Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓକିଲ ଆନ୍ଦୋଳନ, କାହିଁକି ଓ କାହାପାଇଁ?
ବିଶେଷ ଖବର

ଓକିଲ ଆନ୍ଦୋଳନ, କାହିଁକି ଓ କାହାପାଇଁ?

October 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ ଷାଠିଏ ଦିନ ହେଲା ହାଇକୋର୍ଟ ସମେତ ରାଜ୍ୟର ପ୍ରାୟ ସବୁ ଅଦାଲତ ବନ୍ଦ ପଡିଛି। ଓଡିଶାର ଆଇନଜୀବୀମାନେ କାର୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଅଦାଲତ ଚାଲିପାରୁନାହିଁ। ଦେଶରେ ଫଇସଲା ନହୋଇପାରି ପଡିରହିଥିବା ମାମଲା କୁ ନ୍ୟାୟପାଳିକା ର ସବୁଠୁ ବଡ ସମସ୍ୟା ବୋଲି କୁହାଯାଉଛି। ସେଥିରେ ଓଡିଶା ହେଉଛି ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ଯେଉଁଠି ସର୍ବାଧିକ ଫଉଜଦାରି  ମାମଲାର ବିଚାର ହୋଇ ପାରୁନାହିଁ। ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ପାଖାପାଖି ୧.୫ ଲକ୍ଷ ଫୌଜଦାରୀ ମାମଲା ପଡି ରହିଛି। ଦେଶର ବିଳମ୍ବିତ ନ୍ୟାୟ ପ୍ରଦାନ ତାଲିକାରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି। ଓଡିଶାର ନିମ୍ନ ଅଦାଲତ ଗୁଡିକରେ ୨୧% ଫୌଜଦାରୀ ମାମଲା ୧୦ ବର୍ଷରୁ ଅଧିକ କାଳ ପଡି ରହିଥିବାବେଳେ, ହାଇକୋର୍ଟ ରେ ୧୯% ମାମଲା ୧୦ ବର୍ଷରୁ ଅଧିକ କାଳ ପଡିରହିଛି। ଏମିତି ଏକ ପୃଷ୍ଠଭୂମି ରେ ଦୁଇ ମାସରୁ ଅଧିକକାଳ ଏକାଦିକ୍ରମେ ଓଡିଶାର ଅଦାଲତ ସବୁକୁ ଅଚଳ କରିଦେବା କାହା ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ!!

ଦୁଇମାସ ତଳେ ଅଗଷ୍ଟ ୨୮ ତାରିଖ ଦିନ ଏକ ଛୋଟ ଘଟନା କୁ ନେଇ ଏହି କାର୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। କୋର୍ଟ ପରିସରରେ ବା ସମ୍ପୃକ୍ତ ଆଇନଜୀବୀ ନିଜ ଦାୟିତ୍ଵ ନିର୍ବାହ କରୁଥିବାବେଳେ ଏ ଘଟନା ଘଟିନଥିଲା। ଘରୋଇ କାମରେ ରହିଥିବା କଟକର ଜଣେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ  ପୋଲିସ ମାରପିଟ କରିଥିବାର ଅଭିଯୋଗ ଆସିଥିଲା। ଏହି ଘଟଣାର ପ୍ରତିବାଦରେ ଓକିଲ ମାନେ ସମବେତ ହୋଇ ଥାନା ଘେରାଉ କରିବା ସହିତ ଏକ ପୋଲିସ ଜିପ କୁ ପୋଡି ଦେଇଥିଲେ। ତେବେ ଘଟଣାର ଅନୁସନ୍ଧାନ କରି କଟକ ପୋଲିସ ତିନିଜଣ ପୋଲିସ ଅଧିକାରୀଙ୍କୁ କାର୍ୟରୁ ନିଲମ୍ବିତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ। ତଥାପି ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ କାହିଁକି ଏତେଦିନ ଧରି ଚାଲିଛି, ତାହାର ଅର୍ଥ ବୁଝା ପଡୁନାହିଁ। ଏ ସଙ୍କ୍ରାନ୍ତରେ ଦୁଇଟି ଜନ ସ୍ଵାର୍ଥ  ମାମଲା ମଧ୍ୟ ଓଡିଶା ହାଇକୋର୍ଟରେ ଦାୟର ହୋଇଛି। ତେବେ ବୈଚାରିକ ପ୍ରକ୍ରିୟା ଉପରେ ଆସ୍ଥା ପୋଷଣ ନକରି ଷାଠିଏ ଦିନ ଧରି କୋର୍ଟ କୁ ଅଚଳ କରିଦେବା ପଛରେ କି ଯୁକ୍ତି ରହିଛି, ସେ ଉତ୍ତର କେହି ଦେବାକୁ ପ୍ରସ୍ତୁତ ନୁହନ୍ତି।

