଉତମ ପରିବେଶ ସୃଷ୍ଟି କରିବାରେ ପ୍ରୋତ୍ସାହନ ପ୍ରଦାନ କରିବ । ସେ କହିଛନ୍ତି ବିଶୋଧନାଗାରର ସମସ୍ତ ଗ୍ୟାସ ଟର୍ବାଇନର ରିମୋଟ୍ ମନିଟରିଂ ମଧ୍ୟ ହେବ  ଦେଶର ସମଗ୍ର ଉର୍ଜା କ୍ଷେତ୍ରରେ ଜେଇର ଯୌଥଉଦ୍ୟୋଗ ବିଜିଜିଟିଏସକୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts