Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା
ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

ନୂଆଦିଲ୍ଲୀ: ଉଜବେକିସ୍ତାନ ରାଷ୍ଟ୍ରୀୟ ଗସ୍ତର ଅଂଶସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ରାଷ୍ଟ୍ରପତି ଶଭକାତ୍ ମିର୍ଜିୟୋୟେଭଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। କୁକ୍‌ସାରୋୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ମିର୍ଜିୟୋୟେଭ ଭବ୍ୟ ସ୍ୱାଗତ ଜଣାଇବା ସହ ଏକ ପାରମ୍ପରିକ ରାଜକୀୟ ସ୍ୱାଗତ  ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଜବେକିସ୍ତାନର ୩୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ନିଜର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କର ସମସ୍ତ ଦିଗ, ଯେପରିକି ବ୍ୟବସାୟ ଓ ନିବେଶ, ନବୋନ୍ମେଷ ଓ ଷ୍ଟାର୍ଟ-ଅପ୍, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ଏବଂ ୟୁପିଆଇ, ପ୍ରତିରକ୍ଷା ଓ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଫାର୍ମାସ୍ୟୁଟିକାଲ୍ସ, ଗୁରୁତ୍ୱପୂର୍ଣ୍ଣ ଖଣିଜ, କୃଷି, ଶିକ୍ଷା, ପର୍ଯ୍ୟଟନ, ମହାକାଶ ଏବଂ ଜନସାଧାରଣଙ୍କ ମଧ୍ୟରେ ଆଦାନପ୍ରଦାନ ଆଦି ବିଷୟରେ ଉଭୟ ନେତା ପ୍ରତିନିଧିମଣ୍ଡଳ ସ୍ତରରେ ବ୍ୟାପକ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଉଜବେକିସ୍ତାନରୁ ଭାରତକୁ ୟୁରାନିୟମ୍ ଯୋଗାଣ ପାଇଁ ହୋଇଥିବା ଦୀର୍ଘକାଳୀନ ବ୍ୟବସ୍ଥାରେ ହୋଇଥିବା ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବୃଦ୍ଧିର ଗୁରୁତ୍ୱକୁ ଦୋହରାଇଛନ୍ତି। ସମ୍ପର୍କର ଗଭୀରତା ଓ ମହତ୍ତ୍ୱକୁ ଦୃଷ୍ଟିରେ ରଖି ଉଭୟ ଦେଶ ଦ୍ୱିପାକ୍ଷିକ ‘ରଣନୈତିକ ସହଭାଗିତା’କୁ ‘ବ୍ୟାପକ ରଣନୈତିକ ସହଭାଗିତା’ ସ୍ତରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୩୦ ସୁଦ୍ଧା ୫ ବିଲିୟନ୍ ଆମେରିକୀୟ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ଅର୍ଥନୈତିକ ଓ ନିବେଶ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବ୍ୟବସାୟିକ ସମ୍ମିଳନୀ ଆୟୋଜନ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ବ୍ୟାପକ ରଣନୈତିକ ସହଭାଗିତାକୁ ଅର୍ଥପୂର୍ଣ୍ଣ ଭାବେ ଆଗକୁ ନେବା ପାଇଁ ଉଭୟ ନେତା ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟବସ୍ଥା ସ୍ଥାପନ କରିବା ଏବଂ ଅନ୍ତଃ-ସରକାରୀ ଆୟୋଗକୁ ମନ୍ତ୍ରୀ ସ୍ତରକୁ ବୃଦ୍ଧି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଉଭୟ ନେତା ଉଲ୍ଲେଖ କରିଥିଲେ ଯେ, ପ୍ରାଚୀନ ସଭ୍ୟତାଗତ ସମ୍ପର୍କ ଏବଂ ବର୍ତ୍ତମାନର ପାରସ୍ପରିକ ଜନ-ସମ୍ପର୍କ ଦୁଇ ଦେଶର ଭାଗୀଦାରିରେ ନିରନ୍ତର ନୂତନ ଜୀବନଶକ୍ତି ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଉଜବେକିସ୍ତାନରେ ଯୋଗର ଲୋକପ୍ରିୟତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଦିନର ପ୍ରାରମ୍ଭରେ ସେ ଉଜବେକିସ୍ତାନ ଯୋଗ ଫେଡେରେସନ୍‌ ଦ୍ୱାରା ଆୟୋଜିତ ଏକ ଯୋଗ ଅଧିବେଶନ ଦେଖିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେହାନ୍ତର ୬୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ଛାତ୍ରଛାତ୍ରୀଙ୍କ ପାଇଁ ‘ଲାଲ ବାହାଦୁର ଶାସ୍ତ୍ରୀ ହିନ୍ଦୀ ଭାଷା ଛାତ୍ରବୃତ୍ତି’ ଘୋଷଣା କରିଥିଲେ। ଉଜବେକିସ୍ତାନର ‘ୟଶିଲ୍ ମାକନ୍’ ସବୁଜ ଅଭିଯାନ ଏବଂ ଭାରତର ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ମଧ୍ୟରେ ସମାନତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଆରାଲ୍ ସାଗର ଅଞ୍ଚଳରେ ଚାଲିଥିବା ପରିବେଶ ପୁନରୁଦ୍ଧାର ପ୍ରୟାସରେ ଉଜବେକିସ୍ତାନ ସହ ଭାରତର ଭାଗୀଦାରି ଘୋଷଣା କରିଥିଲେ। ଏହି ପ୍ରକଳ୍ପ ପାଇଁ ଭାରତ ପକ୍ଷରୁ ‘୧ ମିଲିୟନ୍ ଆମେରିକୀୟ ଡଲାରର ଅନୁଦାନ’ ପ୍ରଦାନ  ସହିତ ଦୁଇ ନେତା ମିଳିତ ଭାବେ ରାଜପ୍ରାସାଦ ଉଦ୍ୟାନରେ ଏକ ବୃକ୍ଷରୋପଣ ମଧ୍ୟ କରିଥିଲେ।