ଏହି ଘଟଣାକ୍ରମରେ ବିଜେପି ଓ ବିଜେଡି ନିଜର ରାଜନୈତିକ ରୁଟି ସେକିବା ଆରମ୍ଭ କରିଦେଇଛନ୍ତି। ଓକିଲଙ୍କ ଭିତରେ ରହିଥିବା ରାଜନୈତିକ ଗୋଷ୍ଠୀ ବିବାଦର ପରିଣତି ସ୍ଵରୂପ ଆଜି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଓକିଲ ସଂଘ ନିଜର ଛୋଟିଆ ଦାବି ପାଇଁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି। ଦେଶର ସବୁଠାରୁ ବୁଦ୍ଧିମାନ ଓ ପ୍ରଭାବଶାଳୀ ସଂଗଠନର ଏ ପ୍ରକାର ଆଂଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବାସ୍ତବରେ କିଛି ବୁଝା ପଡୁନାହିଁ।  ଜଣେ ବ୍ୟକ୍ତିଙ୍କ ପ୍ରତି ହୋଇଥିବା ପୋଲିସ ଅବିଚାରକୁ ଆଳ କରି ହଜାର ହଜାର ଲୋକଙ୍କୁ ନ୍ୟାୟ ଦିଆଇ ନ ଦେବା, ଓକିଲଙ୍କ ପକ୍ଷେ ଠିକ ହେଉନାହିଁ ବୋଲି ଏବେ ଜନ ସାଧାରଣ ହୃଦୟଙ୍ଗମ କଲେଣି।

ଅଦାଲତ ଗୁଡିକ ବନ୍ଦ ପଡିଥିବାରୁ ଜେଲ ଗୁଡିକରେ ବିଚାରାଧୀନ କଏଦୀ ମାନଙ୍କର ସଂଖ୍ୟା ବଢିଚାଲିଛି। କଟକ ସ୍ଥିତ ଚୌଦ୍ବାର ଜେଲ ରୁ ପ୍ରାୟ ପ୍ରତିଦିନ ପାଞ୍ଚଜଣ କଏଦୀ ଜାମିନରେ ମୁକୁଳି ଥାନ୍ତି। ଗତ ଦୁଇମାସ ହେଲା ଏହି ଜେଲରୁ ଜଣେ ବି ବିଚାରାଧୀନ ବନ୍ଦୀ ଜାମିନ ରେ ବାହାରି ନାହାନ୍ତି। ରାଜ୍ୟର ପ୍ରାୟ ସବୁ ଜେଲରେ ଏବେ ସମାନ ଅବସ୍ଥା। ଏହି ସମସ୍ୟାରୁ ମୁକ୍ତି ପାଇଁ ଓଡିଶା ହାଇକୋର୍ଟ ଜେଲ ଭିତରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇଦିନ ଭିତରେ ରାଜ୍ୟର ବିଭିନ୍ନ ଜେଲ ରେ ଆୟୋଜିତ କ୍ୟାମ୍ପ କୋର୍ଟ ଗୁଡିକରେ ୬୫୪ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ପ୍ରକ୍ରିୟାକୁ ବିରୋଧ କରି ଓକିଲ ମାନେ ରେକର୍ଡ ରୁମରେ ତାଲା ପକେଇ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି।

ବିନା ଦୋଷରେ ହଜାର ହଜାର ଲୋକଙ୍କୁ ଦଣ୍ଡିତ କରିବାର ଏ ଉଦ୍ଭଟ ନିଷ୍ପତ୍ତି ପଛରେ ଓକିଲ ସଂଘର ଉଦ୍ଦେଶ୍ୟ କଣ, ତାହା ବୁଝା ପଡୁନାହିଁ। ବିଜେଡି ସମର୍ଥିତ ଓକିଲ ଗୋଷ୍ଠୀ ଏହି ଆନ୍ଦୋଳନକୁ ବିରୋଧ କରିବାରୁ ଗତ ୨୯ ତାରିଖ ସକାଳେ ହାଇକୋର୍ଟ ପରିସରରେ ମାରପିଟ ଓ ଗୁଣ୍ଡାରାଜ ଆରମ୍ଭ ହୋଇଥିଲା। ସାଧାରଣ ଲୋକ ଭାବରେ ଆମର ପ୍ରଶ୍ନ ହେଉଛି, କେଉଁ ଜଣ ସ୍ଵାର୍ଥ ର ଦାବିରେ ଓକିଲ ମାନେ ଗତ ଷାଠିଏ ଦିନ ଧରି ରାଜ୍ୟର ନ୍ୟାୟ ପ୍ରକ୍ରିୟାକୁ ଅଚଳ କରି ରଖିଛନ୍ତି? ଜଣେ ଓକିଲ ନିଜ ବ୍ୟକ୍ତିଗତ କାମରେ ଥିବାବେଳେ ଯଦି ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି, ତାଙ୍କ ପ୍ରତି ସଂବେଦନଶୀଳ ହେବା ସଂଘର ନୈତିକ ଦାୟିତ୍ଵ। ହେଲେ ସେଇ ଆଳରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିବା ଆଦୌ ଗ୍ରହଣୀୟ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026

ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେଉ ନଥିବା କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

August 30, 2026

ମଣ୍ଡି ଧାନ ପଂଜୀକରଣ ସମୟକୁ ଆଉ ସାତଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

August 30, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026

ନିଟ୍-ପିଜିରେ ବୈଷୟିକ ତ୍ରୁଟି: ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ରେ ପରୀକ୍ଷା

August 31, 2026

ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

August 31, 2026

ରାଶିଫଳ: ଅଗଷ୍ଟ ୩୧ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ସୁଖ ସମୃଦ୍ଧି

August 31, 2026

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.