Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓକିଲ ଆନ୍ଦୋଳନ, କାହିଁକି ଓ କାହାପାଇଁ?
ବିଶେଷ ଖବର

ଓକିଲ ଆନ୍ଦୋଳନ, କାହିଁକି ଓ କାହାପାଇଁ?

October 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ ଷାଠିଏ ଦିନ ହେଲା ହାଇକୋର୍ଟ ସମେତ ରାଜ୍ୟର ପ୍ରାୟ ସବୁ ଅଦାଲତ ବନ୍ଦ ପଡିଛି। ଓଡିଶାର ଆଇନଜୀବୀମାନେ କାର୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଅଦାଲତ ଚାଲିପାରୁନାହିଁ। ଦେଶରେ ଫଇସଲା ନହୋଇପାରି ପଡିରହିଥିବା ମାମଲା କୁ ନ୍ୟାୟପାଳିକା ର ସବୁଠୁ ବଡ ସମସ୍ୟା ବୋଲି କୁହାଯାଉଛି। ସେଥିରେ ଓଡିଶା ହେଉଛି ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ଯେଉଁଠି ସର୍ବାଧିକ ଫଉଜଦାରି  ମାମଲାର ବିଚାର ହୋଇ ପାରୁନାହିଁ। ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ପାଖାପାଖି ୧.୫ ଲକ୍ଷ ଫୌଜଦାରୀ ମାମଲା ପଡି ରହିଛି। ଦେଶର ବିଳମ୍ବିତ ନ୍ୟାୟ ପ୍ରଦାନ ତାଲିକାରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି। ଓଡିଶାର ନିମ୍ନ ଅଦାଲତ ଗୁଡିକରେ ୨୧% ଫୌଜଦାରୀ ମାମଲା ୧୦ ବର୍ଷରୁ ଅଧିକ କାଳ ପଡି ରହିଥିବାବେଳେ, ହାଇକୋର୍ଟ ରେ ୧୯% ମାମଲା ୧୦ ବର୍ଷରୁ ଅଧିକ କାଳ ପଡିରହିଛି। ଏମିତି ଏକ ପୃଷ୍ଠଭୂମି ରେ ଦୁଇ ମାସରୁ ଅଧିକକାଳ ଏକାଦିକ୍ରମେ ଓଡିଶାର ଅଦାଲତ ସବୁକୁ ଅଚଳ କରିଦେବା କାହା ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ!!

ଦୁଇମାସ ତଳେ ଅଗଷ୍ଟ ୨୮ ତାରିଖ ଦିନ ଏକ ଛୋଟ ଘଟନା କୁ ନେଇ ଏହି କାର୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। କୋର୍ଟ ପରିସରରେ ବା ସମ୍ପୃକ୍ତ ଆଇନଜୀବୀ ନିଜ ଦାୟିତ୍ଵ ନିର୍ବାହ କରୁଥିବାବେଳେ ଏ ଘଟନା ଘଟିନଥିଲା। ଘରୋଇ କାମରେ ରହିଥିବା କଟକର ଜଣେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  ପୋଲିସ ମାରପିଟ କରିଥିବାର ଅଭିଯୋଗ ଆସିଥିଲା। ଏହି ଘଟଣାର ପ୍ରତିବାଦରେ ଓକିଲ ମାନେ ସମବେତ ହୋଇ ଥାନା ଘେରାଉ କରିବା ସହିତ ଏକ ପୋଲିସ ଜିପ କୁ ପୋଡି ଦେଇଥିଲେ। ତେବେ ଘଟଣାର ଅନୁସନ୍ଧାନ କରି କଟକ ପୋଲିସ ତିନିଜଣ ପୋଲିସ ଅଧିକାରୀଙ୍କୁ କାର୍ୟରୁ ନିଲମ୍ବିତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ। ତଥାପି ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ କାହିଁକି ଏତେଦିନ ଧରି ଚାଲିଛି, ତାହାର ଅର୍ଥ ବୁଝା ପଡୁନାହିଁ। ଏ ସଙ୍କ୍ରାନ୍ତରେ ଦୁଇଟି ଜନ ସ୍ଵାର୍ଥ  ମାମଲା ମଧ୍ୟ ଓଡିଶା ହାଇକୋର୍ଟରେ ଦାୟର ହୋଇଛି। ତେବେ ବୈଚାରିକ ପ୍ରକ୍ରିୟା ଉପରେ ଆସ୍ଥା ପୋଷଣ ନକରି ଷାଠିଏ ଦିନ ଧରି କୋର୍ଟ କୁ ଅଚଳ କରିଦେବା ପଛରେ କି ଯୁକ୍ତି ରହିଛି, ସେ ଉତ୍ତର କେହି ଦେବାକୁ ପ୍ରସ୍ତୁତ ନୁହନ୍ତି।

