ଭୁବନେଶ୍ୱର: ସମାଜକଲ୍ୟାଣ ଟ୍ରଷ୍ଟ ‘ଆଶ୍ରୟ’ ପକ୍ଷରୁ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଙ୍କ ଅଧିକାର, ସମାନ ସୁଯୋଗ ଓ ସମ୍ମାନଜନକ ଜୀବନ ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକା ‘ଆଶ୍ରୟ’ର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ସମ୍ମିଳନୀ, ସ୍ଲୋଗାନ ଆବୃତ୍ତି ଓ ବନ୍ଧୁମିଳନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଦିବ୍ୟାଙ୍ଗଙ୍କ ପ୍ରତି ସମ୍ବେଦନଶୀଳ ଦୃଷ୍ଟିକୋଣ ଓ ସମାଜରେ ସେମାନଙ୍କ ସମ୍ମାନ ନିଶ୍ଚିତ କରିବା ଉପରେ ବକ୍ତାମାନେ ଗୁରୁତ୍ୱ ଦେଇଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ ଓ ସାହିତ୍ୟିକ ଯୋଗଦେଇଥିଲେ।