ଆଲୋଚନା ପରେ ଉଭୟ ପକ୍ଷ ସଂସ୍କୃତି, ଉଚ୍ଚଶିକ୍ଷା ଓ ଗବେଷଣା, ଦକ୍ଷତା ବିକାଶ, ଅଭିଲେଖାଗାର, ଅର୍ଥନୈତିକ ସହଯୋଗ, ପରିବେଶ, ପର୍ଯ୍ୟଟନ, ଖଣି, ଆୟୁର୍ବେଦ ଏବଂ ସହଯୋଗମୂଳକ-ରାଷ୍ଟ୍ର ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରକୁ ନେଇ ବୁଝାମଣାପତ୍ର ଓ ଚୁକ୍ତିନାମା ଆଦାନପ୍ରଦାନର ପ୍ରତ୍ୟକ୍ଷଦର୍ଶୀ ସାଜିଥିଲେ। ଉଜବେକିସ୍ତାନର “ଫାୟାଜ୍ ଟେପା” ଏବଂ “କାରା ଟେପା” ବୌଦ୍ଧ ସ୍ଥଳୀର ପୁନରୁଦ୍ଧାର’ ପାଇଁ ଏକ ‘ଲେଟର ଅଫ୍ ଇଣ୍ଟେଣ୍ଟ’ ସ୍ୱାକ୍ଷରିତ ହୋଇଥିଲା। ତାସକେଣ୍ଟ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍‌ରେ ‘ଆଇସିସିଆର ସଂସ୍କୃତ ଚେୟାର୍’ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ମଧ୍ୟ ଚୂଡ଼ାନ୍ତ ହୋଇଥିଲା। ବୁଝାମଣାପତ୍ର ଏବଂ ଚୁକ୍ତିନାମାର ସମ୍ପୂର୍ଣ୍ଣ ତାଲିକା ଏଠାରେ ଉପଲବ୍ଧ।

ରାଷ୍ଟ୍ରପତି ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିର୍ଜିୟୋୟେଭ୍‌ଙ୍କୁ ତାଙ୍କର ସଦୟ ଆତିଥ୍ୟ ପାଇଁ କୃତଜ୍ଞତା ଜଣାଇବା ସହିତ ତାଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ।

ଉଜବେକିସ୍ତାନ ନରେନ୍ଦ୍ର ମୋଦୀ ଶଭକାତ୍ ମିର୍ଜିୟୋୟେଭ
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍-ପିଜିରେ ବୈଷୟିକ ତ୍ରୁଟି: ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ରେ ପରୀକ୍ଷା

August 31, 2026

ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

August 31, 2026

ରାଶିଫଳ: ଅଗଷ୍ଟ ୩୧ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ସୁଖ ସମୃଦ୍ଧି

August 31, 2026

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026

ନିଟ୍-ପିଜିରେ ବୈଷୟିକ ତ୍ରୁଟି: ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ରେ ପରୀକ୍ଷା

August 31, 2026

ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

August 31, 2026

ରାଶିଫଳ: ଅଗଷ୍ଟ ୩୧ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ସୁଖ ସମୃଦ୍ଧି

August 31, 2026

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.