ଏହି ଘଟଣାକ୍ରମରେ ବିଜେପି ଓ ବିଜେଡି ନିଜର ରାଜନୈତିକ ରୁଟି ସେକିବା ଆରମ୍ଭ କରିଦେଇଛନ୍ତି। ଓକିଲଙ୍କ ଭିତରେ ରହିଥିବା ରାଜନୈତିକ ଗୋଷ୍ଠୀ ବିବାଦର ପରିଣତି ସ୍ଵରୂପ ଆଜି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଓକିଲ ସଂଘ ନିଜର ଛୋଟିଆ ଦାବି ପାଇଁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି। ଦେଶର ସବୁଠାରୁ ବୁଦ୍ଧିମାନ ଓ ପ୍ରଭାବଶାଳୀ ସଂଗଠନର ଏ ପ୍ରକାର ଆଂଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବାସ୍ତବରେ କିଛି ବୁଝା ପଡୁନାହିଁ।  ଜଣେ ବ୍ୟକ୍ତିଙ୍କ ପ୍ରତି ହୋଇଥିବା ପୋଲିସ ଅବିଚାରକୁ ଆଳ କରି ହଜାର ହଜାର ଲୋକଙ୍କୁ ନ୍ୟାୟ ଦିଆଇ ନ ଦେବା, ଓକିଲଙ୍କ ପକ୍ଷେ ଠିକ ହେଉନାହିଁ ବୋଲି ଏବେ ଜନ ସାଧାରଣ ହୃଦୟଙ୍ଗମ କଲେଣି।

ଅଦାଲତ ଗୁଡିକ ବନ୍ଦ ପଡିଥିବାରୁ ଜେଲ ଗୁଡିକରେ ବିଚାରାଧୀନ କଏଦୀ ମାନଙ୍କର ସଂଖ୍ୟା ବଢିଚାଲିଛି। କଟକ ସ୍ଥିତ ଚୌଦ୍ବାର ଜେଲ ରୁ ପ୍ରାୟ ପ୍ରତିଦିନ ପାଞ୍ଚଜଣ କଏଦୀ ଜାମିନରେ ମୁକୁଳି ଥାନ୍ତି। ଗତ ଦୁଇମାସ ହେଲା ଏହି ଜେଲରୁ ଜଣେ ବି ବିଚାରାଧୀନ ବନ୍ଦୀ ଜାମିନ ରେ ବାହାରି ନାହାନ୍ତି। ରାଜ୍ୟର ପ୍ରାୟ ସବୁ ଜେଲରେ ଏବେ ସମାନ ଅବସ୍ଥା। ଏହି ସମସ୍ୟାରୁ ମୁକ୍ତି ପାଇଁ ଓଡିଶା ହାଇକୋର୍ଟ ଜେଲ ଭିତରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇଦିନ ଭିତରେ ରାଜ୍ୟର ବିଭିନ୍ନ ଜେଲ ରେ ଆୟୋଜିତ କ୍ୟାମ୍ପ କୋର୍ଟ ଗୁଡିକରେ ୬୫୪ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ପ୍ରକ୍ରିୟାକୁ ବିରୋଧ କରି ଓକିଲ ମାନେ ରେକର୍ଡ ରୁମରେ ତାଲା ପକେଇ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି।

ବିନା ଦୋଷରେ ହଜାର ହଜାର ଲୋକଙ୍କୁ ଦଣ୍ଡିତ କରିବାର ଏ ଉଦ୍ଭଟ ନିଷ୍ପତ୍ତି ପଛରେ ଓକିଲ ସଂଘର ଉଦ୍ଦେଶ୍ୟ କଣ, ତାହା ବୁଝା ପଡୁନାହିଁ। ବିଜେଡି ସମର୍ଥିତ ଓକିଲ ଗୋଷ୍ଠୀ ଏହି ଆନ୍ଦୋଳନକୁ ବିରୋଧ କରିବାରୁ ଗତ ୨୯ ତାରିଖ ସକାଳେ ହାଇକୋର୍ଟ ପରିସରରେ ମାରପିଟ ଓ ଗୁଣ୍ଡାରାଜ ଆରମ୍ଭ ହୋଇଥିଲା। ସାଧାରଣ ଲୋକ ଭାବରେ ଆମର ପ୍ରଶ୍ନ ହେଉଛି, କେଉଁ ଜଣ ସ୍ଵାର୍ଥ ର ଦାବିରେ ଓକିଲ ମାନେ ଗତ ଷାଠିଏ ଦିନ ଧରି ରାଜ୍ୟର ନ୍ୟାୟ ପ୍ରକ୍ରିୟାକୁ ଅଚଳ କରି ରଖିଛନ୍ତି? ଜଣେ ଓକିଲ ନିଜ ବ୍ୟକ୍ତିଗତ କାମରେ ଥିବାବେଳେ ଯଦି ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି, ତାଙ୍କ ପ୍ରତି ସଂବେଦନଶୀଳ ହେବା ସଂଘର ନୈତିକ ଦାୟିତ୍ଵ। ହେଲେ ସେଇ ଆଳରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିବା ଆଦୌ ଗ୍ରହଣୀୟ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବ ଇଣ୍ଡି ମେଣ୍ଟ?: ଦୌଡ଼ରେ ଏହି ୩ଟି ନାମ

August 19, 2025

ଟ୍ରମ୍ପଙ୍କ ସହ କଥା ହେବା ପାଇଁ ପୁଟିନ କୁଆଡେ ନିଜ ଡୁପ୍ଲିକେଟକୁ ପଠାଇଥିଲେ!! ଚର୍ଚ୍ଚା…

August 19, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ଭାରତ ସହିତ ସମ୍ପର୍କ ନଷ୍ଟ କରିବା ଟ୍ରମ୍ପଙ୍କ ପାଇଁ ବଡ଼ ଭୁଲ ପ୍ରମାଣିତ ହେବ: ଆମେରିକୀୟ ଲେଖକ

August 18, 2025
Latest News

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025

ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.